୧୯ ହଜାର ୮୩୩ କୋଟି ଟଙ୍କାର ବ୍ୟୟବରାଦ ବିଲରେ ଲାଗିବ ମୋହର

1 min read

ଭୁବନେଶ୍ବର: ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁର ବିଲ । ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ସରକାର ସମୁଦାୟ ୧୯ ହଜାର ୮୩୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଯାହା ଉପରେ ଆଜି ମୋହର ବାଜିବ ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସାଧାରଣ, ସାମାଜିକ ଓ ରାଜସ୍ବ କ୍ଷେତ୍ରର ସିଏଜି ରିପୋର୍ଟ ଉପସ୍ଥାପନ କରିବେ । ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ରିପୋର୍ଟ, ରାଜ୍ୟ ପରିବହନ ନିଗମର ବାର୍ଷିକ ରିପୋର୍ଟ, ଜିଲ୍ଲା ଖଣିଜ ପାଣ୍ଠିର ବାର୍ଷିକ ରିପୋର୍ଟ ବିଭାଗୀୟ ମନ୍ତ୍ରୀ ଉପସ୍ଥାପନ କରିବେ । ଗୁରୁବାର ସବୁ ବିଭାଗର ଖର୍ଚ୍ଚ ଦାବି ଗିଲେଟିନ ମାଧ୍ୟମରେ ପାରିତ ହୋଇଥିବା ବେଳେ କେବଳ ପଞ୍ଚାୟତରାଜ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା ।

ଆଜି ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ପ୍ରଶ୍ନକାଳ ରହିଛି । ରାଜସ୍ବ, ବିପର୍ଯ୍ୟୟ ପରିଚାଳନା, ଏସି ଏସଟି ବିକାଶ, ଶିଳ୍ପ, କ୍ରୀଡ଼ା ସହ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ପ୍ରଶ୍ନକାଳ ରହିଛି । ୯ଦିନ ଧରି ବିରୋଧୀଙ୍କ ଅସହଯୋଗ ଫଳରେ ବିଧାନସଭା ଧୋଇ ହୋଇଯାଇଥିବା ବେଳେ, ଆଜି ଗୃହ ସ୍ବାଭାବିକ ହେବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି  । ଶୀତ ଅଧିବେଶନ ଆରମ୍ଭରୁ ବିରୋଧୀ ଗୃହକୁ ନଚଳେଇ ଦେବା ପାଇଁ ପଣ କରିଛନ୍ତି ।

Leave a Reply