ଦିଲ୍ଲୀ ଅଣାଯିବ ବିପିନ୍ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଶେଷକୃତ୍ୟ

1 min read
CDS Bipin Rawat And His Wife Body To Be Brought To Delhi From Tamilnadu

ନୂଆଦିଲ୍ଲୀ: ବିପିନଙ୍କ ପରଲୋକ ଭାରତରେ ବୀରତ୍ୱର ଏକ ଯୁଗ ଅବସାନ ଘଟିଛି । ଆଜି ତାମିଲନାଡ଼ୁର କନ୍ନୁର ନିକଟରେ ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚିଫ୍ ଅଫ୍ ଡିଫେନ୍ସ ବିପିନ୍ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣଙ୍କ ଅକାଳ ମୃତ୍ୟୁ ହୋଇଛି । ସ୍ତବ୍ଦ ହୋଇଯାଇଛି ପୂରା ଦେଶ । ଗୁରୁବାର ସନ୍ଧ୍ୟା ସୁଦ୍ଧା ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯିବ ବୋଲି ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: କାର୍ଗିଲ ଯୁଦ୍ଧ ପରେ ସୁପାରିସ୍, ୨୦୧୯ରେ ପ୍ରଥମ ନିଯୁକ୍ତି

ଶୁକ୍ରବାର ପତି-ପତ୍ନୀଙ୍କ ମୃତଦେହ ତାଙ୍କ ଘରକୁ ନିଆଯିବ । ଦିନ ୧୧ଟାରୁ ୨ଟା ଯାଏଁ ଅନ୍ତିମ ଦର୍ଶନ ପାଇଁ ଅନୁମତି ଦିଆଯିବ । ଏହାପରେ କାମରାଜ ମାର୍ଗରୁ କ୍ୟାଣ୍ଟେନମେଣ୍ଟର ବରାଡ଼ ଚୌରହା ଯାଏଁ ଅନ୍ତିମ ଶୋଭାଯାତ୍ରା ଯିବ । ଅନ୍ତିମ ସଂସ୍କାରରେ ବିପିନଙ୍କ ସାନ ଭାଓ ଭଉଣୀ ଉପସ୍ଥିତ ରହିବେ । ବିପିନ୍ ରାୱତଙ୍କ ୨ ଝିଅ ଅଛନ୍ତି ।

ଅନ୍ୟପଟେ ବିପିନ୍ ରାୱତଙ୍କ ଦେହାନ୍ତ ପରେ ଉତ୍ତରାଖଣ୍ଡରେ ତିନିଦିନିଆ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରୀୟ ସୁରକ୍ଷା ସମ୍ପର୍କିତ କ୍ୟାବିନେଟରେ ହେଲିକପ୍ଟର ଦୁର୍ଘଟଣାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିପିନ୍ ରାୱଙ୍କ ଘରକୁ ଯାଇ ସମ୍ପର୍କୀୟଙ୍କୁ ଭେଟି ସାନ୍ତ୍ୱନା ଦେଇଛନ୍ତି ।

Leave a Reply