spot_img
Home Blog Page 4928

କ୍ରିପ୍ଟୋ କରେନ୍ସି ଉପରେ ସଂସଦରେ ବିଲ୍ ଆଣିବେ ମୋଦି ସରକାର

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲେ । ରିର୍ଜଭ ବ୍ୟାଙ୍କ, ଅର୍ଥ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ପରାମର୍ଶ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମନ୍ତ୍ରଣାଳୟ କ୍ରିପ୍ଟୋ କରେନ୍ସକୁ ନେଇ ବିଭିନ୍ନ ଦେଶ ତଥା ବିଶ୍ବର ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲେ । କ୍ରିପ୍ଟୋ କରେନ୍ସିକୁ ନେଇ ଏକ ବଡ଼ ନିଷ୍ପତି ନେବାକୁ ଯାଉଛି । ରିପୋର୍ଟ ଅନୁସାରେ କ୍ରିପ୍ଟୋ କରେନ୍ସିକୁ ନେଇ କେନ୍ଦ୍ର ସରକାର ଏକ ବିସ୍ତୃତ ବିଲ୍ ଆଣିବାକୁ ଯୋଜନା କରୁଛି । ଯାହାକୁ ଆଗାମୀ ସଂସଦର ଶୀତ ଅଧିବେସନରେ ଉପସ୍ଥାପନ କରାଯିବ । କ୍ରିପ୍ଟୋ କରେନ୍ସକୁ ନେଇ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଆସନ୍ତା ନଭେମ୍ବର ୧୫ରେ ଆଉ ଏକ ବୈଠକ କରିବାକୁ ଯାଉଛି ଯେଉଁ ବୈଠକରେ ଏହାର ସମସ୍ତ ଦିଗ ଉପରେ ବିଚାର କରାଯିବ ।

ବାସ୍ତବରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କ୍ରିପ୍ଟୋ କରେନ୍ସକୁ ନେଇ ନିଜର ପକ୍ଷ ସରକାରଙ୍କ ପାଖରେ ରଖିସାରିଛି । ସେହିପରି କେନ୍ଦ୍ରୀୟ ବ୍ୟାଙ୍କ ଶୁକ୍ରବାର ଡିଜିଟାଲ ସମ୍ପତ୍ତି ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି କି ଏହି କ୍ରିପ୍ଟୋ କରେନ୍ସିକୁ ନେଇ ଆମେ ବହୁତ ଚିନ୍ତାରେ ରହିଛୁ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ କହିଛନ୍ତି କି ଭର୍ଚୁଆଲ ମୁଦ୍ରାକୁ ନେଇ ଆରବିଆଇର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । କ୍ରିପ୍ଟୋ କରେନ୍ସକୁ ଯାହା ଅସୁବିଧା ରହିଛି ଆମେ ସରକାରଙ୍କୁ ଜଣାଇଛୁ । ତେବେ ଏହି ସବୁ ଡିଜିଟାଲ ମୁଦ୍ରାକୁ ନେଇ ନିବେଶକମାନେ ସତର୍କ ରହିବାକୁ କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । କିନ୍ତୁ ଭାରତ ସରକାର କ୍ରିପ୍ଟୋ କରେନ୍ସିକୁ ବିପକ୍ଷରେ ଚୀନ ପରି ଆଭିମୁଖ୍ୟ ଆପଣେଇବେ ନାହିଁ । ଚୀନ ଡିଜିଟାଲ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । କିନ୍ତୁ ଏପରି ଆଭିମୁଖ୍ୟ ଗ୍ରହଣ କରିବ ନାହିଁ ଭାରତ ସରକାର । ଭାରତ ସରକାର କ୍ରିପ୍ଟୋ କରେନ୍ସିକୁ ନେଇ ଏକ ନିୟାମକଙ୍କ ସପକ୍ଷରେ ରହିଛନ୍ତି । ଏହାର ଅର୍ଥ ହେଉଛି ଭାରତ ସରକାର କ୍ରିପ୍ଟୋ କରେନ୍ସିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବ ନାହିଁ ।

ଏହି ଡିଜିଟାଲ ସମ୍ପତ୍ତିକୁ ମୁଦ୍ରା କିମ୍ବା ପୁଞ୍ଜି ବିନିଯୋଗ ସମ୍ପତ୍ତି ଭାବରେ ବ୍ୟବହାର କରୁଛି କି ନାହିଁ ତାହା ସରକାର ସମାଧାନ କରିବାକୁ ଆବଶ୍ୟକ କରୁଛନ୍ତି । ସୂଚନା ଅନୁସାରେ କ୍ରିପ୍ଟୋକୁ ଦେଶରେ ମୁଦ୍ରା ସ୍ଥିତି ପାଇବାରେ କମ୍ ସମ୍ଭାବନା ରହିଛି । କିନ୍ତୁ ଯଦି ଏହାକୁ ଠିକ୍ ଭାବରେ ନିୟନ୍ତ୍ରିତ କରାଯାଏ ତେବେ ଏଥିରୁ ଭଲ ଟ୍ୟାକ୍ସ ସଂଗ୍ରହ କରାଯାଇପାରିବ । ଆରବିଆଇ ଅନୁଯାୟୀ କ୍ରିଫ୍ଟୋକରେନ୍ସି ଦେଶର ଆର୍ଥିକ ସ୍ଥିରତା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ । କେନ୍ଦ୍ରୀୟ ବ୍ୟାଙ୍କ ବି ସେମାନଙ୍କ ବଜାର ମୂଲ୍ୟ ଉପରେ ସନ୍ଦେହ ସୃଷ୍ଟି କରିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଗତ ବୁଧବାର କ୍ରିପ୍ଟୋ କରେନ୍ସିକୁ ଅନୁମିତ ଦେବା ବିରୋଧରେ ନିଜର ମତକୁ ଦୋହରାଇ କହିଛନ୍ତି କି ଯେକୌଣସି ଆର୍ଥିକ ବ୍ୟବସ୍ଥା ପାଇଁ ଏହା ଗୁରୁତର ବିପଦ ଅଟେ । କାହିଁକି ନା ଏହା କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ନିୟନ୍ତ୍ରିତ ନୁହେଁ । ତେବେ କ୍ରିପ୍ଟୋ କରେନ୍ସିକୁ ନେଇ ଆରବିଆଇର ଆଭ୍ୟନ୍ତରୀଣ ରିପୋର୍ଟ ଆସନ୍ତା ମାସରେ ଆସିବ ବୋଲି ଆଶା କରାଯାଉଛି ।

ବାସ୍ତବରେ ନଭେମ୍ବର ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ହୋଇଥିବା ବୈଠକରେ ମିଛ ପ୍ରତିଶୃତି ଦେଉଥିବା ସ୍ବଚ୍ଛ ବିଜ୍ଞାପନ ମାଧ୍ୟମରେ ଯୁବକଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରନ୍ତୁ ବୋଲି ଏହି ବୈଠକରେ ଗୁରୁତ୍ବ ଦିଆଯାଇଥିଲା । କ୍ରିପ୍ଟୋ କରେନ୍ସିକୁ ନେଇ ସରକାର ବିଶେଷଜ୍ଞ ଓ ଷ୍ଟେକ ହୋଲ୍ଡର୍ସଙ୍କ ସହ ଲଗାତର ଭାବରେ ଆଲୋଚନା ଜାରି ରହିବ । ଏହି ବୈଠକରେ ଏହା ମଧ୍ୟ ଆଲୋଚନା କରାଯାଇଥିଲା ଯେ ଅସ୍ଥାୟୀ କ୍ରିପ୍ଟୋ ମାର୍କେଟକୁ ଅର୍ଥ ହେରଫେର ତଥା ଆତଙ୍କବାଦୀ ପାଣ୍ଠିର ଅସ୍ତ୍ର ହେବକୁ ଦିଆଯିବ ନାହିଁ । ଅନ୍ୟପକ୍ଷରେ ସରକାର ବିଶ୍ବାସ ରହିଛି ଯେ କ୍ରିପ୍ଟୋ କରେନ୍ସି ହେଉଛି ଏମିତି ଏକ ପ୍ରଯୁକ୍ତିବିଦ୍ୟା ଯାହା ଲଗାତର ଭାବରେ ବିକଶିତ ହେଉଛି । ସେଥିପାଇଁ ଏହା ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଏହି ପ୍ରସଙ୍ଗରେ ସରକାର ଯାହା ପଦକ୍ଷେପ ନେବ ତାହା ପ୍ରଗତିଶୀଳ ଓ ଭବିଷ୍ୟତକୁ ଧ୍ୟାନରେ ରଖି ନିଆଯିବ ବୋଲି ଏହି ବୈଠକରେ ନିଷ୍ପତି ହୋଇଛି ।

୧୫ କେଜି ସହ ୨୫ କିମି ପାଟ୍ରୋଲିଂ କରନ୍ତି C-60 ଫୋର୍ସ: ନାଁ ଶୁଣିଲେ ମାଓ ଗଡ଼ ହୁଏ ଥରହର

ଗଡ଼ଚିରୋଲି: ମହାରାଷ୍ଟ୍ରର ଗଡ଼ଚିରୋଲିରେ ଗତକାଲି ସୁରକ୍ଷାବଳ ମାଓବାଦୀଙ୍କ ନରସଂହାର କରିଛନ୍ତି । ରକ୍ତରେ ହୋଲି ଖେଳୁଥିବା ଏହି ଜଙ୍ଗଲୀ ରାକ୍ଷସଙ୍କୁ ରକ୍ତରେ ଦିଆଯାଇଛି ଜବାବ । ସୁରକ୍ଷାବଳଙ୍କ ଗୁଳିରେ ନିପାତ ହୋଇଛନ୍ତି ୨୬ ନର ରାକ୍ଷସ । ଏହି ସ୍ପେଶାଲ ଅପରେସନକୁ ଶେଷ କରିଥିଲେ ମହାରାଷ୍ଟ୍ରର C-60 ଫୋର୍ସ । ଯାହାର ନାଁ ଶୁଣିଲେ ମାଓ ଶିବିରରେ ଆସିଥାଏ ଭୁମିକମ୍ପ । ଦୋହଲି ଯାଇଥାଏ ମାଓବାଦୀଙ୍କ ମନୋବଳ, ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ଖୋଜିଥାନ୍ତି ରାସ୍ତା । ତେବେ କ’ଣ ଏହି C-60 ଫୋର୍ସ ? ଏତେ ଶକ୍ତିଶାଳୀ ଫୋର୍ସ କେମିତି ଗଠନ ହୁଏ ? କେମିତି ଦିଆଯାଏ ଟ୍ରେନିଂ ? କେଉଁମାନଙ୍କୁ ଦିଆଯାଏ ନିଯୁକ୍ତି ? କେଉଁଠି ହୋଇଥାଏ ଏମାନଙ୍କ ପ୍ରସ୍ତୁତି ? ଆସନ୍ତୁ ଜାଣିବା ମହାରାଷ୍ଟ୍ର ଗଡ଼ଚିରୋଲିର ଏହି C-60 ଫୋର୍ସ ସମ୍ପର୍କରେ ।

C-60 ଫୋର୍ସ ଓ ମାଓବାଦୀ ଚିର ଶତ୍ରୁ

C-60 ୟୁନିଟ ଓ ମାଓବାଦୀଙ୍କ ଲଢ଼େଇ କିଛି ନୂଆ କଥା ନୁହେଁ । ମାଓବାଦୀଙ୍କ ମୁକାବିଲା ଓ ନିପାତ ପାଇଁ ହିଁ ଗଡ଼ଚିରୋଲି ଜିଲ୍ଲା ପ୍ରଶାସନ ଗଠନ କରିଛି ଏହି ୟୁନିଟ୍ । ୨୦୧୮ରେ C-60 ୟୁନିଟ ୩୯ ମାଓବାଦୀଙ୍କୁ ନିପାତ କରିଥିଲେ । C-60 ୟୁନିଟର ୧୫ ଯବାନଙ୍କ ଜୀବନ ନେଇ ମାଓବାଦୀମାନେ ଏହାର ପ୍ରତିଶୋଧ ୨୦୧୯ରେ ନେଇଥିଲେ । ଗତକାଲି ପୁଣି ଥରେ ୨୬ ମାଓବାଦୀଙ୍କୁ ଗୁଳି କରି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି C-60 ୟୁନିଟ । ଛକାପଞ୍ଝା ଏମିତି ଯେ ମାଓବାଦୀ C-60 ୟୁନିଟକୁ ସେମାନଙ୍କର ସବୁଠାରୁ ବଡ଼ ଶତ୍ରୁ ଭାବିଥାନ୍ତି ।

କେବେ ହୋଇଥିଲା ସ୍ଥାପନା ?

ମାଓବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ୧୯୯୨ରେ C-60 ଫୋର୍ସ ସ୍ଥାପନ ହୋଇଥିଲା । ଏହି ପୋଲିସ ଫୋର୍ସରେ ୬୦ ଯବାନଙ୍କୁ ନିଆଯାଇଥାଏ । ତତ୍କାଳୀନ ଗଡ଼ଚିରୋଲି ଏପସି କେପି ରଘୁବଂଶୀ ଏହାର ସ୍ଥାପନ କରିଥିଲେ । ଏଥିରେ ସାମିଲ ପୋଲିସ ଅଧିକାରୀଙ୍କୁ ଗରିଲା ଯୁଦ୍ଧର ଟ୍ରେନିଂ ଦିଆଯାଇଥାଏ । ଜଙ୍ଗଲ ଭିତରେ ଏମାନେ ଲୁଚିଛପି ଯୁଦ୍ଧ କରିବାରେ ଧୁରନ୍ଦର । ଏମାନଙ୍କୁ ଟ୍ରେନିଂ ହାଇଦ୍ରାବାଦ, ବିହାର ଓ ନାଗପୁରରେ ଦିଆଯାଏ ।

ପିଠିରେ ଥାଏ ୧୫ କେଜିର ଭାର

C-60 ୟୁନିଟକୁ ମହାରାଷ୍ଟ୍ର ପୋଲିସର ସବୁଠାରୁ ଦକ୍ଷ ଫୋର୍ସ କୁହାଯାଇଥାଏ । ପ୍ରତିଦିନ ଗୁଇନ୍ଦା ସୂଚନାକୁ ଆଧାର କରି ଏମାନେ କାମ ଆରମ୍ଭ କରିଦିଅନ୍ତି ଓ ଆଖପାଖରେ ନିଜ ଟାର୍ଗେଟ ପୂରଣ କରିଥାନ୍ତି । C-60 ୟୁନିଟ ଯବାନ ନିଜ ସହ ୧୫ କେଜି ଓଜନର ଜିନିଷପତ୍ର ନେଇଥାନ୍ତି । ଏଥିରେ ଅସ୍ତ୍ରଶସ୍ତ୍ର, ଖାଇବା, ପାଣି, ଔଷଧ ଓ ଅନ୍ୟ ଜିନିଷ ଥାଏ ।

କେବଳ ଆଦିବାସୀ କମାଣ୍ଡର

C-60 ୟୁନିଟ ହେଉଛି ଦେଶର ଏକମାତ୍ର ପୋଲିସ ଫୋର୍ସ ଯାହା ଜିଲ୍ଲାସ୍ତରରେ ସ୍ଥାପନ ହୋଇଛି । ଏଥିପାଇଁ ଜିଲ୍ଲାର ଆଦିବାସୀ ଲୋକଙ୍କୁ କେବଳ ଏଥିରେ ସାମିଲ କରାଯାଇଥାଏ । କାରଣ, ମାଓବାଦୀଙ୍କ ପରି ସେମାନେ ମଧ୍ୟ ନିଜ ଅଞ୍ଚଳ ସମ୍ପର୍କରେ ସବୁକିଛି ଜାଣିଥାନ୍ତି । ଏହି କାରଣରୁ ଦୁର୍ଗମ ଅଞ୍ଚଳର ଗାଉଁଲି ଲୋକଙ୍କୁ ହିଁ କମାଣ୍ଡର ପଦରେ ନିଯୁକ୍ତି ମିଳିଥାଏ । ‘ବୀର ଭୋଗ୍ୟ ବଶୁଂଧରା’ ଏମାନଙ୍କ ଟ୍ୟାଗଲାଇନ୍ । ପ୍ରଥମେ ୧୫ଟି ଟିମକୁ ନେଇ ଆରମ୍ଭ ହୋଇଥିବା ୟୁନିଟ ଏବେ ବଢ଼ି ୨୪ରେ ପହଞ୍ଚିଛି । ପ୍ରତି ଟିମରେ ୬୦ ଯବାନଙ୍କୁ ନିଯୁକ୍ତି ମିଳିଥାଏ ।

ତେବେ ଏମିତି ସ୍ପେଶାଲ ଫୋର୍ସ ଗଠନ ଦେଶରେ ପ୍ରଥମ ନୁହେଁ । ତେଲେଙ୍ଗାନାର ଗ୍ରେହାଉଣ୍ଡ ଓ ଆନ୍ଧ୍ରପ୍ରଦେଶର ସ୍ପେଶାଲ ଅପରେସନ ଗ୍ରୁପ୍ (ଏସଓଜି) ମଧ୍ୟ ଅଛନ୍ତି । ହେଲେ ଏହି ଫୋର୍ସ ଜିଲ୍ଲାସ୍ତରରେ ନୁହେଁ, ରାଜ୍ୟସ୍ତରରେ ସ୍ଥାପନ ହୋଇଛି ।

କମାଣ୍ଡରଙ୍କ ନାଁରୁ ଜଣାଯାଏ ଟିମ୍

ଫୋର୍ସରେ ଆସିବାକୁ ଇଚ୍ଛୁକ ଆଶାୟୀଙ୍କୁ ବହୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁଥିରୁ ସେମାନଙ୍କ ମାନିସିକ ଓ ଶାରୀରିକ କ୍ଷମତା ନିରିକ୍ଷଣ କରାଯାଇଥାଏ । ଏହା ଏମିତି ଏକମାତ୍ର ଫୋର୍ସ, ଯାଉଁଥିରେ ଟିମକୁ ତାଙ୍କ କମାଣ୍ଡରଙ୍କ ନାଁରେ ଜଣାଯାଇଥାଏ । C-60 ୟୁନିଟର ମୁଖିଆ ମଧ୍ୟ ଆଦିବାସୀ ହୋଇଥାନ୍ତି । ଫଳରେ ଯବାନମାନଙ୍କୁ କମାଣ୍ଡରଙ୍କ ସହ ଭାବ ବିନିମୟ ସହଜ ହୋଇଥାଏ ।

ଗ୍ୟାଜେଟ୍ ଚଲାଇବାରେ ଧୁରନ୍ଦର

ନୂଆ ନୂଆ ଅସ୍ତ୍ରଶସ୍ତ ଓ ଗ୍ୟାଜେଟ ଚଲାଇବାରେ C-60 ଫୋର୍ସର ଯବାନମାନେ ଧୁରନ୍ଦର । ଗୁପ୍ତ ସୂଚନା ସଂଗ୍ରହ କରିବାରେ ଏମାନେ ସିଦ୍ଧହସ୍ତ । ନିଜ ଅଞ୍ଚଳରେ ଏମାନଙ୍କୁ ପୋଷ୍ଟିଂ ଦିଆଯିବା କାରଣରୁ ନିଜ ସଂସ୍କୃତି, ନିଜ ଲୋକ ଓ ଭାଷାକୁ ଏମାନେ ନିଜର ବଡ ଅସ୍ତ୍ର କରିଥାନ୍ତି । ଏହାସହ ନକ୍ସଲ ପ୍ରବାଭିତ ଅଞ୍ଚଳର ସ୍ଥାନୀୟ ଲୋକେ ଏମାନଙ୍କୁ ଜାଣିଥାନ୍ତି । ଏହି କାରଣରୁ ଏମାନେ ବଡ଼ରୁ ବଡ଼ ଗୁପ୍ତତଥ୍ୟ ବାହାର କରିବାରେ ସମର୍ଥ ହୋଇଥାନ୍ତି ।

କେଉଁମାନେ ସାମିଲ ହୋଇଥାନ୍ତି ?

C-60 ଫୋର୍ସରେ ନିଜ ତରଫରୁ ଏଥିରେ ସାମିଲ ହୋଇଥାନ୍ତି ସ୍ଥାନୀୟ ଲୋକ । ବିଶେଷ କରି ମାଓବାଦୀଙ୍କ ଦମନର ଶିକାର ଲୋକେ, ମାଓବାଦୀଙ୍କ ଦ୍ବାରା ହତ୍ୟା କରାଯାଇଥିବା ଲୋକଙ୍କ ପରିଜନ ଏଥିରେ ସାମିଲ ହୋଇଥାନ୍ତି । ଏମାନଙ୍କ ପାଖରେ ମାଓବାଦୀଙ୍କ ବିରୋଧରେ ଲଢ଼ିବାକୁ ଓ ସେମାନଙ୍କୁ ନିପାତ କରି ନିଜ ପରିବାରକୁ ନ୍ୟାୟ ଦେବାକୁ ଥାଏ ଦୃଢ଼ ମନୋବଳ । ଏମାନେ ମାଓବାଦୀଙ୍କ ପରି ସ୍ଥାନୀୟ ଭାଷା ଯେମିତି  ଗୋଣ୍ଡି ଓ ମରାଠୀ କହିଥାନ୍ତି । ଏହି କାରଣରୁ ବେଳେ ବେଳେ ଏମାନେ ମାଓବାଦୀଙ୍କ ସହ ମିଶି ସେମାନଙ୍କ ପାଖରୁ ଗୁପ୍ତତଥ୍ୟ ବି ବାହାର କରିବାକୁ ସକ୍ଷମ ହୋଇଥାନ୍ତି ।

ରାତି ପାହିଲେ ପଞ୍ଚୁକ, ପୁରୀରେ ପୋଲିସର ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ପୁରୀ: ରାତି ପାହିଲେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପଞ୍ଚୁକ ନୀତି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମରିଚିକୋଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ର ବ୍ୟବସ୍ଥା ହୋଇଛି । ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଶ୍ରୀମନ୍ଦିର ଭିତର, ବଡଦାଣ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସୁରକ୍ଷା ଦାୟିତ୍ୱରେ ଶ୍ରୀକ୍ଷେତ୍ରରେ ସମୁଦାୟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୩୦ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିବେ । ସେହିପରି ସମୁଦ୍ରକୂଳ ଅଞ୍ଚଳରେ ମଧ୍ୟ କଡା ପାଟ୍ରୋଲିଂ ସହ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ଲାଇଫ୍ ଗାର୍ଡ ଓ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ପୁରୀରେ ଗାଡ଼ି ମଟରର ବିଶେ, ଗହଳି ନହେବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

ଯେଉଁ ଭକ୍ତ ଓ ପର୍ଯ୍ୟଟକମାନେ ପୁରୀ ଆସିବେ ସେମାନେ ମାର୍କେଟ ଛକ ପାଖ ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ସମୁଦ୍ର କୂଳ ଅଞ୍ଚଳର ଦିଗବାରେଣି ସହ ଲାଇଟ୍ ହାଉସ ପାଖ ଯାତ୍ରିକା ଠାରେ ଗାଡି ପାର୍କିଂ କରିବା ବ୍ୟବସ୍ଥା କରାଯାଇଛି  । ଯଦ୍ୱାରା ପୁରୀ ଭିତରେ ସୁରକ୍ଷା ବ୍ୟବସ୍ଥା  ସଠିକ ଭାବେ ପରିଚାଳନା କରାଯାଇ ପାରିବ  ।  ସୁରକ୍ଷା ବ୍ୟବସ୍ଥା ନେଇ ପୁରୀ ଏସପି କନୱାର ବିଶାଲ  ସିଂ ସୂଚନା ଦେଇଛନ୍ତି ।

ଅମରାବତିରେ ଲାଗୁ ହେଲା ୪ ଦିନର କର୍ଫ୍ୟୁ

0

ଅମରାବତି : ମହାରାଷ୍ଟ୍ର ଅମରାବତିରେ ଠପ୍ ହୋଇଛି ଇଣ୍ଟରନେଟ୍ ବ୍ୟବସ୍ଥା । ୪ ଦିନ ପାଇଁ ଲାଗୁ କରାଗଲା ବାଧ୍ୟତାମୂଳକ କର୍ଫ୍ୟୁ । ଗତ ଶୁକ୍ରବାର ମୁସଲିମ୍ ସଙ୍ଗଠନ ବିରୁଦ୍ଧରେ ସ୍ଥାନୀୟ ବିଜେପି କର୍ମୀଙ୍କ ଦ୍ୱାରା ଆୟୋଜିତ ରାଲି କାରଣରୁ ଦଙ୍ଗା ଆରମ୍ଭ ହୋଇଥିବା ପୋଲିସ ସୂଚନା ଦେଇଛି । ଏଥିପାଇଁ ୪ ଦିନର କର୍ଫ୍ୟୁ ସହ ଇଣ୍ଟରନେଟ୍ ସେବା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି ।

ଗତ ଶନିବାର ରାଜକମଲ ଛକ ନିକଟରେ ଶହେରୁ ଉର୍ଦ୍ଧ୍ୱ ଲୋକେ ସ୍ଲୋଗାନ ସହ କମଳା ରଙ୍ଗର ପତାକା ଧରି ରାଲିରେ ବାହାରିଥିଲେ ।  ଏମାନଙ୍କ ମଧ୍ୟରୁ କେତେକେ ପଥର ମାଡ଼ କରିବାରୁ ପୋଲିସ ଲାଠି ଚାର୍ଜ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା । ପଥର ମାଡ଼ କରିବାରୁ ପୋଲିସ ଗତକାଲି ଅମରାବତିରେ କର୍ଫ୍ୟୁ ଲଗାଇବା ସହ ସିଆରପିସି ଅନ୍ତର୍ଗତ ୧୪୪ଧାରାର ୧,୨,୩ ଲାଗୁ କରିଛି ।

ସ୍ୱାସ୍ଥ୍ୟ ନିମିତ୍ତ ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଅନ୍ୟ କୈାଣସି କାମ ପାଇଁ ଅନୁମତି ଦିଆଯିବନାହିଁ । ଏଥିସହ ଗୋଟିଏ ସ୍ଥାନରେ ୫ଜଣଙ୍କଠୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ ବୋଲି ସୂଚନା ମିଳୁଛି । ଏହି ଦଙ୍ଗାରେ ପୋଲିସ ୨୦ ଜଣଙ୍କୁ ଗିରଫ କରିଥିବା ବେଳେ ଥାନାରେ ଏ ନେଇ ୨୦ଟି ମାମଲା ରୁଜ୍ଜୁ ହୋଇଛି ।

 

 

ଚାରି ଜଣଙ୍କୁ ହତ୍ୟା କରି ଝୁଲାଇଦେଲେ ମାଓବାଦୀ, ଦୁଇଟି ଘରକୁ ଡ଼ିନାମାଇଟରେ ଉଡାଇଦେଲେ

ପାଟନା: ବିହାର ଗୟାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଗୋଟିଏ ପରିବାରର ୪ ସଦସ୍ୟଙ୍କୁ ହତ୍ୟା କଲେ ମାଓବାଦୀ । ଗୟା ଅନ୍ତର୍ଗତ ଦୁମାରିଆସ୍ଥିତ ମାନୁଓ୍ବାର ଗ୍ରାମରେ ୪ ସଦସ୍ୟଙ୍କୁ ଫାଶୀ ଦେଇ ସେମାନେ ହତ୍ୟା କରିଛନ୍ତି । ପ୍ରାୟ ୨୫ ଜଣ ସିପିଆଇ ମାଓବାଦୀ କର୍ମୀଙ୍କ ଦ୍ବାରା ଏହି ହତ୍ୟାକାଣ୍ଡ ସଂଗଠିତ ହୋଇଛି । ଏହା ସହ ସେମାନେ ୨ଟି ଘରକୁ ଡିନାମାଇଟ ଲଗାଇ ଉଡାଇ ଦେଇଛନ୍ତି ।

ଗତ ସପ୍ତାହରେ ଘଟିଥିବା ପୋଲିସ ଆକ୍ରମଣ ପ୍ରତିବାଦରେ ସେମାନେ ଏହି ନାରକୀୟ କାଣ୍ଡ ଘଟାଇଛନ୍ତି । ଘଟଣା ଘଟିବା ପରେ ସେଠାକୁ ସିଆରପିଏଫ, କୋବ୍ରା ବାହିନୀ ଓ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି । ମାଓବାଦୀମାନେ ଘଟଣା ଘଟାଇବା ପରେ ପୋଷ୍ଟର ଛାଡି ଚାଲିଯାଇଛନ୍ତି ।

ମାୟାବତୀଙ୍କୁ ଭେଟି ମା’ଙ୍କ ମୃତ୍ୟୁର ଶୋକବ୍ୟକ୍ତ କଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ବହୁ ଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ଭେଟିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଶନିବାର ମାୟାବତୀଙ୍କ ମା’ଙ୍କର ଦେହାନ୍ତ ହୋଇଯାଇଥିଲା । ଆଜି ମାୟାବତୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରିୟଙ୍କା ଗାନ୍ଧୀ ଭେଟିଛନ୍ତି  । ଗତକାଲି ମାୟାବତୀଙ୍କ ମା’ ରାମରତୀଙ୍କ ନିଧନ ହୋଇଥିଲା । ସେନେଇ ଆଜି ପ୍ରିୟଙ୍କା ଗାନ୍ଧୀ ମାୟାବତୀଙ୍କୁ ଭେଟିବା ସହ ତାଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ପୂର୍ବରୁ ପ୍ରିୟଙ୍କା ମଧ୍ୟ ଟୁଇଟ୍ କରିବା ସହ ମାୟାବତୀଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ମାୟାବତୀଙ୍କ ମା’ଙ୍କ ମୃତ୍ୟୁ ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମାୟାବତୀଙ୍କ ମା’ଙ୍କ ମୃତୁରେ ଶୋକବ୍ୟକ୍ତ କରିଥିଲେ । ତେବେ ଆଜି ପ୍ରିୟଙ୍କା ଗାନ୍ଧୀ ସକାଳେ ଦିଲ୍ଲୀ ସ୍ଥିତି ବାସଭବନରେ ଯାଇ ମାୟାବତୀଙ୍କୁ ଭେଟିଛନ୍ତି । ମାୟାବତୀଙ୍କ ମାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ଶ୍ରାଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରିୟଙ୍କା ।

ବିଏସପି ଦ୍ବାରା ଜାରି ହୋଇଥିବା ପ୍ରେସ ରିଲିଜ ଅନୁସାରେ ମାୟାବତୀଙ୍କ ମା’ଙ୍କ ହାର୍ଟ ଫେଲ କାରଣରୁ ଶନିବାର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ମା’ଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଏହି ପ୍ରେସ ରିଲିଜରେ ଲେଖାଯାଇଛି କି ମାୟାବତୀଙ୍କ ମା’ ବହୁତ ବନ୍ଧୁତ୍ବପୂର୍ଣ୍ଣ ଓ ସବୁବେଳେ ତାଙ୍କ ପରିବାର ସହ ରହୁଥିଲେ । ଅନ୍ତିମ ସମୟରେ ମଧ୍ୟ ପରିବାର ସହିତ ଥିଲେ ଏବଂ ସବୁବେଳେ ପରିବାର କଥା ଭାବୁଥିଲେ । କିନ୍ତୁ ଶନିବାର ତାଙ୍କର ମୃତ୍ୟୁ ହୋଇଛି । ତେବେ ମାୟାବତୀଙ୍କ ପିତା ପ୍ରଭୁଦୟାଲଙ୍କ ମୃତ୍ୟୁ ଗତ ବର୍ଷ ୧୯ ନଭେମ୍ବରରେ ହୋଇଥିଲା ।  ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା ।

ମାୟାବତୀଙ୍କ ମା’ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଟୁଇଟ କରି କହିଛନ୍ତି କି ଉତ୍ତର ପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀଙ୍କ ମା’ଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦ । ପ୍ରଭୁ ଶ୍ରୀରାମ ଦିବଙ୍ଗତ ପୁନ୍ୟାତ୍ମାଙ୍କୁ ତାଙ୍କ ଶ୍ରୀଚରଣରେ ରଖନ୍ତୁ ଏବଂ ପରିବାରଙ୍କ ଏପରି ସ୍ଥିତିରେ ଶକ୍ତି ଦିଅନ୍ତୁ ବୋଲି ଟୁଇଟ କରି କହିଛନ୍ତି ଯୋଗୀ ଆଦିତ୍ୟନାଥ ।

ଡିସେମ୍ବର ପହିଲାରୁ ବିଧାନସଭା ଶୀତ ଅଧିବେଶନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧ ତାରିଖରୁ ୩୧ ତାରଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ  । ଚଳିତ ଅଧିବେସନରେ ମୋଟ ୩୧ଟି ଦିବସ ଥିବାବେଳେ ସେଥି ମଧ୍ୟରୁ ୫ଟି ଛୁଟି ଦିବସ ରହିଛି  । ସେହିପରି ମୋଟ ୨୬ଟି କାର୍ଯ୍ୟଦିବସ ରହିଛି  ।

ଏନେଇ ଆଜି ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି  । ଯେଉଁଥିରେ ସମ୍ପୂର୍ଣ୍ଣ ଶୀତ ଅଧିବେଶନର କାର୍ଯ୍ୟ ଦିବସ ସମ୍ପର୍କରେ ସୂଚାନା ଦିଆଯାଇଛି  । ସମୁଦାୟ ୫ଟି ଛୁଟି ଦିନ ମଧ୍ୟରେ ରହିଛି ୪ଟି ରବିବାର ଏବଂ ଅନ୍ୟଟି ଏକ୍ସ ମାସ ଛୁଟି ଦିନ  ।

ଡଲଫିନର ପ୍ରେମ କାହାଣୀ: ବ୍ରେକଅପ୍ ପରେ ଆତ୍ମହତ୍ୟା

ଓ୍ବାସିଂଟନ: ପ୍ରେମ ଶ୍ବାସତ ଓ ଅମର । ପ୍ରେମ ଦୁଇ ମନର ମିଳନ । ପ୍ରେମ କେତେବେଳେ କେଉଁ ରୂପରେ ଆସେ ଜାଣି ହୁଏନି । ଗୋଟିଏ ଦେଖା ଓ କିଛି କ୍ଷଣରେ ଚୋରି ହୋଇଯାଇଥାଏ ମନ । ଏହା ପୁରୁଷ ଓ ନାରୀ ମଧ୍ୟରେ ହୋଇପାରେ ଅବା ମଣିଷ ପଶୁଙ୍କ ମଧ୍ୟରେ ବି ହୋଇପାରେ । ମଣିଷ ଓ ପଶୁଙ୍କ ପ୍ରେମ ସମ୍ପର୍କର ତ ବହୁତ ଉଦାହରଣ ରହିଛି । ହେଲେ ଆଜି ଆମେ ଯେଉଁ ପ୍ରେମ ସମ୍ପର୍କ କଥା କହିବାକୁ ଯାଉଛି, ଏ ହେଉଛି ପ୍ରେମ,  ବିଚ୍ଛେଦ, ବିରହ ଓ ମୃତ୍ୟୁର କରୁଣ କାହାଣୀ । ଏ ପ୍ରେମ ଜଣେ ଯୁବକ ଓ ଏକ ଡଲଫିନ ମଧ୍ୟରେ । ଉଭୟଙ୍କ ମଧ୍ୟରେ କେବଳ ପ୍ରେମ ସମ୍ପର୍କ ନଥିଲା, ଶାରୀରିକ ସମ୍ପର୍କ ମଧ୍ୟ ଥିଲା । ହେଲେ ପ୍ରେମିକଠାରୁ ଅଲଗା ହେବା ପରେ ଡଲଫିନଟି ଆତ୍ମହତ୍ୟା କରିବା ସମସ୍ତଙ୍କୁ ଚକିତ କରୁଛି ।

ଡେରି ନକରି ଆସନ୍ତୁ ଜାଣିବା ଯୁବକ ଓ ଡଲଫିନ୍ ମଧ୍ୟରେ ଥିବା ଏହି ପ୍ରେମ, ସମ୍ପର୍କ, ବିଚ୍ଛେଦ, ବିରହ ଓ ଆତ୍ମହତ୍ୟାର କାହାଣୀ ।

ପ୍ରେମ ଓ ଶାରୀରିକ ସମ୍ପର୍କ

ଏହି କାହାଣୀର ପ୍ରେମୀ ଯୁଗଳ ହେଲେ ମ୍ୟାକଲମ ବ୍ରେନର ଓ ଡଲଫିନ ଡଲି । ଘଟଣା ୭୦ ଦଶକର । ବ୍ରେନର ତାଙ୍କ ବହିରେ ଉଭୟଙ୍କ ସମ୍ପର୍କକୁ ନେଇ ଯାହା ଲେଖିଛନ୍ତି ତାହା ହୁଏତ ବିଶ୍ବାସ ଯୋଗ୍ୟ ନୁହେଁ, ମିଛ ବୋଲି ମଧ୍ୟ କହି ପାରିବା ନାହିଁ ।

ବ୍ରେନରଙ୍କ ଅନୁସାରେ ଡଲି ସହ ତାଙ୍କ ସମ୍ପର୍କ ପ୍ରେମଠାରୁ ଅଧିକ ଥିଲା । ନିଜେ ଡଲି ଶାରୀରିକ ସମ୍ପର୍କ ରଖିବାକୁ ବ୍ରେନରଙ୍କୁ ମନାଇ ଥିଲା । ଦୀର୍ଘଦିନର ଶାରୀରିକ ସମ୍ପର୍କ ପରେ ଯେତେବେଳେ ବ୍ରେକଅପ୍ ହୋଇଥିଲା ଡଲି ଆତ୍ମହତ୍ୟା କରି ଦେଇଥିଲା ।

ରିପୋର୍ଟ ଅନୁସାରେ ୧୯୭୦ ଦଶକରେ ଫ୍ଲୋରିଡ଼ାର ସରସୋତାରେ ନିଜ ଓ୍ବାଟର ପାର୍କରେ ବ୍ରେନର ପ୍ରାୟ ୬ ମାସ ଡଲି ସହ ଶାରୀରିକ ସମ୍ପର୍କ ରଖିଥିଲେ । ସେ ସମୟରେ ବ୍ରେନର ଜଣେ କଲେଜ ଛାତ୍ର ଥିଲେ ଓ ଡଲିର ପୁଲକୁ ଯିବାକୁ ତାଙ୍କୁ ବାରଣ ନଥିଲା । ସେ ବିନା ବାଧାରେ ଡଲିର ପୁଲକୁ ଯାଇ ପହଁରୁ ଥିଲେ । ଏହି ସମୟରେ ଡଲି ନିଜେ ତାଙ୍କ ପାଖକୁ ଆସିଥିଲା । ବନ୍ଧୁତ୍ବରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ପ୍ରେମ ପର୍ଯ୍ୟନ୍ତ ଯାଇଥିଲା ଓ ଶେଷରେ ଶାରୀରିକ ସମ୍ପର୍କ ରଖିବାକୁ ଡଲି ନିଜ ଆଡୁ ଇସାରା ଦେଇଥିଲା ।

ବିରହ ବେଦନାରେ ଡଲିର ଆତ୍ମହତ୍ୟା

ବ୍ରେନର ତାଙ୍କ ବହିରେ ଆଗକୁ ଲେଖିଛନ୍ତି ଡଲି ସହ ସମ୍ପର୍କକୁ ସେ ରିଲେଶନସିପ ନାଁ ଦେଇଥିଲେ । ହେଲେ ପାର୍କ ବନ୍ଦ ହେବା ସହ ବ୍ରେନର ଓ ଡଲିର ପ୍ରେମ ସମ୍ପର୍କରେ ଏକ ପ୍ରକାର ପୂର୍ଣ୍ଣେଚ୍ଛେଦ ପଡ଼ିଯାଇଥିଲା । ଡଲିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଇଥିଲା । ଉଭୟଙ୍କ ମଧ୍ୟରେ ବିଚ୍ଛେଦର ୯ ମାସ ପରେ ଡଲିର ମୃତ୍ୟୁ ଘଟିଥିଲା । ବହିରେ ବ୍ରେନର ଦାବି କରିଛନ୍ତି, ତାଙ୍କଠାରୁ ଅଲଗା ହେବା ପରେ ଡଲି ଆତ୍ମହତ୍ୟା କରିଥିଲା । ଡଲି ଜାଣିଶୁଣି ନିଜ ନିଃଶ୍ବାସ ବନ୍ଦ କରି ଦେଇଥିଲା । ତେବେ ଡଲଫିନର ଆତ୍ମହତ୍ୟାକୁ ନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି ।

ଡଲିର ମୃତ୍ୟୁ ପରେ ପ୍ରାୟ ୫ ବର୍ଷ ବ୍ରେନର ଡିପ୍ରେସନକୁ ଚାଲି ଯାଇଥିଲେ । ତେବେ କୌଣସି ଜୀବ ସହ ଶାରୀରିକ ସମ୍ପର୍କ ରଖିବା ବ୍ରେନରଙ୍କ ପାଇଁ ପ୍ରଥମ ନଥିଲା । ଡଲି ପୂର୍ବରୁ ବ୍ରେନର ନିଜ ପାଳିତ କୁକୁର ସହ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ । ଯାହା ସେ ନିଜେ ସ୍ବୀକାର କରିଥିଲେ ।

ବ୍ରେନରଙ୍କ ଏହି ବହିର ନାଁ ‘Wet Goddess’ । ୨୦୧୦ ମସିହାରେ ପ୍ରକାଶ ପାଇଥିଲା । ଯେଉଁ ଥିରେ ସେ ଡଲି ସହ ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ।

ବୃଦ୍ଧି ହେବ ED-CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ, ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟାକାଳ ବୃଦ୍ଧି ନେଇ ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର  । ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED ଭଳି ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷ ଥିବାବେଳେ ଏହାକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଆଣିଛନ୍ତି ଅଧ୍ୟାଦେଶ  । ଏହି ଅଧ୍ୟାଦେଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଯାଇଛି  ।

ସର୍ତ୍ତ ରହିଛି ଯେ, ଯେଉଁ ସମୟ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶକ ତାଙ୍କ କାର୍ଯ୍ୟ ଆରମ୍ଭ କରନ୍ତି  । ଅର୍ଥାତ ଯେଉଁ ସମୟରେ ସେ କର୍ତ୍ତବ୍ୟରେ ଯୋଗଦିଅନ୍ତି   । ତାହା ଜନସାଧାରଣଙ୍କ ସ୍ୱାର୍ଥରେ ଉଦ୍ଧିଷ୍ଟ ରହିଥାଏ  ।  ଧାରା (କ) ଅନୁଯାୟୀ କମିଟିର ସୁପାରିଶ  ଆକାରରେ ଏହା ଲିପିବଦ୍ଧ ହୋଇ ରହିଥାଏ  । ଠିକ ସେହିୁପରି ସିବିଆଇ ସଂସ୍ଥାର ମୁଖ୍ୟ ମଧ୍ୟ କର୍ତ୍ତବ୍ୟ ତୁଲାଇଥାନ୍ତି  ।

କିନ୍ତୁ କେନ୍ଦ୍ର ସରକାର ଏଥିରେ ପରିବର୍ତ୍ତନା ଆଣିବା ନେଇ ରାଷ୍ଟ୍ରପତିଙ୍କୁ ଏକ ଅଧ୍ୟାଦେଶ ପଠାଇଛନ୍ତି  । ଦୁଇ ସଂସ୍ଥାର ମୁଖ୍ୟ ଦାୟିତ୍ୱରେ ରହୁଥିବା ଅଧିକାରୀଙ୍କ କାର୍ଯ୍ୟକାଳ ପୂର୍ବରୁ ଦୁଇ ବର୍ଷ ରହିଥିଲା  । ଏହି ସମୟସୀମାକୁ ବୃଦ୍ଧି କରି ୫ ବର୍ଷ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର  । 1997 ପୂର୍ବରୁ, ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସ୍ଥିର ହୋଇନଥିଲା ।

ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ହେଲେ ଭିଭିଏସ ଲକ୍ଷ୍ମଣ

ନୂଆଦିଲ୍ଲୀ: ନ୍ୟାସନାଲ କ୍ରିକେଟ ଏକାଡେମୀ (NCA)ର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ ପୂବର୍ତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏନେଇ ଆଜି ଘୋଷଣା କରିଛନ୍ତି । ଭାରତୀୟ କ୍ରିକେଟରେ ପୂର୍ବତନ କ୍ରିକେଟରଙ୍କୁ ନିଯୁକ୍ତି ଦେବା ଆବଶ୍ୟକତା ରହିଛି ବୋଲି ସବୁବେଳେ କହିଆସୁଥିଲେ ସୌରଭ ଗାଙ୍ଗୁଲି । ରାହୁଲ ଦ୍ରାବିଡଙ୍କୁ ଭାରତୀୟ ସିନିୟର ଟିମର କୋଚ ପାଇଁ ମଧ୍ୟ ଗାଙ୍ଗୁଲି ଦ୍ରାବିଡଙ୍କୁ ରାଜି କରାଇଥିଲେ । କେବଳ ବିସିସିଆଇ ମୁଖ୍ୟ ଭାବରେ ସୌରଭ ଗାଙ୍ଗୁଲି ନୁହେଁ ବିସିସିଆଇ ସଚିବ ଜୟ ଶାହାଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଚାହୁଁଥିଲେ କି ଭିଭିଏସ ଲକ୍ଷ୍ମଣ ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭାବରେ ଦାୟିତ୍ବ ନିଅନ୍ତୁ ।

ଉଭୟ ସୌରଭ ଗାଙ୍ଗୁଲି ଓ ଜୟ ଶାହା ଚାହାନ୍ତି କି ଭିଭିଏସ ଲକ୍ଷ୍ମଣ ଏନସିଏର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରନ୍ତୁ । କିନ୍ତୁ ଫାଇନାଲ ନିଷ୍ପତି ଭିଭିଏସ ଲକ୍ଷ୍ମଣଙ୍କ ଉପରେ ରହିଛି । ତେବେ ଏହା ପୂର୍ବରୁ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପରେ ନ୍ୟୁଜିଲାଣ୍ଡ ସିରିଜରୁ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ ଭାବରେ ଦାୟିତ୍ବ ନେଉଛନ୍ତି ।  ଦ୍ରାବିଡ କୋଚ ହେବା ପରେ ସେ ଭାରତୀୟ କ୍ରିକେଟକୁ କିପରି ଆଗକୁ ନେବେ ତା ଉପରେ ସେ ଏକ ସ୍ବତନ୍ତ୍ର ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି ।  ତେବେ ଦ୍ରାବିଡଙ୍କ ଲକ୍ଷ୍ମଣ ଏନସିଏର ମୁଖ୍ୟ ଭାବରେ କାର୍ଯ୍ୟ କଲେ ଭାରତୀୟ କ୍ରିକେଟ ଏକ ନୂଆ ଲକ୍ଷ୍ୟ ନେଇ ଆଗକୁ ବଢ଼ିବ । ଭାରତୀୟ କ୍ରିକେଟକୁ ଆଗକୁ ନେବାକୁ ହେଲେ ଏହି ଦୁଇ ଜଣ ଏକାଠି କାମ କରିବା ଏକ ଉପଯୁକ୍ତ ପଦକ୍ଷେପ ଅଟେ । ଅନ୍ୟପଟେ ରାହୁଲ ଦ୍ରାବିଡ ମୁଖ୍ୟକୋଚ ଭାବରେ ନିଯୁକ୍ତି ପାଇବା ପରେ ଭାରତୀୟ ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା ଓ ଅଭିଜ୍ଞ ବୋଲର ଆର ଅଶ୍ବିନୀ ଦ୍ରାବିଡଙ୍କ ଅଧୀନରେ ଖେଳିବାକୁ ଅପେକ୍ଷା କରିଥିଲେ ବୋଲି କହିଛନ୍ତି ।