ଓମିକ୍ରନ୍ ଆତଙ୍କ; ଦକ୍ଷିଣ ଆଫ୍ରିକାରେ ଲକଡାଉନ

କେପଟାଉନ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଓମିକ୍ରନ୍ ଫଳରେ ଦକ୍ଷିଣ ଆଫ୍ରିକାରେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ଓମିକ୍ରନ୍ ବିଶ୍ୱର ୩୦ଟି ଦେଶକୁ ବ୍ୟାପି ସାରିଲାଣି । ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ପ୍ରଥମ ମାମଲା । ପ୍ରଥମ ମାମଲା ଚିହ୍ନଟ ହେବା ପରେ ଏହି ଭାରିଆଣ୍ଟ ୩୦ ଥରରୁ ଅଧିକ ରୂପ ବଦଳାଇ ସାରିଛି ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଏହି ନୂଆ ଭାରିଆଣ୍ଟ ଫଳରେ ଦକ୍ଷିଣ ଆଫ୍ରିକାରେ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ଫଳରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ପର୍ଯ୍ୟାୟର ଲକଡାଉନ ଘୋଷଣା କରାଯାଇଛି । କ୍ରମାଗତ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାରରୁ ଅଧିକ ମାମଲା ରିପୋର୍ଟ କରାଯାଇଛି ।

ନୂଆ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି । ଏହି ଭାରିଆଣ୍ଟକୁ ଭାରିଆଣ୍ଟ ଅଫ କନର୍ସନ ମଧ୍ୟ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ତେବେ ନୂଆ ଭାରିଆଣ୍ଟକୁ ଦୃଷ୍ଟରେ ରଖି ବହୁ ଦେଶ ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଇଛି । ଯଦି ଭାରତ କଥା କହିବା ତାହାଲେ ଭାରତରେ ମଧ୍ୟ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । କର୍ଣ୍ଣାଟକରେ ଦୁଇଟି ଓମିକ୍ରନ୍ ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛି । ଭାରତରେ ଦୁଇଟି ମାମଲା  ଚିହ୍ନଟ ହେବା ପରେ ଏହାକୁ ନେଇ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

Leave a Reply