spot_img
Home Blog Page 4979

ବିଜେଡିରେ ମିଶିଲେ ୨୫୦ରୁ ଅଧିକ ବିଜେପି କର୍ମୀ

ପୁରୁଷୋତ୍ତମପୁର: ଆହୁରି ସୁଦୃଢ଼ ହେଲା ବିଜେଡି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ରୁମାଗଡ଼ ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡିର ସ୍ୱଚ୍ଛ ଶାସନ ତଥା ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଅନୁପ୍ରାଣିତ ହୋଇ ବିଜେପି କର୍ମୀ ମାନେ ବିଜେଡିରେ ସାମିଲ ହୋଇଛନ୍ତି । ପଞ୍ଚାୟତର ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବିଜେପି କର୍ମୀ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ।

More Than 250 BJP Worker Joins BJD

ନୂଆ କରି ବିଜେଡିରେ ସାମିଲ୍ ହୋଇଥିବା କର୍ମୀ ମାନଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରି ସମ୍ମାନିତ କରିଥିଲେ ବିଧାୟକ । ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ସମସ୍ତେ ଏକଜୁଟ୍ ହୋଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ସହ ଦଳୀୟ ନୀତି ଆଦର୍ଶ ମାନି ଚଳିବା ପାଇଁ ସଂକଳ୍ପ ନେଇଛନ୍ତି ।

ରାଜଧାନୀରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ହାଇଟେକ୍ ଛକ ନିକଟରେ ବିକ୍ରି କରୁଥିବା ବେଳେ ୨୭୩ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି କମିଶନରେଟ ପୋଲିସର କ୍ୟୁଏଟି ଓ ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ହୋଇଛନ୍ତି ଦୁଇ ଡ୍ରଗ୍ସ ମାଫିଆ । ଗିରଫ ୨ ଅଭିଯୁକ୍ତ ହେଲେ କଟକ ଗୋବିନ୍ଦପୁର ଥାନା ଅଞ୍ଚଳର ମନ୍ନଥ ସ୍ୱାଇଁ ଓ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ପ୍ରମୋଦ ମଲ୍ଲିକ ।

ଏଥିସହ ପଢ଼ନ୍ତୁ: ଜେଲ୍ ଫେରନ୍ତା ବିଜେପି ନେତାଙ୍କ ସାମ୍ବାଦିକ ସମ୍ମିଳନୀ ଅତ୍ୟନ୍ତ ଲଜ୍ଜାଜନକ: ବିଜେଡି

ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସର ଅପରେସନ୍  ହ୍ୱାଇଟ ସ୍ପାଇଡର ଆରମ୍ଭ ହେବା ଦିନଠାରୁ ଏବେ ପର୍ଯ୍ୟନ୍ତ ୨ କିଲୋ ୨୨୩ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୩୮ଜଣଙ୍କୁ ଗିରଫ କରାଯାଇଛି । ୪ ଲକ୍ଷ ୮୧ହଜାର ଟଙ୍କା ଜବତ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ଜେଲ୍ ଫେରନ୍ତା ବିଜେପି ନେତାଙ୍କ ସାମ୍ବାଦିକ ସମ୍ମିଳନୀ ଅତ୍ୟନ୍ତ ଲଜ୍ଜାଜନକ: ବିଜେଡି

ଭୁବନେଶ୍ୱର: ଆଜି ବିଜେପି ପକ୍ଷରୁ ଜଣେ ହତ୍ୟା ଅଭିଯୁକ୍ତ ତଥା ଜେଲ ଫେରନ୍ତା ବ୍ୟକ୍ତି ଇରାଶିଶ ଆଚାର୍ଯ୍ୟ ଗଣମାଧ୍ୟମକୁ ସମ୍ବୋଧନ କରୁଥିବା ଦେଖିବା ପ୍ରକୃତରେ ଲଜ୍ଜାଜନକ ଅଟେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି, ଏହା ସ୍ୱାଭାବିକ ଭାବରେ ଆଶା କରାଯାଏ ଯେ ଜଣେ ହତ୍ୟାକାରୀ ଯିଏ କି ଅନେକ ମାସ ଜେଲରେ ବିତାଇଛନ୍ତି । ସିଏ ଜଣେ ମହିଳାଙ୍କ ବିରୋଧରେ ଚାଲିଥିବା ଏପରି ସମ୍ବେଦନଶୀଳ ଜଘନ୍ୟ ଅପରାଧର ରାଜନୀତିକରଣ କରିବାକୁ ଚେଷ୍ଟା କରିବ ।

BJD Conuter On BJP Irasis Acharya Pressmeet

ଆଜି ବିଜେପି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଆଉ ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି, ଇରାଶିଶ ଆଚାର୍ଯ୍ୟଙ୍କ ଭଳି ବିଜେପି ନେତାମାନେ କିଭଳି ରାଜନୀତିରେ ତିଷ୍ଠି ରହିବାକୁ ଟିଭିରେ ମୁହଁ ଦେଖାଇବା ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚଳାଇଛନ୍ତି । ଅତ୍ୟନ୍ତ ଘୃଣ୍ୟ ବିଷୟ ହେଉଛି ଓଡ଼ିଶା ବିଜେପି ଜଣେ ଅପରାଧୀଙ୍କ ପାଇଁ ଏତେ ତଳକୁ ଖସିଯାଇଛି ଯେ ଯିଏ ଗିରଫ ହୋଇ ଜେଲରେ ଥିଲେ ସିଏ ଏବେ ଜଣେ ପୀଡ଼ିତାଙ୍କୁ ନ୍ୟାୟ ଦେବାପାଇଁ ଦାବି କରୁଛନ୍ତି ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

ବିଷାକ୍ତ ମଦ ପିଇ ୨ ଦିନରେ ୨୫ ଜଣଙ୍କ ମୃତ୍ୟୁ

ପାଟଣା: ବିହାରରେ ମଦ ବ୍ୟାନ, କିନ୍ତୁ ବିଷାକ୍ତ ମଦ ପିଇ ମରୁଛନ୍ତି ଲୋକେ । ରାଜ୍ୟରେ ମଦ ପ୍ରସ୍ତୁତି ଓ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ପ୍ରଶାସନ ବିଫଳ ହୋଇଛି । ପୁଣି ଥରେ ବିଷାକ୍ତ ମଦ ପିଇ ୨ ଦିନ ମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ଓ ଗୁରୁବାରକୁ ମିଶାଇ ଗୋପାଳଗଞ୍ଜରେ ୧୭ ଓ ବେତିୟାରେ ୮ ଜଣଙ୍କ ଜୀବନ ଯାଇଛି । ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ପରିବାର ଲୋକେ କହୁଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

25 Dead In 2 Days Due To Poisonous Liquor In Bihar

ମୋହମ୍ମଦପୁର ଓ କୁଶହରରେ ବିଷାକ୍ତ ମଦ ପିଇ ବୁଧବାର ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି । ମେଡିକାଲରେ ଭର୍ତ୍ତି ହୋଇଥିବା କିଛି ଲୋକଙ୍କ ଆଖିର ରଶ୍ମି ଚାଲି ଯାଇଥିବା କୁହାଯାଉଛି । ମୃତକଙ୍କ ପରିବାରକୁ ବିହାରର ଭୂ-ତତ୍ତ୍ୱ ମନ୍ତ୍ରୀ ଭେଟି ସାହାଯ୍ୟର ଭରସା ଦେବା ସହ ସରକାରଙ୍କୁ ବଦନାମ ପାଇଁ ଷଡ଼ଯନ୍ତ୍ର ହୋଇଥିବା କହିଛନ୍ତି ।

25 Dead In 2 Days Due To Poisonous Liquor In Bihar

ମୃତ୍ୟୁବରଣ କରିଥିବା ମୁକେଶ ରାମ, ଛୋଟେ ଲାଲ୍ ପ୍ରସାଦ, ଛୋଟେ ଲାଲ୍ ସୋନି, ସନ୍ତୋଷ ଶାହ ଓ ରାମବାବୁ ରାୟଙ୍କ ମୃତ୍ୟୁ ହୋଇଛି । ମୃତକ ମୁକେଶ ରାମଙ୍କ ଘରୁ ଦେଶୀ ମଦ ମିଳିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ‘ଯେଉଁଠି ମଦ ଚାଲୁଛି, ସେଠି ଗଡ଼ବଡ଼ ହେଉଛି ।’

ମାଆ ଝିଅଙ୍କୁ ଛୁରାମାଡ଼ ଘଟଣାର ପର୍ଦ୍ଦାଫାସ, ଲୁଟ୍ ଲକ୍ଷ୍ୟରେ ରୂପେଶ ରଚିଥିଲା ଷଡ଼ଯନ୍ତ୍ର

ଭୁବନେଶ୍ୱର: ଶୈଳଶ୍ରୀବିହାରରେ ମାଆ ଝିଅଙ୍କୁ ଛୁରା ମାଡ଼ ଘଟଣା ଉପରୁ ଉଠିଲା ପର୍ଦ୍ଦା । ପ୍ରେସମିଟ୍ କରି ଛୁରାମାଡ଼ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଛୁରାମାଡ଼ ଘଟଣାରେ ରୂପେଶ ସମେତ ୨ଜଣ ଗିରଫ ହୋଇଛନ୍ତି । ଗିରଫ ଦ୍ୱୟ ହେଲେ ରୂପେଶ ପଣ୍ଡା ଓ ସଞ୍ଜୟ ପଣ୍ଡା। ରୂପେଶ ଓ ସଞ୍ଜୟ ଏକ ଗଣମାଧ୍ୟମ ପ୍ରତିଷ୍ଠାନରେ କାର୍ଯ୍ୟରତ ଅଛନ୍ତି।

ପୋଲିସ ମୁତାବକ ଋଣ ଓ ଆର୍ଥିକ ସସମ୍ୟାରେ ଗତି କରୁଥିବା ରୂପେଶ ମାସକ ପୂର୍ବରୁ ଲୁଟ୍ ପାଇଁ ଯୋଜନା କରିଥିଲେ । ଗତ ୧ ତାରିଖ ଦିନ ମହିଳା ବେଶରେ ପଡ଼ୋଶୀ ମହିଳାଙ୍କ ଘରକୁ ପଶିଥିଲେ ରୂପେଶ । ଘରେ ପଶି ହଠାତ୍ ଆକ୍ରମଣ କରିବା ସହ ଖେଳନା ବନ୍ଧୁକରୁ ଗୁଳି ମଧ୍ୟ ଫୁଟାଇଥିଲା ରୂପେଶ । ଘଟଣାରେ ବ୍ୟବହୃତ ଛୁରି ଓ ବାଇକ୍  ପୋଲିସ ଜବତ କରିଛି । ଲୁଟ୍‌ ପାଇଁ ୧ ନଂ ମାର୍କେଟରୁ ଛୁରି ଓ ଡ୍ରେସ କିଣିଥିଲେ ବୋଲି ଡିସିପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଗତ ୧ ତାରିଖରେ ରୂପେଶ ମହିଳା ବେଶରେ ଆହାତ ଯୁବତୀଙ୍କ ଘରେ ପଶିଥିଲେ । ଏହାପରେ ଏକ ଛୁରିରେ ଉଭୟ ଯୁବତୀ ଓ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲେ । ଧସ୍ତାଧସ୍ତିରେ ସେ ନିଜେ ମଧ୍ୟ ଆହାତ ହୋଇଥିଲେ ।

ଆମେରିକା ଯାଇପାରିବେ କୋଭାକ୍ସିନ ନେଇଥିବା ବ୍ୟକ୍ତି

ନୂଆଦିଲ୍ଲୀ: ଆମେରିକା ଯିବା ଲାଗି ଇଚ୍ଛୁକ ଭାରତୀୟଙ୍କ ଲାଗି ଖୁସି ଖବର । ଯଦି କୋଭାକ୍ସିନ ନେଇଛନ୍ତି ତେବେ ଆସନ୍ତା ୮ରୁ ଆପଣ ବିନା ବାଧାରେ ଯାଇପାରିବେ ଆମେରିକା । ଏନେଇ ଆମେରିକା ନିଜ ନିୟମରେ ପରିବର୍ତ୍ତନ କରିଛି । ଜରୁରୀକାଳୀନ ବ୍ୟବହାର ଲାଗି କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁମତି ଦେବା ପରେ ଆମେରିକା ଏହି ନିଷ୍ପତ୍ତି ନେଇଛି । WHO ଅନୁଯାୟୀ କୋଭାକ୍ସିନର ୭୮ ପ୍ରତିଶତ ଦକ୍ଷତା ହାର ରହିଛି । ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୁକ୍ତ କାରଣ ଏହାକୁ ସଂରକ୍ଷଣ କରିବା ସହଜ ଅଟେ । ଏହି ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ବାରା ମିଳିତ ଭାବରେ ବିକଶିତ କରାଯାଇଛି ।

 

ଆମେରିକା ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ସିଡିସି ପକ୍ଷରୁ ଏନେଇ ଗାଇଡଲାଇନ ଜାରି କରାଯାଇଛି ଏବଂ ଖାଦ୍ୟ ଓ ଔଷଧ ପ୍ରଶାସନ ଏସମ୍ପର୍କରେ ଅବଗତ କରାଯାଇଛି । ଆମେରିକା ରୋଗ ନିୟନ୍ତ୍ରଣ ପ୍ରେସ ଅଧିକାରୀ ସ୍କଟ ପାଉଲି ନ୍ୟୁଜ୍ ଏଜେନ୍ସି ANIକୁ କହିଛନ୍ତି କି ସିଡିସିର ଭ୍ରମଣ ନିର୍ଦ୍ଧେଶବଳୀ FDA ଅନୁମୋଦିତ କିମ୍ବା ପ୍ରାଧିକୃତ ତଥା WHO ଜରୁରୀକାଳୀନ ବ୍ୟବହାର ତାଲିକା ଟିକା ପାଇଁ ପ୍ରଯୁଜ୍ୟ ଏବଂ ଯେକୌଣସି ନୂତନ ଟିକା ଅନ୍ତର୍ଭୁକ୍ତ କରେ ତାହା ସମୟ ସହ ସେହି ତାଲିକାରେ ଯୋଡି ହୋଇପାରେ । ତେବେ କୋଭାକ୍ସିନ ନେଇ ନଥିବା ଯାତ୍ରୀମାନେ ପୂର୍ବରୁ ଆମେରିକାରେ ପହଞ୍ଚିବା ପରେ କ୍ବାରେଣ୍ଟାଇନରେ ରହିବା ସହ ନେଗେଟିଭ ଆରଟି ପିସିଆର ରିପୋର୍ଟ ଦାଖଲ କରୁଥିଲେ । ୮ ତାରିଖ ପରେ ଏହା ଆଉ ଆବଶ୍ୟକ ନାହିଁ । ପୂର୍ବରୁ ଫାଇଜର, ଜନସନ, ମଡର୍ଣ୍ଣା, ଆଷ୍ଟ୍ରାଜେନେକା, କୋଭିସିଲ୍ଡ, ସିନୋଫାର୍ମ ଓ ସିନୋଭାକକୁ ଆମେରିକା ଅନୁମତି ଦେଇସାରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ କୋଭିଡ ବିରୋଧରେ ୭୭.୮ ପ୍ରତିଶତ ସଫଳ ହେଉଛି ।

ଅମ୍ପାୟାରଙ୍କ ନିଷ୍ପତ୍ତିରେ ରାଗିଲେ ବିରାଟ କୋହଲି

0

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଭାରତ ପ୍ରଥମ ବିଜୟ ଲାଭ କରିଛି । ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ପରେ ଆଫଗାନିସ୍ତାନ ବିପକ୍ଷରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଚଳିତ ଟି-୨୦ ବିଶ୍ବକପରେ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିଛି ବିରାଟ ବ୍ରିଗେଡ । ଏହି ମ୍ୟାଚରେ ଭାରତୀୟ ଦଳର ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ଓ୍ବିକେଟ ପାଇଁ ୧୪୦ ରନର ପାର୍ଟନରସିପ୍ କରିଥିଲେ । କିନ୍ତୁ ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ସାମି ବୋଲିଂ କରୁଥିବା ସମୟରେ ଜାଡେଜା ଏକ ଅସମ୍ଭବ କ୍ୟାଚ ଧରିଥିଲେ । କିନ୍ତୁ ଥାର୍ଡ ଅମ୍ପାୟାର ଏହି କ୍ୟାଚକୁ ନଟଆଉଟ  କହିଥିଲେ । ତେବେ ଜାଡେଜା ଏହି ଦମଦାର କ୍ୟାଚ ଧରିବା ପରେ ଅନ ଫିଲ୍ଡି ଅମ୍ପାୟାର ସପ୍ଟ ସିଗନାଲ ଆଉଟ ଦେଇଥିଲେ । କିନ୍ତୁ ଥାର୍ଡ ଅମ୍ପାୟାର ଅନ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତିକୁ ଭୁଲ କହିଥିଲେ ଏବଂ ଏହି କ୍ୟାଚକୁ ନଟଆଉଟ  ଦେଇଥିଲେ ।

 

View this post on Instagram

 

A post shared by ICC (@icc)

ତେବେ ଥାର୍ଡ ଅମ୍ପାୟରଙ୍କ ଏହି ନିଷ୍ପତି ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅଧିନାୟକ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଅମ୍ପୟାରଙ୍କ ନିଷ୍ପତିକୁ ଗ୍ରହଣ କରିପାରୁନଥିଲେ । ଅମ୍ପୟାରଙ୍କ ଏହି ନିଷ୍ପତି ବିରାଟ କୋହଲିଙ୍କୁ ନିରାଶ କରିଥିଲା ।

ଲିଙ୍ଗରାଜ ନିକଟରେ ପୂରାତନ ମନ୍ଦିରର ଗର୍ଭ ଗୃହ ଓ ଦଧିନଉତି ଠାବ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ବାମ ପାର୍ଶ୍ଵ ଶୁକଶାରୀ ମନ୍ଦିର ପାଖରେ ଖନନ ବେଳେ ଏକ ପୁରାତନ ମନ୍ଦିରର ଗର୍ଭ ଗୃହ ଓ ଦଧିନଉତି ଠାବ ହୋଇଛି । ପୂର୍ବରୁ ଏକ ଚଟାଣ ଠାବ ହୋଇଥିଲା । ମନ୍ଦିରର ଭଗ୍ନାବଶେଷ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ବେଳେ ପୁରାତନ ମନ୍ଦିରର ଅନେକ ଭଗ୍ନାବଶେଷ ମିଳିଛି । ASI ପକ୍ଷରୁ ୪ ଫୁଟ ତଳକୁ ଓ ବିନ୍ଦୁସାଗର ପର୍ଯ୍ୟନ୍ତ ୩ଶହ ମିଟର ଖନନ ହେବ । ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ରରେ ମାଟିତଳେ ଆହୁରି ଅନେକ ମନ୍ଦିର ପୋତି ହୋଇ ରହିଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସନ୍ଧାନ ମିଳିଥିବା ମନ୍ଦିରଟି ଶୁକଶାରୀ ମନ୍ଦିରର ସମସାମୟିକ ମନ୍ଦିର ବୋଲି ଗବେଷକ ଅନୁମାନ କରିଛନ୍ତି।

ଦୀପାବଳିରେ ଏମିତି ମୋବାଇଲ କ୍ୟାମେରାରେ ଉଠାନ୍ତୁ ଭଲ ଫଟୋ..

ନୂଆଦିଲ୍ଲୀ: ସାରା ଦେଶ ଏବେ ଚାଲିଛି ଉତ୍ସବର ଋତୁ । ଏହି ଉତ୍ସବର ଋତୁ ମଧ୍ୟରେ ଏବେ ଦୀପାବଳି ଆସିଛି ।ଦୀପାବଳି ଅବସରରେ ଲୋକମାନେ ଘର ସଜେଇ ଥାନ୍ତି । କାରଣ ଦୀପାବଳି ହେଉଛି ଆଲୋକର ପର୍ବ । ଦୀପାବଳିରେ ସାଧାରଣତଃ ଘରେ ରଙ୍ଗେଲୀ ପକାନ୍ତି, ନୂତନ ପୋଷାକ ପରିଧାନ କରିନ୍ତି ଏବଂ ବାଣ ଫୁଟାନ୍ତି । ତେବେ ଏହି ଉତ୍ସବକୁ ଲୋକମାନେ ତାଙ୍କ ବନ୍ଧୁ ଓ ପରିବାରବର୍ଗଙ୍କ ସହ ପାଳନ କରନ୍ତି । କାରଣ ଦୀପାବଳି ହେଉଛି ଭାରତର ବଡ଼ ପର୍ବ । ତେଣୁ ଏହି ଉତ୍ସବର ସର୍ବୋତ୍ତମ ମୁହୂର୍ତ୍ତକୁ ଲୋକମାନେ ସବୁଦିନ ପାଇଁ ମନେ ରଖିବା ପାଇଁ ଫୋଟେ କ୍ଲିକ୍ କରନ୍ତି ।

ଆଜିର ସମୟରେ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟ ଫୋନ । ଯାହା ଦ୍ବାରା ଆପଣ ଭଲ ଫଟୋଗ୍ରାଫି କରି ପାରିବେ । ଯଦି ଆପଣ ଭାବୁଛନ୍ତି କି ଭଲ ଫଟୋଗ୍ରାଫି ପାଇଁ DSLR କିମ୍ବା ମିରର ଲେସ କ୍ୟାମେରା ଆବଶ୍ୟକ ,ତେବେ ଏହା ସତ ନୁହେଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ସହଜ ଟିପ୍ସ କହୁଛୁ ଯାହା ଦ୍ବାରା ଆପଣ ନିଜ ସ୍ମାର୍ଟ ଫୋନରେ ଭଲ ଫଟୋ କ୍ଲିକ୍ କରିପାରିବେ । ଫଟୋଗ୍ରାଫି ପାଇଁ ସର୍ବପ୍ରଥମେ ଆପଣ କମ୍ ଲାଇଟ ଓ ଅଧିକ ଲାଇଟରେ କିପରି ଫଟୋ କ୍ଲିକ୍ କରାଯିବ ତାହା ଜାଣିବା ଦରକାର । ଯଦି ଲାଇଟ କମ୍ ରହିଛି ତେବେ ଏହାକୁ ପୂରା ତରିକା ସହିତ କ୍ଲିକ୍ କରନ୍ତୁ । ଯଦି ଲାଇଟ ଅଧିକ ରହିଛି ତେବେ ସଠିକ୍ ଏକ୍ସପୋଜରକୁ ବ୍ୟବହାର କରି ଏହାକୁ ହଟାଇବାକୁ ଚେଷ୍ଟା କରନ୍ତୁ ।

କିଛି ସମୟରେ ରାତିରେ ଫଟୋ ଉଠାଇବା ସମୟରେ ଫଟୋ ଉଠାଇବା କଷ୍ଟକର ଅଟେ । ଏଥିପାଇଁ ବ୍ଲର- ଫ୍ରୀ ଫଟୋ  ଉଠାଇବା ପାଇଁ ଆପଣ ଏକ ଟ୍ରାଇପଡର ବ୍ୟବହାର କରିପାରିବେ । ଫଟୋରେ ଲାଇଟ ଓ ବ୍ୟାକ ଲାଇଟର ବେଶ୍ ଗୁରୁତ୍ବ ଭୂମିକା ଗ୍ରହଣ କରେ । ଏହି ଲାଇଟ ଓ ବ୍ୟାକଲାଇଟର ମିଶ୍ରଣ ମାଧ୍ୟମରେ ଫଟୋଟି ସର୍ବଦା ଉନ୍ନତ ହୋଇପାରିବ ଏବଂ ଫଟୋଟି ଭଲ ଉଠିଥାଏ । ତେବେ ଏପରି ଫଟୋ ଉଠାଇବା ପାଇଁ ପ୍ରଥମେ ଆପଣ ଆପଣଙ୍କ ସ୍ମାର୍ଟ ଫୋନରେ ପୋର୍ଟ୍ରୋଟ ମୋଡ ଅନ୍ କରିବାକୁ ପଡ଼ିବ । ଏହାପରେ ଆପଣଙ୍କ ପରିବାରକୁ କିଛି ଦୂରରେ ଲାଇଟ୍ ସାମ୍ନାରେ ଠିଆ ହେବାକୁ କୁହନ୍ତୁ ଏବଂ ଏହା ପରେ ଆପଣ ଫଟୋ କ୍ଲିକ୍ କରନ୍ତୁ । ଏହି ପୋଟ୍ରେଟ ମୋଡ ଦ୍ବାରା ପରିବେଶ ଏବଂ ବ୍ୟାକଗ୍ରାଉଣ୍ଡକୁ ବ୍ଲର କରିବ ଯାହା ଫଳରେ ଫଟୋଟି ଆକର୍ଷଣୀୟ ଦେଖାଯିବ । ତେବେ ଦୀପାବଳିରେ ସମସ୍ତଙ୍କ ଇଚ୍ଛା ଥାଏ କି ଆତସବାଜିର ଫଟୋ ଉଠାଇବା ପାଇଁ ।  ତେବେ ଆତସବାଜିର ଫଟୋ ଉଠାଇବା ସମୟରେ ସର୍ବଦା ମାନୁଆଲ କିମ୍ବା ପ୍ରୋ ମୋଡ ବ୍ୟବହାର କରନ୍ତୁ ।  କାହିଁକି ନା ମାନୁଆଲ ମୋଡ ଦ୍ବାରା ଆପଣ ସଟରର ଗତି ଏବଂ ଏକ୍ସପୋଜରକୁ ନିୟନ୍ତ୍ରଣ କରିପାରିବେ । ତେଣୁ ଆତସବାଜିର ଫଟୋ ଉଠାଇବା ସମୟରେ ସଟର ସ୍ପିଡକୁ ଅଧିକ ରଖନ୍ତୁ ଏବଂ ସେହି ଅନୁସାରେ ISO କୁ ବ୍ୟବହାର କରନ୍ତୁ ।

ବର୍ତ୍ତମାନ ଉନ୍ନତ ଧରଣର ସ୍ମାର୍ଟ ଫୋନରେ ୪୮ ମେଗାପିକ୍ସେଲ, ୫୦ ମେଗାପିକ୍ସେଲ,୬୪ ମେଗାପିକ୍ସେଲ କିମ୍ବା ୧୦୮ ମେଗାପିକ୍ସେଲ ପରି ହାଇ ରେଜୁଲେସନର ସେନସର ଆସୁଛି । ତେଣୁ ଦୀପାବଳି ସମୟରେ ଫଟୋ ଉଠାଇବା ସମୟରେ ଫୁଲ୍ ରେଜୁଲେସନ ମୋଡକୁ ଅନ କରନ୍ତୁ ଏବଂ ଫଟୋ କ୍ଲିକ୍ କରନ୍ତୁ । ଏହା ପରେ ଯଦି ଆବଶ୍ୟକତା ପଡ଼େ ଫଟୋକୁ କ୍ରପ କରନ୍ତୁ । ଯଦି ଆପଣ ଫଟୋ ଉଠାଇବା ସମୟରେ ଜୁମ୍ କରନ୍ତି ତେବେ ଫଟୋର କ୍ବାଲିଟି ପୂର୍ବ ଭଳି ରହିବ ନାହିଁ ।

ଭଲ ଫଟୋ କ୍ଲିକ୍ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଠିକ୍ ସମୟରେ ସଟ୍ କ୍ଲିକ୍ କରିବା ବେଶ୍ ଗୁରୁତ୍ବପୂର୍ଣ୍ଣ । ତେଣୁ ଆପଣଙ୍କୁ ଫ୍ରେମକୁ ସଠିକ ଭାବରେ ସେଟ୍‌ କରିବାକୁ ପଡ଼ିବ । ତେବେ ଫଟୋ କ୍ଲିକ୍ କରିବା ପୂର୍ବରୁ ଆପଣଙ୍କ ଫଟୋରେ ଥିବା ଅନାବଶ୍ୟକ ଉପଦାନଗୁଡିକୁ ବାହାର କରିବାପରେ ଫଟୋ କ୍ଲିକ୍ କରିପାରିବେ ।

 

 

ମୋଟରସାଇକେଲ ରଖିବାକୁ ନେଇ ତୁମୁଳ କାଣ୍ଡ, ଜଣେ ମୃତ୍ୟୁ ଓ ତିନି ଗୁରୁତର

0

କଟକ: ମୋଟର ସାଇକେଲ ରଖିବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ। ୨ ପରିବାର ମଧ୍ୟରେ ଧସ୍ତାଧସ୍ତିରେ ଜଣଙ୍କର ମୃତ୍ୟୁ  ହୋଇଥିବାବେଳେ  ତିନି ଜଣ ଗୁରୁତର ଆହତ ହୋଇଛନ୍ତି । କଟକ ଜିଲ୍ଲା ବଡ଼ମ୍ବା ଥାନା ମୁଗଗହୀର ଗାଁରେ ଏହି ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇଦିଆଯାଇଛି ।

ସୂଚନା ମୂତାବକ କଟକରେ ଡ୍ରାଇଭର ଭାବେ କାମ କରୁଥିବା ଦିଲ୍ଲୀପ ଖଟୁଆ ଗତକାଲି ଘରକୁ ଫେରି ଘର ପାଖ ବାସେଳୀ ମନ୍ଦିର ନିକଟରେ ନିଜ ମୋଟରସାଇକଲ ରଖିଥିଲେ। ଏହାକୁ ଗାଁର ଚରଣ ରାଉତ ବାରଣ କରିବାରୁ ଦିଲ୍ଲୀପ ଖଟୁଆ ତାଙ୍କ ମଧ୍ୟରେ ବଚସା ହୋଇଥିଲା। ଦିଲୀପ ଘରକୁ ପଳାଇବା ପରେ ଚରଣ ଓ ତାଙ୍କ ପରିବାର ଦିଲୀପଙ୍କ ଘରକୁ ଯାଇ ଆକ୍ରମଣ କରିଥିଲେ। ଏଥିରେ ଦିଲ୍ଲୀପଙ୍କ ପରିବାର ୪ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଡାକ୍ତର ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଥିବା ବେଳେ ଦିଲ୍ଲୀପଙ୍କ ବାପା, ମା ଓ ସାନଭାଇ ଚିକିତ୍ସାଧୀନ ଅଛନ୍ତି।

ବଡ଼ମ୍ବା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ପୋଲିସ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛି।