ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାରେ ୩୫୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କମିସନରେଟ ପୋଲିସ

ଭୁବନେଶ୍ୱର: ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟା ମାମଲା। ୩୫୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କମିସନରେଟ ପୋଲିସ। ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ, ୫୧ ଜଣ ସାକ୍ଷୀ ଥିବା ସୂଚନା ମିଳିଛି। ଗତ ଜୁଲାଇ ୫ ତାରିଖରେ ପ୍ରେମ କାହାଣୀର ରକ୍ତାକ୍ତ କ୍ଲାଇମାକ୍ସ ଲେଖିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ। ହତ୍ୟାକାଣ୍ଡର ୪ଦିନ ପୂର୍ବରୁ ପ୍ରେମ ପାଇଁ ପାପ ପ୍ଲଟ୍ ତିଆରି କରିଥିଲା ଅଭିଯୁକ୍ତ ପାଗଳ ପ୍ରେମିକ ଜଗନ୍ନାଥ। ପ୍ରଥମେ ପୁଅ, ତାପରେ ପ୍ରିୟଙ୍କାଙ୍କୁ କରିବ ହତ୍ୟା। ମାରଣାସ୍ତ୍ର, ସିନ୍ଦୁର ନେଇ ଯାଇଥିଲା।

ହେଲେ ଘରେ ଯାଇ ପ୍ରିୟଙ୍କାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ହେଲେ ସେ ମାନିନଥିଲେ। ସେହି ସମୟରେ ଘର ମାଲିକ ଦହିବରା ଖାଇବାକୁ କହି ପୁଅକୁ ତାଙ୍କ ଘରକୁ ନେଇଯାଇଥିଲେ। ସେଥିପାଇଁ ପୁଅର ଜୀବନ ବଞ୍ଚିଯାଇଥିଲା। ଯାଜପୁରରେ ଉଭୟ ବିବାହ ପୂର୍ବରୁ ପ୍ରେମ କରୁଥିଲେ।

ଭୁବନେଶ୍ୱରରେ ଜଗନ୍ନାଥ ନେଇଥିଲା ପ୍ରତିଶୋଧ। ରୋଷେଇ ଘରେ ପ୍ରିୟଙ୍କାଙ୍କୁ ହତ୍ୟା ପରେ ନିଜେ ବିଷ ମିଶା କୋଲଡ୍ରିଙ୍କସ ପିଇ ହାତ କାଟି ଦେଇଥିଲା ଜଗନ୍ନାଥ। ଏମିତିକି ରକ୍ତଭିଜା ସୁଇସାଇଡ୍ ନୋଟ୍ ଲେଖିଥିଲା ଅଭିଯୁକ୍ତ ଜଗନ୍ନାଥ। ହତ୍ୟା ପରେ ସ୍ୱାମୀଙ୍କୁ ପଠାଇଥିଲା ପ୍ରୀୟଙ୍କାଙ୍କ ରକ୍ତାକ୍ତ ଫଟୋ। ପୁରା ଘଟଣାର ଖୁଲାସା କରିଥିଲେ ଭୁବନେଶ୍ୱର ଡିସିପି।

Leave a Reply