ଲଜିଷ୍ଟିକ୍ସ ଭିତ୍ତିଭୂମି ସର୍ବେକ୍ଷଣ ପାଇଁ ବୁଝାମଣା ସ୍ୱାକ୍ଷରିତ

ICC MoU signed with Odisha Govt & Rights Ltd For Logistics Infrastructure Survey

ଭୁବନେଶ୍ୱର: ଲଜିଷ୍ଟିକ୍ସ ଭିତ୍ତିଭୂମି ସର୍ବେକ୍ଷଣ ପାଇଁ ଓଡ଼ିଶା ସରକାର ଓ ରାଇଟ୍ସ ଲିମିଟେଡ୍ ସହ ଆଇସିସିର ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଶାର ପରିବହନ ଭିତ୍ତିଭୂମିର ସର୍ବେକ୍ଷଣ କରିବା ସହ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରାଯିବ । ରାଜ୍ୟର ସଡ଼କ, ରେଳପଥ, ଆଭ୍ୟନ୍ତରୀଣ ଜଳପଥ, ସାଧାରଣ ପରିବହନ , ବନ୍ଦର ଏବଂ ବିମାନ ଯୋଗାଯୋଗ ଭଳି ସବୁ ପ୍ରକାର ଲଜିଷ୍ଟିକୁ ଭିତ୍ତଭୂମିକୁ ନେଇ ଇଣ୍ଡିଆନ୍ ଚାମ୍ବର ଅଫ କମର୍ସ ପକ୍ଷରୁ ଏକ ସର୍ବେକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସର୍ବେକ୍ଷଣ କରିବା ଓ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଓଡ଼ିଶା ସରକାର ଓ କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥା ରାଇଟ୍ସ ଲିମିଟେଡ୍ ସହ ଆଇସିସି ହାତ ମିଳାଇଛି ।

ICC MoU signed with Odisha Govt & Rights Ltd For Logistics Infrastructure Survey

ସର୍ବେକ୍ଷଣରେ ରାଜ୍ୟରେ ଥିବା ପରିବହନ ଭିତ୍ତିଭୂମି ଓ ଭବିଷ୍ୟତରେ ଶିଳ୍ପର ସମ୍ପ୍ରସାରଣ ଯୋଜନା, ରେଳ ଓ ସଡ଼କ ଭିତ୍ତିଭୂମିର ଆକଳନ କରାଯିବ । ବନ୍ଦର ଭିତ୍ତିଭୂମି, ଜଳପଥର ପରିବହନ କ୍ଷମତା, ଲୁହାପଥର ଓ ତୈଳ ଏବଂ ଗ୍ୟାସ ପରିବହନ ଲାଗି ପାଇପଲାଇନ୍ ଆଦି ଭିତ୍ତିଭୂମିର ମଧ୍ୟ ଅନୁଶୀଳନ କରାଯିବ । ଭୁବନେଶ୍ୱର ସ୍ଥିତ ଇଡକୋ ସମ୍ମିଳନୀ କକ୍ଷରେ ଏମଓୟୁ ସ୍ୱାକ୍ଷର ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଓ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଆଇସିସି ପକ୍ଷରୁ ଦୁଇଟି ଏମ୍ଓୟୁ ସ୍ଵାକ୍ଷର କରାଯାଇଛି । ଗୋଟିଏ ଏମଓୟୁ ଓଡ଼ିଶା ସରକାରଙ୍କ ସହ ଓ ଅନ୍ୟଟି ରାଇଟ୍ସ ସହିତ ସ୍ୱାକ୍ଷର କରାଯାଇଛି ।

Leave a Reply