spot_img
Home Blog Page 4982

T20 World Cup: ଭାରତର ପ୍ରଥମ ବିଜୟ

ଦୁବାଇ: ଦୁଇଟି ପରାଜୟ ପରେ ଟି-୨୦ ବିଶ୍ବକପରେ ପ୍ରଥମ ବିଜୟ ହାସଲ କରିଛନ୍ତି ଭାରତ । ଆଫଗାନସ୍ଥାନକୁ ୬୬ ରନରେ ହରାଇ ବିଜୟ ଖାତା ଖୋଲିଛି ଭାରତ । ୨୧୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆଫଗାନିସ୍ଥାନ ୭ ଓ୍ବିକେଟ ହରାଇ ୧୪୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଓପନର ମହମ୍ମଦ ଶାହାଜନା ଖାତା ଖୋଲି ପାରି ନଥିଲେ । ତେବେ ମହମ୍ମଦ ନବି ଏବଂ କରିମ ଜନତଙ୍କ ବ୍ୟାଟରୁ ଧୂଆଁଧାର ବାଟଇଂ ଦେଖିବାକୁ ମିଳିଥିଲା । ନବି ୩୨ ବଲର ସମ୍ମୁଖୀନ ହୋଇ ୩୫ ରନ୍ କରିଥିବା ବେଳେ କରିମ ୨୨ ବଲରୁ ୪୨ ରନ୍ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ଓ୍ବିକେଟ ନେିଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନୀ ୨ଟି ଓ୍ବିକେଟ ନେଇଥିଲେ । ବୁମରା ଏବଂ ଜାଡେଜାଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ଶେଷ ଦୁଇଟି ପରାଜୟକୁ ଭୁଲି ଧୂଆଁଧାର ବ୍ୟାଟିଂ କରିଥିଲା । ଦୁଇ ଓ୍ବିକେଟ ହରାଇ ଦଳ ୨୧୦ ରନ୍ କରିଥିଲା ।  ଦୁଇ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ବ୍ୟାଟରୁ ଦ୍ରୁତ ରନ୍ ବାହାରିଥିଲା । ରୋହିତ ୮ ଚୌକା ଓ ୩ ଛକା ସହାୟତାରେ ୪୭ ବଲରୁ ୭୪ ରନ୍ କରିଥିଲେ । ରାହୁଲ ୬ ଚୌକା ଓ ୨ ଛକା ସହାୟତାରେ ୪୮ ବଲରୁ ୬୯ ରନ୍ କରିଥିଲେ । ରିଶଭ ପନ୍ତ ୧୩ ବଲର ସମ୍ମୁଖିନ ହୋଇ ୩ ଛକା ସହାୟତାରେ ୨୭ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ ୧୩ ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୨ ଛକା ସହାୟତାରେ ୩୫ ରନ କରିଥିଲେ ।

ମାତାଲ ଯୁବତୀଙ୍କ ଉନ୍ମୋକ୍ତକାଣ୍ଡ

ବଲାଙ୍ଗିର: ନିଶାସକ୍ତ ଯୁବତୀଙ୍କ ଉନ୍ମକ୍ତକାଣ୍ଡ । ସନ୍ଧ୍ୟାରୁ ରାସ୍ତାରେ ଖଳାଇଛନ୍ତି ଆତଙ୍କ । ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଅଟକାଇବା ସହ ଅଶ୍ଳୀଳ ଭାଷାରେ କରୁଛନ୍ତି ଗାଳିଗୁଲଜ ।

ଦୀର୍ଘ ସମୟ ଧରି ଦୁର୍ଗା ମନ୍ଦିର ରାସ୍ତାରୁ ମହାଦେବ ମନ୍ଦିର ଛକ ପର୍ଯ୍ୟନ୍ତ ଯୁବତୀ ଜଣକ ଲୋକଙ୍କୁ ନାକେଦମ କରିଥିଲେ । ଯାହାକୁ ଦେଖୁଥିଲା ଘରୁକ ନେବାକୁ କହୁଥିଲା । ଏନେଇ ସ୍ଥାନୀୟ ଲୋକେ ଟାଉନ ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଆସି ଯୁବତୀଙ୍କୁ ବୁଝାଶୁଝା କରି ଘରକୁ ଚାଲି ଯିବାକୁ କହିଥିଲା । ହେଲେ ରାସ୍ତା ଉପରେ ହିଁ ପୋଳିସକୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ପୋଲିସ ଯେତେ ଅନୁରୋଧ କଲେ ମଧ୍ୟ ଯୁବତୀ ଜଣକ କୌଣସି କଥା ଶୁଣିନଥିଲେ । ଶେଷରେ ପୋଲିସ ଯୁବତୀଙ୍କୁ ବଳ ପୂର୍ବକ ଥାନାକୁ ନେଇଯାଇଥିଲା ।

ବିଜେପି ଛାଡ଼ିଲେ ପାଣ୍ଡବ ସାହୁ

ବଲାଙ୍ଗିର: ବିଜେପିକୁ ବାଏ ବାଏ କଲେ ଦଳର ବରିଷ୍ଠ ନେତା ପାଣ୍ଡବ ସାହୁ । କିଛିଦିନ ହେଲା ପାଣ୍ଡବ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ପ୍ରତି ଅସନ୍ତୋଷ ଜାହିର କରୁଥିଲେ । ପାଣ୍ଡବ ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦବୀରେ ଥିଲେ ।

ଗତ ୨୦୧୭ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ । ୩୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେପି ଟିକେଟରେ ବିଜୟୀ ହୋଇଥିଲେ । ଦଳ ଉପରେ ରହିଥିବା ଅସନ୍ତୋଷ ପ୍ରକାଶ କରି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ପାଣ୍ଡବ ସାହୁ ଇସ୍ତଫା ପତ୍ର ରାଜ୍ୟ ସଭାପତି ଏବଂ ଜିଲ୍ଲା ସଭାପତିଙ୍କୁ ପଠାଇଛନ୍ତି ।

ବଜାରରେ ଲାଗିଛି ଦର ନିଆଁ

ଭୁବନେଶ୍ୱର: ବଢୁଛି ତେଲ ଦର, ମାର୍କେଟରେ ଲାଗିଲାଣି ନିଆଁ । ଅତ୍ୟାବଶ୍ୟକ ସାମଗ୍ରୀ ଏବେ ଆକାଶ ଛୁଆଁ । ପନିପରିବାଠୁ ଆରମ୍ଭ କରି ଖାଇବା ତେଲ ଦର ରେକର୍ଡ କରିଛି । ବିଗିଡ଼ି ଗଲାଣି ମଧ୍ୟବିତ୍ତ ପରିବାରର ବଜେଟ । ବଜାରରେ ୫୦ ତଳକୁ ପନିପରିବା ଦର ନାହିଁ । ଦର ବୃଦ୍ଧି ପାଇଁ ଲୋକେ ହଇରାଣ ହେଉଥିବା ବେଳେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ସିପିଆଇଏମ୍ ।

ଦର ବୃଦ୍ଧି ପାଇଁ ସବୁଆଡେ ଉଦବେଗ । ପଲ୍ଲୀରୁ ଦିଲ୍ଲୀ ସବୁଠି ହଲ୍ଲାବୋଲ୍ । ତେଲ ସହ ତାଳଦେଇ ବେଲଗାମ୍ ପରିବା ଦର । ହଜାରେ ଟଙ୍କାରେ ବି ପୂରୁନି ବ୍ୟାଗ୍ । କିଲେ ନେବା ଲୋକ ଅଢେଇଶରେ କାମ ଚଳାଉଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଆଜି ବାଇଗଣ କେଜି ପ୍ରତି ୪୦ଟଙ୍କା, ବିନ୍ସ ୬୦, ପୋଟଳ ୬୦, ଟମାଟୋ ୫୦, କ୍ୟାପ୍ସିକମ୍ ୧୦୦, କଲରା ୬୦, ଜହ୍ନି ୬୦, ଭେଣ୍ଡି ୬୦, ସଜନା ଛୁଇଁ ୧୪୦, ଝୁଡଙ୍ଗ ୬୦, ଗାଜର ୪୦ ଓ  ପିଆଜ କେଜିକୁ  ୫୦ ଟଙ୍କାରେ ବିକ୍ରି ହେଉଛି । ତେବେ ପରିବହନ ଖର୍ଚ୍ଚ ପାଇଁ ବ୍ୟବସାୟଙ୍କର ବି କ୍ଷତି ହେଉଛି ।

ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ଦେଶବ୍ୟାପୀ ପ୍ରତିବାଦ କରିଛି ସିପିଆଇଏମ୍ । ଦଳ ପକ୍ଷରୁ ରାଜ୍ୟର ସବୁ ସ୍ଥାନରେ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱରରେ ଏଡିଏମ୍ ଅଫିସ୍ ସମ୍ମୁଖରେ ୩ ଘଣ୍ଟିଆ ପ୍ରତୀକ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦରଦାମ୍ ବୃଦ୍ଧି ଉପରେ ନିୟନ୍ତ୍ରଣ ନକରାଗଲେ ଉପନିର୍ବାଚନ ଫଳ ଭଳି କେନ୍ଦ୍ର ସରକାରଙ୍କୁ କଡା ଜବାବ ଦିଆଯିବ ବୋଲି ସିପିଆଇଏମ ପକ୍ଷରୁ କୁହାଯାଇଛି ।

ଦୁଇମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବଢି ଚାଲିଛି । ଏହାସହ ପ୍ରତିଯୋଗିତା କରି ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ମହଙ୍ଗା ମାଡ଼ରେ ନୟାନ୍ତ ହେଲେଣି ଖାଉଟି । ଏଭଳି ସ୍ଥଳେ ସାଧାରଣ ଲୋକେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

ରକ୍ତ ସଂଗ୍ରହରେ ଓଡ଼ିଶା ମୋ ପରିବାରର ରେକର୍ଡ

ଭୁବନେଶ୍ୱର: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ତାରିଖ ଦୀର୍ଘ ଏକ ମାସର ଅଭିଯାନରେ ଓଡିଶା ମୋ ପରିବାର ପକ୍ଷରୁ ରେକର୍ଡ ସଂଖ୍ୟକ ୨୩ ହଜାର ୧୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆୟୋଜିତ ଅଭିଯାନ ସଫଳ ହୋଇଛି ।

କଟକରେ ସର୍ବାଧିକ ୫ ହଜାର ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଛି । କେନ୍ଦୁଝରରୁ ୨ ହଜାର ୪୩ ଓ ଗଞ୍ଜାମରୁ ୧୮ ଶହ ୪୩, ଯାଜପୁରରୁ ୧୭ ଶହ ୯୮ ଓ ବାଲେଶ୍ୱରରୁ ୧୭ ଶହ ୬୭ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇଥିଲା । ରକ୍ତ ସଂଗ୍ରହ ସହିତ ରୋଗୀଙ୍କ ନିକଟରେ ରକ୍ତ ପହଞ୍ଚାଇବା କାର୍ଯ୍ୟ ଜାରି ରହିବ । ଏହି ଅଭିଯାନ ଫଳରେ ରାଜ୍ୟରୁ ରକ୍ତ ସଙ୍କଟ ଅନେକାଂଶରେ ଦୂର ହୋଇପାରିଛି । ଏହି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ । ଅଭିଯାନ ଏବେ  ଆନ୍ଦୋଳନରେ ପରିଣତ ହୋଇସାରିଛି । ଏଥିରେ ଯୁବବର୍ଗଙ୍କ ସମେତ ମହିଳା ବି ସାମିଲ ହୋଇଛନ୍ତି । ଭୋଗରାଇଠାରେ ସ୍ୱତନ୍ତ୍ର ମହିଳାଙ୍କ କ୍ୟାମ୍ପ ହୋଇଥିଲା। ଓଡିଶା ମୋ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଧାୟକ ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଅରୂପ ପଟ୍ଟନାୟକ ଓ ସାଂସଦ ସୁଜିତ କୁମାର ।

ଦୀପାବଳି ରାତିରେ କାହିଁକି ଖେଳାଯାଏ ଜୁଆ? କେବେଠୁ ଆରମ୍ଭ ପରମ୍ପରା…

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି। ଏହି ଦିନରେ ବିଧିବିଧାନ ସହ ମା ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କଲେ ସୁଖ ସମୃଦ୍ଧି ଲାଭ ହୋଇଥାଏ । ଆସନ୍ତାକାଲି ତଥା ଗୁରୁବାର ଦିନ ପୂରା ଦେଶରେ ଧୂମଧାମରେ ଦୀପାବଳି ପାଳିତ ହୋଇଥାଏ।  ଦୀପାବଳିରେ ଏଭଳି କିଛି ପୁରୁଣା ପରମ୍ପରା ରହିଛି, ଯାହା ଆଜିବି ଉଜ୍ଜିବତ । କୁହାଯାଏ ଦୀପାବଳି ରାତିରେ ଜୁଆ ଖେଳିବାର ପରମ୍ପରା ରହିଛି ।

ଜ୍ୟୋତିଷଙ୍କ କହିବାନୁଯାୟୀ, ଦୀପାବଳି ରାତିରେ ଜୁଆ ଖେଳିବାର ଏକ ଭିନ୍ନ ପରମ୍ପରା ରହିଛି । ଘରେ ଲକ୍ଷ୍ମୀ ପୂଜନ ପରେ ପରିବାର ସଦସ୍ୟ ଜୁଆ ଖେଳିଥାନ୍ତି । ଏହାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ ଜୁଆ ଖେଳିବା ଶୁଭ ନା ଅଶୁଭ । ଖାଲି ଏତିକି ନୁହେଁ ଦୀପାବଳି ରାତିରେ ଭଗବାନ ଶିବ ଓ ମା’ ପାର୍ବତୀ ଜୁଆ ଖେଳିଥାନ୍ତି । ଏହା ଦ୍ୱାରା ଉଭୟଙ୍କ ମଧ୍ୟରେ ପ୍ରେମ ଅଧିକ ଗଭୀର ହୋଇଥାଏ ।

ହେଲେ ଏହି ଜୁଆ ଖେଳରେ ଯଦି କେହି ଟଙ୍କା ପଇସା ଲଗାନ୍ତି ତାହେଲେ ସେ ବର୍ବାଦ ହୋଇପାରନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ । ପ୍ରତ୍ୟେକ ଯୁଗରେ ଜୁଆ ହାନିକାରକ ସାବ୍ୟସ୍ତ ହୋଇଥାଏ । ମହାଭାରତ ଯୁଦ୍ଧରେ ପାଣ୍ଡବ ମାନେ ଜୁଆ ଖେଳି ନିଜ ଧନ ସମ୍ପତ୍ତି ସହ ପତ୍ନୀଙ୍କୁ ମଧ୍ୟ ହାରିଯାଇଥିଲେ । ସେହିପରି ଗ୍ରହ ଅନୁସାରେ ଦେଖିଲେ ଜୁଆ ସମ୍ବନ୍ଧ ରାହୁ ବୋଲି ମନାଯାଏ । ଯଦି ରାହୁ ଅଶୁଭ ସ୍ଥାନରେ ଥାଆନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଜୁଆର ନିଶା ଲାଗିଯାଏ । ଆଉ ଏଭଳି ବ୍ୟକ୍ତି ନିଜ ଜୀବନରେ ପାଇଥିବା ସମସ୍ତଙ୍କ ଜିନିଷ ହରାଇଥାଆନ୍ତି ବୋଲି କୁହାଯାଏ ।

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନବୀନଙ୍କ ଦୀପାବଳି ଭେଟି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଆଉଟସୋରସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି ମାନଙ୍କର ଇପିଏଫ ଓ ଇଏସ୍ଆଇ ପରି ବୈଧାନିକ ଦେୟ ସଂପୃକ୍ତ ସଂସ୍ଥା ପୈଠ କରିବେ । ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ । ଉପରୋକ୍ତ ବୈଧାନିକ ଦେୟ ପୈଠ କରିବାରେ ହେଳା କରୁଥିବା ସଂସ୍ଥାଗୁଡିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାତୃତ୍ୱ ଛୁଟି ପ୍ରଦାନ ବିଷୟ ବିଚାର କରି ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ଟି-୨୦ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦ ସମ୍ଭାଳିବେ ଦ୍ରାବିଡ଼

ମୁମ୍ବାଇ: ସବୁ କଳ୍ପନାଜଳ୍ପନାର ଅନ୍ତ । ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ହେବେ ଦି ଓ୍ବାଲ ରାହୁଲ ଦ୍ରାବିଡ଼ । ଅନୁମୋଦନ ଦେଲା ବିସିସିଆଇ ଅନୁମୋଦନ କମିଟି । ଟି-୨୦ ବିଶ୍ବକପ ପରେ ଦାୟିତ୍ବ ସମ୍ଭାଳିବେ ଦ୍ରାବିଡ଼ ।

କ୍ରିକେଟ ପଡ଼ିଆରୁ ସନ୍ୟାସ ନେଇଥିଲେ ବି କ୍ରିକେଟରୁ ଦୂରେଇ ନାହାନ୍ତି ଦ୍ରାବିଡ଼ । ଆଜି ବି ଭାରତୀୟ କ୍ରିକେଟକୁ ପରଦା ପଛରେ ରହି ଯୋଗାଇ ଆସିଛନ୍ତି ବୁଷ୍ଟର ଡୋଜ୍ । ତାଙ୍କ ପ୍ରଶିକ୍ଷଣରେ ଇଣ୍ଡିଆନ କ୍ରିକେଟ୍ ଟିମ୍ ପାଇଛି ଏକାଧିକ ଯୁବ କ୍ରିକେଟର୍ ।

ବର୍ତ୍ତମାନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ବକପ୍ ପରେ ଶେଷ ହେଉଛି । ଏହାସହ ତାଙ୍କ ସହଯୋଗୀ ଷ୍ଟାଫଙ୍କର ମଧ୍ୟ କାର୍ଯ୍ୟକାଳ ସରୁଛି । ଟି-୨୦ ବିଶ୍ବକପ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖଳାଯିବ ଘରୋଇ ସିରିଜ । ଏଥିରେ ଦ୍ରାବିଡ଼ ମୁଖ୍ୟ କୋଚ୍ ରହିବେ ।

ଦୀଘ୍ର ଦିନରୁ ଦ୍ରାବିଡ଼ଙ୍କୁ ମୁଖ୍ୟ କୋଚ୍ କରିବାକୁ ବିସିସିଆଇ କଥା ହେଉଥିଲେ । ପ୍ରଥମେ ଦ୍ରାବିଡ଼ ମନା କରି ଦେଇଥିଲେ । ହେଲେ UAEରେ ଏବ ବୈଠକ ପରେ ଦ୍ରାବିଡ଼ ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିଥିଲେ ।

ଦ୍ରାବିଡ଼ କହିଛନ୍ତି, ‘ଟିମ୍ ଇଣ୍ଡିଆର କୋଚ୍ ହେବା ଗର୍ବର କଥା । ରବି ଶାସ୍ତ୍ରୀଙ୍କ ନେତୃତ୍ବରେ ଦଳ ବହୁତ ଭଲ ଖେଳିଛି । ଏହାକୁ ମୁଁ ଆଗକୁ ନେବାକୁ ପୂରା ଚେଷ୍ଟା କରିବି ।’

ସେ ଆହୁରି କହିଛନ୍ତି, ‘ମୁଁ ବହୁ ଖେଳାଳିଙ୍କ ସହ ଇଣ୍ଡିଆ-ଏ, ଅଣ୍ଡର-୧୯ ଓ ଏନସିଏରେ କାମ କରିଛି । ଏମିତି ସ୍ଥିତିରେ ସେମାନଙ୍କ ସହ କାମ କରିବାରେ ମଜା ଆସିବ । ଆଗାମୀ ଦୁଇ ବର୍ଷରେ ବଡ଼ ଟୁର୍ଣ୍ଣାମେଣ୍ଟ ଅଛି । ସମସ୍ତିଙ୍କ ସହ ମିଶି ଟିମ୍ ଇଣ୍ଡିଆକୁ ଆଗକୁ ନେବୁ ।’

ମହାଲିଙ୍ଗ କଲେଜ ମିଛ ଗୁଜବରୁ ହଟୁଛି ପରଦା

ଧର୍ମଗଡ଼: ମହାଲିଙ୍ଗ କଲେଜକୁ ନେଇ ମିଛ ଗୁଜବ ଉପରୁ ହଟୁଛି ପରଦା । ମମିତା ମେହେର ହତ୍ୟା ମାମଲାରେ ବିନା କାରଣରେ କାଠଗଡ଼ାକୁ ଟଣା ହୋଇଥିଲା ମହାଲିଙ୍ଗ କଲେଜ୍‌। ସୁରକ୍ଷିତ ବାତାବରଣରେ ଶିକ୍ଷାଦାନ ଚାଲୁଥିବା ବେଳେ ମିଛ ଅପବାଦ ଆଣିଥିଲା ସତ ଆତଙ୍କ । ହେଲେ ଏବେ ବଦନାମୀର ମିଛ କାଳିମା ହଟିଛି, ପାଠପଢା ସହ ଫେରୁଛି ସ୍ୱାଭାବିକ ସ୍ଥିତି । ସେପଟେ କଲେଜର ସମସ୍ତ ଦସ୍ତାବିଜକୁ ପ୍ରଶାସନ ଯାଞ୍ଚ କରିବା ସହ ଗଭର୍ଣ୍ଣିଂ ବଡି ପାଇଁ ଅନୁମତି ଦେବେ ନା ନାହିଁ ସେନେଇ ବିଚାର ଚାଲିଛି ।

ମମିତା ହତ୍ୟା ମାମଲାରେ ମହାଲିଙ୍ଗ କଲେଜ ଉପରେ ବୋଳା ହୋଇଥିଲା ମିଛ କାଳିମା। ନା ତଥ୍ୟ ନା ପ୍ରମାଣ, ଅଭିଯୁକ୍ତକୁ ଯୋଡ଼ି କଲେଜକୁ କାଠଗଡ଼ାକୁ ଟଣାଗଲା । ଦୋଷ କଲା ଜଣେ, ବିନା ଦୋଷରେ ବଦନାମ୍‌ ହେଲା କଲେଜ । ବାଜିରେ ଲାଗିଲା ୨ହଜାର ପିଲାଙ୍କ ଭବିଷ୍ୟତ । ଏବେ ଗୁଜବ ଉପରୁ ପରଦା ଉଠିଛି । ଫସର ଫାଟିଛି ଅପପ୍ରଚାରକାରୀଙ୍କ ଯୋଜନା। ମିଛର କଳାବାଦଲ ହଟିଛି, ଏବେ ଜଳଜଳ ଦିଶୁଛି ମହାଲିଙ୍ଗ କଲେଜର ସତ । ଭବିଷ୍ୟତ ଗଢିବାକୁ କ୍ୟାମ୍ପସରେ କୋଳାହଳ । ଗତକାଲିଠାରୁ ଯୁକ୍ତଦୁଇ ପ୍ରଥମ ବର୍ଷ କଲେଜ ସହ ହଷ୍ଟେଲ ବି ଖୋଲିଛି । କ୍ଲାସରୁମ୍‌ ଓ ବିଜ୍ଞାନ ଲ୍ୟାବରେ ପଢୁଛନ୍ତି ପିଲା ।

ସେପଟେ ଧର୍ମଗଡ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଗୋଲାମୁଣ୍ଡା ତହସିଲଦାର କଲେଜକୁ ଯାଇ ତଦନ୍ତ କରିଛନ୍ତି l ପୂର୍ବଭଳି କଲେଜରେ ପାଠପଢ଼ା ଚାଲିଛି । କୌଣସି ଗୁଜବରେ ଭୟ ନକରି ନିୟମିତ ଭାବେ କଲେଜ ଆସିବାକୁ କହିଛନ୍ତି ଅଧ୍ୟାପକ ସୁଶାନ୍ତ ନାଏକ ।

ମମିତା ହତ୍ୟା ମାମଲାରେ ଆଇନ ଫାଶରେ ଅଭିଯୁକ୍ତ । ତଦନ୍ତ ଚାଲିଛି, ତଥ୍ୟ, ପ୍ରମାଣ ଯୋଗାଡ଼ କରାଯାଉଛି । ହେଲେ ବିନା କାରଣରେ ମହାଲିଙ୍ଗ କଲେଜକୁ ବଦନାମ୍‌ କରିବାକୁ ଉଦ୍ୟମ ହୋଇଥିଲା । ଅପରାଧ ପାଇଁ ମିଛରେ ଆତଙ୍କ ସୃଷ୍ଟି କରାଯାଇଥିଲା । ଏବେ ସତ ସାମନାକୁ ଆସିବା ପରେ କଲେଜରେ ସ୍ୱାଭାବିକ ହେଉଛି ପାଠପଢ଼ା।

ମୋଦିଙ୍କ ଦୀପାବଳି ଗିପ୍ଟ ; କମିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଦୀପାବଳିରେ ସାଧାରଣ ଲୋକଙ୍କୁ ଗିପ୍ଟ ଦେଇଛି କେନ୍ଦ୍ର ସରକାର । ପେଟ୍ରୋଲ-ଡିଜେଲ ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ତେବେ ଏ ଭିତରେ କେନ୍ଦ୍ର ସରକାର ଏହାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଦୀପାବଳିର ପୂର୍ବ ସନ୍ଧ୍ୟାରୁ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ଆସନ୍ତା କାଲିଠାରୁ ପେଟ୍ରୋଲରେ ପ୍ରତି ଲିଟର ପିଛା ୫ ଟଙ୍କା କମିଥିବା ବେଳେ ଡିଜେଲରେ ପ୍ରତି ଲିଟର ପିଛା ୧୦ ଟଙ୍କା ହ୍ରାସ ପାଇଛି । ତେବେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମ୍ କରିଥିବାବେଳେ ରାଜ୍ୟ ସରକାର ବି ଏକ୍ସସାଇଜ ଡ୍ୟୁଟି କମ୍ କରିବେ ବୋଲି ଆଗ୍ରହ୍ୟ ଦର୍ଶାଇଛନ୍ତି ।