spot_img
Home Blog Page 4964

କଳାହାଣ୍ଡିରେ ପହଁଚିବ ସ୍ମାର୍ଟ କାର୍ଡ, ସୋମବାର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏବେ କଳାହାଣ୍ଡି ପାଳି । ସମ୍ବଲପୁର ପରେ କେବିକେରେ ପହଁଚିବ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ  ।   ଗୋଟିଏ କାର୍ଡ ସ୍ୱାସ୍ଥ୍ୟର ଯତ୍ନ ପାଇଁ ଯଥେଷ୍ଟ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଳାହାଣ୍ଡିରେ ପ୍ରଦାନ କରିବେ BSKY ସ୍ମାର୍ଟ କାର୍ଡ  ।  ସବୁ ରୋଗର ମାଷ୍ଟର କାର୍ଡ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ । ଗରିବଙ୍କ ଆଶା ବାଡ଼ି ସାଜିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ହିତାଧିକାରୀ ଏହି କାର୍ଡ଼ ଜରିଆରେ ଉନ୍ନତମାନର ଚିକିତ୍ସା ସୁବିଧା ପାଉଛନ୍ତି । ଏପରି ସ୍ଥିତିରେ ସଭିଙ୍କ ସ୍ୱାସ୍ଥ୍ୟର ସ୍ମାର୍ଟ କାର୍ଡ ବିତରଣ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ  ।

ଆସନ୍ତାକାଲି କଳାହାଣ୍ଡିରେ ହିତାଧିକାରୀଙ୍କୁ କାର୍ଡ଼ ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି । ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଛନ୍ତି । ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ବାସ୍ଥ୍ୟକ୍ଷେତ୍ରରେ ଡିଜିଟାଲ କାର୍ଡ ପ୍ରଚଳନ କରିଛି । ରାଜ୍ୟରେ ସାଢେ ୩କୋଟି ଲୋକ ଏହି ଯୋଜନାରେ ସାମିଲ ହୋଇଛନ୍ତି ।  ଯୋଜନାରେ ପୁରୁଷମାନଙ୍କ ପାଇଁ ୫ଲକ୍ଷ ଓ ମହିଳାମାନେ ୧୦ ଲକ୍ଷ ଯାଏଁ ଚିକିତ୍ସା ସୁବିଧା ରହିଛି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଏହି ସୁବିଧା ମିଳିବ ।

ଜୁଆ ଖେଳରୁ ଯୁବକଙ୍କୁ ଗୁଳି କରି ହତ୍ୟା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଜାଲୈାନ ଅଞ୍ଚଳରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି  । ଯୁବକଙ୍କୁ ଆଉ କେହି ନୁହେଁ ବରଂ ତାଙ୍କ ନିଜ ବନ୍ଧୁ ଗୁଳି ହତ୍ୟା କରିଥିବା କୁହାଯାଉଛି  । ଜୁଆ ଖେଳ ଯୋଗୁଁ ଯୁବକଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି  । ଗୁଳି ଶବ୍ଦ ଶୁଣି ଆଖପାଖ ଲୋକ ଦୈାଡ଼ି ଆସିଥିଲେ  । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଗୁଳିକରାଯାଇଥିବା ବନ୍ଧୁକ ମଧ୍ୟ ଜବତ କରିଛି  । ମୃତ ବ୍ୟକ୍ତି ଜଣକ ନାଁ ରାଜକୁମାର ବୋଲି ଜଣାପଡ଼ିଛି  ।

ଘଟଣାଟି କୋତବାଲୀ ଅଞ୍ଚଳର କାନପୁର-ଝାଂସୀ ରାଜପଥର ପ୍ରଧାନ ନାମକ ଏକ ଢାବା ନିକଟରେ ଘଟିଛି  । ତିନି ଜଣ ସାଙ୍ଗ ବାଇକରେ ଯାଉଥିବା ସମୟରେ ଶେଷରେ ବସିଥିବା ବ୍ୟକ୍ତି ଜଣକ ମଝିରେ ବସିଥିବା ଯୁବକଙ୍କ ମୁଣ୍ଡରେ ଗୁଳି ଚଳାଇଥିଲା  । ଘଟଣାସ୍ଥଳରେ ହିଁ ଯୁବକ ଜଣକ ଟଳିପଡ଼ିଥିଲେ  ।  ଢାବାରେ ଥିବା ଲୋକେ ସଙ୍ଗେ ସଙ୍ଗେ ପୋଲିସଙ୍କୁ ଖବର ଦେଇଥିଲେ  । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା  । ଡାକ୍ତରଖାନା ନେବା ସମୟରେ ଯୁବକଙ୍କ ମୃତ୍ୟୁ ଘଟିଥିଲା  । ପୋଲିସ  ଯୁବକଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି  । ଜୁଆ ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା  । ଯେଉଁଥିରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ବୋଲି ଏଏପି ରାକେଶ କୁମାର ସିଂ ସୂଚନା ଦେଇଛନ୍ତି  ।

 

 

 

 

 

ପୋଲିସକୁ ଚକମା ଦେଉଛି KBN ଗ୍ୟାଙ୍ଗ, ଖୋଲା ଆକାଶରେ ଗର୍ଜୁଛି ବନ୍ଧୁକ

ଭୁବନେଶ୍ୱର: କେ.ବି.ଏନ୍ ଗ୍ୟାଙ୍ଗର ଫାୟାରିଂ କ୍ୟାମ୍ପ୍ । ଖୋଲା ଆକାଶରେ ଅନ୍ଧାର ରାତିରେ ଗର୍ଜୁଛି ବନ୍ଧୁକ । ଭିଲେନ୍ ଶିଖୁଛି ବ୍ଲାକ୍ ଫାୟରିଂ । ବନ୍ଧୁକକୁ କେମିତି ଲକ୍ କରାଯାଏ । ଆଉ କେମିତି ଟ୍ରିଗର ଦବାଯାଏ । ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଜାହିର କରୁଛି ଦବଦବା । ବନ୍ଧୁକ ଟ୍ରେନିଂର ଦୁଇଟି ଭିଡିଓ ଭାଇରାଲ ହୋଇଛି । ଗୋଟିଏ ଭିଡିଓ ୧୪ ସେକେଣ୍ଡର ହୋଇଥିବା ବେଳେ ଆଉ ଭିଡିଓ ୧୫ସେକେଣ୍ଡର । ଭିଡିଓରେ ଅପରାଧି ମୁହଁ ନ ଦେଖାଇ ଭିଡିଓ ସୁଟ୍ କରିଛି । ୧୪ ସେକେଣ୍ଡ ଭିଡିଓରେ ଦୁଇ ଜଣ ଯୁବକ କଥା ହେଉଥିବାବେଳେ ଜଣେ ଯୁବକ ୮ରୁ ୧୦ ରାଉଣ୍ଡ ଫାଇରିଂ କରୁଛି । ଆଉ ଗୋଟିଏ ଭିଡିଓରେ ମାଉଜରରେ କ୍ୟାଟ୍ରିଜ୍ କେମିତି ଲୋଡ କରୁଛି । ଆଉ ତା’ ପରେ ଦୁଇ ରାଉଣ୍ଡ ଫାଇରିଂ ହେଉଛି ।

ଭିଡିଓ ଗୁଡିକ ପୁରୁଣା । ସେଥି ମଧ୍ୟରୁ କିଛି ଅପରାଧିଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ଚାଲିଛି ବୋଲି ପୋଲିସ କମିଶନର କହିଛନ୍ତି । କେ.ବି.ଏନ୍ ଗ୍ରୁପର ଏଭଳି ଭୟାନ୍ନକ ଭିଡିଓ ନୁଆଁ ନୁହେଁ । ପୂର୍ବରୁ ଏହି ଗ୍ୟାଙ୍ଗର ୪ଟି ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଖଣ୍ଡା ଧରି ବିଚ ରାସ୍ତାରେ ମତୁଆଲ ହେଉଥିବାର ଭିଡିଓ ଭାଇରାଲ ହୋଇଛି । ଅପରାଧି ଧରିଥିବା ବନ୍ଧୁକ ମଧ୍ୟରେ ଗୋଟିଏ ଚୋରୀ ବନ୍ଧୁକ ହୋଇଥିବା ବେଳେ ଏହାକୁ ଜବତ କରିଛି ପୋଲିସ୍ । ଏବେକାର ଭାଇରାଲ ବନ୍ଧୁକ ପୋଲିସ ନଜରକୁ ଆସିଛି । ସେହଭଳି ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ପେଶାଲ ୨୬ ଟିମ୍ ଗଠନ ହୋଇଛି । ଖୁବଶୀଘ୍ର ଅପରାଧୀ ମାନଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।

ଲଗାତର ଭିଡିଓ ଭାଇରାଲ ହେବାପରେ ବି ପୋଲିସ ଏ ପର୍ଯ୍ୟନ୍ତ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଆଇନଜିବୀ ବନ ମହାନ୍ତି ।  ୨୦୨୦ରେ ୩୭ଟି ବନ୍ଧୁକ ଜବତ ହୋଇଥିବା ବେଳେ ୨୦୨୧ ଏବେ ସୁଦ୍ଧା ୧୦ରୁ ଅଧିକ ବେଆଇନ ବନ୍ଧୁକ ଜବତ କରିଛି ପୋଲିସ । ଭୁବନେଶ୍ବରରେ ଚୋରା ବନ୍ଧୁକର ଚୋରା ବାଟକୁ ଜଗିବାରେ ବିଫଳ ହୋଇଛି ପୋଲିସ । ଏଠି ପ୍ରଶ୍ନ, ଫେଲ ମାରୁଛି କି କମିଶନରେଟ ପୋଲିସର ଗୁଇନ୍ଦା ବିଭାଗ ?

ଭାରତର ସେମିଫାଇନାଲ ଆଶା ଧୂଳିସାତ;  ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ନିରାଶ କଲା ଟିମ୍ ଇଣ୍ଡିଆ

ଦୁବାଇ: ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ନିରାଶ କଲା ଟିମ୍ ଇଣ୍ଡିଆ । ଚଳିତ ଟି-୨୦ ବିଶ୍ବକପ ସେମିଫାଇନାଲ ଖେଳିବା ଆଶା ଧୂଳିଶାତ୍ ହୋଇଛି ଭାରତର । ତେବେ ଆଜିର ମ୍ୟାଚରେ ଭାରତ ପାଇଁ ଥିଲା ଗୁରୁତ୍ବପୂର୍ଣ୍ଣ । ଯଦି ଆଜି ମ୍ୟାଚରେ ଆଫଗାନିସ୍ତାନ ବିଜୟ ଲାଭ କରେ ତେବେ ଭାରତ ସେମିଫାଇନାଲ ଯାଇପାରିଥାନ୍ତା । କିନ୍ତୁ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟଲାଭ କରିଛି । ଯାହା ଫଳରେ ଭାରତର ସେମିଫାଇନାଲ ଆଶା ଧୂଳିସାତ ହୋଇଛି । ୨୦୧୩ ଚମ୍ପିଆନ୍ସ ଟ୍ରଫି ପରେ ଭାରତ ଆଉ କୌଣସି ଆଇସିସି ଟ୍ରଫି ଜିତି ପାରି ନାହିଁ ।  ଚଳିତ ଟି-୨୦ ବିଶ୍ବକପ ଆରମ୍ଭରୁ ଫେଭୋରାଇଟ ଥିଲା କିନ୍ତୁ ଭାରତ ଭାରତ ଚଳିତ ବିଶ୍ବକପରେ ଟପ୍-୪ ଦଳ ମଧ୍ୟକୁ ଯାଇ ପାରିନାହିଁ ।

ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ଶୋଚନୀୟ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ କମବ୍ୟାକ କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଦ୍ବିତୀୟ ମ୍ୟାଚରେ ମଧ୍ୟ କିଛି କମାଲ କରିପାରିନଥିଲା ଟିମ୍ ଇଣ୍ଡିଆ । ଯାହା ଫଳରେ ଦ୍ବିତୀୟ ମ୍ୟାଚରେ ମଧ୍ୟ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ଲଗାତର ଦୁଇଟି ମ୍ୟାଚରେ ପରାଜୟ ବରଣ କରିବା ପରେ ସେମି ଆଶା ଏକ ପ୍ରକାର ଧୂଳିସାତ ହୋଇଯାଇଥିଲା । କିନ୍ତୁ ଭାରତ ଆଫଗାନିସ୍ତାନ ଓ ସ୍କଟଲାଣ୍ଡଠାରୁ ବଡ଼ ବିଜୟ ହାସଲ କରି ଭାରତ ସେମିଫାଇନାଲ ଖେଳିବ ବୋଲି ଆଶା କରାଯାଉଥିଲା । ଆଜି ମ୍ୟାଚ ଯଦି ଆଫଗାନିସ୍ତାନ ବିଜୟଲାଭ କରିଥାନ୍ତା ତେବେ ଭାରତ ସେମିଫାଇନାଲ ଖେଳି ପାରିଥାନ୍ତା । କିନ୍ତୁ ଏହି ସ୍ବପ୍ନ ଏବେ ଭାରତ ପାଇଁ ସ୍ବପ୍ନ ହୋଇଯାଇଛି ।

କାର ଓଲଟି ୩ ମହିଳା ସମେତ ୫ ମୃତ

0

ରାଜସ୍ଥାନ ଜୟସାଲମେର ଜିଲ୍ଲା ରାମଗଡ଼ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି  । ଏକ ସଡ଼କ ଦୁର୍ଘଟଣାରେ ତିନି ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି  । ସମସ୍ତେ କାର ଯୋଗେ ତନୋତ ମାତାଙ୍କ ମନ୍ଦିର ଦର୍ଶନ ନିମନ୍ତେ ଯାଉଥିଲେ  । କାରଟି ଦ୍ରୁତ ଗତିରେ ଆସୁଥିବାରୁ ଭାରସାମ୍ୟ ହରାଇ ରାସ୍ତାରୁ ଓଲଟିପଡ଼ିଥିଲା  । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା  । ମୃତକଙ୍କ ମଧ୍ୟରୁ ତିନି ଜଣ ମହିଳା ଥିବା ଜଣାପଡ଼ିଛି  ।

ସୂଚନାନୁସାରେ କାରଟି ଦ୍ରୁତ ଗତିରେ ଆସୁଥିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଓ ଏକ ଘାଇରେ ଖସିପଡ଼ିଥିଲା  । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ରାମଗଡ଼ ଡାକ୍ତରଖାନା ନିଆଯାଇଥିଲା  । ମାତ୍ର ପରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲା  ।

ମିଡିଆ ରିପୋର୍ଟ ଅନୁସାରେ କାରରେ ଥିବା ସମସ୍ତ ବ୍ୟକ୍ତି ଗଙ୍ଗାନଗର ଅଞ୍ଚଳର  । ରାମଗଡ଼ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି  । ଘଟଣାଟି ରାମଗଡ଼ ଅଞ୍ଚଳରୁ ୨୦ କିଲୋମିଟର ଦୂରରେ ଘଟିଥିଲା  । ପୋଲିସର ସୂଚନାନୁସାରେ କାରଟି ନିୟନ୍ତ୍ରଣ ହରାଇ ୧୫୦ଫୁଟ ତଳ ଘାଇକୁ ଖସି ପଡ଼ିଥିଲା  । ଏହି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ହେଉଛନ୍ତି ଅର୍ଜିତ(୨୪), ଅନ୍ଦୁ(୨୪), ବର୍ଷିକା(୨୬), ବିଶାଲ(୩୨), ରିଙ୍କୁ(୨୮)  ।

ବିଜେଡି ପ୍ରତି ବଢୁଛି ବିରୋଧିଙ୍କ ପ୍ରୀତି, ଗଞ୍ଜାମରେ ଶଙ୍ଖ ଗର୍ଜନ

ଗଞ୍ଜାମ: ବିଜେଡି ପ୍ରତି ବଢୁଛି ବିରୋଧୀଙ୍କ ଆସ୍ଥା । ବିରୋଧୀ ଶିବିର ଛାଡି ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି ନେତା ଓ କର୍ମୀ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶିକୁଳା ପଂଚାୟତରେ ବିଜେଡିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଛି । ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ମିଶ୍ରଣ ପର୍ବରେ ସମସ୍ତଙ୍କୁ ଦଳକୁ ସ୍ବାଗତ କରାଯାଇଛି ।

ବରିଷ୍ଠ ବିଜେପି ନେତା ତ୍ରିନାଥ ବେହେରାଙ୍କ ସହିତ ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଓ ଲୋକାଭୀମୁଖି ଯୋଜନାରେ ପ୍ରଭାବିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବିଜେପି କର୍ମୀ । ଆଗାମୀ ଦିନରେ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ତୃଣମୂଳସ୍ତରରେ ବିଜେଡି ଆହୁରି ସଶକ୍ତ ହେବାରେ ଲାଗିଛି ।

ପଞ୍ଜାବରେ ୧୧୭ ଆସନରେ ନିର୍ବାଚନ ଲଢ଼ିବ ବିଜେପି

ଚଣ୍ଡିଗଡ଼: ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ନିର୍ବାଚନରେ ଏକାକୀ ଲଢ଼ିବ ବିଜେପି । ପଞ୍ଜାବର ସମସ୍ତ ୧୧୭ଟି ଆସନରେ ପ୍ରାର୍ଥୀ ଦେବ ଭାରତୀୟ ଜନତା ପାର୍ଟି । ଏନେଇ ପଞ୍ଜାବ ବିଜେପି ସଭାପତି ଅଶ୍ବିନୀ ଶର୍ମା କହିଛନ୍ତି । ଦିଲ୍ଲୀରେ ଆୟୋଜିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଭର୍ଚୁଆଲ ମୋଡରେ ଯୋଗ ଦେଇ ଏହା କହିଛନ୍ତି ଅଶ୍ବିନୀ ଶର୍ମା । ତେବେ ୨୦୧୭ରେ ହୋଇଥିବା ପଞ୍ଜାବ ନିର୍ବାଚନରେ କଂଗ୍ରେସ ୭୭ଟି ସିଟ୍ ଜିତି ସରକାର କରିଥିଲା । ଏହା ପୂର୍ବରୁ ପଞ୍ଜାବରେ ୧୦ ବର୍ଷ ଧରି ବିଜେପି ଓ ଅକାଳୀ ଦଳର ସରକାର ଥିଲା ।

ତେବେ ୨୦୧୭ ମସିହାରେ ପଞ୍ଜାବରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପରେ ଦ୍ବିତୀୟ ସ୍ଥାନରେ ଥିଲା ଆମ୍ ଆଦମୀ ପାର୍ଟି । ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ୨୦ଟି ସିଟ୍ ଜିତିଥିଲା ଆମ୍ ଆଦମୀ ପାର୍ଟି । ଆମ୍ ଆଦମୀ ପାର୍ଟି ପରେ ୧୫ଟି ସିଟ୍ ଜିତି ତୃତୀୟ ସ୍ଥାନରେ ଥିଲା ଶିରୋମଣୀ ଅକାଳୀ ଦଳ । ୨୦୧୭ରେ ବିଜେପି ଶୋଚନୀୟ ପରାଜୟ ବରଣ କରିଥିଲା । ବିଜେପି ପଞ୍ଜାବରେ ମାତ୍ର ୩ଟି ଆସନ ଜିତିଥିଲା ।

ତେବେ ରବିବାର ଦଳର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଯୋଗ ଦେଇଥିଲେ । ଆସନ୍ତା ବର୍ଷ ୭ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ରଣନୀତି ନେଇ ବୈଠକରେ ଆଲୋଚନା ହୋଇପାରେ।

ବାହାଘର ସ୍ମୃତିକୁ ଫ୍ରେମରେ ସାଉଁଟିଲେ ପ୍ରିୟଙ୍କା ନିକ୍

ବାହାଘର ହିନ୍ଦୁ ଧର୍ମର ଏକ ସ୍ୱତନ୍ତ୍ର ପରମ୍ପରା  । ବାହାଘର ସ୍ମୃତିକୁ ସମସ୍ତେ ନିଜ ଘରେ ସାଉଁଟି ରଖଥାନ୍ତି  । ସେ ସ୍ୱାମୀ-ସ୍ତ୍ରୀଙ୍କ ବାହାଘର ଫଟୋ ହେଉ ଅବା ଦୁହିଁଙ୍କ ଭଲପାଇବା  । ଫିଲ୍ମ ତାରକା ସମସ୍ତଙ୍କଠୁ ଭିନ୍ନ ଉପାୟ ଚିନ୍ତା କରି ସବୁବେଳେ ଚର୍ଚ୍ଚାରେ ଥାନ୍ତି  । ସୁନ୍ଦରୀ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ନିକ୍ ଠିକ୍ ଏହିଭଳି ଏକ ଭିନ୍ନ ସ୍ମୃତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି  ।

ପ୍ରିୟଙ୍କା ଚୋପ୍ରା ନିଜ ଦେଶୀ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି  । ବିଦେଶରେ ଥାଇ ମଧ୍ୟ ଭାରତୀୟ ପର୍ବକୁ ପାଳନ କରିବାକୁ ଭୁଲନ୍ତି ନାହିଁ  । ଉଭୟେ ବାହାଘରର ଏକ ସ୍ମୃତିକୁ ସାଉଁଟି ରଖିବାକୁ ନିଷ୍ପତ୍ତି ନେଇଥିଲେ  । ପ୍ରିୟଙ୍କା ଏବଂ ନିକ୍ ଦିପାବଳୀରେ ଦୁହିଁଙ୍କ ଫଟୋ ସେୟାର କରିବା ସହ ସମସ୍ତ ଭାରତବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି  । ଏହି ଫଟୋରେ ପ୍ରିୟଙ୍କା ସୁନ୍ଦର କାରିଗରୀର ଲେହେଙ୍ଗା ପିନ୍ଧିଥିବା ବେଳେ ନିକ୍ ଲାଲ ରଙ୍ଗର କୁର୍ତ୍ତା ପିନ୍ଧିବାର ଦେଖାଯାଇଥିଲା  ।

ଗତ ଦୁଇ ବର୍ଷ ତଳେ ୨୦୧୮ ଡିସେମ୍ବର ୧ରେ ପ୍ରିୟଙ୍କା, ନିକ୍ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ  । ବାହାଘରରେ ଉଭୟଙ୍କ ମଧ୍ୟରେ ବିବାହ ଗଣ୍ଠି ପଡ଼ିଥିଲା ଓ ଏହି ବିବାହ ଗଣ୍ଠିକୁ ଉଭୟେ ଏକ ଫ୍ରେମ ମାଧ୍ୟମରେ ସନ୍ତକ ଭାବେ ନିଜ ଘରେ ରଖିଛନ୍ତି। ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି  । ଏଭଳି ଫ୍ରେମକୁ ସମସ୍ତ ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି  ଏଥିସହ ଫଟୋରେ କମେଣ୍ଟ ମଧ୍ୟ ଦେଇଛନ୍ତି  ।

 

 

ଭାରତୀୟ ଡଙ୍ଗାକୁ ଗୁଳି ମାରିଲା ପାକିସ୍ତାନ ନୌସେନା; ଜଣେ ଭାରତୀୟ ମୃତ

ଅହମ୍ମଦାବାଦ: ପୁଣି ନିଜର ସୈତାନୀ ରୂପ ଦେଖାଇଛି ପାକିସ୍ତାନ । ଭାରତୀୟ ସୀମାରେ ଲଗାତର ଭାବରେ ପାକିସ୍ତାନ ତା’ର ସୈତାନୀ ରୂପ ଦେଖାଉଥିଲା । କିନ୍ତୁ ଏବେ ଜଳପଥରେ ପାକିସ୍ତାନ ତା’ର ପ୍ରକୃତ ରୂପ ଦେଖାଇଛି । ଆଜି ପାକିସ୍ତାନୀ ନୌସେନା ଗୁଜୁରାଟ ଦ୍ବାରିକା ଉପକୂଳରେ ଗୁଳିକାଣ୍ଡ କରିଛି । ଯାହା ଫଳରେ ଜଣେ ଭାରତୀୟ ମତ୍ସଜୀବୀଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ନୌସେନା ଯେଉଁ ଭାରତୀୟ ବୋଟ ଉପରେ  ଫାଇରିଂ କରିଛି ସେହି ବୋଟର ନାମ ହେଉଛି ଜଲପରୀ । ପାକିସ୍ତାନୀଙ୍କ ଗୁଳିକାଣ୍ଡରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି । ତେବେ ଏହା ପରେ ପୋଲିସ ଏହି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଏବଂ ଆହାତ ହୋଇଥିବା ମତ୍ସଜୀବୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପୋଲିସ ।

ଆରବ ସାଗରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳସୀମା ସ୍ପଷ୍ଟ ନୁହେଁ। ଏଣୁ ପାକିସ୍ତାନ ନୌସେନା ଅନେକ ସମୟରେ ଦାଦାଗିରି ଦେଖାଇ ଆସୁଥିଲେ ହିଁ ଭାରତୀୟ ନୌସେନା ଓ ତଟରକ୍ଷୀ ପ୍ରସଙ୍ଗରେ ନିରବ ରହୁଛନ୍ତି । ଗତବର୍ଷ ମାର୍ଚ୍ଚ ମାସରେ କୋଷ୍ଟଗାର୍ଡ ଓ ନୌସେନାର ଅନୁପସ୍ଥିତିରେ ପାକିସ୍ତାନ ନୌସେନା ୨ଟି ଭାରତୀୟ ମାଛଧରା ଡଙ୍ଗା ଜବତ କରିବା ସହ ୯ ଜଣ ଧିବରଙ୍କୁ ଗିରଫ କରିନେଇଥିଲା। ଏହା ପୂର୍ବରୁ ଫେବୃଆରୀ ମାସରେ ୧୭ ମତ୍ସ୍ୟଜୀବିଙ୍କୁ ଜଳସୀମାରେ ପ୍ରବେଶ ଲାଗି ଗିରଫ କରିଥିବା ବେଳେ ୩ଟି ନୌକା ମଧ୍ୟ ଜବତ କରିଥିଲା। ପାକିସ୍ତାନ ସୀମାରେ ଏପରି କାଣ୍ଡ କରିବା ସହ ଏବେ ସମୁଦ୍ର ସୀମାରେ ମଧ୍ୟ ଏଭଳି ସୈତାନି କରିବା ଆରମ୍ଭ କରିଛି । ତେବେ ଏହି ପ୍ରଥମ ଘଟଣା ନୁହେଁ ଗତ ବର୍ଷ ଏପ୍ରିଲରେ ଗୁଜୁରାଟ ସମୁଦ୍ର ସୀମାରେ ପାକିସ୍ତାନ ନୌସେନା ଦୁଇଟି ବୋଟ ଉପରେ ଗୁଳିକାଣ୍ଡ କରିଥିଲା । ତେବେ ଆଜି ଗୁଳିକାଣ୍ଡ ସମୟରେ ଏହି ବୋଟରେ ୮ ଜଣ ଲୋକ ଥିଲେ । ଏହି ଫାୟାରିଂରେ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଆହାତ ହୋଇଥିଲେ । ଏହି ଦୁଇଟି ଡଙ୍ଗା ଦ୍ବାରିକାର ସମୁଦ୍ର ତଟ ଅଞ୍ଚଳରେ ରହିଥିଲା । ତେବେ ଏହି ଘଟଣାରେ ଦ୍ବାରିକାର ଏସପି କହିଛନ୍ତି କି ଏହି ଦୁଇଟି ଡଙ୍ଗା ହୁଏତ  ସମୁଦ୍ର ସୀମା ଅତିକ୍ରମ କରିଥାଇ ପାରନ୍ତି । ତେଣୁ ପାକିସ୍ତାନ ନୌସେନା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ମତ୍ସଜୀବୀମାନେ ସେମାନଙ୍କ ରେଡିଓ ସେଟରୁ ଭାରତୀୟ ତଟରକ୍ଷୀ ବାହିନୀକୁ ଜଣାଇଥିଲେ ।

ଜଳୁଛି ସାତପଡ଼ା, ଜମି ଜବରଦଖଲକୁ ନେଇ ତୁମୁଳକାଣ୍ଡ

ବ୍ରହ୍ମଗିରି: ପୁରୀ ସାତପଡ଼ା ଅଞ୍ଚଳରେ ବୋମାମାଡ଼  । ବହୁଦିନର ବ୍ୟବଧାନରେ ବ୍ରହ୍ମଗିରି ଅଞ୍ଚଳରେ ହୋଇଛି ବୋମା ମାଡ଼ । ନାଥପୁରର ଦଳିତ ବସ୍ତିର ଲୋକେ ବୋମା ମାଡ଼ କରିଥିବା ସୂଚନା । ମିଳିଥିବା ସୂଚନା ମୁତାବକ ୩୫ ମୌଜାର ଜମିକୁ ଜବରଦଖଲ କରିଛନ୍ତି ଲୋକେ । ୩୫ ମୌଜାର ଲୋକେ ଦଳିତ ଲୋକଙ୍କୁ ବୈଠକକୁ ଡ଼ାକିବାରୁ ଉତେଜନା ହୋଇଥିଲା ।

ମିଳିଥିବା ସୂଚନା ମୁତବାକ ୩୫ ମୌଜା ବୈଠକକୁ ଦଳିତ ବସ୍ତିର ଲୋକ ଆସିବାରୁ ଆରମ୍ଭ ହୋଇଥିଲା ବିବାଦର ସୁତ୍ରପାତ  । କାହିଁକି ଦଳିତ ଲୋକ ବୈଠକରେ ଉପସ୍ଥିତ ରହିଲେ ସେନେଇ କିଛି ଲୋକ ପ୍ରଶ୍ନ ଉଠାଇଥିଲେ  । ସାଧାରଣ ବିବାଦରୁ ତୁମୁଳକାଣ୍ଡ ହୋଇଥିଲା  । ସେପଟେ ଭଉୟ ଗୋଷ୍ଠୀ ପାଖରେ ବୋମା, ବନ୍ଧୁକ ମହଜୁଦ ରଖିଥିଲେ ।

ଘଟମାସ୍ଥଳରେ ପରିସ୍ଥିତି ଉଦବେଗ ଜନକ ହୋଇଥିଲା  । ଏହାର ସୁଯୋଗ ନେଇ ସିରିଜ ବୋମା ମାଡ଼ ମଧ୍ୟ ହୋଇଥିଲା  । ସେପଟେ ଏହି ଘଟଣାରେ ଆହତର କୌଣସି ସୂଚନା ମିଳିପାରିନାହିଁ  । ଅନ୍ୟପଟେ  ପରିସ୍ଥିତିକୁ ନଜରରେ ରଖି ଘଟଣା ସ୍ଥଳରେ ୧୦୦ ରୁ ଉର୍ଦ୍ଧ ପୋଲିସ ମୁତୟନ ହୋଇଥିବାବେଳେ ପୁରୀ ଅତିରିକ୍ତ ଏସପି, ଏସଡିପିଓ ଓ ବ୍ରହ୍ମଗିରି ଆଇଆଇସି ଉପସ୍ଥିତ ଅଛନ୍ତି  ।