spot_img
Home Blog Page 5019

ଧିରେ ଧିରେ ଶୀତ ବଢ଼ିବା ସହ ସକାଳୁ ସକାଳୁ ବଢ଼ୁଛି ଘନ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ବଢୁଛି ଶୀତ। ସକାଳୁ ସକାଳୁ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ହାଲୁକା ଶୀତ ବଢିଥିବାରୁ ସକାଳୁ ଲୋକେ ମର୍ଣ୍ଣିଂ ୱାକ୍ କରୁଛନ୍ତି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଧିରେ ଧିରେ ପାରଦ ଖସୁଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ୪ ଦିନ  ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ।

ଦକ୍ଷିଣ-ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ଖସୁଥିବା ବେଳେ, ଅବଶିଷ୍ଟ ଓଡ଼ିଶାରେ ଦିନ ତାପମାତ୍ରା ସ୍ଥିର ରହିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଦେଇଛି। ଆଜି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳ ପାଗ ଆଂଶିକ ମେଘୁଆ ରହିବ। ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୁଇମିଂ ଚାମ୍ପିଅନସିପରେ ୭ ପଦକ ଜିତିଲେ ଆର୍ ମାଧବନଙ୍କ ପୁଅ ବେଦାନ୍ତ

ମୁମ୍ବାଇ: ବହୁମୁଖି ପ୍ରତିଭାର ଅଧିକାରୀ ଆର୍ ମାଧବନଙ୍କ ପୁଅ ବେଦାନ୍ତ ସୁଇମିଂ ଚାମ୍ପିଅନସିପରେ ୭ ପଦକ ଜିତିଛନ୍ତି । ବାଙ୍ଗାଲୋରରେ ଆୟୋଜିତ ଜୁନିଅର ନ୍ୟାସନାଲ୍ ଏକ୍ୱାଟିକ୍ ଚାମ୍ପିଅନସିପରେ ମହାରାଷ୍ଟ୍ର ଲାଗି ୭ ଜଣ ମେଡାଲ୍ ଜିତିଛନ୍ତି । ୧୬ ବର୍ଷୀୟ ବେଦାନ୍ତଙ୍କ ଏହି ଉପଲବ୍ଧି ପାଇଁ ମାଧବନ ବହୁତ ଖୁସି । ବାସବନଗୁଡିର ଏକ୍ୱେଟିକ୍ ସେଣ୍ଟରରେ ଆୟୋଜିତ ସୁଇମିଂ ଚାମ୍ପିଅନସିପରେ ୪ ରୋପ୍ୟ ଓ ୩ କାଂସ୍ୟ ପଦକ ହାସଲ କରିଛନ୍ତି ।

R Madhavan Son Won 7 Medal In Swiming Championship

ମହାରାଷ୍ଟ୍ରକୁ ପ୍ରତିନିଧିତ୍ୱ କରିଥିଲେ ବେଦାନ୍ତ। ୮୦୦ ମି. ଫ୍ରିଷ୍ଟାଇଲ୍ ସୁଇମିଂ, ୧୫୦୦ ଫ୍ରିଷ୍ଟାଇଲ୍ ସୁଇମିଂ, ୪×୧୦୦ ଫ୍ରିଷ୍ଟାଇଲ୍ ରିଲେ, ୪×୨୦୦ ଫ୍ରିଷ୍ଟାଇଲ୍ ରିଲେ ରୌପ୍ୟ ପଦକ ଜିତିଛନ୍ତି । ଏଥିସହ ୧୦୦ ମିଟର ଫ୍ରି ଷ୍ଟାଇଲ, ୨୦୦ ମିଟର ଫ୍ରି ଷ୍ଟାଇଲ ଓ ୪୦୦ ମିଟର ଫ୍ରି ଷ୍ଟାଇଲରେ ବ୍ରୋଞ୍ଜ ପଦକ ପାଇଛନ୍ତି । କମ୍ ବୟସରେ ଏତେ ସଫଳତା ପାଇଁ ବେଦାନ୍ତଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।

ମାତିଛି ପାଗଳ କୁକୁର, ୧୫ ଜଣଙ୍କୁ କାମୁଡ଼ିଲାଣି

ଦେବଗଡ଼: ଗାଁରେ ମାତିଛି ପାଗଳ କୁକୁର । ଯାହାକୁ ଦେଖୁଛି ତାକୁ କାମୁଡୁଛି । କୁକୁର କାମୁଡ଼ାର ଶିକାର ହୋଇଛନ୍ତି ୧୫ରୁ ଅଧିକ ଲୋକ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବଡ଼ଡ଼ଙ୍ଗା ଘାଟ, ଲେଦିଆମ୍ବ ଓ ପେନଡ୍ରାଖୋଳ ଗାଁରେ ଆତଙ୍କ ଖେଳାଇଛି ପାଗଳ କୁକୁର । କୁକୁର କାମୁଡାର ଶିକାର ହୋଇଥିବା ପ୍ରାୟ ୧୫ ଜଣଙ୍କ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

Mad Dog Bites 15 Person In Deogarh

ଚିକତ୍ସିତ ହେଉଥିବା ବ୍ୟକ୍ତିମାନେ ହେଲେ ମଥୁରା ବିଶ୍ୱାଳ, ବସନ୍ତ ବିଶ୍ୱାଳ ଓ ମାଗ୍ରିତ କୁଲୁ, ଡ଼ଙ୍ଗାଘାଟ ଗାଁର ଶାନ୍ତିଲତା ଭଞ୍ଜ, ସମ୍ଭାରୀ ମହାକୁଳ ଓ କୁମୁଦିନୀ ମହାକୁଳ । ସେହିଭଳି ପେନଡ୍ରାଖୋଳ ଗାଁର ମୋଟେ ପୂର୍ତ୍ତି ଓ ସାମ୍ବା ପୂର୍ତ୍ତି ମଧ୍ୟ କୁକୁର କାମୁଡ଼ାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ।

ଟିଭି ଅଭିନେତ୍ରୀ କାମ୍ୟା ଧରିଲେ କଂଗ୍ରେସ ‘ହାତ’

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଆଜି କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ମୁମ୍ବାଇ କଂଗ୍ରେସ ସଭାପତି ଭୋ ଜଗତାପ, କାର୍ଯ୍ୟକାରୀ ସଭାପତି ଚରଣ ସିଂ ସାପ୍ରା ଏବଂ ଯୁବ ନେତା ସୁରଜ ସିଂ ଠାକୁର ଏହି ଅବସରରେ କାମ୍ୟାଙ୍କୁ ସ୍ୱାଗତ କରିଛନ୍ତି। ଏହି ସମୟରେ କାମ୍ୟା ଭାରତୀୟ ଲୁକରେ ନଜର ଆସିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପୂର୍ବରୁ ଏକ ସାକ୍ଷାତକାରରେ କାମ୍ୟା ରାଜନୀତିରେ ପ୍ରବେଶ କରିବା ନେଇ କହିଥିଲେ। ‘ମୁଁ ମୋ ଦେଶ ପାଇଁ କାମ କରିବାକୁ ଚାହୁଁଛି। ମୁଁ ଦେଶର ସେବା କରିବାକୁ ଚାହୁଁଛି। ମୁଁ ଅନ୍ୟ କାର୍ଯ୍ୟ ସହିତ ମହିଳା ସଶକ୍ତିକରଣ ଉପରେ କାମ କରିବାକୁ ଚାହୁଁଛି | ଘରୋଇ ହିଂସାର ଶିକାର ହୋଇଥିବା ମହିଳାମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଚାହୁଁଛି | ମୁଁ ମଧ୍ୟ କିଛି ବର୍ଷ ପୂର୍ବେ ଏହାର ଶିକାର ହୋଇଥିଲି | ରାଜନୀତିରେ ଯୋଗଦେବା ପଛରେ ମୋର ଏକ ବଡ଼ ଉଦ୍ଦେଶ୍ୟ ଅଛି |

ଚୀନ ଓ ପାକିସ୍ତାନ ଛାନିଆ, ୫ ହଜାର କିଲୋମିଟର ଲକ୍ଷ୍ୟଭେଦ କରି ପାରୁଥିବା ଅଗ୍ନି-୫ର ସଫଳ ପରୀକ୍ଷଣ

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି । ଅବ୍ଦୁଲ କଲାମ ଦ୍ୱୀପରୁ ଅଗ୍ନି ଫାଇବ୍ ମିସାଇଲରେ ସଫଳ ପରୀକ୍ଷଣ ହୋଇଛି । ପୃଥିବୀ ପୃଷ୍ଠରୁ ପୃଥିବୀ ପୃଷ୍ଠକୁ ଟାର୍ଗେଟ୍ କରି ପାରୁଥିବା ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲ୍ । ଏହି ମିସାଇଲ୍ ବାୟୁ ମଣ୍ଡଳର ବାହାରକୁ ଯାଇ ଟାର୍ଗେଟ କରି ପାରିବ ।

ଏଥିରେ ଥ୍ରୀ ଷ୍ଟେଜ ସଲିଡ ଫୁଏଲ୍ଡ ଇଞ୍ଜିନ୍ ବ୍ୟବହାର କରାଯାଇଛି । କୁହାଯାଉଛି ଅଗ୍ନି-୫ର ସଫଳ ପରୀକ୍ଷଣ ସହ ସେନାର ଶକ୍ତି ବୃଦ୍ଧି ପାଇଛି । ଚୀନରୁ ନେଇ ପାକିସ୍ତାନ, ବିଚଳିତ ହୋଇ ପଡ଼ିଛନ୍ତି । ମିସାଇଲର ପ୍ରକୃତ କ୍ଷମତାକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଜୋର୍ ଧରିଛି । ଅଗ୍ନି-୫ର ଓଜନ ୫୦ ହଜାର କିଲୋଗ୍ରାମ ହୋଇଥିବା ବେଳେ ଏହାର ଲମ୍ବ ୧୭.୫ ମିଟର ଅଟେ ।

Surface to Surface Ballistic Missile, Agni-5, successfully launched

ଏହାର ବ୍ୟାସାର୍ଦ୍ଧ ୨ ମିଟର ଅର୍ଥାତ୍ ୬.୭ ଫୁଟ୍ । ଏହା ଉପରେ ୧୫୦୦ କିଲୋଗ୍ରାମ୍ ଓଜନର ପରମାଣୁ ଅସ୍ତ୍ର ଲଗା ଯାଇ ପାରିବ । ଏହାର ଗତି ଶବ୍ଦର ବେଗ ଠାରୁ ୨୪ ଗୁଣା ଅଧିକ । ଅର୍ଥାତ୍ ଏହା ଗୋଟିଏ ସେକେଣ୍ଡରେ ୮.୧୬ କିଲୋମିଟର ଅତିକ୍ରମ କରିପାରିବ । ଏହି ମିସାଇଲ୍ ଗୋଟିଏ ଥରରେ ଅନେକ ଟାର୍ଗେଟକୁ ଧ୍ୱଂସ କରି ପାରିବ । ଏପରିକି ଏହି ମିସାଇଲ୍ ଏସିଆ, ୟୁରୋପ, ଆଫ୍ରିକାର କିଛି ଅଞ୍ଚଳକୁ ଟାର୍ଗେଟ୍ କରିପାରିବ ବୋଲି କୁହାଯାଉଛି ।

ପୁଣି ସିଦ୍ଧୁ-କ୍ୟାପଟେନ ଭିଡ଼ାଭିଡ଼ି

ଚଣ୍ଡିଗଡ଼: ପଞ୍ଜାବରେ ସିଦ୍ଧୁ ଓ କ୍ୟାପଟେନଙ୍କ ଲଢ଼େଇ ଥମିବା ବଦଳରେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । କ୍ୟାପଟେନ ଅମରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଲେ । କଂଗ୍ରେସ ଦଳ ବି ଛାଡ଼ି ଦେଲେ । ତଥାପି ଦୁଇ ନେତାଙ୍କ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି । ଆଜି ପୂରା ଦିନ ଦୁଇ ନେତା ମୁହାଁମୁହିଁ ସ୍ଥିତିରେ । ନବଜ୍ୟୋତି ସିଂ ସିଦ୍ଧୁଙ୍କ ଟ୍ବିଟରୁ ଆରମ୍ଭ ହୋଇଥିବା ଆକ୍ରମଣ-ପ୍ରତି ଆକ୍ରମଣ ବ୍ୟକ୍ତିଗତ ସ୍ତରକୁ ବି ପଳାଇଛି ।

ସିଦ୍ଧୁ ଟ୍ବିଟ କରି ଅମରେନ୍ଦ୍ର ବିଜେପିର ବିଶ୍ବାସଯୋଗ୍ୟ ଲୋକ ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ପିଏମ ଥିବା ବେଳେ ସେ ପଞ୍ଜାବକୁ ବିକ୍ରି କରିଦେଲେ । ପଞ୍ଜାବ ବିକାଶରେ ସେ ପ୍ରତିବନ୍ଧକ ଥିଲେ ।’

ସିଦ୍ଧୁଙ୍କ ଅଭିଯୋଗକୁ ନେଇ ଅମରେନ୍ଦ୍ର ପୂରା ଆକ୍ସନ ମୁଡ଼ରେ । ଏପରିକି ସିଦ୍ଧୁଙ୍କୁ ମସ୍ତିଷ୍କ ନଥିବା ମଣିଷ (ବିବେକହୀନ) ବୋଲି କହିବାକୁ ପଛାଇ ନାହାନ୍ତି । ଖାଲି ସିଦ୍ଧୁଙ୍କୁ ଟାର୍ଗେଟ କରିନାହାନ୍ତି, ଆଗକୁ କ’ଣ କରିବେ ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ତାଙ୍କ ବୟାନରୁ ଅନୁମାନ କରାଯାଉଛି ପଞ୍ଜାବ ନିର୍ବାଚନ ପୂର୍ବରୁ କ୍ୟାପଟେନ ବିଜେପିରେ ସାମିଲ ହୋଇପାରନ୍ତି । ତାଙ୍କ ଦଳ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରିବା ନେଇ ମଧ୍ୟ କିଛି ରାଜନୈତିକ ବିଶେଷଜ୍ଞ ଅନୁମାନ ଲଗାଇଛନ୍ତି ।

ଏପଟେ କ୍ୟାପଟେନଙ୍କ ଟାର୍ଗେଟ ପରେ ପୁଣି ଥରେ ସିଦ୍ଧୁ ପ୍ରତି ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ‘କ୍ୟାପଟେନଙ୍କୁ ପଞ୍ଜାବ ଇତିହାସର ଜୟଚନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଲୋକେ ମନେ ପକାଇବେ । ଦାବି କରି କହୁଛି ପିଏମ ଭାବେ ଯଦି କେହି ସବୁଠାରୁ ଖରାପ ଶାସନ କରିଛନ୍ତି, ସେ ହେଉଛନ୍ତି କ୍ୟାପଟେନ ଅମରେନ୍ଦ୍ର ସିଂ । ହେଲେ ଏହା ତାଙ୍କ ପାଇଁ କିଛି ମାନେ ରଖେନି ।’

ମହଙ୍ଗା ପଡିଲା ଚୀନକୁ ବିରୋଧ; ୨୫.୫୨ ଲକ୍ଷ କୋଟି ଟଙ୍କା ହରାଇଲା ଅଲିବାବା

ନୂଆଦିଲ୍ଲୀ: ବିଶ୍ୱର ବୃହତମ କମ୍ପାନୀ ଆଲିବାବା ହରାଇଲା ୩୪୪ ବିଲିୟନ ଡଲାର । ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ୫୨ ହଜାର କୋଟି ଟଙ୍କା। ବିଶ୍ୱରେ ଏହି ଧରଣର କ୍ଷତି ସହିବାରେ ଆଲିବାବା ପ୍ରଥମ କମ୍ପାନୀ ହୋଇଛି । ଅଲିବାବା ଗ୍ରୁପର ପ୍ରତିଷ୍ଠାତା ଜାକମାଙ୍କୁ ନେଇ ସନ୍ଦେହ ଜାରି ରହିଥିବାବେଳେ ଗତ ବର୍ଷଠାରୁ ତାଙ୍କ କମ୍ପାନୀ ଉପରେ ଚୀନ ସରକାର କଟକଣା ଜାରି କରିଆସିଛନ୍ତି।

ସାରା ବିଶ୍ୱରେ ଅଲିବାବାର ଷ୍ଟକରେ ଘାଟା ଆସିଥିବାରୁ ଏହି କ୍ଷତି ଘଟିଛି। ବ୍ଲୁମବର୍ଗ ପକ୍ଷରୁ କରାଯାଇଥିବା ଆକଳନରେ ଏହି ବିଶାଳ କ୍ଷତି ପରିମାଣ ସାମନାକୁ ଆସିଛି । ଚୀନରେ ଅଲିବାବା ଓ ଆଣ୍ଟ ଗ୍ରୁପ ଉପରେ କଟକଣା ଜାରି କରାଯିବା ସହ ବେଜିଂର ଜାକମା ବିରୋଧୀ ଆଭିମୁଖ୍ୟ ଯୋଗୁ ଏହି ବିପୁଳ କ୍ଷତି ଘଟିଛି ।

ଦେଶର ସବୁଠାରୁ ଭାଇବ୍ରାଣ୍ଟ ସେକ୍ଟରରେ ଡ୍ରାଗନର କଟକଣା ଜାରି କରାଯିବା ସହ ଆଣ୍ଟ ଗ୍ରୁପର ଲିଷ୍ଟିଂକୁ ବାତିଲ କରିଥିବାରୁ ଏହି କ୍ଷତି ଘଟିଛି । କଟକଣା ଯୋଗୁ ଆଲିବାବର ସେୟାର ସର୍ବକାଳୀନ ହ୍ରାସ ପାଇଥିଲା । ଚୀନର ତଥାକଥିତ ଜିରୋ କୋଭିଡ ନୀତି ଓ ଆର୍ଥିକ ନୀତିକୁ ସମାଲୋଚନା କରିବାରୁ ବେଜିଂର କୋପ ଦୃଷ୍ଟିରେ ପଡିଛନ୍ତି ଜାକମା।

ସଫାରୀରେ ଖାଇବାକୁ ଦେବା ବେଳେ ଗାଇଡଙ୍କ ହାତକୁ କାମୁଡ଼ି ଦେଲା ଭାଲୁ

ଭୁବନେଶ୍ୱର: ସଫାରୀରେ ଭାଲୁକୁ ଖାଇବା ଦେବା ପଡ଼ିଲା ମହଙ୍ଗା । ଗାଇଡଙ୍କ ହାତକୁ କାମୁଡ଼ି ଦେଲା ଭାଲୁ ।  ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରୀରେ ଏ ଅଘଟଣ ଘଟିଛି । ଆହତ ଗାଇଡ୍ ହେଲେ ଟୁଲୁ ବେହେରା । ସଫାରୀ ବସ ଷ୍ଟାଫ୍ ତାଙ୍କୁ ଉଦ୍ଧାର କରି ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ସନ୍ଧ୍ୟାରେ ପର୍ଯ୍ୟଟକଙ୍କୁ ଧରି ସଫାରୀ ବସ୍ ଭାଲୁ ସଫାରୀକୁ ଯାଇଥିବା ବେଳେ ବସ୍ ମଧ୍ୟରେ ଥାଇ ଟୁଲୁ ଭାଲୁକୁ ଖାଦ୍ୟ ଦେଉଥିଲେଷ । ଏହି ସମୟରେ ଭାଲୁ ହଠାତ ଟୁଲୁଙ୍କୁ ହାତକୁ କାମୁଡ଼ି ଦେଇଥିଲା ।

Bear Attacks Safari Bus In Nandankanan Zoo

ସେପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଆସନ୍ତାକାଲି ସଫାରୀ ସେବା ଯୋଗାଉଥିବା ସଂସ୍ଥାର  କର୍ମକର୍ତ୍ତାଙ୍କୁ ସଫାରୀର ନିୟମାବଳୀ ସମ୍ପର୍କରେ ସଚେତନ କରାଯିବ ବୋଲି କହିଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ । ସେହିପରି ଆହାତ ଗାଇଡଙ୍କ ଭବିଷ୍ୟତରେ ଏଭଳି ନକରିବାକୁ ଅଣ୍ଡରଟେକିଂ ଲେଖାଯିବ ବୋଲି ସେ କହିଛନ୍ତି । ତତସହିତ ଅନ୍ୟ ଗାଇଡ୍ ମାନେ ବୃତ୍ତିଗତ ଶୃଙ୍ଖଳା ରକ୍ଷା କରିବାକୁ ସତର୍କ କରାଯିବ ବୋଲି କହିଛନ୍ତି  ନନ୍ଦନକାନନ ଉପ ନିର୍ଦ୍ଦେଶକ ।

ରୋଷେଇ ଘରେ ପଡ଼ିବ ଚଡ଼କ, ଆସନ୍ତା ସପ୍ତାହରେ ପୁଣି ବଢିବ LPG ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପାଉଥିବା ବେଳେ ରନ୍ଧନ ଗ୍ୟାସ ମଧ୍ୟ ବଢିବାରେ ଲାଗିଛି। ଏଲପିଜି ବିକ୍ରିରେ ହୋଇଥିବା କ୍ଷତି ବୃଦ୍ଧି ପାଇ ସିଲିଣ୍ଡର ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ ଅକ୍ଟୋବର ୬ ତାରିଖରେ ସିଲିଣ୍ଡର ପିଛା ୧୫ ଟଙ୍କାକୁ ବୃଦ୍ଧି ପାଇଛି। ଜୁଲାଇ ପର ଠାରୁ ୧୪.୨ କିଲୋଗ୍ରାମରେ ପ୍ରାୟ ୯୦ ଟଙ୍କା ବୃଦ୍ଧି ପାଇଛି।

Delhi Price Of LPG Domestic GAS Cylinder Hiked By RS 50

ଏଲପିଜିର ବିକ୍ରି ଉପରେ କ୍ଷତି ବୃଦ୍ଧି ପାଇ ସିଲିଣ୍ଡର ପିଛା ୧୦୦ ଟଙ୍କାକୁ ବଢିଛି। ଆନ୍ତର୍ଜାତୀୟ ବଜାରରେ ଗ୍ୟାସର ଦାମ୍ ବଢି ଅନେକ ବର୍ଷର ରେକର୍ଡକୁ ଭାଙ୍ଗିଛି। ସେହିପରି ସାଉଦିରେ ଏଲପିଜିର ଦରରେ ୬୦ ପ୍ରତିଶତ ବୃଦ୍ଧି ସହ ଚଳିତ ମାସରେ ୮୦୦ ଡଲାର ପ୍ରତି ଟନରେ ପହଞ୍ଚିଛି।

Delhi Price Of LPG Domestic GAS Cylinder Hiked By RS 50

ଏଥି ସହିତ ଅନ୍ତର୍ଜାତୀୟ ମାନଦଣ୍ଡ ବ୍ରେଣ୍ଟ ଅଶୋଧିତ ତୖେଳ ବ୍ୟାରେଲ ପିଛା ୮୫.୪୨ ଡଲାରରେ କାରବାର କରୁଛି। ରିପୋର୍ଟ ଅନୁଯାୟୀ, ଅନ୍ୟଏକ ରିପୋର୍ଟ ଅନୁଯାୟୀ ଏଲପିଜି ଏପର୍ଯ୍ୟନ୍ତ ନିୟନ୍ତ୍ରିତ ଦ୍ରବ୍ୟ। ତେଣୁ ବୖେଷୟିକ ଭିତ୍ତିରେ ସରକାର ଖୁଚୁରା ମୂଲ୍ୟକୁ ନିୟନ୍ତ୍ରଣ କରିପାରିବେ। କିନ୍ତୁ ଯଦି ସେମାନେ ଏଭଳି କରିବେ, ତେବେ ତୖେଳ କମ୍ପାନୀଗୁଡିକୁ ଅଣ୍ଡର-ରିକୋଭରି କିମ୍ବା କ୍ଷତିର ଭରଣା କରିବାକୁ ପଡିବ। ସରକାର ଗତ ବର୍ଷ ଏଲପିଜି ଉପରେ ସବସିଡି ହଟାଇ ଦେଇଥିଲେ।

ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ଖୁବଶୀଘ୍ର ହେବ ଜମି ଅଧିଗ୍ରହଣ

ଭୁବନେଶ୍ୱର: କୋଷ୍ଟାଲ ହାଇୱେ ପାଇଁ ବାଟ ପରିଷ୍କାର ହୋଇଛି । ଖୁବଶୀଘ୍ର ପ୍ରକଳ୍ପ କାମ ଆରମ୍ଭ କରିବା ନେଇ ଜାତୀୟ ରାଜପଥ ପ୍ରାଧିକରଣ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଛି । ଭାରତମାଳା  ଯୋଜନାରେ ଖୋର୍ଦ୍ଧା ଟାଙ୍ଗୀ ଠାରୁ ବାଲେଶ୍ୱର ରତନପୁର ପ୍ରକଳ୍ପ କାମ ତୁରନ୍ତ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡ଼ିଛି ଜାତୀୟ ରାଜପଥ ପ୍ରାଧିକରଣ । ଏଥିରେ ରାଜ୍ୟ ସରକାର ସମସ୍ତ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।

Land Accuration For Proposed Coastal Highway To Start Soon

ଖୁବଶୀଘ୍ର ଆରମ୍ଭ ହେବ କାମ । ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ଖୁବଶୀଘ୍ର ହେବ ଜମି ଅଧିଗ୍ରହଣ । ଖୋର୍ଦ୍ଧା ଟାଙ୍ଗୀରୁ ବାଲେଶ୍ୱର ରତନପୁର ୧୭୬ କିଲୋମିଟର ପାଇଁ ଖୁବଶୀଘ୍ର ଜମି ଅଧିଗ୍ରହଣ କରାଯିବ । ୨୦୧୫ରେ ଭାରତମାଳା ଯୋଜନାରେ ଘୋଷଣା ହୋଇଥିବା ଏହି ପ୍ରକଳ୍ପ ଜମି ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ପ୍ରାଧିକରଣ । ଏନେଇ ଉଭୟ ରାଜ୍ୟ ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଅନ୍ୟ ଜିଲ୍ଲାପାଳମାନେ ଖୁବଶୀଘ୍ର ଅଧିକାରୀ ନିଯୁକ୍ତି ନେଇ ଜଣାଇବେ । ଏହାପରେ କାମ ଆରମ୍ଭ କରାଯିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କହିଛନ୍ତି ।

Land Accuration For Proposed Coastal Highway To Start Soon

ଭାରତମାଳା ଯୋଜନା ଅନୁସାରେ ରାମେଶ୍ୱର ଟାଙ୍ଗୀ ଠାରୁ କାମ ଆରମ୍ଭ ହୋଇ କୋଣାର୍କ, ଅସ୍ତରଙ୍ଗ, ନାଉଗାଁ, ପାରାଦ୍ୱୀପ ଦେଇ ବାଲେଶ୍ୱର ରତନପୁରରେ ଶେଷ ହେବ । ବନ୍ୟପ୍ରାଣୀଙ୍କ ସହ ଆର୍ଦ୍ର ଭୂମି ଅଞ୍ଚଳର ସୁରକ୍ଷା ପାଇଁ ପୂର୍ବରୁ ୩ଥର କୋଷ୍ଟାଲ ହାଇୱେ ପ୍ରକଳ୍ପର ନକ୍ସା ପରିବତ୍ତର୍ନ କରାଯାଇଥିଲା । ସେପଟେ ପ୍ରକଳ୍ପ କାମ ବିଳମ୍ବରେ ହେଲେ ମଧ୍ୟ ଆରମ୍ଭ ହେଉଥିବାରୁ ସ୍ୱାଗତ କରିଛି ଶାସକ ଦଳ ।

Land Accuration For Proposed Coastal Highway To Start Soon

କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ୭ ହଜାର ଅଧିକ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଏବେ ଏନେଇ ବାଟ ଫିଟିଥିବା ବେଳେ ଆଗକୁ ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରୀ ଏକ ବଡ଼ ଚ୍ୟାଲେଞ୍ଜ ହେବ । ୨ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖିଛି ଜାତୀୟ ରାଜପଥ ପ୍ରାଧିକରଣ ।