CDSର ଅର୍ଥ କ’ଣ ? ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ଶକ୍ତି କ’ଣ ?

1 min read

ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାୱତଙ୍କର ବୁଧବାର ଦିନ ହେଲିକପ୍ଟର ଦୁର୍ଘଟଣାରେ ନିଧନ ହୋଇଛି । ସେନାରେ ‘ବୀରା’ ନାଁରେ ପରିଚିତ ଥିବା ବିପିନ ରାୱତଙ୍କ ନିଧନ ପରେ ଏବେ ଦେଶ ନୂଆ ସିଡିଏସ ଖୋଜିବ । ଏମିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ସିଡିଏସ କ’ଣ ? ସିଡିଏସଙ୍କ କ୍ଷମତା କ’ଣ ? ସିଡିଏସଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରି ଅଭିଯାନକୁ ଗତି ପ୍ରଦାନ କରିବା । ଆସନ୍ତୁ ଜାଣିବା ଏସମ୍ପର୍କରେ…


ସିଡିଏସଙ୍କ କାର୍ଯ୍ୟ କ’ଣ ?
ସେନାର ତିନି ଅଙ୍ଗର ବିଭିନ୍ନ ପ୍ରସଙ୍ଗକୁ ନେଇ ସିଡିଏସ ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତ୍ତା ଭାବେ କାର୍ଯ୍ୟ କରନ୍ତି । ଏହା ସହିତ ତିନି ସେନାର ଅଧ୍ୟକ୍ଷ ଭାବେ ସେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ନିଜ ପରାମର୍ଶ ଦେଇଥାନ୍ତି ।

• CDS ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଓ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତାଙ୍କ ଅଧ୍ୟକ୍ଷତା ବିଶିଷ୍ଟ ପ୍ରତିରକ୍ଷା ନିୟୋଜନ ସମିତିର ସଦସ୍ୟ ରହିଥାନ୍ତି । ଏହା ସହିତ ପରମାଣୁ କମାଣ୍ଡ ପ୍ରାଧିକରଣର ସାମରିକ ପରାମର୍ଶଦାତ୍ତା ଭାବେ ମଧ୍ୟ କାର୍ଯ୍ୟ କରନ୍ତି ।
• ସିଡିଏସଙ୍କ ମୁଖ୍ୟ କାର୍ଯ୍ୟ ତିନି ସେନା ମଧ୍ୟରେ ଲମ୍ବା ଅବଧିର ସମନ୍ୱୟ,ଟ୍ରେନିଂ,ସାରଂଜମ କ୍ରୟ ଓ ପରିବହନ କାର୍ଯ୍ୟରେ ସମନ୍ୱୟ କରନ୍ତି ।
• ସିଡିଏସଙ୍କୁ ମଧ୍ୟ ସାଇବର ଓ ସ୍ପେସ କମାଣ୍ଡର ଦାୟିତ୍ୱ ଦିଆଯାଇଛି ।
• ସିଡିଏସ ସାମରିକ ମାମଲା ସଂପର୍କିତ ନୂଆ କରି ଗଠିତ ଡିଏମଏ (Department of Military Affairs- DMA) ର ସଚିବ ଭାବେ କାର୍ଯ୍ୟ କରନ୍ତି ।

କ’ଣ ପାଇଁ ଗୁରୁତ୍ୱପୂର୍ଣ୍ଣ CDS ପଦ ?
ସେନାର ତିନି ଅଙ୍ଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ଗୋଟିଏ ଆଦେଶରେ ତିନି ଅଙ୍ଗକୁ ସକ୍ରିୟ କରିବା ପାଇଁ ଏହି ପଦର ସୃଷ୍ଟି ହୋଇଥିଲା । ୧୯୯୯ ମସିହାର କାରଗିଲ ଯୁଦ୍ଧ ପରେ ଦେଶ ସିଡିଏସ ପଦବୀର ଆବଶ୍ୟକତା ଅନୁଭବ କରିଥିଲା । ସେତେବେଳେ ଏହା ନିର୍ଣ୍ଣୟ ନିଆଯାଇଥିଲା ଯେ, ସିଡିଏସ ତିନି ସେନାର ମୁଖ୍ୟ ଭାବେ କାର୍ଯ୍ୟ କରିବେ ଓ ଏହି ପଦବୀରେ ସେ ୬୫ ବର୍ଷ ପର୍ଯ୍ୟନ୍ତ ରହିବେ ।

CDS କ୍ଷମତା

ସିଡିଏସ ସାମରିକ ମାମଲା ବିଭାଗର ପ୍ରମ୍ମୁଖ ହୋଇଥାନ୍ତି । ସେ ତିନି ସେନାର ପ୍ରଶାସନିକ କାର୍ଯ୍ୟର ଦେଖାଶୁଣା କରିଥାନ୍ତି । ଏହା ସହିତ ଦେଶର ସମସ୍ତ ସୁରକ୍ଷା ଏଜେନ୍ସି, ସଂଗଠନ ତଥା ସାଇବର କାର୍ଯ୍ୟର ଲଗାମ ସିଡିଏସଙ୍କ ହାତରେ ଥାଏ ।

Leave a Reply