ବିପିନ ରାଓ୍ୱତଙ୍କ ମୃତ୍ୟୁ ପରେ କିଏ ହେବ ନୂଆ CDS; କିଏ ଅଛନ୍ତି ଏହି ରେସରେ ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ଗତ ବୁଧବାର ତାମିଲନାଡୁର କୁନ୍ନୁରରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଭାରତର ପ୍ରଥମ ସିଡିଏସ୍ ବିପିନ୍ ରାଓ୍ୱତ । ଜେନେରାଲ ବିପିନ ରାଓ୍ୱତଙ୍କ ମୃତ୍ୟୁ ପରେ କାହାକୁ ମିଳିବ ତିନି ସେନାର କମାଣ୍ଡ? ଦୁର୍ଘଟଣାରେ ଜେନେରାଲ ବିପିନ ରାଓ୍ୱତଙ୍କ ନିଧନ ପରେ ପରବର୍ତ୍ତୀ ସିଡିଏସ୍‌ଙ୍କୁ ନେଇ ସସପେନ୍ସ ଜାରି ରହିଛି। ପାକିସ୍ତାନ ଓ ଚୀନ୍ ପାଇଁ ଦେଶର ସୁରକ୍ଷା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ କିଛି ସପ୍ତାହ ମଧ୍ୟରେ ସରକାର ପରବର୍ତ୍ତୀ ସିଡିଏସଙ୍କୁ ନିଯୁକ୍ତ କରିପାରନ୍ତି ବୋଲି ସୂଚନା ମିଳୁଛି ।

ସିଡିଏସ୍ ବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଚୟନ ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ । ସୀମା ସୁରକ୍ଷା ଚ୍ୟାଲେଞ୍ଜକୁ ନଜରରେ ରଖି ବରିଷ୍ଠ ବା ଅନୁଭବୀ ସେନା ଅଧିକାରୀଙ୍କୁ ସରକାର ଏହି ପଦରେ ଅବସ୍ଥାପିତ କରିବେ । ବିପିନ ରାଓ୍ୱତଙ୍କ ପରେ ସିନିୟର ମୋଷ୍ଟ ସେନା ଅଧିକାରୀ ହେଉଛନ୍ତି ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱାଣେ । କାଶ୍ମୀର ଓ ପୂର୍ବୋତ୍ତର ଭାରତରେ କାଉଣ୍ଟର ଏମର୍ଜେନ୍ସି ଅପରେସନରେ ଜଣେ ପରାକ୍ରମୀ ଯୋଦ୍ଧା ହେଉଛନ୍ତି ଏମ ଏମ ନରଓ୍ୱାଣେ । ପରବର୍ତ୍ତୀ ସିଡିଏସ୍ ପାଇଁ ନରଓ୍ୱାଣେ ଜଣେ ମଜଭୁତ୍ ଦାବିଦାର । ତିନି ସେନା ମୁଖ୍ୟଙ୍କ ମଧ୍ୟରୁ ନରଓ୍ୱାଣେ ହେଉଛନ୍ତି ସବୁଠୁ ଅନୁଭବି ଓ ସିନିୟର । ଚାରି ଦଶନ୍ଧି ଧରି ଭାରତୀୟ ସେନାରେ ପରାକ୍ରମ ଦେଖାଇଥିବା ନରଓ୍ୱାଣେ ଅନେକ ଗୁରୁଦାୟିତ୍ୱ ତୁଲାଇଛନ୍ତି । କାଶ୍ମୀରଠାରୁ ଆରମ୍ଭ କରି ନର୍ଥ-ଇଷ୍ଟରେ ଆତଙ୍କୀ ଅପରେସନରେ ତାଙ୍କର ସ୍ୱତନ୍ତ୍ର ରଣନୀତି ଯୋଗୁ ସେନାକୁ ଉଲ୍ଲେଖନୀୟ ସଫଳତା ମଧ୍ୟ ମିଳିଛି । ନରଓ୍ୱାଣେଙ୍କ ବ୍ୟତୀତ ଏୟାର ଚିଫ୍ ମାର୍ଶାଲ ହେଲେ ବିବେକ ରାମ ଚୌଧରୀ ଓ ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶାଲ ଆର୍‌ କେ ଏସ୍ ଭଦୋରିଆଙ୍କୁ ମଧ୍ୟ ସିଡିଏସ୍‌ ପଦ ମିଳିପାରେ ଚର୍ଚ୍ଚା ହେଉଛି । ୩୦ ସେପ୍ଟେମ୍ବର ୨୦୨୧ରେ ସେ ବାୟୁସେନାରୁ ଅବସର ନେଇଛନ୍ତି ।

 

Leave a Reply