spot_img
Home Blog Page 5020

ମୋଦିଙ୍କୁ ପେଗାସସ୍ ଦେଉଥିଲା କି ଗୁପ୍ତତଥ୍ୟ: ରାହୁଲ

ନୂଆଦିଲ୍ଲୀ: ପେଗାସସକୁ କିଏ ଆଦେଶ ଦେଇଥିଲେ, ପ୍ରଧାନମନ୍ତ୍ରୀ ନା ଗୃହମନ୍ତ୍ରୀ ? ଆତଙ୍କବାଦ ପାଇଁ ପେଗାସସ୍ ବ୍ୟବହାର ହେଉଥିଲେ ଭଲ କଥା, ହେଲେ ଯଦି ପ୍ରଧାନମନ୍ତ୍ରୀ ଏହାକୁ ନିଜ ପାଇଁ ବ୍ୟବହାର କରୁଥିଲେ ତେବେ ଏହା ଏକ ଅପରାଧ । ଆଜି ଏମିତି କିଛି କହି ପେଗାସସ୍ ମାମଲାରେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ପେଗାସସ୍ ଗୁପ୍ତଚରୀ ମାମଲାରେ ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଆସିବା ପରେ ରାହୁଲ ଏମିତି ଟାର୍ଗେଟ କରିଛନ୍ତି । ପେଗାସସକୁ ନେଇ ପୁଣି ରାଜନୈତିକ ପାଣିପାଗ ଉଷ୍ମ ହୋଇଯାଇଛି ।

ରାହୁଲ ଅଭିଯୋଗ କରିଛନ୍ତି, ‘ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ଲୋକଙ୍କ ବିରୋଧରେ ପେଗାସସ୍ ବ୍ୟବହାର ହୋଇଛି । ଏହାକୁ ଲଗାଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଗୁଇନ୍ଦାଗିରି କରୁଥିଲେ ? ଯଦି ନିର୍ବାଚନ କମିଶନଙ୍କ ସମେତ ବିଭିନ୍ନ ସଂସ୍ଥା ଓ ବିରୋଧୀ ଦଳ ନେତାଙ୍କ ଫୋନ ଡାଟା ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଉଥିଲା, ତେବେ ଏହା ବେଆଇନ ।’

କାହା କାହା ବିରୋଧରେ ପେଗାସସକୁ ବ୍ୟବହାର କରାଯାଇଛି ? ପେଗାସସକୁ କିଏ କିଣିଥିଲା ? ପେଗାସସ୍ ତଥ୍ୟ ଅନ୍ୟ କୌଣସି ଦେଶ ପାଖକୁ ଯାଇଛି କି, ବୋଲି ଗତ ଅଧିବେଶନରେ ଆମେ ପ୍ରଶ୍ନ କରିଥିଲୁ । ପୂରା ବିରୋଧୀ ଦଳ ଏକାଠି ଛିଡ଼ା ହୋଇଥିଲେ, ହେଲେ ଆମକୁ ଉତ୍ତର ମିଳି ନଥିଲା ବୋଲି କହିଛନ୍ତି ରାହୁଲ ।

ସେ ଆହୁରି କହିଛନ୍ତି, ‘ଏହା ଦେଶର ଲୋକତନ୍ତ୍ରକୁ ନଷ୍ଟ କରିବାକୁ ଉଦ୍ୟମ । ପେଗାସସ୍ ମାଧ୍ୟମରେ କେନ୍ଦ୍ରୀୟ ଏଜେନ୍ସିକୁ ଟାର୍ଗେଟ କରାଯାଇଛି । ଏହାକୁ ନେଇ ସଂସଦରେ ଆଲୋଚନା ହେବା ଦରକାର । ଏଥିପାଇଁ ପେଗାସସ ପ୍ରସଙ୍ଗ ପୁଣି ଉଠାଇବୁ । ଏହାକୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ଆବଶ୍ୟକ ।’

ପେଗାସସ୍ ଗୁପ୍ତଚରୀ ମାମଲାରେ ସୁପ୍ରିମକୋର୍ଟ ବିଚାର କରି ଗୁରୁତ୍ବପୂର୍ଣ୍ଣ ଆଦେଶ ଦେଇଛନ୍ତି । ଏହାର ତଦନ୍ତ କରିବାକୁ ଏକ ଏକ୍ସପର୍ଟ କମିଟି ଗଠନ କରିବାକୁ ଓ କମିଟି ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି ।

ପୂର୍ବରୁ ରାହୁଲ ଏକ ଟ୍ବିଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ଆଜିକାଲି ତୁମେ କ’ଣ ପଢୁଛି, ଆମେ ଜାଣିଛୁ’ । ଏହାର ଦିନ କେଇଟା ପରେ ପେଗାସସ୍ ଗୁପ୍ତଚରୀ ପ୍ରସଙ୍ଗ ପଦାକୁ ଆସିଥିଲା, ଯାହାକୁ ନେଇ ପୂରା ଦେଶ ଉଠିଥିଲା ପଡ଼ିଥିଲା ।

ସୂଚନାଯୋଗ୍ୟ, ପେଗାସସ୍ ଜରିଆରେ ମୁଖ୍ୟମନ୍ତ୍ରୀ, ପୂବର୍ତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, କେନ୍ଦ୍ରୀୟ ମନ୍ତ୍ରୀ, କେନ୍ଦ୍ରୀୟ ସଂସ୍ଥା, ସୁପ୍ରମିକୋର୍ଟ ବିଚାରପତି, ବଡ଼ ବ୍ୟବସାୟୀ, ସାମାଜିକ କର୍ମୀ, ବହୁ ସାମ୍ବାଦିକଙ୍କ ଫୋନ୍ କଲ ଉପରେ ନଜର ରଖାଯାଇ ତଥ୍ୟ ହାସଲ କରାଯାଉଥିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଲାଗିଥିଲା ।

ଦାୟିତ୍ୱରେ ଅବହେଳା ପାଇଁ ବନ୍ଦ ହେଲା ୨୩ ଶିକ୍ଷକଙ୍କ ଦରମା

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ୨୩ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଦାୟିତ୍ୱରେ ଅବହେଳା ପାଇଁ  ୭ ଜଣ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ଏବଂ ୧୬ ଜଣ ଶିକ୍ଷକଙ୍କ ଗୋଟିଏ ମାସର ଦରମା ବନ୍ଦ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ଏହାସହ ୪ ସିଆରିସିସିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ବିଇଓ । ଗତ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସରୁମରେ ପାଠ ପଢ଼ା ଆରମ୍ଭ ହୋଇଛି ।

ପାଠ ପଢ଼ା ଓ ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ବିଇଓ ପରିଭ୍ରମଣ କରିବା ବେଳେ ସମ୍ପୃକ୍ତ ଶିକ୍ଷକ ମାନେ ବିଳମ୍ବରେ ଆସିବା ସହ ସିଆରସିସି ଅନୁପସ୍ଥିତ ଥିବା ତାଙ୍କ ନଜରକୁ ଆସିଥିଲା । ଏଣୁ ଘଟଣାରେ ୨୩ ଜଣ ଶିକ୍ଷକ ଓ ୪ ସିଆରସିସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରୀ ନିୟମ ଅନୁଯାୟୀ ଦିନ ୯ଟାରେ ବିଦ୍ୟାଳୟ ଖୋଲିବା ସହ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ପାଠ ପଢ଼ାଯିବା ନେଇ ବିଭାଗୀୟ ନିୟମ ରହିଛି । ମାତ୍ର ସମ୍ପୃକ୍ତ ଶିକ୍ଷକ ମାନେ ଦିନ ୧୧ଟା ଯାଏ ସ୍କୁଲକୁ ଆସିନଥିବାରୁ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍

ଭୁବନେଶ୍ୱର: ଦୁଇ ବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୂର୍ବ ଭଳି ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ପହିଲାରୁ ଖୋଲିବ ଯୁକ୍ତ ତିନି । ଏବେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀପାବଳି ପରେ ଏନେଇ ନିଷ୍ପତ୍ତି ନିଆଯିବ ।

ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ପାର୍ବଣ ଋତୁ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସରକାର । ଏବେ ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିଛି । ପ୍ରାୟ ୨ ବର୍ଷ ଧରି ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିବାରୁ ଏବେ ସ୍କୁଲ ଖୋଲିବାର ଆବଶ୍ୟକତା ରହିଛି । କିନ୍ତୁ ସରକାର ସବୁ ସମୟରେ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଦଶହରା ପରେ ସଂକ୍ରମଣ ବଢୁଥିବାରୁ ସରକାର ଟେଷ୍ଟିଂ ହାର୍ ମଧ୍ୟ ବଢ଼ାଇଛନ୍ତି । ଦୀପାବଳି ପରେ ସ୍ଥିତିକୁ ବିଚାର କରି ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ନେଇ ବିଚାରବିମର୍ଶ କରିବେ । ତୃତୀୟ ଲହର ଆସିବାର ମଧ୍ୟ ସମ୍ଭାବନା କମ୍ ରହିଛି । ତେଣୁ ସ୍ଥିତିକୁ ଦେଖି ସରକାର ଆବଶ୍ୟକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଆସନ୍ତା ନଭେମ୍ବର ପହିଲାରୁ ଯୁକ୍ତ ତିନି ଏବଂ ୧୫ ତାରିଖରୁ ଆରମ୍ଭ ହେବ ପ୍ରଥମ ବର୍ଷ ପିଜି ପାଠପଢ଼ା । କୋଭିଡ୍ ନିୟମର ଅନୁପାଳନରେ ସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିୟମିତ ମାସ୍କ ପିନ୍ଧିବା ସହ ଶ୍ରେଣୀ ଗୃହରେ ସାମାଜିକ ଦୂରତା ଅବଲମ୍ବନ ବାଧ୍ୟତାମୂଳକ ରହିବ । ହାତ ସାନିଟାଇଜ୍ ବାଧ୍ୟତାମୂଳକ କରାଯିବା ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ଛେପ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସ୍ନାତକ ଓ ସ୍ନାତକୋତ୍ତର ପାଠ ସହ ହଷ୍ଟେଲ ଖୋଲିବାକୁ ମଧ୍ୟ ଗ୍ରୀନ୍ ସିଗନାଲ ମିଳିଛି । ସବୁ କଲେଜରେ ସ୍ୱତନ୍ତ୍ର ଆଇସୋଲେସନ୍ ରୁମ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Primary School Class May Open After Diwali

କରୋନା ସ୍ଥିତି ଓ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ବିଭିନ୍ନ ସମୟରେ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ସ୍ଥିତିରେ ସୁଧାର ଆସିଲେ, ଟ୍ରାକକୁ ଫେରି ପାରେ ଶିକ୍ଷା ବ୍ୟବସ୍ଥା । ଯଦିଓ ମହାମାରୀ ସଂକଟରେ ଅନଲାଇନ୍ କ୍ଲାସ୍ ବ୍ୟବସ୍ଥା ହୋଇଛି । ମାତ୍ର ନେଟୱାର୍କ ସମସ୍ୟା ଓ କିଛି ଛାତ୍ରଙ୍କ ମୋବାଇଲ ନଥିବାରୁ ଶତପ୍ରତିଶତ ସଫଳ ହୋଇପାରିନି ।

ପ୍ରମୋଦ ଭଗତଙ୍କ ସହ ୧୧ ଜଣଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ବୁଧବାର ୧୧ ଜଣ କ୍ରୀଡାବିତଙ୍କୁ ଭାରତର ସର୍ବୋଚ୍ଚ କ୍ରୀଡା ସମ୍ମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ସୁପାରିସ କରିଛି । ସେମାନେ ହେଉଛନ୍ତି ୨୦୨୦ ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚେପ୍ରା । କୁସ୍ତିରେ ସିଲଭର ମେଡାଲ ବିଜେତା ରବି ଦାହିଆ, ବକ୍ସିଂରେ ବ୍ରୋଞ୍ଚ ମେଡାଲ ବିଜେତା ଲଭଲିନା ବୋର୍ଗୋହେନ, ଭାରତୀୟ ହକି ଦଳର ଗୋଲକିପର ପି.ଆର. ଶ୍ରୀଜେଶଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି । ସେହିପରି ଭାରତୀୟ ମହିଳା କ୍ରିକେଟ ଦଳର ଦିନିକିଆ ଅଧିନାୟକ ମିତାଲି ରାଜ୍ ଓ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀଙ୍କୁ ମଧ୍ୟ ଏହି ସମ୍ମାନଜନକ ଖେଳରତ୍ନ ପାଇଁ ସୁପାରିସ କରାଯାଇଛି । ସୁନିଲ ଛେତ୍ରୀ ହେଉଛନ୍ତି ପ୍ରଥମ ଭାରତୀୟ ଫୁଟବଲର ଯାହାଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିସ କରାଯାଇଛି ।

ଏମାନଙ୍କ ବ୍ୟତୀତ ୨୦୨୦ ଟୋକିଓ ପାରା ଅଲମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ଅବନୀ ଲେଖରା, ବ୍ୟାଡମିଣ୍ଟନରେ ଗୋଲ୍ଡ ମେଡାଲ ଜିତିଥିବା ଓଡିଆ ଷ୍ଟାର ଖେଳାଳି ପ୍ରମୋଦ ଭଗତ, ପାରା ଅଲମ୍ପିକ୍ସରେ ଜାଭେଲିନରେ ସ୍ବର୍ଣ୍ଣ ପଦକ ବିଜେତା ସୁମିତ୍ ଆଣ୍ଟିଲ, ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଥିବା କୃଷ୍ଣ ନାଗର ଏବଂ ୫୦ ମିଟର ପିସ୍ତଲରେ ଗୋଲ୍ଡ ମେଡାଲ ଜିତିଥିବା ମନୀଷ ନରଓ୍ବାଲଙ୍କ ନାମ ମଧ୍ୟ ଏହି ସମ୍ମାନ ଜନକ ପୁରସ୍କାର ପାଇଁ ସୁପାରିସ କରିଛି ଜାତୀୟ କ୍ରୀଡା କମିଟି । ଏହି ୧୧ ଜଣ କ୍ରୀଡାବିତଙ୍କ ବ୍ୟତୀତ ୩୫ ଜଣ କ୍ରୀଡାବିତଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି ।

ପୂର୍ବରୁ ଏହି ଖେଳରତ୍ନ ରାଜୀବ ଗାନ୍ଧୀଙ୍କ ନାମରେ ଥିଲା । କିନ୍ତୁ ଚଳିତ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଜବରଦସ୍ତ ପ୍ରଦର୍ଶନ ଫଳରେ ଏହି ସମ୍ମାନ ଜନକ ପୁରସ୍କାରର ନାମ ରାଜୀବ ଗାନ୍ଧୀ ଖେଳରତ୍ନ ପରିବର୍ତ୍ତେ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମକରଣ କରାଯାଇଥିଲା ।

ଖସିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ ରହିଛି ଦାମ୍…

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସୁନା ଦର ଖସିଛି। ୧୦ ଗ୍ରାମ ପିଛା ସୁନା ଦର ୪୭ ହଜାର ଟଙ୍କାକୁ ଖସିଛି। ସେହିପରି ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଥିବା ବେଳେ​ କିଲୋ ପିଛା ୬୪ ହଜାର ଟଙ୍କାରେ ପହଞ୍ଚିଛି। ଆଜି ଭାରତୀୟ ସର୍ଫା ବଜାରରେ ଅକ୍ଟୋବର ୨୭ ତାରିଖରେ ସୁନା ମୂଲ୍ୟ ପାଖାପାଖି ୯ ହଜାର ଟଙ୍କା ଖସିଛି।

 

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଦିଲ୍ଲୀର ସରଫା ବଜାରରେ ବୁଧବାର ଦିନ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୨୪୪ ଟଙ୍କା ହ୍ରାସ ରେକର୍ଡ କରାଯାଇଛି। ଏହି କାରଣରୁ ରାଜଧାନୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନା ମୂଲ୍ୟ ୪୭ ହଜାର ଟଙ୍କାରୁ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬,୭୪୭ ଟଙ୍କାରେ ପହଞ୍ଚିଛି। ସେହିପରି ପାର୍ବଣ ସମୟରେ ସରଫା ବଜାରରେ ସୁନା ରେକର୍ଡ ହାରରୁ ୧୦ ଗ୍ରାମ ପ୍ରତି ୯,୪୫୩ ଟଙ୍କା ଶସ୍ତା ହୋଇଛି। କାରଣ ଅଗଷ୍ଟ, ୨୦୨୦ରେ ୧୦ ଗ୍ରାମ ପ୍ରତି ସୁନା ୫୬,୨୦୦ ଟଙ୍କା ଛୁଇଁଥିଲା।

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଜି ହ୍ରାସ ପାଇଥିବା ବେଳେ  ପଞ୍ଜୀକୃତ ହୋଇଥିଲା ବେଳେ ୧.୭୮୭ ଡଲାର ପ୍ରତି ଆଉନ୍ସ ପହଞ୍ଚିଥିଲା|

ଉଡ଼ନ୍ତା କାର ପରେ ମାର୍କେଟକୁ ଆସିଲା ଉଡ଼ନ୍ତା ବାଇକ୍; ଦାମ୍ ମାତ୍ର ୫ କୋଟି

ନୂଆଦିଲ୍ଲୀ: ଆପଣ ଉଡନ୍ତା କାର କଥା ଶୁଣିଥିବେ । କିନ୍ତୁ ଏବେ ମାର୍କେଟକୁ ଆସିଲାଣି ଉଡନ୍ତା ବାଇକ୍ । ମଣିଷ ବର୍ତ୍ତମାନ ଫ୍ଲାଇଙ୍ଗ୍ କାରଠାରୁ ଫ୍ଲାଇଙ୍ଗ୍ ବାଇକ୍ ପର୍ଯ୍ୟନ୍ତ ଅଗ୍ରଗତି କରିଛି ।  ଜାପାନର ଏକ ଷ୍ଟାର୍ଟଅଫ କମ୍ପାନୀ ଏହି ଉଡନ୍ତା ବାଇକକୁ ମାର୍କେଟକୁ ଆଣିଛି । ଟୋକିଓ ଭିତ୍ତିକ ଡ୍ରାନ ଷ୍ଟାର୍ଟଅପ୍ ALI ଟେକ୍ନୋଲୋଜି ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହି ଉଡନ୍ତା ବାଇକର ବୁକଂ ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ଏହି ଉଡନ୍ତା ବାଇକର ନାମ XTURISMO ଲିମିଟେଡ ସଂସ୍କରଣ ଦିଆଯାଇଛି । ଏହି ବାଇକର ଲମ୍ବ ୩.୭ ମିଟର, ମୋଟେଇ ୨.୪ ମିଟର ଏବଂ ଉଚ୍ଚତା ୧.୫ ମିଟର । ଏହି ବାଇକ ବର୍ତ୍ତମାନ କେବଳ ଗୋଟିଏ ସିଟ୍ ଏବଂ ଏହାର ଓଜନ ୩୦୦ କିଲୋଗ୍ରାମ ରହିଛି । ଏହି ବାଇକକୁ ୪୦ ମିନିଟ ପାଇଁ ଉଡାଯାଇପାରିବ ବୋଲି କମ୍ପାନୀ ଦାବି କରିଛି । ଏହି ବାଇକ ପ୍ରତି ଘଣ୍ଟାରେ ୧୦୦ କିଲୋମିଟର ବେଗରେ ଯାଇ ପାରିବ । ଏହି ବାଇକର ମୂଲ୍ୟ ୭୭.୭ ମିଲିୟନ ୟେନ ଅର୍ଥାତ ୫.୦୯ କୋଟି ରହିଛି ।

ALI ଟେକ୍ନୋଲୋଜି ୨୬ ଅକ୍ଟୋବରରୁ XTURISMO ଲିମିଟେଡ ସଂସ୍କରଣର ବୁକଂ ଆରମ୍ଭ କରିଛି । କମ୍ପାନୀ କେବଳ ୨୦୦ ୟୁନିଟ ଫ୍ଲାଇଙ୍ଗ ବାଇକ୍ ଉତ୍ପାଦନ କରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ALIର ଏହି ଷ୍ଟାର୍ଟଅଫକୁ ମିତ୍ତୁସାଇବି ଇଲେକ୍ଟ୍ରିକ୍ ଏବଂ କାଇକେରା ଏହି ଷ୍ଟାର୍ଟଅଫକୁ ସମର୍ଥନ କରିଛନ୍ତି ।  ଏହି ବାଇକ ମାଇଣ୍ଟ ଫୁଜି ନିକଟରେ ପ୍ରଦଶର୍ନ କରାଯାଇଥିଲା । ଏହି ବାଇକ ବିଷୟରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାଏସୁକେ କାଟାନୋ କହିଛନ୍ତି ଯେ ନିକଟ ଭବିଷ୍ୟତରେଏହାର ବ୍ୟବହାର ଏଭଳି ସାଇଟରେ ସୀମିତ ରହିବ । ଜାପାନର ପ୍ୟାକ୍ ହୋଇଥିବା ରାସ୍ତାରେ ଏହା ଉଡିବାକୁ ଦିଆଯିବ ନାହିଁ । ଉଦ୍ଧାରକାରୀ ଦଳ ଏହି ବାଇକକୁ କଠିନ ସ୍ଥାନରେ ପହଞ୍ଚାଇ ପାରିବେ ।

ତାଜମହଲ, କିଛି ଜଣା କିଛି ଅଜଣା

ଆଗ୍ରା: ତାଜମହଲ । ବିଶ୍ବର ଆଶ୍ଚର୍ଯ୍ୟ କିର୍ତ୍ତି ମଧ୍ୟରୁ ଅନ୍ୟତମ । ତାଜର ଗୋଟିଏ ଝଲକ ପାଇବାକୁ ଓ ସମ୍ମୁଖରେ ଛିଡ଼ା ହୋଇ ଫଟୋଟିଏ ଉଠାଇବାକୁ ଦେଶ ବିଦେଶରୁ ଧାଇଁ ଆସିଥାନ୍ତି ଲକ୍ଷ ଲକ୍ଷ ପର୍ଯ୍ୟଟକ । ଧଳା ପଥରରେ ନିର୍ମୀତ ତାଜମହଲର ଅପରୂପ ସୌନ୍ଦର୍ଯ୍ୟ ବିଭୋର କରି ଦିଏ ଦେଖଣାହାରୀଙ୍କ ମନ । ତାଜକୁ କିଏ କହେ ପ୍ରେମର ପ୍ରତୀକ ତ କିଏ କହେ ମହିଳାଙ୍କ ହୃଦୟର ରାଣୀ । ନାରୀଙ୍କ ସହ ଜୋଡ଼ି ତାଜମହଲକୁ ନେଇ ଏମିତି ବହୁତ କଥା କୁହାଯାଇଥାଏ । ଯମୁନା ନଦୀ କୂଳରେ ଥିବା ତାଜମହଲକୁ ନେଇ ଆପଣ ବହୁତ କିଛି ଜାଣିଥିବେ । ତାଜମହଲକୁ ନେଇ ଆଜି ଏଠାରେ ଆମେ ଏମିତି କିଛି କହିବାକୁ ଚାହୁଁଛୁ ହୁଏତ ଆପଣ ଜାଣିନଥିବେ ।

ପ୍ରେମର ପ୍ରତୀକ ତାଜ

ତାଜମହଲକୁ କୁହାଯାଏ ପ୍ରେମର ପ୍ରତୀକ । ମହିଳାଙ୍କ ହୃଦୟର ରାଣୀ । ଆଉ କିଏ କହେ ବିଶ୍ବର ସବୁଠାରୁ ସୁନ୍ଦର ମହଲ । ମୋଗଲ ବାଦଶାହା ଶାହାଜାହାନ ପତ୍ନୀ ମୁମତାଜଙ୍କ ସ୍ମୃତିରେ ବନାଇଛନ୍ତି ତାଜମହଲ । ୧୬୩୧ରେ ୧୪ତମ ପିଲାକୁ ଜନ୍ମ ଦେବା ବେଳେ ମୁମତାଜଙ୍କ ମୃତ୍ୟୁ ଘଟିଥିଲା । ମୁମତାଜଙ୍କ ସ୍ମୃତିରେ ୧୬୩୨ରେ ଶାହାଜାହାନ ଏହାର ନିର୍ମାଣ ଆରମ୍ଭ କରିଥିଲେ ।

ନଷ୍ଟ ହୁଏନି ତାଜମହଲ

ଶହ ଶହ ବର୍ଷ ହେଲା ଛିଡ଼ା ହୋଇ ପୀଡ଼ି ପରେ ପୀଡ଼ି ଲୋକଙ୍କ ହୃଦୟରେ ରାଜ୍ କରୁଥିବା ତାଜମହଲର କେବେ କିଛି କ୍ଷତି ହୋଇନଥାଏ । ଏମିତି କାହିଁକି ହୋଇଥାଏ ତାହା ଏପର୍ଯ୍ୟନ୍ତ ରହସ୍ୟରେ ରହିଛି । ନିର୍ମାଣ ଶୈଳୀ ନା ଅନ୍ୟ କିଛି କାରଣ ତାହା ସ୍ପଷ୍ଟ ନଥିଲେ ବି କେହି କେହି କୁହନ୍ତି, ଯମୁନା ନଦୀ କୂଳରେ ଯଦି ତାଜ ନଥାନ୍ତା ତେବେ କେବେଠାରୁ ନଷ୍ଟ ହୋଇ ସାରନ୍ତାନି । ଏମିତି ମତ ରଖୁଥିବା ଲୋକ କୁହନ୍ତି ଯେହେତୁ ତାଜମହଲର ମୂଳଦୁଆ କାଠରେ ତିଆରି, ଏତେଦିନ ଏହା ସୁରକ୍ଷିତ ରହିବା ଅସମ୍ଭବ । ଏହା କେବଳ ସମ୍ଭବ ହୋଇ ପାରିଛି ଯମୁନା ନଦୀ ପାଇଁ । ନଦୀ ପାଣିର ଆଦ୍ରତା କାଠକୁ ଅଧିକ ମଜଭୁତ କରିଥାଏ ।

ବିକ୍ରି ହୋଇ ଯାଇଥିଲା ତାଜମହଲ

ଜାଣିଛନ୍ତି କି ତାଜମହଲ ବିକ୍ରି ହୋଇ ଯାଇଥିଲା । ଏବେ ଭାବୁଥିବେ ବିଶ୍ବ ଧରୋହରକୁ କାହିଁକି ଭାରତ ସରକାର ବିକ୍ରି କରିଦେଲେ । ନାଇଁ ନାଇଁ ଭାରତ ସରକାର ନୁହେଁ, ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଠକ ନଟବରଲାଲର ଏହା କରାମତି । ଥରେ ନୁହେଁ କି ଦୁଇ ଥର ନୁହେଁ, ୩ ଥର ତାଜମହଲକୁ ବିକ୍ରି କରି ଦେଇଥିଲା ବିହାର ବାସିନ୍ଦା ନଟବରଲାଲ ଓରଫ ମିଥିଲେଶ କୁମାର । ଏ ମହାଶୟ କେବଳ ତାଜମହଲ ନୁହେଁ ଲାଲକିଲ୍ଲା ଓ ରାଷ୍ଟ୍ରପତି ଭବନକୁ ବି ବିକ୍ରି କରି ଦେଇଥିଲେ । ପେଶାରେ ଓକିଲ ନଟବରଲାଲ ପ୍ରଥମ ଚୋରି ବ୍ୟାଙ୍କରେ କରିଥିଲେ । ପଡୋଶୀଙ୍କ ଦସ୍ତଖତକୁ ଜାଲିଆତି କରି ତାଙ୍କ ବ୍ୟାଙ୍କ ଖାତାରୁ ୧୦୦୦ ଟଙ୍କା ଉଠାଇ ନେଇଥିଲେ ।

ଏକାଧିକ ବାସ୍ତୁକଳାର ମିଶ୍ରଣ

ଏକାଧିକ ବାସ୍ତୁକଳାର ମିଶ୍ରଣ ତାଜମହଲକୁ କରିଛି ସୁନ୍ଦର ଓ ମନୋରମ । ଭାରତୀୟ, ଇସଲାମ ଓ ଫାର୍ସୀ ବାସ୍ତୁକଳା ମିଶ୍ରଣର ଏକ ସୁନ୍ଦର ସୃଷ୍ଟି ହେଉଛି ତାଜ । ଓସ୍ତାଦ ଅହମଦ ଲାହୋରୀ ଏହାର ବାସ୍ତୁକାର । ସେ ଫାର୍ସୀ ଥିଲେ । ସେ ସମୟରେ ତାଜମହଲ ନିର୍ମାଣ ପାଇଁ ୩୨ ମିଲିୟନ ଟଙ୍କା ଖର୍ଚ୍ଚ ହୋଇଥିଲା । ବର୍ତ୍ତମାନ ଏହାର ମୂଏ୍ୟ ୫୨. ୮ ବିଲିୟନ ଟଙ୍କା ହେବ । ଏହାକୁ ନିର୍ମାଣ ପାଇଁ ମକରାନା, ରାଜସ୍ଥାନ, ପଞ୍ଜାବ ଓ ଚୀନରୁ ଧଳା ପଥର ଅଣାଯାଇଥିଲା । ଏହାସହ ତିବ୍ଦତର ଫଇରୋଜା, ଆଫଗାନୀସ୍ଥାନର ଲିପିସ ଲାଜୁଲୀ, ଶ୍ରୀଲଙ୍କାର ନୀଲମ ଓ ଆରବର କାରେଲିୟନ ପଥର ଏଥିରେ ବ୍ୟବହୃତ ହୋଇଛି । ଏଥିରେ ୨୮ ପ୍ରକାରର ବହୁମୂଲ୍ୟ ଶଙ୍ଖ ମଲମଲ ପଥର ଲାଗିଛି ।

୨୦ ହଜାର ଶ୍ରମିକଙ୍କ ଫଳ

ତାଜକୁ ନିର୍ମାଣ କରିବାକୁ ୨୦ ହଜାର ଶ୍ରମିକ ଲାଗିଥିଲେ । ଭାରତ, ପ୍ୟାରିସ, ତୁର୍କୀ ସାମ୍ରାଜ୍ୟ ଓ ୟୁରୋପର ଶ୍ରମିକ ନିୟୋଜିତ ହୋଇଥିଲେ । ଜିନିଷ ନବାଆଣିବା ପାଇଁ ୧୦୦୦ ହାତୀ ମଧ୍ୟ କାମରେ ଲାଗିଥିଲେ ।

ରଙ୍ଗ ବଦଳାଇଥାଲ ତାଜମହଲ

କୁହାଯାଏ ଦିନ ବଢ଼ିବା ସହ ତାଜମହଲର ରଙ୍ଗ ବି ବଦଳି ଥାଏ । ପ୍ରଥମେ ଧୂସର ଓ ପରେ ହଳଦିଆ ଦିଶେ । ଏହାପରେ ଏହା ଧଳା ଦିଶିଥାଏ । ଏପରିବି କଥା ରହିଛି, ମୁମତାଜଙ୍କ ଭାବନା ଅନୁସାରେ ତାଜର ରଙ୍ଗ ବଦଳିଥାଏ ।

ଶ୍ରମିକଙ୍କ ରକ୍ତର ପ୍ରତୀକ

୪୨ ଏକର ଜମିରେ ଛିଡ଼ା ହୋଇଛି ବିଶ୍ବର ଏହି ଅଦ୍ବିତୀୟ ଆଶ୍ଚର୍ଯ୍ୟ । ମୁଖ୍ୟ ଗମ୍ବୁଜରର ଉଚ୍ଚତା ୨୪୦ ଫୁଟ ହୋଇଥିବା ବେଳେ ଚାରମିନାରର ଉଚ୍ଚତା ୧୩୦ ଫୁଟ । ୨୦ ମହଲା ଉଚ୍ଚ କୋଠା ସହ ଏହାର ଉଚ୍ଚତା ସମାନ । କୁହାଯାଏ, ଏମିତି ବାସ୍ତୁକଳା ଭବିଷ୍ୟତରେ ଯେମିତି ଆଉ ନହେବ ସେଥିପାଇଁ ଶାହାଜାହାନ ସବୁ ଶ୍ରମିକଙ୍କ ହାତ କାଟି ଦେଇଥିଲେ । ଏହାର ଚାରିପାଖେ ଆଲ୍ଲାଙ୍କ ୯୯ଟି ନାଁ ଲେଖା ହୋଇଛି ।

କଳା ତାଜମହଲ

ଶାହାଜାହାନ ମୁମତାଜଙ୍କ ପାଇଁ ଧଳା ରଙ୍ଗର ତାଜମହଲ ନିର୍ମାଣ କରିଥିବା ବେଳେ ନିଜ ପାଇଁ ଏକ କଳାରଙ୍ଗର ଏମିତି ମୁକବରା ନିର୍ମାଣ କରିବାକୁ ଚାହିଁଥିଲେ । ହେଲେ ତାଙ୍କର ଏହି ଇଚ୍ଛା ପୂରଣ ହୋଇ ପାରି ନଥିଲା । ତାଙ୍କ ମୃତ୍ୟୁ ପରେ ମୁମତାଜ ମହଲରେ ତାଙ୍କୁ କବର ଦିଆଯାଇଥିଲା ।

ମୂଲ୍ୟବାନ ପଥର ଗାଏବ

ତାଜମହଲରୁ ବହୁ ମୂଲ୍ୟବାନ ପଥର ଗାଏବ ହୋଇ ଯାଇଛି । କୁହାଯାଏ ୧୮୫୭ ବିଦ୍ରୋହ ସମୟରେ ଇଂରେଜମାନେ ଏଥିରେ ଲାଗିଥିବା ବହୁ ମୂଲ୍ୟବାନ ପଥର କାଢ଼ି ନେଇଥିଲେ ।

ବାହାରକୁ ଢଳି ରହିଛି

୧୩୦ ଫୁଟ ଉଚ୍ଚା ୪ଟି ସ୍ତମ୍ଭ ତାଜମହଲର ମୁଖ୍ୟ ଗମ୍ବୁଜକୁ ଘେରି ରହିଛି । ଏହା ଜମିରୁ ୯୦ ଡିଗ୍ରୀ ଛିଡ଼ା ନହୋଇ ବାହାରକୁ ଢଳି ରହିଛନ୍ତି ।  ଏପରି ନିର୍ମାଣ କରାଯିବାର କାରଣ ହେଉଛି ଯଦି ଭୂମିକମ୍ପ ହୁଏ ଏହା ଯେମିତି ଦୂରରେ ପଡ଼ିବ ।

ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ବସିବ ସର୍ବଦଳୀୟ ବୈଠକ । ଆସନ୍ତା ୬ ତାରିଖରେ ସର୍ବଦଳୀୟ ବୈଠକ ବସିବା ନେଇ ସମସ୍ତ ରାଜନୈତିକ ଦଳ ଗୁଡ଼ିକୁ ଚିଠି ମାଧ୍ୟମରେ ଜଣାଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ । ବର୍ତ୍ତମାନ ଜିଲ୍ଲା ପରିଷଦ ଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମାନୁସାରେ ୫ ବର୍ଷର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ ।

ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ସର୍ବଦଳୀୟ ବୈଠକରେ ରାଜନୈତିକ ଦଳମାନଙ୍କର ସଭାପତି/ସମ୍ପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ଯୋଗ ଦେଇପାରିବେ । କରୋନା କଟକଣା କାରଣରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ୨ ଜଣ ପ୍ରତିନିଧି ବୈଠକରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ନିର୍ବାଚନ ଆୟୋଗ ।

ପୁଣି ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଆଜି ମଧ୍ୟ ଜାମିନ ମିଳିପାରିଲା ନାହିଁ। ଆର୍ଯ୍ୟନଙ୍କ ଜାମିନ ଶୁଣାଣିକୁ ବମ୍ବେ ହାଇକୋର୍ଟ ଆସନ୍ତାକାଲି ଯାଏଁ ଘୁଞ୍ଚାଇଛନ୍ତି। ଫଳରେ ଆଜି ବି ଆର୍ଯ୍ୟନ ଜେଲରେ ରହିବେ।

ମଙ୍ଗଳବାର ଦିନ ମଧ୍ୟ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ନେଇ ଶୁଣାଣି ହୋଇଥିଲା। ତାଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ଆର୍ଯ୍ୟନ ଖାନଙ୍କ ନିକଟରୁ କୗେଣସି ଡ୍ରଗ୍ସ ଉଦ୍ଧାର କରାଯାଇ ନାହିଁ। ପ୍ରଦିପ ଗାବା ଆର୍ଯ୍ୟନଙ୍କୁ ଅତିଥି ଭାବେ କ୍ରୁଜକୁ ଡାକିଥିଲେ।

ଆର୍ଯ୍ୟନ୍ ଖାନ ଗତ ୨୦ ଦିନ ହେବ ଆର୍ଥର ରୋଡ୍ ଜେଲରେ ରହି ଆସୁଛନ୍ତି। ସେସନ୍ କୋର୍ଟ ଦୁଇ ଥର ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏନସିବି ଗତ ଅକ୍ଟୋବର ୨ ତାରିଖରେ ଆର୍ଯ୍ୟନଙ୍କୁ କ୍ରୁଜ୍ ସିପରେ ଆୟୋଜିତ ରେଭ୍ ପାର୍ଟିରେ ଧରିଥିଲା। ବମ୍ବେ ହାଇକୋର୍ଟ ଦିପାବଳୀ ବେକ୍ର ପୂର୍ବରୁ ଆର୍ଯ୍ୟନଙ୍କୁ ଜାମିନ ନମିଳିଲେ ଏହି ଷ୍ଟାର କିଡଙ୍କୁ ନଭେମ୍ବର ୧୫ ତାରିଖ ଯାଏଁ ଜେଲରେ ରହିବାକୁ ପଡିବ। କାରଣ ଦିପାବଳୀ ଛୁଟି ନଭେମ୍ବର ୧ ତାରିଖ ଠାରୁ ୬ ତାରିଖ ଯାଏଁ ହୋଇଥିବା ବେଳେ ୧୨ ଯାଏଁ କୋର୍ଟ ବନ୍ଦ ରହିବ। ୧୩ ଓ ୧୪ ତାରିଖ ଶନିବାର ଏବଂ ରବିବାର ପାଇଁ ଛୁଟି।

ବିଜେଡିରେ ମିଶିଲେ ଶହେରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ

କାଲିମେଳା: ନବୀନଙ୍କ ଉପରେ ବଢୁଛି ଜନତାଙ୍କ ବିଶ୍ୱାସ । ବିଭିନ୍ନ ଜନହିତକର ଯୋଜନା ଓ ସ୍ୱଚ୍ଛ ଶାସନ ପାଇଁ ବିଜେଡି ମୁହାଁ ହେଉଛନ୍ତି ଅନ୍ୟଦଳର ନେତା ଓ କର୍ମୀ । ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମପିଭି-୮୧ରେ ଆୟୋଜିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ୧୦୦ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

BJP And Congress Workers Of Chitrakonda Joins BJD

ଏହି ମିଶ୍ରଣ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ସ୍ୱତନ୍ତ୍ର ବିକାଶ ପରିଷଦ ଅଦକ୍ଷ ମାନସ ମାଡକାମୀ, ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାଭିମାନ ଅଞ୍ଚଳର ବିକାଶ ଧାରା ଜାରି ରହିଥିବାରୁ ଆଗକୁ ଆହୁରି ଶତାଧିକ କର୍ମୀ ଯୋଗ ଦେବେ ବୋଲି ଆଶା କରାଯାଉଛି ।