spot_img
Home Blog Page 4977

ସାବଧାନ: ଥଣ୍ଡା ପାନୀୟ ହୋଇପାରେ ହୃଦଘାତ ଓ ମୃତ୍ୟୁର କାରଣ

ନୂଆଦିଲ୍ଲୀ: ଥଣ୍ଡା ପାନୀୟ ବା କୋଲ ଡ୍ରିଙ୍କସ୍ ପିଉଛନ୍ତି କି ? ଯଦି ନେଉଛନ୍ତି ସାବଧାନ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ହୃଦଘାତ, ହୃଦୟ ରୋଗ ଓ ମୃତ୍ୟୁର କାରଣ ହୋଇପାରେ । ଯଦି ଆପଣ ଚିନିର ବିକଳ୍ପ ଭାବେ ଆର୍ଟିଫିସିଆଲ ମିଠାଯୁକ୍ତ ଖାଦ୍ୟ ନେଉଛନ୍ତି ଓ ସାଧାରଣ ପାନୀୟ ବଦଳରେ ଡାଏଟ ଡ୍ରିଙ୍କସ୍ (ଥଣ୍ଡା ପାନୀୟ) ନେଉଛନ୍ତି ତେବେ ତ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ରହିଛି ବଡ଼ ବିପଦ । ୫୦ରୁ ୫୯ ବର୍ଷର ୮୦ ହଜାର ମହିଳାଙ୍କ ଉପରେ କରାଯାଇଥିବା ଏକ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ।

୧୨ ବର୍ଷ ରିସର୍ଚ୍ଚର ରିପୋର୍ଟ

ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ୍ ମେଡିସିନ ସେଣ୍ଟରରେ ୧୨ ବର୍ଷ ଧରି ହୃଦଘାତକୁ ନେଇ ଏହି ସର୍ଭେ କରାଯାଇଥିଲା । ରିସଚ୍ଚର୍ସଙ୍କ କହିବା ଅନୁସାରେ ଦିନକୁ ଦୁଇରୁ ଅଧିକ ଥର ଥଣ୍ଡା ପାନୀୟ ପିଉଥିବା ମହିଳାଙ୍କ କ୍ଷେତ୍ରରେ ଇସ୍କୋମିକ ଷ୍ଟ୍ରୋକର ବିପଦ ବଢ଼ି ଯାଇଥାଏ । ଏଥିରେ କୁହାଯାଇଛି ୫.୧ ପ୍ରତିଶତ ମହିଳା ଏମିତି ଥିଲେ ଯେଉଁମାନେ ଦୁଇରୁ ଅଧିକ ଥର ଥଣ୍ଡା ପାନୀୟ ନେଉଥିଲେ । ଏମାନଙ୍କ କ୍ଷେତ୍ରରେ ହୃଦଘାତର ସମ୍ଭାବନା ଅଧିକ ରହିଛି ।

ଆପଣଙ୍କ ପ୍ରତି ରହିଛି କେତେ ବିପଦ ?

ଦିନକୁ ଦୁଇରୁ ଅଧିକ ଥର ଥଣ୍ଡା ପାନୀୟ ନେଉଥିବା ମହିଳାଙ୍କ କ୍ଷେତ୍ରରେ ଇସ୍କୋମିକ ଷ୍ଟ୍ରୋକ୍ ସମ୍ଭାବନା ୨୩ ପ୍ରତିଶତ ବଢ଼ି ଯାଇଥାଏ । ସେହିପରି କୋରୋନାରୀ ହୃଦୟ ରୋଗର ସମ୍ଭାବନା ୨୯ ପ୍ରତିଶତ ଓ ମୃତ୍ୟୁ ସମ୍ଭାବନା ୧୬ ପ୍ରତିଶତ ବଢ଼ିଯାଇଥାଏ । ଏହାସହ ମସ୍ତିଷ୍କର ଧମନୀରେ ରକ୍ତ ଜମା ହୋଇ ଏହା ସାଧାରଣ ଷ୍ଟ୍ରୋକର ବି କାରଣ ହୋଇପାରେ ।

ଆର୍ଟିଫିସିଆଲ ମିଠା କ’ଣ ?

ଆର୍ଟିଫିସିଆଲ ମିଠା ଏକ ପ୍ରକାର କେମିକାଲ । ଯାହାକୁ ଚିନିର ବିକଳ୍ପ ଭାବେ ବ୍ୟବହାର କରାଯାଏ । ବିଶେଷ କରି ଥଣ୍ଡା ପାନୀୟରେ ଏହାର ବହୁଳ ବ୍ୟବହାର କରାଯାଇଥାଏ । ଯାହା ପ୍ରାୟତଃ ସବୁ ବର୍ଗର ମହିଳାଙ୍କ ପସନ୍ଦ । ଖାଦ୍ୟ ପଦାର୍ଥ ଓ ପାନୀୟକୁ ମିଠା କରିବାକୁ ଚିନି ବଦଳରେ ଏହାକୁ ବ୍ୟବହାର କରାଯାଇଥାଏ । ସ୍ବାଦରେ ଏହା ଆପଣଙ୍କ ପାଟିକୁ ମିଠା ଲାଗିପାରେ । ହେଲେ, ସ୍ବାସ୍ଥ୍ୟ ପ୍ରତି ଏହା ଟାଣି ଆଣେ ହୃଦଘାତ ଭଳି ବଡ଼ ବିପଦ । ଯାହା ଆପଣଙ୍କ ମୃତ୍ୟୁର କାରଣ ପାଲଟି ପାରେ ।

ଭାରତରେ କ’ଣ ରହିଛି ସ୍ଥିତି ?

ରିସର୍ଚ୍ଚ ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଷ୍ଟ୍ରୋକ୍ ମାମଲା ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହିଛି । ଏହାର କାରଣ ସ୍ପଷ୍ଟ ହୋଇ ନଥିଲେ ବି ଏହାର ମୁକାବିଲା ପାଇଁ ହୃଦଘାତ ଚିକିତ୍ସାର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ । ହୃଦଘାତ ପରି ସମସ୍ୟାରୁ ଦୂରେଇ ରହିବାକୁ ହେଲେ ଡାଇବେଟିସ ଓ ରକ୍ତଚାପ ନିୟନ୍ତ୍ରଣରେ ରହିବା ଆବଶ୍ୟକ । ଏହାସହ ଯଦି ଆପଣ ସ୍କୋକିଂ (ସିଗାରେଟ୍) କରୁଛନ୍ତି ତେବେ ତୁରନ୍ତ ବନ୍ଦ କରନ୍ତୁ । ଏହା ବି ଆପଣଙ୍କ ହୃଦଘାତର କାର ହୋଇପାରେ ।

ଖୋର୍ଦ୍ଧାରେ ଖସୁଛି ଦୈନିକ କରୋନା ମାମଲା; ସଂକ୍ରମଣ ରୋକିବା ସମସ୍ତଙ୍କ ଦାୟିତ୍ୱ ବୋଲି କହିଲେ ଲକ୍ଷ୍ମୀକାନ୍ତ ସେଠୀ

ଭୁବନେଶ୍ୱର: ଦୀର୍ଘ ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଶହେ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ। ରାଜ୍ୟର ୨୦ ଜିଲ୍ଲାରେ ୧୭୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ମାତ୍ର ୬୧ଜଣ ଚିହ୍ନଟ ହୋଇଛନ୍ତି। ୧୦ଟି ଜିଲ୍ଲାରୁ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ୫୦ ତଳକୁ ଖସିଛି ।

ଏନେଇ ରାଜଧାନୀ ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ। ସେ କହିଛନ୍ତି ଯେ ପାର୍ବଣରେ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା କରାଯାଉଥିଲା । ତେବେ ଲୋକ ସଚେତନ ହୋଇ କଟକଣା ମାନିଥିବାରୁ ଏହି ସ୍ଥିତି ଠିକ୍ ରହିଛି । ତଥାପି ଏବେ ଅବହେଳା ନକରି ଅନୁଶାସନ ଭିତରେ ରହି ସଂକ୍ରମଣ ସଂଖ୍ୟାକୁ ଶୂନରେ ପହଞ୍ଚାଇବା ସମସ୍ତଙ୍କ ଦାୟିତ୍ୱ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି। ଯେପର୍ଯ୍ୟନ୍ତ କରୋନା ସଂକ୍ରମଣ ଶୂନରେ ନପହଞ୍ଚିଛି ସେଯାଏଁ ଆମକୁ ସତର୍କ ଓ ସଚେତନ ରହିବାକୁ ପଡିବ। କରୋନା ଭାଇରସ୍ ସମ୍ପୂର୍ଣ୍ଣ ଦୂରେଇ ନଯିବା ଯାଏଁ ଆମର ଏହି ଯୁଦ୍ଧ ଚାଲି ରହିବ ବୋଲି ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । କାରଣ ସଂକ୍ରମଣ ବଢିବା ଓ କମିବା ଲୋକଙ୍କ ଉପରେ ନ୍ୟସ୍ତ।

 

ରାଜ୍ୟରେ ଦିନକରେ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ ସଂଗରୋଧରୁ ୯୮ ଓ ସ୍ଥାନୀୟ ଅଞ୍ଚଳରୁ ୭୨ ସଂକ୍ରମିତ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୪ ଜଣ । ୩ ହଜାର ୬୫୧ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ରହିଥିବା ବେଳେ  ମୋଟ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୩୫୦କୁ ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ ।

ତିହାର ଜେଲରେ VIP ଟ୍ରିଟମେଣ୍ଟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ତିହାର ଜେଲ । ତିହାର ଜେଲ ପ୍ରଶାସନ ବିରୋଧରେ ପୁଣି ଥରେ ଗୁରୁତର ଅଭିଯୋଗ ଆସିଛି । ଏଥର ଜେଲ ନିୟମକୁ ଫୁ କରି ଜେଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଜଣେ କଏଦୀ ତାଙ୍କ ପିତାଙ୍କୁ ଭେଟିଥିବା ଅଭିଯୋଗ ଆସିଛି । ରାଜନୈତିକ କାରଣରୁ ତାଙ୍କ ପିତା ଜେଲ ନିୟମରେ ଖିଲାଫ କରି ତାଙ୍କ ପୁଅକୁ ଭେଟିବା ସହ ମନପସନ୍ଦର ଖାଦ୍ୟ ଖାଇବାକୁ ଦିଆଯାଉଥିବାର ଅଭିଯୋଗ ହେଉଛି ।

ସୂଚନା ଅନୁସାରେ ରଚିତ ସିଂଘଲ ନାମରେ ଜଣେ ଅଭିଯୁକ୍ତ ତିହାର ଜେଲରେ ରହିଛନ୍ତି । ଫୁଡ୍ ଡେଲିଭରୀ ବୟକୁ ମାରିବା ଘଟଣାରେ ଜେଲରେ ଅଛନ୍ତି ରାଚିତ । ଏହି ଅଭିଯୁକ୍ତ ଯେଉଁ ଜେଲରେ ରହିଛନ୍ତି ସେହି ଜେଲର ଅଧୀକ୍ଷକ ଭାବରେ ରାକେଶ ଚୌଧୁରୀଙ୍କୁ ପୋଷ୍ଟିଂ କରାଯାଇଛି । ତେବେ ରାକେଶ ଚୌଧୁରୀଙ୍କ ନାମରେ ଅଭିଯୋଗ ହୋଇଛି କି ସେ ଅଭିଯୁକ୍ତଙ୍କ ପିତା ସଂଜୟ ସିଂଘଲଙ୍କୁ ତାଙ୍କ କାର୍ଯ୍ୟାଳୟରେ ବସାଇବା ସହ ତାଙ୍କ କାର୍ଯ୍ୟାଳୟରେ ହିଁ ଅଭିଯୁକ୍ତ ସହ ଦେଖା କରାଇଥିଲେ  ଏବଂ ଜେଲର ନିୟମ ଭାଙ୍ଗି ଅଭିଯୁକ୍ତଙ୍କ ପାଇଁ ମନପସନ୍ଦ ଖାଦ୍ୟର ବ୍ୟବସ୍ଥା କରିଥିଲେ । ତେବେ ଏହାର ପ୍ରମାଣ ଜେଲ ନମ୍ବର ୧୬ର ଏଣ୍ଟ୍ରି ରେଜିଷ୍ଟରରେ ରେକର୍ଡ କରାଯାଇଛି । କେଉଁ ସମୟରେ କଏଦୀଙ୍କ ପିତା ଜେଲକୁ ଆସିଥିଲେ ଓ କେତେ ସମୟ ସେ ଜେଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବସିଥିଲେ ଏହାର ସମସ୍ତ ପ୍ରମାଣ ସିସିଟିଭିରେ ରହିଛି । ତେବେ ଜେଲରେ ଥିବା କଏଦୀଙ୍କ ପିତା ଜଣେ ବଡ଼ ଦୁଗ୍ଧ ବ୍ୟବସାୟୀ ଓ ସେ ଏକ ରାଜନୈତିକ ଦଳ ସହ ସଂଶ୍ଲିଷ୍ଟ । ସୂଚନାଯୋଗ୍ୟ ଗତକାଲି ଏହି ଅଭିଯୁକ୍ତଙ୍କ ଜାମିନ କୋର୍ଟ ଦ୍ବାରା ଖାରଜ କରାଯାଇଛି । ଯାହା ପରେ ଜେଲ ନିୟମକୁ ଫୁ କରି ଏହି ସବୁ ବ୍ୟବସ୍ଥା କରାଯାଇଛି । ଜେଲ ନିୟମ ଅନୁଯାୟୀ ଜେଲ ପରିସରରେ ଜେଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କେହି ଅଭିଯୁକ୍ତଙ୍କୁ ସାକ୍ଷାତ କରିପାରିବେ ନାହିଁ । କିନ୍ତୁ ରାକେଶ ଚୌଧୁରୀ କିପରି ଭାବରେ ତାଙ୍କ କାର୍ଯ୍ୟାଳୟରେ ତାଙ୍କ ପିତାଙ୍କୁ ଦେଖା କଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

ବୈତରଣୀର ମୁଆଁଘାଟରେ କୁମ୍ଭୀର ଆତଙ୍କ; ମତ୍ସ୍ୟଜୀବୀ ବଖାଣିଲେ ହୃଦୟଥରା କାହାଣୀ

ଚାନ୍ଦବାଲି: ଚାନ୍ଦବାଲି ନିକଟସ୍ଥ ବୈତରଣୀ ନଦୀର ମୁଆଁଘାଟରେ କୁମ୍ଭୀର ଆତଙ୍କ। ଅଳ୍ପକେ ବର୍ତ୍ତିଲେ ୪ ମତ୍ସ୍ୟଜୀବୀ। ମତ୍ସ୍ୟଜୀବୀ ବଖାଣିଲେ ହିଂସ୍ର କୁମ୍ଭୀରର ଝାମ୍ଫ ମାରିବା ଅନୁଭୂତି ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଏକ ଡଙ୍ଗା ନେଇ ନଦୀକୁ ଯାଇଥିଲେ ମତ୍ସ୍ୟଜୀବୀ । ଜାଲ ମାରିବା ବେଳେ ଦେଖିବାକୁ ପାଇଥିଲେ ୧୫ଫୁଟର କୁମ୍ଭୀର । ହିଂସ୍ର କୁମ୍ଭୀର ବାରମ୍ବାର ଝାମ୍ଫ ମାରିଥିଲା । କୁମ୍ଭୀରକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୁମ୍ଭୀର ସେ ସ୍ଥାନ ଛାଡି ଯାଇନଥିଲା । ଫଳରେ ମତ୍ସ୍ୟଜୀବୀ ଜୀବନ ବଞ୍ଚାଇବାକୁ ଜାଲ ଛାଡି ଡଙ୍ଗା ନେଇ ପଳାଇ ଆସିଥିବା କହିଛନ୍ତି।

ଗତ କିଛିଦିନ ହେଲା ଚାନ୍ଦବାଲି ଠାରୁ ଧାମନଗର ଗାନ୍ଧିଘାଟ ଦୀର୍ଘ ୨୫ କିଲୋମିଟର ନଦୀରେ ସନ୍ତରଣ କରିବା ସହ ହିଂସ୍ର ହୋଇ ଖାଦ୍ୟ ଅନ୍ବେଷଣରେ କେତେବେଳେ ଗୃହପାଳିତ ପଶୁ ତ ଆଉ କେତେବେଳେ ମଣିଷଙ୍କୁ କୁମ୍ଭୀର ଝାମ୍ଫି ନେଉଥିବା ଖବର ନଜର ଆସୁଛି।

ଖୁବଶୀଘ୍ର ଖୋଲିବ ୬ଷ୍ଠ ଏବଂ ୭ମ ଶ୍ରେଣୀ; ସଚେତନତା ଓ ସୁରକ୍ଷା ପାଇଁ କରାଯିବ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଖୋଲିବ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ। ଶ୍ରେଣୀଗୃହରେ ବସି ପାଠ ପଢିବେ ଛାତ୍ରଛାତ୍ରୀ। ଏବେ ବି କରୋନା ସଂକ୍ରମଣର ଭୟ ଥିବାରୁ ସ୍କୁଲ ଖୋଲିବା ପରେ ସଚେତନତା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେବ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।

ଏନେଇ ଆୟୋଗ ପକ୍ଷରୁ ଆସନ୍ତା ୨୦ ତାରିଖରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ। ୪୦ ଦିନ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହା ପୂର୍ବରୁ ୧୯ ତାରିଖରେ ଶିଶୁ ବିଧାନସଭାର ଆୟୋଜନ କରାଯିବ। କାର୍ଯ୍ୟକ୍ରମ ବିଧାନସଭା ପରିସରରେ କରିବା ପାଇଁ ଆୟୋଗ ଯୋଜନା କରିଥିବା ବେଳେ ଏଥିପାଇଁ ବାଚସ୍ପତିଙ୍କ ଅନୁମତିକୁ ଅପେକ୍ଷା ରହିଛି।

ଅନୁମତି ନମିଳିଲେ ଜୟଦେବ ଭବନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଶିଶୁମାନଙ୍କୁ ସାମିଲ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।

 

 

କେଦାରନାଥରେ ମୋଦି; ଲୋକାର୍ପଣ କଲେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି

ଡେରାଡୁନ: ଉତ୍ତରାଖଣ୍ଡର କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦି ଡେରୁଡୁନ ବିମାନ ବନ୍ଦରରେ ପହଞ୍ଚିବା ପରେ ଉତ୍ତରାଖଣ୍ଡ ରାଜ୍ୟପାଳ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମୋଦିଙ୍କୁ ସ୍ବାଗତ କରିଥିଲେ । ନରେନ୍ଦ୍ର ମୋଦି କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିଛନ୍ତି । କେଦାରନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ  । ମନ୍ଦିରରେ ବାବାଙ୍କ ଦର୍ଶନ କରିବା ପରେ ଅନେକ ବିକାଶମୂଳକ କାର୍ଯ୍ୟର ତଦାରଖ କରିବେ ମୋଦି  । ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ୩୫ ଟନ ଓଜନ ବିଶିଷ୍ଟ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ୨୦୧୯ରୁ ନିର୍ମାଣ ଆରମ୍ଭ କରିଥିଲେ । ଉତ୍ତରାଖଣ୍ଡ ଜଳ ପ୍ରଳୟରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଧ୍ୱଂସ ପାଇ ଯାଇଥିଲା। ଏହାକୁ ପୁଣିଥରେ ତିଆରି କରାଯାଇଛି। ମୋଦି କେଦାରନାଥ ଆଜି ଆସୁଥିବାରୁ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ୮୭ଟି ସ୍ଥାନରେ ସିଧାପ୍ରସାରଣ ହେବ । ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବା ପରେ ସେ ସେହି କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ । ଏଥିପାଇଁ ଏହି କାର୍ଯ୍ୟକ୍ରମକୁ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେଦାରନାଥ ମନ୍ଦିରକୁ ୮ କୁଇଣ୍ଟାଲ ଫୁଲରେ ସଜାଯାଇଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ମୋଦି କେଦାରନାଥ ଦର୍ଶନ କରିବା ସମୟରେ ଅନ୍ୟ ଭକ୍ତଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଥିଲା ।

 

 

କଟକଣାରେ ଚାଲିଛି ମହାକାଳୀଙ୍କ ମହାପୂଜା

ଭଦ୍ରକ: ଆରମ୍ଭ ହୋଇଛି ମହାକାଳୀଙ୍କ ମହାପୂଜା । ଗତକାଲି ରାତିରୁ ମଣ୍ଡପରେ ମାଆଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କର ସପ୍ତମାତୃକା ପୂଜାର୍ଚ୍ଚନା ହେଉଛି। ସାତ ଦିନରେ ସାତଟି ଵେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମାଆ। ଆଜି ଦ୍ୱିତୀୟ ଦିନରେ ମହାକାଳୀ ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ସବୁବେଳେ ମାଆ ଶାନ୍ତ ରୂପରେ ଦର୍ଶନ ଦେଉଥିବାବେଳେ ଆଜି ଉଗ୍ର ରୂପ ଧାରଣକରି ଦର୍ଶନ ଦେଉଛନ୍ତି । ଭଦ୍ରକର ଚରମ୍ପାରେ ୧୧ଟି ମଣ୍ଡପରେ ମାଆ ପୂଜା ପାଉଛନ୍ତି । କଟକଣାରେ ବିଧି ରକ୍ଷା ହେଉଥିବାବେଳେ ଶ୍ରଦ୍ଧାଳୁଙ୍କ ସମାଗମକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି। ସବୁବର୍ଷ ୧୦ଦି ଧରି ପୂଜା ହେଉଥିବାବେଳେ କରୋନା ପାଇଁ ଚଳିତବର୍ଷ ମାତ୍ର ୨ ଦିନ ପରେ ମାଆଙ୍କୁ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି।

ସେପଟେ କଟକରେ ମଧ୍ୟ କଟକଣାରେ ମାଆଙ୍କ ପୂଜା ଅନୁଷ୍ଠିତ ହେଉଛି । ସହରର ୭୧ଟି ପୂଜା ମଣ୍ଡପରେ ଗତକାଲି ରାତିରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ନୂତନ ପୋଷାକ ଓ ଆଭୁଷଣରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ।

ଯୁବ ବ୍ୟବସାୟୀ ଅବିନାଶଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳେ ନିଖୋଜ ଥିଲେ

ଭୁବନେଶ୍ୱର: ଦୟାନଦୀରେ ନିଖୋଜ ହୋଇପଡିଥିବା ଅବିନାଶଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘ ୩୩ ଘଣ୍ଟା ପରେ ନିଖୋଜ ଅବିନାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ଖୋଜାଖୋଜି ସମୟରେ ଆଜି ଭୋର ୫ଟାରେ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ପୋଲିସ।

ସୂଚନା ଅନୁଯାୟୀ, ନିଖୋଜ ଥିବା ସ୍ଥାନର ୬ ଶହ ମିଟର ଦୂର କଣ୍ଟି ପଞ୍ଚାୟତର ଲେମ୍ବୁଆପଡା ମୌଜାରୁ ମୃତଦେହ ଉଦ୍ଧାର ହୋଇଛି। ଦୁଇ ଦିନ ପୂର୍ବରୁ ଦୟାନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଥିଲେ ପାତ୍ରପଡାର ଯୁବ ବ୍ୟବସାୟୀ ଅବିନାଶ।

ଅଧିକ ପଢନ୍ତୁ- ନଦୀରେ ବୁଡ଼ି ଯୁବ ବ୍ୟବସାୟୀ ନିଖୋଜ, ହତ୍ୟା କରାଯାଇଥିବା ସନ୍ଦେହ

https://youtu.be/fs0VoWdF86g

ଦୀପାବଳି ପରେ ଦିଲ୍ଲୀରେ ବଢ଼ିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଲା ଦିଲ୍ଲୀର ବାୟୁ ପ୍ରଦୁଷଣ । କଟକଣା ସତ୍ତ୍ବେ ଦିଲ୍ଲୀ-ଏନସିଆରରେ ମାତ୍ରାଧିକ ବାଣ ଫୁଟିବା ଫଳରେ ପ୍ରଦୂଷଣ ବଢିଛି । ଫଳ ସ୍ବରୂପ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ଅତି ଗମ୍ଭୀର ସ୍ତରକୁ ଚାଲି ଯାଇଛି । ଆଜି ସକାଳୁ ସକାଳୁ ଦିଲ୍ଲୀରେ ବାୟୁର ମାନ ଅତି ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଛି । ଆଜି ସକାଳେ ଦିଲ୍ଲୀ ଜନପଥରେ AQI ୬୫୫.୦୭ରେ ପହଞ୍ଚିଯାଇଛି ।  ଏହା ପ୍ରଭାବରେ ବହୁ ଲୋକଙ୍କ ଆଖିରୁ ପାଣି ବାହାରୁଥିବା ବେଳେ ଗଳା ଦରଜ ହେବା ପରି ଲକ୍ଷଣ ମଧ୍ୟ ଦେଖାଯାଉଛି । ଏପରିକି ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଲୋକେ । ଏହାଦ୍ବାରା ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ଓ ଛୋଟ ପିଲା । ତେବେ ଏଭଳି ସ୍ଥିତି ଆଗକୁ ଦୁଇ ଦିନ ମଧ୍ୟରେ ଠିକ୍ ହେବ ନାହିଁ ତେଣୁ ଲୋକ ଆହୁରି ଅସୁବିଧାର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦିଆଯାଇଛି । ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର୍କ ପକ୍ଷରୁ ବହୁତ ଆଗରୁ ଏକ ବଡ଼ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ଚେତବାନୀ ମଧ୍ୟ ଦେଇଥିଲେ । କିନ୍ତୁ ଗତକାଲି ଲୋକ ଏହି ନିୟମକୁ ମାନିନଥିଲେ । ସନ୍ଧ୍ୟାରୁ ରାଜଧାନୀରେ ଆରମ୍ଭ ହୋଇଯାଇଥିଲା ଆତସବାଜୀ । ବାଣ ଫୁଟାଇବା ଉପରେ ଦିଲ୍ଲୀ ସରକାର ରୋକ ଲଗାଇଥିଲେ ବି ଲୋକମାନେ ଦିଲ୍ଲୀ ରାଜରାସ୍ତାକୁ ଆସି ବାଣ ଫୁଟାଇଥିଲେ ।  ଯାହା ଫଳରେ ଗତକାଲି ରାତିରୁ ଦିଲ୍ଲୀ ଆକାଶ ଧୂଆଁମୟ ହୋଇଯାଇଥିଲାବେଳେ ଆଜି ସକାଳୁ ମଧ୍ୟ ଆକାଶ ଧୂଆଁମୟ ହୋଇରହିଥିଲା ।

କେବଳ ଦିଲ୍ଲୀ ନୁହେଁ, ପଡୋଶୀ ସହର ଗୁଡିକରେ ବି ଏଭଳି ପ୍ରଦୂଷଣ ବଢିଛି । ଦୀପାବଳି ଯୋଗୁଁ ପ୍ରଦୂଷଣ ବଢିବା ସହ ଏକ୍ୟୁଆଇ ମଧ୍ୟ ଉପରମୁହାଁ ହୋଇଛି । ପଡୋଶୀ ଜିଲ୍ଲାରେ ଚଳିତ ବର୍ଷ ଫାର୍ମ ନିଆଁ ଲାଗି ନଥିବା ସହ ପ୍ରବଳ ବର୍ଷ ହେବାରୁ ବାୟୁ ପ୍ରଦୂଷଣ ହ୍ରାସ ପାଇଥିଲା । କେବଳ ଦିଲ୍ଲୀ ନୁହେଁ ଦିଲ୍ଲୀର ଆଖପାଖ ଅଞ୍ଚଳରେ ବି ବାୟୁ ପ୍ରଦୂଷଣର ସ୍ଥିତି ସମାନ । ଫରିଦାବାଦରେ ବାୟୁର ଗୁଣବତା ୪୨୪ ରହିଛି । ସେହିପରି ଭାବରେ ଗଜିଆବାଦରେ AQI ୪୪୨, ଗୁରଗାଁରେ AQI ୪୨୩ ଓ ନୋଏଡାରେ AQI ରହିଛି ୪୩୧ । ସାଧାରଣତଃ ବାୟୁର ଗୁଣବତ୍ତା ୫୦ ମଧ୍ୟରେ ଥିଲେ ତାହାକୁ ଭଲ କୁହାଯାଇଥାଏ। ବାୟୁର ଗୁଣବତ୍ତା ୫୦ରୁ ୧୦୦ ମଧ୍ୟରେ ଥିଲେ ଏହା ସନ୍ତୋଷଜନକ, ୧୦୦ରୁ ୨୦୦ ମଧ୍ୟରେ ମଧ୍ୟମ, ୩୦୦ ମଧ୍ୟରେ ଥିଲେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ବହୁତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଥିଲେ ତାହାକୁ ଗମ୍ଭୀର ଶ୍ରେଣୀରେ ବିବେଚନା କରାଯାଇ ।

 

କ୍ରିକେଟକୁ ଅଲବିଦା କଲେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ

ନୂଆଦିଲ୍ଲୀ: କ୍ରିକେଟକୁ ଅଲବିଦା କହିଲେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ । ଟି-୨୦ ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି ବ୍ରାଭୋ। ଏନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ହେବ ବ୍ରାଭୋଙ୍କ ଶେଷ ମ୍ୟାଚ୍। ଅନେକ ବଡ ବଡ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ବ୍ରାଭୋ । ୨୦୦୪ରୁ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ ଏହି ଅଲରାଉଣ୍ଡର। ବ୍ରାଭୋ ୪୦ଟି ଟେଷ୍ଟ, ୧୬୪ଟି ଦିନିକିଆ ଓ ୯୦ଟି ଟି-୨୦ ମ୍ୟାଚ ଓ ୧୨୪୫ ରନ୍ ବନାଇଛନ୍ତି । ଏହାବ୍ୟତିତ ସେ ୭୮ ୱିକେଟ୍ ମଧ୍ୟ ନେଇଛନ୍ତି ।

ଏକ ସାକ୍ଷାତକାର ଅବସରରେ ସେ କହିଥିଲେ, ‘‘ମୋତେ ଲାଗୁଛି ଏବେ ସନ୍ୟାସ ନେବାର ସମୟ ଆସିଗଲାଣି। ମୋର କ୍ୟାରିଅର୍ ବହୁତ ଭଲରେ ଯାଇଛି । ୧୮ ବର୍ଷ ଯାଏଁ ମୁଁ ୱେଷ୍ଟଇଣ୍ଡିଜ ପକ୍ଷରୁ ପ୍ରତିନିଧିତ୍ୱ କରିବା ସହ ଅନେକ ସଂଘର୍ଷ ଦେଖିଛି ।