ଦେଶ ପାଇଁ ସମର୍ପିତ ପରିବାର; CDS ବିପିନ୍ ରାଓ୍ୱତଙ୍କ ବାପା ବି ଥିଲେ ଆର୍ମି ଅଫିସର

1 min read

ନୂଆଦିଲ୍ଲୀ: ଆର ପାରିରେ ଭାରତର ପ୍ରଥମ ଚିଫ୍ ଡିପେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ଏହି ହେଲିକପ୍ଟର ଦୁର୍ଘଟଣାରେ ବିପିନ୍ ରାଓ୍ୱତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କ ସମେତ ଆଉ ୧୧ ଜଣ ସେନା ଅଧିକାରୀ ମୃତ୍ୟୁ ବରଣ କରିଛନ୍ତି । ଏନେଇ ଭାରତୀୟ ବାୟୁ ସେନା ଆନୁଷ୍ଠାନିକ ଭାବରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ପାଗ ଖରାପ ହେତୁ ଏହି ଦୁର୍ଘଟଣା ହୋଇଛି ବୋଲି ସୂଚନା ମିଳୁଛି ।

୧୯୫୮ ମସିହା ମାର୍ଚ୍ଚ ୧୬ରେ ଉତ୍ତରାଖଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ବିପିନ୍ ରାଓ୍ୱତ । ସେ ଏନଡିଏ ଶିକ୍ଷା ହାସଲ କରିବା ପରେ ଡେରାଡୁନସ୍ଥିତ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଶିକ୍ଷାଲାଭ କରିଥିଲେ । ସେ ୧୬ ଡିସେମ୍ବର ୧୯୭୮ରେ ୧୧-ଗୋର୍ଖା ରାଇଫଲ୍ସର ପଞ୍ଚମ ବାଟାଲିୟନରେ ଯୋଗ ଦେଇ ବିଦ୍ରୋହୀ ସଂଗଠନ ଦମନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ବିପିନ୍ ରାଓ୍ୱତଙ୍କ ଅନେକ ପିଢ଼ି ଭାରତୀୟ ସେନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ବିପିନ୍ ରାଓ୍ୱତଙ୍କ ପିତା ଲକ୍ଷ୍ମଣ ସିଂ ରାଓ୍ୱତ ମଧ୍ୟ ଭାରତୀୟ ସେନା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ବିପିନ୍ ରାଓ୍ୱତଙ୍କ ପିତା ଲକ୍ଷ୍ମଣ ସିଂହ ରାଓ୍ୱତ ମଧ୍ୟ ଭାରତୀୟ ସେନାରେ ଲେପ୍ଟନାଣ୍ଟ ଜେନେରାଲ ଭାବରେ ଦେଶର ସେବା କରିଥିଲେ ।

ବାପାଙ୍କୁ ଦେଖି ସେନାରେ ଭର୍ତ୍ତି ହେବା ପାଇଁ ମନବଢ଼ାଇଥିବା ବିପିନ୍ ୧୯୭୮ ମସିହାରେ ସେନାରେ ଯୋଗ ଦେଇଥିଲେ । ଦୀର୍ଘ ୪୨ ବର୍ଷ ଧରି ଭାରତୀୟ ସେନା ପାଇଁ ନିରନ୍ତର ଭାବରେ କାର୍ଯ୍ୟ କରୁଥିଲେ ବିପିନ୍ । ସେକେଣ୍ଡ ଲେପ୍ଟେନାଣ୍ଟ ଭାବରେ ଯୋଗ ଦେଇ ଭାରତର ପ୍ରଥମ CDS ହୋଇଥିଲେ ବିପିନ୍ । ବିପିନ୍ ରାଓ୍ୱତ ଭାରତୀୟ ସେନାରେ ୩୭ ତମ ଉପ ସେନା ମୁଖ୍ୟ ଭାବରେ ୨୦୧୬ ମସିହା ସେପ୍ଟେମ୍ବର ୧ରେ ନିଯୁକ୍ତି ହୋଇଥିଲେ । ମାତ୍ର ତିନି ମାସ ସେନା ଉପ ମୁଖ୍ୟ ଭାବରେ କାର୍ଯ୍ୟ କରିବା ପରେ ୩୧ ଡିସେମ୍ବର ୨୦୧୬ରେ ଭାରତୀୟ ସେନାର ସେନା ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଇଥିଲେ ବିପିନ୍ । ସେ ୨୬ତମ ସେନା ମୁଖ୍ୟ ଭାବରେ ୨୦୧୬ ଡିସେମ୍ବର ୩୧ରୁ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ । ସେନା ମୁଖ୍ୟ ଭାବରେ କାର୍ଯ୍ୟକାଳ ଶେଷ କରିବା ପରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ଭାବରେ ଦାୟିତ୍ୱ ନେଇଥିଲେ ବିପିନ ରାଓ୍ୱତ । ୨୦୨୦ ଜାନୁଆରୀ ୧ରୁ ଭାରତର ପ୍ରଥମ ସିଡିଏସ ଭାବରେ ଦାୟିତ୍ୱ ତୁଲାଉଥିଲେ ବିପିନ୍ । ସିଡିଏସ ଭାବରେ ଦାୟିତ୍ୱ ନେବା ପରେ ଭାରତୀୟ ସେନା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ବିପିନ୍ ରାଓ୍ୱତ ।

 

 

Leave a Reply