spot_img
Home Blog Page 5021

ଆଖି ବୁଜିଲେ ହିରୋସିମା ଆଣବିକ ଆକ୍ରମଣରୁ ବର୍ତ୍ତିଯାଇଥିବା ସୁନାଓ ସୁବୋଇ

ଟୋକିଓ: ହିରୋସିମା ଆଣବିକ ଆକ୍ରମଣରୁ ବର୍ତ୍ତିଯାଇଥିବା ସୁନାଓ ସୁବୋଇଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୬ବର୍ଷ ହୋଇଥିବା ଜଣାପଡିଛି । ଏହି ଭୟଙ୍କର ବିସ୍ଫୋରଣରୁ ରକ୍ଷା ପାଇଯାଇଥିବା ସୁବୋଇ ଦୀର୍ଘ ଦିନ ଧରି ଆଣବିକ ଅସ୍ତ୍ର ବିରୋଧରେ ସଂଗ୍ରାମ କରି ଆସୁଥିଲେ। ନିରସ୍ତ୍ରୀକରଣ ବାର୍ତ୍ତା ନେଇ ସେ ୨୦୧୬ରେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଭେଟିଥିଲେ ।

ଗତ କିଛିଦନ ଧରି ସେ ରକ୍ତହୀନତା ରୋଗରେ ପଡିଥିଲେ। ଓବାମାଙ୍କ ହିରୋସିମା ଗସ୍ତବେଳେ ସେ ତାଙ୍କ ସହ କରମର୍ଦ୍ଦନ କରି ଚର୍ଚ୍ଚାରେ ଥିଲେ । କଥାବାର୍ତ୍ତା ଅବସରରେ ତାଙ୍କ ସହ ଉପସ୍ଥିତ ଥିଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ବିଶ୍ୱର ପ୍ରଥମ ଆଣବିକ ବୋମା ୧୯୪୫ ଅଗଷ୍ଟ ୬ରେ ହିରୋସିମା ଉପରେ ଆମେରିକା ପକାଇଥିଲା । ଏଥିରେ ୧ ଲକ୍ଷ ୪୦ ହଜାର ଲୋକ ପ୍ରାଣ ହରାଇଥିଲେ ।

ତେବେ ଏହାର ୩ ଦିନ ପରେ ନାଗାସାକିରେ ହୋଇଥିବା ବୋମାମାଡରେ ପ୍ରାଣ ହରାଇଥିଲେ ୭୦ ହଜାର ଲୋକ । ସେତେବେଳେ ସୁବୋଇଙ୍କୁ ହୋଇଥିଲା ୨୦ ବର୍ଷ । ତାଙ୍କର କାନ ନଷ୍ଟ ହୋଇଯାଇଥିବା ବେଳେ ପ୍ରାୟ ୪୦ ଦିନ ପରେ ସେ ସୁସ୍ଥ ହୋଇଥିଲେ।

ଡିଲ୍ ବେଳେ ମାଡ଼ି ବସିଲା STF; ହାତୀ ଦାନ୍ତ ଜବତ, ଜଣେ ଗିରଫ

ଭୁବନେଶ୍ୱର: ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍ । ହାତୀ ଦାନ୍ତ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଗୋଟିଏ ହାତୀ ଦାନ୍ତ ଓ ଶିକାର ପାଇଁ ବ୍ୟବହୃତ ହେଉଥିବା ଜିନିଷ ଜବତ କରିଛି ଟିମ୍ । ଅନୁଗୁଳ ଅନ୍ତୁଲିଆରେ ଲକ୍ଷାଧିକ ଟଙ୍କାରେ ହାତୀଦନ୍ତ ବିକ୍ରି ପାଇଁ ଡିଲ୍ ହେଉଥିବା ଖବର ପାଇଥିଲା ଏସଟିଏଫ୍ । ଅନୁଗୁଳ ବନ ବିଭାଗ ସହାୟତାରେ ଏସଟିଫ୍ ରେଡ୍ କରିଥିଲା ।

ରେଡ୍ ବେଳେ ଠାକୁରଘର ଥାନା ହାଟସିଉନାଳି ଗାଁର ସୁନ୍ଦର ନାୟକକୁ ହାତୀ ଦାନ୍ତ ସହ ଗିରଫ କରାଯାଇଛି । ଗତ ଏକ ବର୍ଷ ଧରି ଏସଟିଏଫର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଏଥିରେ ୧୮ଟି କଲାରାପତରିଆ ବାଘ ନଖ, ୧୦ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି କାତି ଜବତ କରିଛି ଏସଟିଏଫ୍ ।

ଅଧଘଣ୍ଟା ଧରି ଆକାଶରେ ବିମାନ ସହିତ ଉଡିଲା ଏଲିୟନ୍ସ !

ନୂଆଦିଲ୍ଲୀ: ମଝି ଆକାଶରେ ବିରଳ ଦୃଶ୍ୟ । ଏହି ବିରଳ ଦୃଶ୍ୟକୁ କ୍ୟାମେରାରେ କଏଦ କଲେ ପାଇଲଟ । ଆମେରିକୀୟ ପାଇଲଟମାନେ କ୍ୟାମେରାରେ ଆକାଶରୁ ଖସି ଆସୁଥିବା ଏକ ଉଜ୍ଜଳ ବସ୍ତୁକୁ କଏଦ କରିଥିବା ଦାବି କରିଛନ୍ତି । ଏହି ଦୃଶ୍ୟକୁ କଏଦ କରିବା ସମୟରେ ବିମାନଟି ମଝି ଆକାଶରେ ଥିଲା । ତେବେ ଏହି  ଉଜ୍ଜଳ ବସ୍ତୁ ଏଲିୟନ୍ସ UFO ବୋଲି ଦାବି କରାଯାଉଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଏଲିୟନ୍ସ UFO ବିମାନ ସହିତ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଉଡ଼ିଥିଲା ।

ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୧୯, ୨୦୨୦ରେ ଦୁଇ ପାଇଲଟ ମେକ୍ସିକ୍କୋର ମୋଣ୍ଟାରୀ ନିକଟରେ ଏକ କାର୍ଗୋ ବିମାନ ଉଡାଉଥିଲେ । ଏହି ସମୟରେ ଆକାଶରେ ଏକ ଉଜ୍ଜଳ ଆଲୋକ ପଡ଼ୁଥିବାର ଦେଖିଥିଲେ ଦୁଇ ପାଇଲଟ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେତେବେଳେ ଦୁଇ ପାଇଲଟ ବିମାନକୁ ଆଗକୁ ନେଇଥିଲେ ସେହି ଉଜ୍ଜଳ ଆଲୋକ ମଧ୍ୟ ତାଙ୍କ ସହ ଆଗକୁ ଯାଇଥିଲା । ଏହି ସମୟରେ ଦୁଇ ପାଇଲଟ ଏକ ଭିଡିଓ ଶୁଟ କରିଥିଲେ । ଯାହାର ବିଶ୍ଲେଷଣ ନ୍ୟାସନାଲ ଏଭିଏସନ ରିପୋର୍ଟଂ ସେଣ୍ଟର ଅନ ଏନେମାଲିସ୍ ଫିନୋମେନାରେ ଏକ ରିପୋର୍ଟ କରାଯାଇଛି ।

ରିପୋର୍ଟ ଅନୁଯାୟୀ ବୋଇଂ ୭୬୭ କାର୍ଗୋ ବିମାନର ପାଇଲଟ ଜଣେ କୋରିୟର ପାଇଲଟ ଅଟନ୍ତି । ଯାହାଙ୍କ ପାଖରେ ଏକ ପ୍ରମୁଖ କାର୍ଗୋ କମ୍ପାନୀର ୧୯ ବଷର୍ର ଅଭିଜ୍ଞତା ସହ ଓ୍ବାଇଡ ବଡି ବିମାନ ଉଡାଇବାର ଅନୁଭବ ରହିଛି । ରିପୋଟର୍ ଅନୁସାରେ ପାଇଲଟ କକପିଟର ବାମ ପଟୁ ଏକ ଲାଇଟ ଦେଖିବାକୁ ମିଳିଥିଲା । ପ୍ରଥମେ ପାଇଲଟ ଏହାକୁ ଏକ ଉଲ୍ଲକା ବୋଲି ଭାବିଥିଲେ । କିନ୍ତୁ ଅଚାନକ ଏହି ଉଜ୍ଜଳ ବସ୍ତୁଟି ବିମାନର ବରାବରରେ ଉଡିବା ଆରମ୍ଭ କରିଥିଲା ଏବଂ କାର୍ଗୋ ବିମାନକୁ ଏକ ଲେଜର ଲାଇଟ ମାରିଥିଲା ।  ଏହି ଲାଇଟ ବିମାନରେ ମାଡ ହେବା ପୂର୍ବରୁ ପାଇଲଟ ବିମାନକୁ ସେହି ଉଜ୍ଜଳ ବସ୍ତୁଠାରୁ ଦୂରେଇ ଯାଇଥିଲେ । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରହସ୍ୟମୟ ଭାବରେ ଏହି ଉଜ୍ଜଳ ବସ୍ତୁଟି ବିମାନର ରାଡାରରେ ଦେଖାଯାଇନଥିଲା ।

୩ ଦିନ ଭିତରେ ଜାମିନ ନମିଳିଲେ ନଭେମ୍ବର ୧୫ ଯାଏଁ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ: କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଉପରେ ବମ୍ବେ ହାଇକୋର୍ଟଙ୍କ ଶୁଣାଣି ଜାରି ରହିଛି। ଯେକୌଣସି ସମୟରେ କୋର୍ଟ ରାୟ ଶୁଣାଇ ପାରନ୍ତି। କିନ୍ତୁ ଦିପାବଳୀ ପୂର୍ବରୁ ଯଦି ଆର୍ଯ୍ୟନଙ୍କୁ ଜାମିନ ନମିଳେ ତାହେଲେ ନଭେମ୍ବର ୧୫ ଯାଏଁ ତାଙ୍କୁ ଜେଲରେ ବିତାଇବାକୁ ପଡିବ।

Cruise Drugs Case Court Rejects Bail Applications of Aryan Khan

ବମ୍ବେ ହାଇକୋର୍ଟ ଦିପାବଳୀ ବେକ୍ର ପୂର୍ବରୁ ଆର୍ଯ୍ୟନଙ୍କ ଜାମିନ ନେଇ ଶୁଣାଣି କରିବା ଜରୁରୀ। ନଚେତ୍ ଏହି ଷ୍ଟାର କିଡଙ୍କୁ ନଭେମ୍ବର ୧୫ ତାରିଖ ଯାଏଁ ଜେଲରେ ରହିବାକୁ ପଡିବ। କାରଣ ଦିପାବଳୀ ଛୁଟି ନଭେମ୍ବର ୧ ତାରିଖ ଠାରୁ ୬ ତାରିଖ ଯାଏଁ ହୋଇଥିବା ବେଳେ ୧୨ ଯାଏଁ କୋର୍ଟ ବନ୍ଦ ରହିବ। ୧୩ ଓ ୧୪ ତାରିଖ ଶନିବାର ଏବଂ ରବିବାର ପାଇଁ ଛୁଟି।

ସୂଚନା ଅନୁଯାୀ, ଆର୍ଯ୍ୟନ୍ ଖାନ ଗତ ୨୦ ଦିନ ହେବ ଆର୍ଥର ରୋଡ୍ ଜେଲରେ ରହି ଆସୁଛନ୍ତି। ସେସନ୍ କୋର୍ଟ ଦୁଇ ଥର ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏନସିବି ଗତ ଅକ୍ଟୋବର ୨ ତାରିଖରେ ଆର୍ଯ୍ୟନଙ୍କୁ କ୍ରୁଜ୍ ସିପରେ ଆୟୋଜିତ ରେଭ୍ ପାର୍ଟିରେ ଧରିଥିଲା

ଆନ୍ଦୋଳନରୁ ହଟିଲେ ଆୟୁଷ ଡାକ୍ତର, ମିଳିବ ସ୍ଥାୟୀ ନିଯୁକ୍ତି

ପୁରୀ: ଓଡ଼ିଶା ଆୟୁଷ ଡାକ୍ତରଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି । ଏହି ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ହଟିଛନ୍ତି ଆୟୁଷ ଡାକ୍ତର । ଓଡ଼ିଶାରେ ଏବେ ୧୧ ଶହ ୫୦ ଜଣ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି । କୋଭିଡ୍ ଭଳି ଜରୁରୀକାଳୀନ ସମୟରେ ଏମାନେ ନିଜ ଦାୟିତ୍ୱ ସୂଚାରୁରୂପେ ନିର୍ବାହ କରିଛନ୍ତି । ସେମାନଙ୍କୁ ସ୍ଥାୟୀ କରିବା ଦାବିରେ ଅକ୍ଟୋବର ୨ ତାରିଖରୁ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲା ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ ।

Ayush Doctor Of Odisha Agrees To Join In Work

ତେବେ ଗତ ଦୁଇଦିନ ତଳେ ସରକାର ସ୍ଥାୟୀ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେବା ପରେ ଏବେ ଆନ୍ଦୋଳନରୁ ଓହରିଛି ସଂଘ । ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ରାଜ୍ୟର ବିଭିନ୍ନ ସିଏଚସି ଓ ପିଏଚସିରେ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତିଷ

୧୫ ବର୍ଷ ହେଲା ପେଟ ପାଇଁ ରାସ୍ତାକଡ଼ରେ ସଂଘର୍ଷ କରୁଛନ୍ତି ସୁନି

ବାଲିଗୁଡ଼ା: ରାସ୍ତା କଡ଼ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ସୁନି ମେହେର । ଦୁଇ ପିଲା ଓ ପରିବର ଲୋକଙ୍କ ପେଟକୁ ଦାନା ଦେବାକୁ ୧୫ ବର୍ଷ ହେଲା ରାସ୍ତା କଡ଼ରେ । ଜୋତା ପଲିସ ଓ ମରାମତି କରି ଯେତିକି ରୋଜଗାର କରୁଛନ୍ତି, ସେଥିରେ ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି ପୂରା ପରିବାର । ସରକାରୀ ସହାୟତା ବୋଲି ମିଳୁଛି ମାସକୁ ମାତ୍ର ୫ କିଲୋ ଚାଉଳ । ସେଥିରେ ପୂରା ମାସ ଚଳିବା ସମ୍ଭବ ହେଉନାହିଁ ।

ଏମିତି କିଛି ଘଟଣା ଦେଖିବାକୁ ମିଳେ କନ୍ଧାମାଳ ଜିଲ୍ଲା ଦାରିଙ୍ଗବାଡ଼ି ଡାକବଙ୍ଗଳା ଛକରେ । ଖରା ହେଉ କି ବର୍ଷା ଅବା ଶୀତ ରାସ୍ତା କଡ଼ରେ ବସି ଜୋତା ପଲିସ କରିଥାନ୍ତି ସ୍ବାମୀ ପରିତ୍ୟକ୍ତା ସୁନି ମେହେର । ତାଙ୍କ ପରିବାରର ସାହାରା ପାଲଟିଛି ଏହି ଜୋତା ପଲିସ ଓ ମରାମତି ଦୋକାନ ।

୧୫ ବର୍ଷ ପୂର୍ବେ ସୁନି ମେହେରଙ୍କୁ ସ୍ବାମୀ ଛାଡି ଚାଲି ଯାଇଥିଲେ । ଏହାପରେ ପିଲାଙ୍କ ପେଟକୁ ଦାନା ଦେବାକୁ ବାହାରି ଆସିଥିଲେ ସୁନି । ବନ୍ଦ ପଡ଼ିଥିବା ବାପାଙ୍କ ଜୋତା ମରାମତି ଦୋକାନକୁ ସଜାଡି ଘର ଚଳାଇବାକୁ ଭିଡ଼ିଥିଲେ ଅଣ୍ଟା । ଅନ୍ୟ ଭଉଣୀମାନେ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ।

କେବଳ ଜୋତା ପଲିସ କି ମରାମତି ନୁହେଁ, ଏହାସହ ବ୍ୟାଗ୍ ଓ ଅନ୍ୟ କିଛି ସାମଗ୍ରୀ ମଧ୍ୟ ବିକ୍ରି କରୁଛନ୍ତି । ସେଥିରୁ ଯାହା ସ୍ବଳ୍ପ ରୋଜଗାର ହେଉଛି ଘର ଚଳୁଛି, ହେଲେ ନା’କୁ ମାତ୍ର । ଯଦି କୌଣସି କାରଣରୁ ଦୋକାନ ବନ୍ଦ ତେବେ ଘରେ ଚୂଳି ଜଳିବା ଚିନ୍ତା ।

ସୁନି କୁହନ୍ତି, ‘ସ୍ବାମୀ ମୋତେ ଛାଡ଼ି କେଉଁଆଡେ ପଳାଇଲେ । ବାପା ବି ୧୫ ବର୍ଷ ହେଲା ଆଖି ବୁଜିଲେଣି । ସେତେବେଳେ ମୁଁ ଦୁଇ ପିଲାଙ୍କ ପେଟକୁ ଦାନା ଦେବାକୁ ଏହି କାମ କରୁଥିଲି । ସେବେଠାରୁ କରୁଛି । ୫ କେଜି ଚାଉଳ ଛଡ଼ା ଅନ୍ୟ କିଛି ସରକାରୀ ସହାୟତା ମିଳୁନାହିଁ ।’

ସୁନିଙ୍କ ଏମିତି ଦୟନୀୟ ସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ନଜର ଦେଇ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

ନଭେମ୍ବର ୧ରୁ ଦିଲ୍ଲୀରେ ଖୋଲିବ ସ୍କୁଲ୍

ନୂଆଦିଲ୍ଲୀ: ନଭେମ୍ବର ୧ରୁ ନୂଆଦିଲ୍ଲୀରେ ସମସ୍ତ ଘରୋଇ ଏବଂ ସରକାରୀ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛି ସରକାର। ଏନେଇ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଏହି ସମୟ ମଧ୍ୟରେ କୗେଣସି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଆସିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ପାଠପଢା ଯେପରି ହେବ, ସେନେଇ ବିଦ୍ୟାଳୟଗୁଡ଼ିକ ନଜର ରଖିବେ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ନଭେମ୍ବର ୧ ତାରିଖରୁ ଦିଲ୍ଲୀର ସମସ୍ତ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବ । ତେବେ ସମସ୍ତ ବିଦ୍ୟାଳୟର ଶ୍ରେଣୀ ଗୃହରେ ସର୍ବାଧିକ ଉପସ୍ଥାନ ୫୦% କ୍ଷମତା ରହିବା ନେଇ ସ୍କୁଲ୍ ପକ୍ଷରୁ ପ୍ରୟାସ କରାଯିବ ।

ସିସୋଦିଆ କହିଛନ୍ତି ଯେ DDMA ବୈଠକରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଛଟ ପୂଜା ଆୟୋଜନ ପାଇଁ ଅନୁମତି ମଧ୍ୟ ଦିଆଯାଇଛି। ଅପରପକ୍ଷେ ସ୍କୁଲ କର୍ମଚାରୀଙ୍କ ଶତ ପ୍ରତିଶତ ଟିକାକରଣ ଆବଶ୍ୟକ। ସୂଚନା ଅନୁଯାୟୀ, ଅତି କମରେ ୯୮% କର୍ମଚାରୀ ଗୋଟିଏ ଡୋଜ ଲଗାଇଛନ୍ତି ।

ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ପୁରୀବାସୀ

ପୁରୀ: କାର୍ତ୍ତିକରେ ଶ୍ରୀକ୍ଷେତ୍ରବାସୀଙ୍କ ଲାଗି ସହଜ ହେଲା ଜଗା ଦର୍ଶନ । ଏଣିକି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ପୁରୀବାସୀ । ଏ ନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧ ତାରିଖ ଠାରୁ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ । ଏଥିପାଇଁ ପରିଚୟ ପତ୍ର ଓ ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି ।

People Of Puri Can Enter Shri Jagannath Temple In Paschim Dwar

ଆଜି ବସିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଏସପି, ଉନ୍ନୟନ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । କୋଭିଡ୍ କଟକଣା ମାନି ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ପୂର୍ବଭଳି ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ପୁରୀବାସୀ ସ୍ୱାଗତ କରିଛନ୍ତି ।

୨ ଦିନ ପୂର୍ବରୁ ହତ୍ୟା ଯୋଜନା କରିଥିଲା ଗୋବିନ୍ଦ: ଜେସିବି ଡ୍ରାଇଭରଙ୍କୁ ଗାତ ପାଖକୁ ଛାଡ଼ିନଥିଲା

ଧର୍ମଗଡ଼: ମହାଲିଙ୍ଗ ଆଞ୍ଚଳିକ କଲେଜରେ ସ୍ୱାଭାବିକ ଭାବେ ପାଠ ପଢ଼ା ଚାଲିଛି। କଲେଜରେ ଛାତ୍ରୀଙ୍କ ଯୌନ ଶୋଷଣ ନେଇ ଚାଲିଥିବା ଗୁଜବକୁ ଖଣ୍ଡନ କରିଛନ୍ତି କଲେଜର ଛାତ୍ରୀ। ସୁରକ୍ଷିତ ବାତାବରଣରେ ଶିକ୍ଷାଦାନ ଚାଲୁଥିବା ନେଇ ସେମାନେ ମତ ଦେଇଛନ୍ତି। ସେପଟେ କିପରି ପୋତା ହୋଇଥିଲା ମୃତଦେହ, କ୍ୟାମେରା ଆଗରେ ସତ ବଖାଣିଛନ୍ତି ଜେସିବି ଡ୍ରାଇଭର।
ମମିତାଙ୍କ ହତ୍ୟାର ପ୍ଲାନିଂ ଦୁଇ ଦିନ ଆଗରୁ କରିଥିଲା ଗୋବିନ୍ଦ ସାହୁ। ଅକ୍ଟୋବର ୮ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ। ୯ ତାରିଖରେ ପୋତା ହେଲା ମୃତଦେହ। ହେଲେ ଅକ୍ଟୋବର ୭ ତାରିଖରୁ ପଡ଼ିଆ ଖୋଳା ହୋଇଥିବାର ବିସ୍ଫୋରକ ବୟାନ ଦେଇଛନ୍ତି ଗାତ ଖୋଲିଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ। ହେଲେ ୯ ତାରିଖ ସକାଳେ ପୁଷ୍କରଙ୍କୁ ଗାତ ପାଖକୁ ଛାଡ଼ି ନଥିଲା ଗୋବିନ୍ଦ। ଜେସିବି ଆଗ ବକେଟରୁ ମାଟି ପକାଇ ଘଟଣାସ୍ଥଳରୁ ପୁଷ୍କରଙ୍କୁ ବିଦା କରାଯାଇଥିଲା। ଗାତ ଭିତରେ ମୃତଦେହ ଥିବା କଥା ଜାଣି ନଥିବା କହିଛନ୍ତି ପୁଷ୍କର। ମର୍ଡର ପ୍ଲଟରେ ପରୋକ୍ଷ ସାମିଲ ପାଇଁ ପୁଷ୍କରଙ୍କୁ ରାଜସଖୀ କରିଛି ପୋଲିସ।
ଅନ୍ୟପଟେ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟକୁ ନେଇ ହୋଇଥିବା ଗୁଜବ ଉପରୁ ଧୀରେ ଧୀରେ ପରଦା ଉଠିଲାଣି। କଲେଜର ହୋଇଥିବା ଚରିତ୍ର ସଂହାରକୁ ଖଣ୍ଡନ କରିଛନ୍ତି ସେଠାରେ ପଢ଼ୁଥିବା ଛାତ୍ରୀ। ପାଠ ପଢା ଦିନଠାରୁ କଲେଜ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ସୁରକ୍ଷା ଦେଇ ଆସୁଥିବା କଥା ଗଣମାଧ୍ୟମ ଆଗରେ ସେମାନେ କହିଛନ୍ତି।
ମହାଲିଙ୍ଗ କଲେଜ କର୍ତ୍ତୃପକ୍ଷ ପରିଚାଳନା କମିଟି ଭାଙ୍ଗି ପରିଚାଳନା କମିଟି କରିବା ନେଇ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଏପରି ହେଲେ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲେଜ ପରିଚାଳିତ ହେବ। ଯାହା କଲେଜର ସରକାରୀ ଅନୁଦାନ ଦେବାରେ ସହାୟକ ହେବ।

ଏଥିସହିତ ପଢ଼ନ୍ତୁ: ଡିଆରଡିଓ ତଥ୍ୟ ଲିକ୍ ମାମଲା: ଓଡ଼ିଶା ପରେ ରହସ୍ୟମୟୀ ମହିଳାଙ୍କ ରାଜସ୍ଥାନ ଲିଙ୍କ୍

ଜଙ୍ଗଲରେ ପଡ଼ିଛି ୧୩ ଶହ ବର୍ଷ ପୁରୁଣା ମନ୍ଦିରର ଭଗ୍ନାବଶେଷ

ନୟାଗଡ଼: ଗହନ ବନରେ ମନ୍ଦିରର ଭଗ୍ନାବଶେଷ । ଏଣେତେଣେ ପଡ଼ି ରହିଛି ମନ୍ଦିରର ଭଙ୍ଗା ଅଂଶ । ପାର୍ଶ୍ୱ ଦେବାଦେଵୀଙ୍କ ମୂର୍ତ୍ତିରୁ ଝଲସୁଛି ପୁରାତନ କାରୁକାର୍ଯ୍ୟ । ଭଙ୍ଗା ଅଁଳା ବେଢାକୁ ଦେଖିଲେ ଜଣାପଡ଼ୁଛି ଏହାର ବିଶାଳତା । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ଶଙ୍ଖଯୋଡ଼ି ନିକଟ ରିଜର୍ଭ ଫରେଷ୍ଟ ଅଗନାଅଗନି ବନସ୍ତରେ ରହିଛି ଏହି ପୁରାତନ ଶୈବ ପୀଠ ଗଙ୍ଗେଶ୍ବର । ଏବେ ଭଙ୍ଗା ପଥର ପାଲଟି ଯାଇଥିବା ମନ୍ଦିରର ବିଭିନ୍ନ କାରୁକାର୍ଯ୍ୟ ବଖାଣୁଛି ନିଜ ଇତିହାସ ।

ମନ୍ଦିରର ଗଠନ ଏବଂ ନିର୍ମାଣ ଶୈଳୀକୁ ଦେଖିଲେ ଏହା ଏକ ଶୈବ ପୀଠ ଭଳି ପ୍ରତୀୟମାନ ହେଉଛି । ମନ୍ଦିରଟି ପାଖାପାଖି ୧୩ ଶହ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି । କାହିଁ କେଉଁ କାଳରୁ ମନ୍ଦିରଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି l ଷଷ୍ଠ ଖ୍ରୀଷ୍ଟାବ୍ଦରେ ନିର୍ମିତ ଏହି ଶୈବ ମନ୍ଦିର ୧୩ ଶହ ଖ୍ରୀଷ୍ଟାବ୍ଦରେ ଭାଙ୍ଗି ଯାଇଥିବା କୁହାଯାଉଛି l ପାଖଆଖରେ ଏକ ସଭ୍ୟ ମାନବ ସଭ୍ୟତା ଥିବା ଓ ଆକ୍ରମଣକାରୀ କଳାପାହାଡ଼ ଏହାକୁ ଭାଙ୍ଗିଥିବା  ଭାଙ୍ଗି ଥିବା କୁହାଯାଉଛି । ତେବେ କଳାପାହାଡ଼ ଭାଙ୍ଗିଛି କି ଅନ୍ୟ କିଛି କାରଣରୁ ଏହା ନଷ୍ଟ ହୋଇଯାଇଛି ପ୍ରତ୍ନତତ୍ୱ ବିଭାଗ ଅନୁସନ୍ଧାନ କଲେ ପଦାକୁ ଆସିପାରିବ । ଏପରିକି ଏହି ଭଙ୍ଗା ମନ୍ଦିରକୁ ରଣପୁରଗଡ଼ର ରାଜା ଶ୍ରୀ ଗଙ୍ଗ ନରେନ୍ଦ୍ର ଦେବ ପୁନଃଉଦ୍ଧାର କରିଥିବା ମଧ୍ୟ ସ୍ଥାନୀୟ ଲୋକଙ୍କ ପାଖରୁ ଶୁଣିବାକୁ ମିଳେ।

ଏବେ ବି ଘଞ୍ଚ ଜଙ୍ଗଳରେ ମନ୍ଦିରର ଅନେକ ଅଂଶ ପଡ଼ିରହିଛି l  ମନ୍ଦିରର କାରିଗରୀ ଏହାର ବିଶାଳତାକୁ ବଖାଣୁଛି । ସ୍ଥାନୀୟ ଲୋକେ ଏଣେତେଣେ ପଡ଼ିଥିବା ମନ୍ଦିରର ଭଗ୍ନାବଶେଷକୁ ଉଦ୍ଧାର ପାଇଁ ଚେଷ୍ଟା କରିଛନ୍ତି l ଏହାସହ ପାତାଳ ଫୁଟା ଶିବଲିଙ୍ଗ ସମେତ ପୁରାତନ ମନ୍ଦିରର ପାର୍ଶ୍ୱ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି ।

ମନ୍ଦିରକୁ ନେଇ ଲୋକଙ୍କ ମନରେ ଅଗାଢ଼ ବିଶ୍ୱାସ ରହିଛି l ଏଠାରେ ବହୁ ସମୟରେ ଅଲୌକିକ ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କୁହନ୍ତି l ମନ୍ଦିରକୁ ପୁନଃଉଦ୍ଧାର କରାଯିବା ପାଇଁ  ଦାବି ହେବା ସହ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହାର ଅନୁସନ୍ଧାନ କଲେ ପୀଠର ପ୍ରାଚୀନତାକୁ ନେଇ ଲୁକ୍କାୟିତ ବହୁ ତଥ୍ୟ ପଦାକୁ ଆସିପାରିବ ବୋଲି ଆଶା ରଖିଛନ୍ତି ।

ଗଙ୍ଗେଶ୍ବର ବାବାଙ୍କ ପାଖରେ ଅଧିଆ ପଡ଼ି ଗୁହାରୀ କଲେ ମାନସିକ ନିଶ୍ଚିତ ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ବାସ ରହିଛି । ସେତିକି ନୁହେଁ, ରାତି ହେଉ କି ଦିନ ବାବାଙ୍କୁ ମୁଣ୍ଡିଆଟେ ମାରି ଚାଲିଗଲେ ଜଙ୍ଗଳ ମଧ୍ୟରେ କୌଣସି ହିଂସ୍ର ଜନ୍ତୁ ଆକ୍ରମଣ କରିନଥାନ୍ତି ବେଲି ଲୋକେ କୁହନ୍ତି । ବିଶେଷ କରି ଜାଗର ସମୟରେ ଗଙ୍ଗଶ୍ବରଙ୍କ ପୀଠରେ ପ୍ରବଳ ଭିଡ଼ ଲାଗିଥାଏ । ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥାନ୍ତି ।