ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କ ସହ ଅନ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

PM Narendra Modi Pays Tribute To Late CDS Gen Bipin Rawat & Other Martyrs

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନାର ପ୍ରମୁଖ୍ୟ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାମିଲନାଡୁର ସୁଲୁର ଏୟାରବେସ୍‌ରୁ ସ୍ୱତନ୍ତ୍ର ବିମାନ ଯୋଗେ ସିଡିଏସ୍‌ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ୧୧ ବୀର ଯବାନଙ୍କ ମୃତଦେହକୁ ଦିଲ୍ଲୀର ପାଲମ ଏୟାରବେସ୍‌କୁ ଅଣାଯାଇଛି । ସେଠାରେ ମୋଦି ପହଞ୍ଚି ଜେନେରାଲ ରାୱତଙ୍କ ସମେତ ଅନ୍ୟ ଯବାନମାନଙ୍କୁ ଶେଷ ବିଦାୟ ଜଣାଇଛନ୍ତି ।

PM Narendra Modi Pays Tribute To Late CDS Gen Bipin Rawat & Other Martyrs

ସମସ୍ତଙ୍କ ପାର୍ଥିବ ଶରୀରରେ ପୁଷ୍ପ ଦେଇ ବୀରଙ୍କ ସଦଗତି କାମନା କରିଛନ୍ତି । ସେମାନଙ୍କ ପରିବାର ଲୋକଙ୍କ ସହ ମଧ୍ୟ କଥା ହୋଇଛନ୍ତି । ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ପାଲମ ଏୟାରବେସ୍‌କୁ ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

PM Narendra Modi Pays Tribute To Late CDS Gen Bipin Rawat & Other Martyrs

ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ବିମାନ ପାଲମ ଏୟାରବେସ୍‌ରେ ପହଞ୍ଚିବା ପରେ ପ୍ରଥମେ ଜେନେରାଲ ରାୱତଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆଯାଇ ବାହାରକୁ ଅଣାଯାଇଥିଲା । ଏହାପରେ ଜଣଙ୍କ ପରେ ଜଣେ ଯବାନଙ୍କ ମରଶରୀରକୁ ବିମାନରୁ କଢ଼ା ଯାଇଥିଲା । ଏହି ସମୟରେ ଏୟାରବେସରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆସନ୍ତାକାଲି ଶେଷକୃତ୍ୟ ହେବ ।

Leave a Reply