ବିବାହ ଭୋଜିରେ କୋଭିଡ କଟକଣା ଉଲ୍ଲଂଘନ; ଓସେନ ଗାର୍ଡେନ ସିଲ୍‌

ଗୋପାଳପୁର: ରାଜ୍ୟ ସରକାରଙ୍କ କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଥିବା ଓସେନ ଗାର୍ଡେନ ସିଲ୍‌। ଏହାସହ ୨ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି । ସୋମବାର ରାତିରେ ଓସେନ୍ ଗାର୍ଡେନରେ ଗୋପାଳପୁରର ପୂର୍ବତନ ବିଧାୟକ ତ୍ରିନାଥ ବେହେରାଙ୍କ ପୁତୁରାଙ୍କ ବିବାହ ଭୋଜିର ଆୟୋଜନ ହୋଇଥିଲା ।

ରାତି ୧୦ ପରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ କଟକଣାକୁ ଉଲଘଂନ କରିବା ସହ ରାସ୍ତାରେ ପାର୍କିଂ କରିଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଏନ୍ଏସି ପ୍ରଶାସନିକ ଅଧିକାରୀ ଭି. କୀର୍ତ୍ତି ଭାସନ୍ ସେଠାରେ ପହଞ୍ଚି ସେମାନଙ୍କୁ ତାଗିଦ୍ କରିବା ସହ ଓସେନ୍ ଗାର୍ଡେନକୁ ସିଲ୍ କରିବାକୁ ନିର୍ଦେଶ ଦେଇଥିଲେ।

କେବଳ ଏତିକି ନୁହେଁ ଅତିଥିମାନେ ମାସ୍କ ନପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ ନକରିବା ସହ ଉଚ୍ଚ ସ୍ୱରରେ ବିନା ଅନୁମତିରେ ଡିଜେ ବ୍ୟବହାର କରିଥିବାରୁ ଓସେନ୍ ଗାର୍ଡେନକୁ ସିଲ୍ କରାଯାଇଛି। ଜୋରିମାନା ଆଦାୟ ନହେବା ପର୍ଯ୍ୟନ୍ତ ଏହି ଓସେନ୍ ଗାର୍ଡେନ ସିଲ୍ ରହିବ ବୋଲି ସୂଚନା ମିଳିଛି । ଡିଜେ ଠାରୁ ମଧ୍ୟ ୧୫ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି । ଅନ୍ୟପଟେ ଏହି ଭୋଜିରେ ଗୋପାଳପୁର ବିଧାୟକ‌ ଡ଼ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇଥିବା ସୁତ୍ରରୁ ପ୍ରକାଶ।

Leave a Reply