ଭାଉଜକୁ ଗୁଳି ମାରି ନିଜେ ଆତ୍ମହତ୍ୟା କଲା ଦିଅର

ଦେଓ୍ବାସ: ଖାଇବା ଗରମକୁ ନେଇ ମଧ୍ୟପ୍ରଦେଶ ଦେଓ୍ବସର ଗୋପାଳପୁରରେ ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ଗୁଳି ମାରି ହତ୍ୟା କରି ଦେଇଛନ୍ତି । ସେତିକି ନୁହେଁ ଭାଉଜଙ୍କୁ ଗୁଳି ମାରିବା ପରେ ନିଜେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ।

ଅଭିଯୁକ୍ତ ବିଜୟ ତାଙ୍କ ଭାଉଜ ରାନୀଙ୍କୁ ଖାଇବା ଗରମ କରି ଦେବାକୁ କହିଥିଲେ । ହେଲେ ଭାଉଜ ଖାଇବା ଗରମ କରିବାକୁ ମନା କରିବା ସହ ନିଜ କ୍ଲିନିକକୁ ବାହାରି ଯାଇଥିଲେ । ସୂଚନାଯୋଗ୍ୟ, ରାନୀ ଜଣେ ହୋମିଓପାଥି ଡାକ୍ତର । କିଛି ସମୟ ପରେ ବିଜୟ, ରାନୀଙ୍କ କ୍ଲିନିକରେ ପହଞ୍ଚି ଯାଇଥିଲେ । ସେଠାରେ ଉଭୟଙ୍କ ଖାଇବା ଗରମକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ ବିଜୟ ରାନୀଙ୍କୁ ଗୁଳି ମାରି ଦେଇଥିଲେ । ଗୁଳି ମାରିବା ପରେ ଭାଇ ସନ୍ଦିପଙ୍କୁ ଫୋନ କରି ସବୁ ଘଟଣା କହିଥିଲେ । ଫୋନ କାଟିବା ପରେ ସେ ନିଜକୁ ଗୁଳି ସେହିଠାରେ ନିଜକୁ ଗୁଳି ମାରିଦେଇଥିଲେ ।

ଗୁଳି ଫୁଟିବାର ଶବ୍ଦ ଶୁଣି ଆଖପାଖର ଲୋକେ ଯେତେବେଳେ କ୍ଲିନିକରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେମାନଙ୍କୁ ଦେଖି ମେଡିକାଲ ନେବା ବ୍ୟବସ୍ଥା କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘରୋଇ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ହତ୍ୟାରେ ବ୍ୟବହୃତ ବନ୍ଧୁକ ଓ ବାଇକ ପୋଲିସ ଜବତ କରି ଅଧିକ ତଦନ୍ତ ଚଲାଇଛି ।

Leave a Reply