ଆଜି ପଞ୍ଚଭୂତରେ ବିଲୀନ ହେବେ CDS ବିପିନ ରାଓ୍ୱତ

1 min read

ନୂଆଦିଲ୍ଲୀ: ଆଜି ପଞ୍ଚଭୂତରେ ବିଲୀନ ହେବ ବୀର ଯୋଦ୍ଧା ସିଡିଏସ ବିପିନ ରାଓ୍ୱତଙ୍କ ମରଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ । ଅନ୍ତିମ ସଂସ୍କାର ପୂର୍ବରୁ ଜେନେରାଲ ରାଓ୍ୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ମରଶରୀର ସେମାନଙ୍କ ସରକାରୀ ବାସଭବନ ଦିଲ୍ଲୀର ୩-କାମରାଜ ମାର୍ଗକୁ ନିଆଯିବ । ତାଙ୍କ ସରକାରୀ ବାସଭବନରେ ଶେଷ ଦର୍ଶନରେ ବହୁ ବିଶିଷ୍ଠ ବ୍ୟକ୍ତି ସାମିଲ ହେବେ । ଶୁକ୍ରବାର ଦିନ ୧୧ ରୁ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ଲୋକ ବିପିନ ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇପାରିବେ । ସେହିପରି ୧୨.୩୦ ରୁ ୧.୩୦ ପର୍ଯ୍ୟନ୍ତ ସେନା ଅଧିକାରୀମାନେ ଜେନେରାଲ ବିପିନ ରାଓ୍ୱତଙ୍କୁ ଅନ୍ତିମ ଦର୍ଶନ କରିବେ । ବିପିନ ରାଓ୍ୱତଙ୍କ ଅନ୍ତିମ ଦର୍ଶନ ପରେ ଆଜି ଅପରାହ୍ଣ ୪ଟାରେ ଧୌଲା କୂଆଁରେ ହେବ ଶେଷକୃତ୍ୟ ।

 

ଗତକାଲି ରାତିରେ ପାଲମ ଏୟାରବେସ୍‌ରେ ବିପିନ ରାୱତଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ସମାରୋହ ହୋଇଥିଲା । ବୀର ଯୋଦ୍ଧାଙ୍କୁ ଶେଷ ସଲାମ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, NSA ଅଜିତ ଡୋଭାଲ ଓ ତିନି ସେନାର ମୁଖ୍ୟ ସହିଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପାଲମ ଏୟାରବେସରେ ପହଞ୍ଚିଥିଲେ ।

 

Leave a Reply