spot_img
Home Blog Page 4980

ଲଞ୍ଚ ହେଲା JIO PHONE NEXT; କ’ଣ ରହିଛି ଫିଚର ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର…

ନୂଆଦିଲ୍ଲୀ: ଆଜି ଲଞ୍ଚ ହେବ JIO PHONE NEXT । ଏହି ଫୋନ ଜିଓ ଗୁଗୁଲ ସହ ମିଶି ତିଆରି କରିଛି । ତେବେ ଏହି ଫୋନକୁ ଆପଣ ୧୯୯୯ ଟଙ୍କା ଡାଉନ ପେମେଣ୍ଟ ଦେଇ କିଣିପାରିବେ ଏବଂ ଆଉ ବଳକା ଟଙ୍କା ଆପଣ EMI ରେ ଦେବାକୁ ପଡ଼ିବ । ଯଦି ଆପଣ JIO PHONE NEXT ବିନା EMI ରେ କିଣବାକୁ ଚାହିଁବେ ତାହାଲେ ଆପଣଙ୍କୁ ୬ ହଜାର ୪୯୯ ଟଙ୍କା ଦେବାକୁ ପଡ଼ିବ । ଏହି ଫୋନରେ EMI ସହ ଜିଓ କନେକସନରେ ୟୁଜର୍ସଙ୍କୁ ଡାଟା ଓ ଭଏସ କଲିଂର ସୁବିଧା ମଧ୍ୟ ଦେବ ଜିଓ ।

ତେବେ ଆମେ ଏଠାରେ  JIO PHONE NEXT ର ଫିଚର ବିଷୟରେ ଯଦି କହିବା ତାହାଲେ ଏହି ଜିଓ ଫୋନରେ ୫.୪୫ ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି । ଏହି ସ୍ମାର୍ଟ ଫୋନରେ କ୍ବାଡ କୋର Qualcomm Snapdragon QM-215 ପ୍ରୋସେସର, ୨ ଜିବି ରାମ୍ ଓ ୩୨ ଜିବି ଇନବିଲ୍ଟ ଷ୍ଟୋରଜ ରହିଛି । ତେବେ ଷ୍ଟୋରଜକୁ ମାଇକ୍ରୋ ଏସଡି କାର୍ଡ ସାହାର୍ଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବଢ଼ାଇ ପାରିବେ । ଏହି ସ୍ମାର୍ଟଫୋନରେ ୧୩ ମେଗାପିକ୍ସେଲ ବ୍ୟାକ କ୍ୟାମେରା ଥିବାବେଳେ ସେଲଫି ପାଇଁ ୮ ମେଗାପିକ୍ସେଲ କ୍ୟାମେରା ରହିଛି । ଏହି ଫୋନରେ ୩୫୦୦ MAh ବ୍ୟାଟେରୀ ଦିଆଯାଇଛି । ଏହି JIO PHONE NEXT  ମାଇକ୍ରୋ ୟୁଏସବି ଚାର୍ଜର ମାଧ୍ୟମରେ ଚାର୍ଜ ହେବ । ଏହି ଫୋନରେ କନେକ୍ଟିଭିଟି ପାଇଁ ଡୁଆଲ ସିମ୍ 4G ଦିଆଯାଇଛି । ଏହା ସହିତ ଓ୍ବାଇ-ଫାଇ, ବ୍ଲୁଟୁଥ v4.1, ମାଇକ୍ରୋ ୟୁଏସବି ଏବଂ ୩.୫ମିମିର ଏକ ହେଡଫୋନ ଜ୍ୟାକ ଯୋଗାଇ ଦିଆଯାଇଛି । ତେବେ ଏହି ଫୋନ ପ୍ରଗତି ଅପରେଟିଂ ସିଷ୍ଟମରେ କାମ କରିବ । ଏହା ବ୍ୟତୀତ ଏହି ଫୋନରେ ଆଉ କିଛି ଫିଚର ମଧ୍ୟ ରହିଛି ଯେମିତିକି Nearby Share ଓ ଟ୍ରାନ୍ସଲେଟ ଫିଚର ଏଥିରେ ଦିଆଯାଇଛି । ଏହାର କ୍ୟାମେରାରେ ଭାରତ- ଥିମ୍ଡ ସ୍ନାପଚାଟ ଲେନ୍ସ ବ୍ୟବହାର ହୋଇଛି ।

 

ତେଲ ପରେ ଏଲପିଜିକୁ ନେଇ ଆନ୍ଦୋଳନ ଧମକ ଦେଲା ବିଜେଡି

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ ପନ୍ଥା ଆପଣାଇଥିବା ବିଜେଡି ଗୁରୁବାର ଦିନ ରନ୍ଧନ ଗ୍ୟାସ ଦର ହ୍ରାସ ପାଇଁ ଦାବି କରିଛି । ଏଥିପାଇଁ ବିଜେଡି ପକ୍ଷରୁ ୧୦ ଦିନିଆ ଡେଡ୍ ଲାଇନ୍ ଦିଆଯାଇଛି । ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ବିଜେଡି ପକ୍ଷରୁ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏ ନେଇ ଏକ ସାମ୍ବାଦୀକ ସମ୍ମିଳନୀ କରିଛନ୍ତି । ଏଥିରେ ସେ କହିଛନ୍ତି,  ‘ଦୀର୍ଘ ଦିନର ବ୍ୟବଧାନ ପରେ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି। ବିଜେଡି ଆନ୍ଦୋଳନ ତୀବ୍ର ହେବାରୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଦର ହ୍ରାସରେ ୩୩ ପ୍ରତିଶତ ଓଡ଼ିଶା ସରକାର ବହନ କରୁଛନ୍ତି। ପେଟ୍ରଲରେ ୩.୩୦ ଟଙ୍କା ଓ ଡିଜେଲରେ ୧.୬୫ ଟଙ୍କା ରାଜ୍ୟ ଭାଗ ରହିଛି।  ଏହି ହିସାବ ବାଦ VAT ହ୍ରାସ ହୋଇଛି।   ଯାହାକି ଗରିବଙ୍କ ପାଇଁ ଦୀପାବଳିରେ ଏକ ବଡ଼ ଖୁସି ଖବର। ଓଡ଼ିଶା ସରକାର ପେଟ୍ରୋଲରେ 3 ଟଙ୍କା  ଟଙ୍କା ଓ ଡିଜେଲରେ ମଧ୍ୟ ୩ ଟଙ୍କା କମାଇଛନ୍ତି।

ଏହି ଦର ହ୍ରାସ ପରେ ରାଜ୍ୟର ୨ ହଜାର କୋଟି ଟଙ୍କା କ୍ଷତି ହେବ । କିନ୍ତୁ ଖୁସିର କଥା ଯେ ସାରା ଦେଶରେ ତେଲ ଦର ଓଡ଼ିଶାରେ ସବୁଠାରୁ କମ।  ହେଲେ ଦୁର୍ଭାଗ୍ୟଜନକ କେନ୍ଦ୍ର ଯେଉଁ ସେସ ଆଦାୟ କରୁଛି, ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଭାଗ ହେବା କଥା ବା ଉଛେଦ ହେବା କଥା। ଏହା ସଂଘୀୟ ବ୍ୟବସ୍ଥା ବିରୋଧୀ। କେନ୍ଦ୍ର ସରକାର LPG ଦର ଉପରୁ  ଏକ୍ସାଇଜ ଓ ଅନ୍ୟ ଟ୍ୟାକ୍ସକୁ ତୁରନ୍ତ ହ୍ରାସ କରନ୍ତୁ।’ ବ୍ୟୋମକେଶ ଧମକ ଦେଇ କହିଛନ୍ତି ଯେ, ଦରଦାମ ବୃଦ୍ଧି ପ୍ରତିବାଦରେ ଯୁବ ଓ ଛାତ୍ର ଆନ୍ଦୋଳନ ଆସନ୍ତାକାଲିଠାରୁ ୧୦ ଦିନ ପାଇଁ ସ୍ଥଗିତ ରହିଛି। ଏହି ୧୦ ଦିନ ଭିତରେ LPG ରେଟ ଯଦି କେନ୍ଦ୍ର ସରକାର ହ୍ରାସ ନ କରନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ। ପଞ୍ଚାୟତ ଯାଏ ଚାଲି କେନ୍ଦ୍ର ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ।

ସୂଚନାଯୋଗ୍ୟ ଯେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡ ରାସ୍ତାକୁ ଓହ୍ଲାଇଥିଲା । ତେବେ ଗତକାଲି (ବୁଧବାର) ରାତିରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ।ଫଳେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୮ ପଇସା କମିଥିଲା । ପରେ ଗୁରୁବାର ଦିନ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଯାହାର ସୁଫଳ ଖାଉଟି ପାଇବେ । ଏହି ନୂଆ ଦର ଆସନ୍ତାକାଲି ମଧ୍ୟରାତ୍ରୀରୁ ଲାଗୁ ହେବ ।

 

ଭୁବନେଶ୍ୱର ମା’ ଝିଅକୁ ଛୁରୀ ମାଡ଼ ଘଟଣା: ଗିରଫ ହେଲା ରୂପେଶ

ଭୁବନେଶ୍ୱର: ଶୈଳଶ୍ରୀ ବିହାର ଘର ଭିତରେ ପଶି ମା ଝିଅ କୁ ଛୁରା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରୂପେଶ ସମେତ ଦୁଇ ଗିରଫ । ଆଉ କିଛି ଜଣଙ୍କୁ ଅଟକ ରଖିଲା ପୋଲିସ । ରୂପେଶକୁ ସହଯୋଗ କରୁଥିବା ଅଭିଯୋଗରେ ଅନ୍ୟ ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିବ ପୋଲିସ।

ଆହତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା । ଗତକାଲି ଅଭିଯୁକ୍ତ ରୂପେଶ ପଣ୍ଡା ହସ୍ପିଟାଲରୁ ଡିସଚାର୍ଜ ହେବାପରେ ଚନ୍ଦ୍ରଶେଖପୁର ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ତେବେ ରୂପେଶ କାହିଁକି ମା ଝିଅକୁ  ଛୁରା ମାଡ଼ କଲେ ସେ ନେଇ  ପୋଲିସ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିବ।

ସୂଚନାଯୋଗ୍ୟ, ଗତ ଗତ ୧ ତାରିଖରେ ରୂପେଶ ମହିଳା ବେଶରେ ଆହତ ଯୁବତୀଙ୍କ ଘରେ ପଶିଥିଲେ । ଏହାପରେ ଏକ ଛୁରୀରେ ଉଭୟ ଯୁବତୀ ଓ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲେ । ଧସ୍ତାଧସ୍ତିରେ ସେ ନିଜେ ମଧ୍ୟ ଆହତ ହୋଇଥିଲେ।

 

ସାରା ଦେଶ ପାଳୁଛି ଦୀପର ଉତ୍ସବ: ବିଭିନ୍ନ ସ୍ଥାନରେ ଚାଲିଛି ମା’ କାଳୀଙ୍କ ପୂଜାର୍ଚ୍ଚନା

0

ଭୁବନେଶ୍ୱର : ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ପ୍ରାପ୍ତିର ଦିନ । ଦୀପାବଳି ପାଇଁ ଗାଁଠୁ ଆରମ୍ଭ କରି ସହର ବଜାର ସବୁକିଛି ଚଳଚଞ୍ଚଳ ହୋଇଉଠିଛି। କରୋନା କଟକଣାରେ ସବୁଠି ଦୀପ ଉତ୍ସବ ପାଳିତ ହେଉଛି। ଦୀପ ଜାଳି ଦୀପାବଳି ପାଳନ ପାଇଁ ସଭିଏଁ ମନସ୍ଥ କରିଛନ୍ତି । ଯିଦିଓ କରୋନାର ନିୟନ୍ତ୍ରଣରେ ଅଛି ତଥାପି ସତର୍କ ରହି ଗାଇଡଲାଇନ ମାନି ଦୀପାବଲି ପାଳନ କରାଯାଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ମୃଣ୍ମୟୀ ମୃତ୍ତି ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଦୀପାବଳି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କେବଳ ସବୁଜ ବାଣ ବିକ୍ରି ଓ ବ୍ୟବହାର କରିବାକୁ ଅନୁମତି ମିଳିଛି। PESO ସାର୍ଟିଫିକେଟ ଥିବା ବାଣ ଫୁଟାଇବାକୁ ଗ୍ରୀନ ସିଗନାଲ ମିଳିଛି। ଆଜି ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି । ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ ।

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି,ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ

ଭୁବନେଶ୍ୱର : ଦୀପାବଳିରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଭେଟି । ପେଟ୍ରୋଲ ଓ ଡିଜେଲର ମହଙ୍ଗା ଦରରେ ହନ୍ତସନ୍ତ ହେଉଥିବା ରାଜ୍ୟବାସୀଙ୍କ ପାଇଁ ଆସିଛି ସୁଖଦ ଖବର । ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ନୂଆ ଦର ଆସନ୍ତାକାଲି ମଧ୍ୟରାତ୍ରରୁ ଲାଗୁ ହେବ । ସୂଚନାଯୋଗ୍ୟ ଯେ, କିଛି ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ମୁଲ୍ୟ ଆହେତୁକ ବୃଦ୍ଧି ହୋଇଥିଲା ,ଯାହାଦ୍ୱାରା ପନି ପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୁଲ୍ୟ ବୃଦ୍ଧି ହୋଇଛି ।
କେନ୍ଦ୍ର ସରକାର ଗତକାଲି ରାତିରେ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ । ଆଜି ରାଜ୍ୟ ସରକାରଙ୍କ ଘୋଷଣା ଦ୍ୱାରା ରାଜ୍ୟବାସୀ ଅତିରିକ୍ତ ୩ ଟଙ୍କାର ରିହାତି ପାଇବେ ।

ତେବେ ୩ଟଙ୍କାର ଏହି ଛାଡ ପାଇଁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୪ଶହ କୋଟିର ଭାର ପଡିବ । କେବଳ ୩ ଟଙ୍କା ଭାଟ୍ ହ୍ରାସ ଦ୍ୱାରା ଏହି କ୍ଷତି ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୭ଶହ କୋଟି ଟଙ୍କା ହରାଇବାକୁ ପଡିବ । ତେଣୁ ରାଜ୍ୟ ସରକାରଙ୍କୁ ମୋଟ ପ୍ରାୟ ୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡିବ । ତେବେ ୩ ଟଙ୍କା ଭାଟ୍ ହ୍ରାସ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଆଶ୍ୱସ୍ତୀକର ଖବର ।

ବାଲୁକା କଳାରେ ଦୀପାବଳି ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ

ପୁରୀ:  ଦୀପାବଳି ଅବସରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ନିଜ ବାଲୁକା କଳାରେ ଅଭିନନ୍ଦନ ଜଣାଇଛନ୍ତି । ମାନସ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ମାଆ କାଳୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି।

ବାଲୁକା କଳା ଜରିଆରେ ସେ ସମସ୍ତଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ପଲ୍ୟୁସନ ଫ୍ରୀ ଦୀପାବଳି ପାଳନ କରିବା ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି । ୧୫ ଫୁଟ ଓସାରରେ ନିର୍ମାଣ ହୋଇଥିବା ଏହି ମାଆଙ୍କ ପ୍ରତିମୂର୍ତ୍ତି ପାଇଁ ୭ ଘଣ୍ଟାର ସମୟ ଲାଗିଥିଲା ।

ନଦୀରେ ବୁଡ଼ି ଯୁବ ବ୍ୟବସାୟୀ ନିଖୋଜ, ହତ୍ୟା କରାଯାଇଥିବା ସନ୍ଦେହ

0

ପିପିଲି: ପିପିଲି କଣ୍ଟି ପଞ୍ଚାୟତ ଅନ୍ତର୍ଗତ ଦୟାନଦୀର କାକୁଡ଼ିଆ ବାଲିଘାଟରେ ଯୁବ ବ୍ୟବସାୟୀ ନିଖୋଜ । ନିଖୋଜ ଯୁବକ ହେଲେ ଭୁବନେଶ୍ୱର ପାତ୍ରପଡ଼ାର ଅଭିନାଶ ଦାଶ। ଗତକାଲି ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ସେ ନିଖୋଜ ଅଛନ୍ତି।

ତେବେ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଅଭିଯୋଗ ଆଣିଛନ୍ତି ନିଖୋଜ ଅଭିନାଶଙ୍କ ଭାଇ। ନଦୀ ଗର୍ଭରେ ଥିବା ୪୦ ଗାତ ଭିତରେ ସେ ନିଖୋଜ ହୋଇଥିବା ବେଳେ, ୧୮ ଘଣ୍ଟା ପରେ ମଧ୍ୟ ଏଯାଏଁ ମିଳିନି ପତ୍ତା। ପିପିଲି ଦମକଳ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଦୀପାବଳି ପୂର୍ବରୁ ଦିଲ୍ଲୀରେ ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ; AQI ପହଞ୍ଚିଲା ୩୦୩

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ । ଚଳିତ ବର୍ଷ ପ୍ରଥମ ଥର ଲାଗି ବାୟୁର ଗୁଣବତ୍ତା ବ୍ୟାପକ ହ୍ରାସ ପାଇଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ଚେତାବନୀ ଦେଇଥିଲେ କି ମଙ୍ଗଳବାର ଏବଂ ବୁଧବାର ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣର ଗୁଣବତ୍ତା ହ୍ରାସ ପାଇବ । ସେହିପରି ଭାବରେ ଆସନ୍ତା ଶନିବାର ଓ ରବିବାର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସମ୍ଭାବନା ରହିଛି । ତେବେ ଦିଲ୍ଲୀରେ ସାମଗ୍ରିକ ବାୟୁ ଗୁଣବତ୍ତା ବା ଏକ୍ୟୁଆଇ ୩୦୩ରେ ପହଞ୍ଚିଛି ବୋଲି ସୂଚନା ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । କେବଳ ଦିଲ୍ଲୀ ନୁହେଁ, ପଡୋଶୀ ସହର ଗୁଡିକରେ ବି ଏହା ପରିଲକ୍ଷିତ ହୋଇଛି ।

ଫରିଦାବାଦରେ ଏକ୍ୟୁଆଇ ୩୦୬ ଥିବାବେଳେ ଗାଜିଆବାଦରେ ୩୩୪, ନୋଏଡାରେ ୩୦୩ ରହିଛି । ଗତ ଅକ୍ଟୋବର ୧୭ରେ ଦିଲ୍ଲୀରେ ଏକ୍ୟୁଆଇ ଥିଲା ୨୯୮  । ପ୍ରଦୂଷଣ ନିୟମାବଳୀ ଅନୁସାରେ ଏକ୍ୟୁଆଇ ୦ ରୁ ୫୦ ହେଲେ ଉତ୍ତମ । ୫୧ ରୁ ୧୦୦ ହେଲେ ସନ୍ତୋଷଜନକ । ୧୦୧ରୁ ୨୦୦ ହେଲେ ମଧ୍ୟମ । ୨୦୧ ରୁ ୩୦୦ ହେଲେ ଖରାପ । ୩୦୧ ରୁ ୪୦୦ ହେଲେ ଅତି ଖରାପ । ୪୦୧ ରୁ ୫୦୦ ହେଲେ ଅତି ଗୁରୁତର । ଗତ ଦୁଇ ଦିନ ଧରି ଏହି ପ୍ରକ୍ରିୟା ଜାରି ରହିଛି । ଦୀପାବଳି ଯୋଗୁ ପ୍ରଦୂଷଣ ବଢିବା ସହ ଏକ୍ୟୁଆଇ ଉପରମୁହାଁ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପଡୋଶୀ ଜିଲ୍ଲାରେ ଚଳିତ ବର୍ଷ ଫାର୍ମ ନିଆଁ ଲାଗି ନଥିବା ସହ ପ୍ରବଳ ବର୍ଷ ହେବାରୁ ବାୟୁ ପ୍ରଦୂଷଣ ହ୍ରାସ ପାଇଥିଲା । ବାୟୁ ପ୍ରଦୂଷଣ ଆକଳନକାରୀ ସଂସ୍ଥା ସଫର ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଦୀପାବଳିରେ ୫୦ ପ୍ରତିଶତ ବାଣ ହ୍ରାସ ପାଇବା ସମ୍ଭାବନା ଥିବା ସତ୍ତ୍ବେ ଏକ୍ୟୁଆଇ ଗୁରୁତର ହେବା ଆଶଙ୍କା ରହିଛି ।

 

 

ଆଜି ମିଳିବନି ଜଗା ଦର୍ଶନ, ସିଂହଦ୍ୱାର ଓ ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ। ଦୀପାବଳି ଅବସରରେ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ଏହା ସହିତ ସିଂହଦ୍ୱାର ଓ ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗି ହୋଇଛି।

ଆଜି ପ୍ରାତଃ ୪ ଘଟିକା ସମୟରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଧାରା ୧୪୪ ବଳବତ୍ତର ରହିବ। ବଡ଼ବଡ଼ୁଆ ଡାକ ପାଇଁ କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନ ସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ଓ କୋଭିଡ କଟକଣା ଉଲ୍ଲଘଂନ ହେବାର ଆଶଙ୍କା ଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଦୀପାବଳି ଅବସରରେ କୁହାଯାଉଛି କି ଆଜି ମୋଦି ଜାମ୍ମୁ କାଶ୍ମୀର ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦି ସୈନିକଙ୍କ ସହ ଦୀପାବଳି ପାଳନ କରିବେ । ୨୦୧୪ରୁ ପ୍ରଧାନମନ୍ତ୍ରୀ ସବୁ ଦୀପାବଳିରେ ଯବାନଙ୍କ ସହ ପାଳନ କରୁଛନ୍ତି ।  ତେବେ ଚଳିତ ଥର ମୋଦି ରଜୌରୀ ସେକ୍ଟରରେ ଉତ୍ସବ ପାଳନ କରିବେ ।

ତେବେ ରଜୌରୀ ଗସ୍ତ ପୂର୍ବରୁ ମୋଦି ଟୁଇଟ କରିଛନ୍ତି ।  ଟୁଇଟ କରି ସେ କହିଛନ୍ତି କି ଦୀପାବଳି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏହି ଦିନ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଦେଉ ବୋଲି କହିଛନ୍ତି ମୋଦି । କୁହାଯାଉଛି କି ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ କାଶ୍ମୀର ପୁଞ୍ଚ୍ ଗସ୍ତ କରିପାରନ୍ତି । କାରଣ ଏଠାରେ ଅନେକ ଯବାନ ସହିଦ ହୋଇଛନ୍ତି । ସେହିପରି ଲଦାଖ ଗସ୍ତ କରିବା ନେଇ ମଧ୍ୟ ସମ୍ଭାବନା ରହିଛି । ଏଠାରେ ଗତ ମାସ ୧୮ ମାସ ହେଲା ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ।

୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲା ପରଠାରୁ ପ୍ରତି ବର୍ଷ ଦୀପାବଳି ଯବାନମାନଙ୍କ ପାଳନ କରୁଛନ୍ତି । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ ସେହି ବର୍ଷ ମୋଦି ସିଆଚିନରେ ଦୀପାବଳି ପାଳନ କରିଥିଲେ । ୨୦୧୫ ମସିହାରେ ପଞ୍ଜାବରେ ଯବାନମାନଙ୍କ ସହ ପାଳନ କରିଥିଲେ ଏବଂ ଏହା ପରେ ସେ ୧୯୬୫ ଓ୍ବାର ମେମୋରିଆଲ ସ୍ଥାନକୁ ଯାଇଥିଲେ । ସେହିପରି ୨୦୧୬ରେ ହିମାଚଳ ପ୍ରଦେଶର କିନ୍ନେରରେ ପାଳନ କରିଥିଲେ । ୨୦୧୭ରେ ଜୁମ୍ମୁ କାଶ୍ମୀରର ଗୁରେଜଠାରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିଥିଲେ । ୨୦୧୮ରେ ଉତ୍ତରାଖଣ୍ଡରେ ଇଣ୍ଡୋ-ତିବ୍ବତ ସୀମା ପୋଲିସଙ୍କ ସହ, ୨୦୧୯ରେ ଏଲଓସିରେ ଓ ୨୦୨୦ରେ ଜୈସଲମେରଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।