spot_img
Home Blog Page 4927

ଅପସରି ଗଲେ ସାହିତ୍ୟର ଅସ୍ମିତା, ଆଖି ବୁଜିଲେ ଅଖିଳ ନାୟକ

ଭୁବନେଶ୍ୱର: ଜଣାଶୁଣା ସାହିତ୍ୟିକ ଅଖିଳ ନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଗତ ୧ ତାରିଖରେ ପାକସ୍ଥଳୀରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରବିବାର ଭୋରରୁ ତାଙ୍କର ପରଲୋକ ହୋଇଛି । ଅଖିଳଙ୍କ ଆକସ୍ମିକ ବିୟୋଗ ଖବର ସମସ୍ତଙ୍କୁ ସ୍ତବଧ କରିଦେଇଛି । ସାହିତ୍ୟରେ ସାଧାରଣ ଓ ଶୋଷିତ ମଣିଷର ସ୍ବର ଏଣିକି ଟିକେ କମ୍ ଶୁଣିବାକୁ ମିଳିବ । ନରମିଯିବ ଜନବାଦୀ ସାହିତ୍ୟର ସ୍ବର । କାରଣ ସାହିତ୍ୟରେ ଏହି ଧାରାର ମଙ୍ଗ ଧରିଥିବା ଜଣାଶୁଣା ସାହିତ୍ୟିକଙ୍କ ମଧ୍ୟରେ ଆଗରେ ଥିବା ଅଖିଳ ନାୟକ ସବୁଦିନ ପାଇଁ ନିରବି ଯାଇଛନ୍ତି ।

ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି ଦଳିତ ସାହିତ୍ୟର ଅସ୍ମିତା ଭାବେ ପରିଚିତ ଏହି ଯୁବ ସାହିତ୍ୟିକ । ଲିଭର ଜନିତ ରୋଗରେ ପୀଡ଼ିତ ଥିବା ଅଖିଳଙ୍କର କଟକର ଏକ ଘରୋଇ ହସପଟାଲରେ ମାତ୍ର ୫୩ ବର୍ଷ ବୟସରେ ପରଲୋକ ହୋଇଛି । ଅଖିଳଙ୍କ ଏପରି ଆକସ୍ମିକ ବିୟୋଗ ଖବର ସମସ୍ତଙ୍କୁ ସ୍ତବଧ କରିଦେଇଛି । କବିତା ପୁସ୍ତକ ‘ଗାଧୁଆ ବେଳ’ରୁ ଅଖିଳ ଆରମ୍ଭ କରିଥିଲେ ନିଜ ସୃଜନୀର ଅଭିଯାନ । ପରେ କ୍ଷେତ ପୁରାଣ , ଧିକ୍, ଅଖିଳ ଅକ୍ଷର, ଧୋବ ଫରଫର, ଗୁଲିଖଟି ଆଦି ବହୁତ କବିତା , ଉପନ୍ୟାସ ଓ ଗଳ୍ପ ସଂକଳନ ଲେଖି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ତେବେ ବହୁଚର୍ଚ୍ଚିତ ଉପନ୍ୟାସ ‘ଭେଦ’ ତାଙ୍କୁ ଆହୁରି ଲୋକପ୍ରିୟ କରାଇଥିଲା ।

‘ଭେଦ’ରେ ତାଙ୍କ ପ୍ରଖର ସ୍ବର ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥିଲା । ଅକ୍ସଫୋର୍ଡ ୟୁନିଭରସିଟି ଦ୍ବାରା ଏହି ଉପନ୍ୟାସର ଇଂରାଜୀ ଅନୁବାଦ ହେବା ସହ ବେଶ୍ ଚର୍ଚ୍ଚିତ ହୋଇଥିଲା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହାରା ଗାଁରେ ୧୯୬୮ ମାର୍ଚ୍ଚ ୧୩ରେ ଜନ୍ମ ଗ୍ରହଣ କରିଥିଲେ ଅଖିଳ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଭଂଜବିହାରରୁ ସ୍ନାତକୋତ୍ତର କରିବା ପରେ ଓଡ଼ିଆ ଭାଷାର ଅଧ୍ୟାପକ ଭାବେ ଯୋଗଦେଇ ଭାଷା ସାହିତ୍ୟକୁ ଆଗେଇ ନେବାରେ ସଫଳତାର ହସ୍ତାକ୍ଷର ସାଜିଥିଲେ । ସମକାଳୀନ କଥାସାହିତ୍ୟରେ ଏକ ବିକଳ୍ପ ଧାରା ଥିଲେ ଅଖିଳ । ତାଙ୍କ ଅକାଳ ବିୟୋଗରେ ଓଡ଼ିଆ ସାହିତ୍ୟରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟିହୋଇଛି ।

କାରରୁ ଜବତ ହେଲା ବିଜେପି ନେତାଙ୍କ ଶବ

0

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ପଲାମୁ ଅଞ୍ଚଳରେ ଏକ କାରରୁ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା କୋଷାଧ୍ୟକ୍ଷ ସୁମିତ ଶ୍ରୀବାସ୍ତବଙ୍କ ଶବ ଜବତ ହୋଇଛି । ୨୫ ବର୍ଷୀୟ ସୁମିତଙ୍କୁ ହତ୍ୟା କରାଯାଇଥିବା କଥା କୁହାଯାଉଛି । ଏନଏଚ ୯୮ ଡାଲଟନଙ୍ଗଜ-ଓୈରଙ୍ଗାବାଦ ମୁଖ୍ୟ ପଥ ନିକଟସ୍ଥ ହରିହରଗଞ୍ଜ ଥାନା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ପାହାଡ଼ି ମନ୍ଦିର ରୋଡରେ ସୁମିତଙ୍କ ଗାଡ଼ି ଜବତ ହୋଇଥିଲା ।

ଏହି ଘଟଣା ପରେ ଭାଜପା କର୍ମକର୍ତ୍ତାବୃନ୍ଦ ଆକ୍ରୋଶ କରୁଥିବା ବେଳେ ସୁମିତଙ୍କ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ମାମଲାର ତଦନ୍ତ କରିବା ସହ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେବ ବୋଲି ସ୍ପଷ୍ଟ କରିଛି । ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ନେତା ସୁମିତ ହରିହରଗଞ୍ଜର ନିବାସୀ । ସୁମିତଙ୍କ ବାପା ବିଜୟ କୁମାର ସିହ୍ନାଙ୍କ କହିବାନୁସାରେ ଗତକାଲି ୧୦:୩୦ ସମୟରେ ସୁମିତ ସପରିବାର ସହ ଭୋଜନ କରିବା ପରେ ପ୍ରତ୍ୟେକ ଦିନ ଭଳି ସେ ନିଜ ଭାଇଙ୍କ ସହ ଘରଠୁ ଶହେ ମିଟର ଦୂରରେ ଥିବା ନିଜ ହୋଟେଲରେ ଶୋଇବାକୁ ଗଲେ । ପାଖାପାଖି ୧୨ଟା ସମୟରେ ସୁମିତଙ୍କୁ ଏକ ଫୋନ କଲ ଆସିଥିଲା । କୈାଣସି ଏକ କାମରେ ଯାଉଥିବା କଥା ସାନ ଭାଇଙ୍କୁ କହିଥିଲେ ।  ମାତ୍ର ଏହାପରେ ସେ ଆଉ ଘରକୁ ଫେରିନଥିଲେ ।

ସକାଳୁ ମର୍ଣ୍ଣିୱାକରେ ଯାଉଥିବା ଲୋକ କାରରେ ସୁମିତଙ୍କୁ ଦେଖିବାକୁ ପାଇଲେ । କାରଟି ଲକ୍ ଥିବାରୁ ସମସ୍ତଙ୍କୁ ସନ୍ଦେହ ହୋଇଥିଲା । ସ୍ଥାନୀୟ ଲୋକେ ସୁମିତଙ୍କ ପରିବାରବର୍ଗଙ୍କୁ ଜଣାଇବା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବାନୁସାରେ ସୁମିତଙ୍କ କାନ ତଳେ ଧାରୁଆ ଅସ୍ତ୍ରରେ ଗଭୀର କ୍ଷତି ହୋଇଥିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ସୁମିତଙ୍କ ହତ୍ୟା ହୋଇଥିବା ଏଥିରୁ ଜଣାପଡ଼ୁଛି । ଏହି ହତ୍ୟା ଯୋଜନାବଦ୍ଧ ଭାବେ କରାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

 

 

 

 

 

 

 

କ୍ଷୀର ଦେଲାନି ବୋଲି ମଇଁଷି ନାଁରେ ଥାନାରେ ମାମଲା

ଭୋପାଳ: ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ଏକ ଥାନାକୁ ଅଜବ ପ୍ରକାର ମାମଲା ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାମଲାଟି ସମ୍ପର୍କରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଥାନାରେ ଏକ ମଇଁଷି ନାଁରେ ତା’ ମାଲିକ ଅଭିଯୋଗ କରିଛନ୍ତି । ମଇଁଷି କ୍ଷୀର ଦେବାକୁ ଅମଙ୍ଗ ହେଉଥିବା ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ କରିବା ସହ ଏହା ପଛରେ ଗୁଣିଗାରେଡି କରାଯାଇଥିବା ସନ୍ଦେହ ପ୍ରକାଶ କରିଥିଲେ । ବ୍ୟକ୍ତିଙ୍କ ଏପରି ଅଭିଯୋଗ ଶୁଣି ଥାନା କର୍ମଚାରୀ ବି ଆବାକ ହୋଇଯାଇଥିଲେ । ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ କରିବା ସହ ସାହାଯ୍ୟ ମାଗୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

୧୩ ତାରିଖ କଥା । ପ୍ରତିଦିନ ପରି ଥାନାରେ ସବୁକିଛି ଠିକଠାକ ଚାଲିଥାଏ । ନୟାଗାଁର ବାବୁଲାଲ ଯାତବ (୪୫) ନିଜ ମଇଁଷି ସହ ଥାନାରେ ପହଞ୍ଚି ଯାଇଥିଲା । ଆଉ ନିଜ ମଇଁଷି ବିରୋଧରେ ଥାନାରେ ଦେଇଥିଲେ ଏତଲା । ଅଭିଯୋଗ ଥିଲା, କିଛିଦିନ ହେଲା ମଇଁଷି କ୍ଷୀର ଦେବାକୁ ରାଜି ହେଉନାହାନ୍ତି । ଏହାସହ ସେ ଥାନାରେ କହିଥିଲେ, ମଇଁଷି ଉପରେ ଗୁଣଗାରେଡି କରାଯାଇଥିବା ଗାଁ ଲୋକ ତାକୁ କହିଛନ୍ତି ।

ପୋଲିସ କମର୍ଚାରୀଙ୍କ ଆଗରେ ଏବେ ବଡ଼ ପ୍ରଶ୍ନ ଥିଲା କ’ଣ କହି ବାବୁଲାଲକୁ ବୁଝାଇବେ । ମଇଁଷି କାହିଁକି କ୍ଷୀର ଦେଉନାହିଁ ତା’ର ବା କ’ଣ ପ୍ରତିକାର ବାହାର କରିପାରିବେ ପୋଲିସ । ସେ କ’ଣ ପ୍ରାଣୀ ଚିକିତ୍ସକ ଯେ ମଇଁଷି କ୍ଷୀର ନଦେବାର କାରଣ ଜାଣିପାରିବେ । ଯେନତେନ ପ୍ରକାରେ ଥାନାବାବୁ ଓ ଅନ୍ୟ କର୍ମଚାରୀ ବାବୁଲାଲାଙ୍କୁ ବୁଝାଇ ଘରକୁ ବିଦା କରିଥିଲେ । ହେଲେ ୪ ଘଣ୍ଟା ପରେ ସେ ପୁଣି ଥରେ ମଇଁଷି ସହ ଥାନାରେ ହାଜର ହୋଇ ଯାଇଥିଲା ଓ ଅଭିଯୋଗ ଥିଲା ସମାନ, ‘ମୋ ମଇଁଷି କ୍ଷୀର ଦେବାକୁ ରାଜି ହେଉନି ।’

ଡେପୁଟୀ ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଅନିରୁଦ୍ଧ ଶାହ କହିଛନ୍ତି, ‘ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀଙ୍କୁ ପଶୁ ଚିକିତ୍ସାର କିଛି ପରାମର୍ଶ ଦେବାକୁ ଥାନା ଅଧିକାରୀଙ୍କୁ କହିଥିଲେ । ରବିବାର ସକାଳେ ବାବୁଲାଲ ପୁଣି ଥାନାକୁ ଆସିଥିଲେ । ସେ ଥାନା କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ମଇଁଷି କ୍ଷୀର ଦେଇଥିବା କହିଥିଲେ ।’

ଦାୟିତ୍ୱହୀନ ଖବରରେ ଲାଗିବ ରୋକ୍, ବଢିପାରେ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା

0

ଯାଜପୁର: ମିଛ ଓ ଦାୟିତ୍ୱହୀନ ଖବର ଉପରେ ଲାଗିବ ରୋକ୍‌ । ରାଜ୍ୟ ସରକାର ଖୁବଶୀଘ୍ର ଓ୍ବେବ୍‌ ମିଡିଆ ନୀତି ଆଣବେ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି । ସେହିପରି ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ପାଇଁ ରାଜ୍ୟ ସରକାର ବିଚାର କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ମିଛ ଓ ଦାୟିତ୍ବହୀନ ଖବର ଉପରେ ରୋକ୍‌ ଲାଗିବ। ଖୁବଶୀଘ୍ର ରାଜ୍ୟ ସରକାର ଓ୍ବେବ୍‌ ମିଡିଆ ନୀତି ଆଣିବେ । ଯାଜପୁରରେ ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ କାର୍ଯ୍ୟକାରିଣୀ ଓ ସୁବର୍ଣ୍ଣ ଜୟନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି ।

ସେହିପରି ଗଣମାଧ୍ୟମ ତା’ ଦାୟିତ୍ବ ଠିକ ଭାବେ ତୁଲାଉ ଓ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରୁ ବୋଲି ସେ ପରାମର୍ଶ ଦେଇଥିଲେ । ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ରାଶି ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ବୀମାରେ ବାପା-ମାଆଙ୍କୁ ସାମିଲ ଓ ପେନସନ ଲାଗୁ ସହ ସାମ୍ବାଦିକ ଅଧିସ୍ବୀକୃତି କମିଟି ଗଠନ ସମ୍ପର୍କରେ ରାଜ୍ୟ ସରକାର ବିଚାର କରିବେ ବୋଲି ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ପଦ୍ମଶ୍ରୀ ପାଇଥିବା ନନ୍ଦ କିଶୋର ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୨୦ରୁ ଅଧକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।

ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଛି । ଓୟୁଜେର ସୂବର୍ଣ୍ଣ ଜୟନ୍ତୀ ସମାରୋହରେ ମାନବାଧିକାର କମିଶନ ସଭ୍ୟ ଅସୀମ ଅମିତାଭ ଦାସ ଯୋଗଦେଇ ସାମ୍ବାଦିକମାନଙ୍କ ନାଁରେ ମିଥ୍ୟା ଅଭିଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ସବୁ ପ୍ରତିକୂଳ ପରିସ୍ଥିତିରେ ସାମ୍ବାଦିକଙ୍କ ଭୂମିକାକୁ ଅତିଥିମାନେ ପ୍ରଶଂସା କରିଥିଲେ । ଓୟୁଜେର ସୂବର୍ଣ୍ଣ ଜୟନ୍ତୀ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଯୋଗଦେଇଥିଲେ । କରୋନା ମହାମାରୀ ସମୟରେ ପ୍ରାଣ ହରାଇଥିବା ୩୮ ଜଣ ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ଦେଇ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଦେଇଥିବାରୁ ଉତ୍ସବରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

ଧୋନିଙ୍କ ପ୍ରେମରେ WWE ସୁପରଷ୍ଟାର ଜନ୍ ସିନା; ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀ ଭାରତୀୟ କିକେଟ ଦଳର ପୂର୍ବତନ ଅଧିନାୟକ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଲେଣି ଧୋନି । କିନ୍ତୁ ଏବେ ବି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଧୋନି । ଖାଲି ଭାରତରେ ଲୋକପ୍ରିୟ ନୁହଁନ୍ତି ମହେନ୍ଦ୍ର ସିଂ ଧୋନି । ସାରା ବିଶ୍ବରେ ଲୋକପ୍ରିୟ ମହେନ୍ଦ୍ର ସିଂ ଧୋନି । ତେବେ ଧୋନିଙ୍କ ଏହି ଫ୍ୟାନ ଲିଷ୍ଟରେ ସାମିଲ ହୋଇଛନ୍ତି WWE ସୁପରଷ୍ଟାର ଜନ୍ ସିନା । ସିନା ଶନିବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏମଏସ ଧୋନିଙ୍କ ଫଟୋ ସେୟାର କରିଛନ୍ତି । ସେୟାର ହୋଇଥିବା ଫଟୋଟି ଚଳିତ ଟି-୨୦ ବିଶ୍ବକପର । ଏହି ଫଟୋରେ ଧୋନି କାହା ସହ ହାତ ମିଳାଉଥିବାର ନଜର ଆସୁଛନ୍ତି । ଏହି ଫୋଟକୁ ଲକ୍ଷ ଲକ୍ଷ ଲୋକ ଲାଇକ କରିଛନ୍ତି ।  ଜନ୍ ସିନା ପ୍ରାୟ ଭାରତୀୟ କଳାକାର, କ୍ରୀଡାବିତଙ୍କ ଫଟୋକୁ ସେୟାର କରନ୍ତି । କିନ୍ତୁ ପ୍ରଥମ ଥର ପାଇଁ ସେ ନିଜ ଇନଷ୍ଟାଗ୍ରାମରେ ଧୋନିଙ୍କ ଫଟୋକୁ ପୋଷ୍ଟ କରିଛନ୍ତି । ଏହା ପୂବର୍ରୁ ଜନ ସିନା ବିରାଟ କୋହଲି, ଅମିତାଭ ବଚ୍ଚନ, ଶାହାରୁଖ ଖାନ, ଐଶ୍ବର୍ଯ୍ୟା ରାୟଙ୍କ ପରି ଷ୍ଟାରଙ୍କ ଫଟୋ ସେୟାର କରିଥିଲେ ।

 

View this post on Instagram

 

A post shared by John Cena (@johncena)

;

ଚଳିତ ଟି-୨୦ ବିଶ୍ବକପରେ ବିସିସିଆଇ ଏମଏସ ଧୋନିଙ୍କୁ ଭାରତୀୟ ଦଳର ମେଣ୍ଟର ଭାବରେ ନିଯୁକ୍ତି କରିଥିଲେ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ନୈରାଶଜନକ ପ୍ରଦର୍ଶନ କରିଥିଲା ଯାହା ଫଳରେ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିପାରିନଥିଲା  । ୪୦ ବର୍ଷିୟ ଧୋନି ୨୦୨୦ ମସିହା ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଭାରତ ପାଇଁ ଧୋନି ୩୫୦ଟି ଦିନିକିଆ, ୯୮ଟି ଟି-୨୦ ଅନ୍ତର୍ଜାତୀୟ ଓ ୯୦ଟି ଟେଷ୍ଟ ମ୍ୟାଚ ଖେଳି ୧୭ ହଜାର ୨୬୬ ରନ ସଂଗ୍ରହ କରିଥିଲେ । ଧୋନିଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ତିନିଟୋ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି । ଏହା ସହ ଧୋନି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଚାରୋଟି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି ।

ଟସ୍ ଜିତି ବୋଲିଂ କରିବ ଅଷ୍ଟ୍ରେଲିଆ; ଆଜି ବିଶ୍ବ ଦେଖିବ ନୂଆ ଚମ୍ପିଆନ

ଦୁବାଇ: ସୁପର ସଣ୍ଡେରେ ସୁପର ଫାଇଟ । ଚଳିତ ଟି-୨୦ ବିଶ୍ବକପରେ ଆଜି ହେଉଛି ଫାଇନାଲ ଫାଇଟ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଛି ଏହି ମ୍ୟାଚ । ଟି-୨୦ ବିଶ୍ବକପ ଫାଇନାଲରେ ଟସ୍ ଜିତି ବୋଲିଂ ନିଷ୍ପତି ନେଇଛି ଅଷ୍ଟ୍ରେଲିଆ । ଟସ୍ ଜିତିଥିଲେ ବି ଚେସ୍ କରିବାକୁ ନିଷ୍ପତି ନେଇଛି ଅଷ୍ଟ୍ରେଲିଆ । ତେବେ ଆଜି ଟି-୨୦ ଫର୍ମାଟରେ ବିଶ୍ବ ଏକ ନୂଆ ଚମ୍ପିଆନ ଦେଖିବ । କାହିଁକି ନା ଏହା ପୂର୍ବରୁ ଉଭୟ ଦଳ ଟି-୨୦ ବିଶ୍ବକପରେ ଟ୍ରଫି ଜିତି ନାହାନ୍ତି ।  ଚଳିତ ବିଶ୍ବକପରେ ଉଭୟ ବ୍ୟାଟିଂ, ବୋଲିଂରେ ଦମଦାର ପ୍ରଦର୍ଶନ କରିଛି ଉଭୟ ଦଳ । ତେଣୁ ଆଜିର ଫାଇନାଲ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ଅନ୍ୟପଟେ ୨୦୧୫ ଦିନିକିଆ ବିଶ୍ବକପର ବଦଲା ନେବା ଲକ୍ଷ୍ୟରେ ରହିଛି ବ୍ଲାକ କ୍ୟାପ୍ସ । ୨୦୧୫ ଦିନିକିଆ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଶ୍ବବିଜେତା ହୋଇଥିଲା ଅଷ୍ଟ୍ରେଲିଆ । ତେଣୁ ଚଳିତ ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୨୦୧୫ ବିଶ୍ବକପର ବଦଲା ନେବାକୁ ଚେଷ୍ଟା କରିବ ନ୍ୟୁଜିଲାଣ୍ଡ ।

ସେହିପରି ଭାବରେ ଆଜିର ମ୍ୟାଚକୁ ଜିତି ପ୍ରଥମ ଥର ଟି-୨୦ ବିଶ୍ବକପର ଟ୍ରପି ହାତେଇବା ଲକ୍ଷ୍ୟରେ ରହିବ କଙ୍ଗାରୁ ଦଳ । ୨୦୧୫ ଦିନିକିଆ ବିଶ୍ବକପ ଫାଇନାଲ ପରି ଏହି ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟି-୨୦ ଅନ୍ତର୍ଜାତୀୟରେ ବିଶ୍ବ ବିଜେତା ହେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

ନ୍ୟୁଜିଲାଣ୍ଡ

ମାର୍ଟିନ ଗୁପଟିଲ୍, ଡାର୍ଲି ମିଚେଲ୍, କେନ ଓ୍ଵିଲିୟମସନ (ଅଧିନାୟକ), ଟିମ୍ ସେଇଫର୍ଟ (ଓ୍ଵିକେଟ୍ କିପର), ଗ୍ଲେନ ଫିଲିପ୍ସ, ଜେମ୍ସ ନିଶାନ, ମିଚେଲ୍ ସାଣ୍ଟନର, ଆଡମ ମିଲନେ, ଟିମ୍ ସାଉଦି, ଇସ ସୋଢି, ଟ୍ରେଣ୍ଟ ବୋଲ୍ଟ।

ଅଷ୍ଟ୍ରେଲିଆ

ଡେଭିଡ୍ ଓ୍ଵାର୍ଣ୍ଣର, ଆରୋନ ଫିଞ୍ଚ୍ (ଅଧିନାୟକ), ମିଚେଲ୍ ମାର୍ଶ, ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମାକ୍ସଓ୍ଵେଲ, ମାର୍କସ ଷ୍ଟୋଇନିସ୍, ମାଥ୍ୟୁ ଓ୍ଵାଡେ (ଓ୍ଵିକେଟ୍ କିପର), ପାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଡମ ଜାମ୍ପା, ଜୋସ୍ ହେଜେଲଉଡ।

ଟ୍ୱିନ ସିଟି ପରେ ଶ୍ରୀକ୍ଷେତ୍ରରେ ଭାଇଗିରି ଭିଡ଼ିଓ, ଏସପି କହିଲେ ହେବ କାର୍ଯ୍ୟାନୁଷ୍ଠାନ

ପୁରୀ: ଭୁବନେଶ୍ୱର, କଟକ, ବଲାଙ୍ଗୀର ପରେ ପୁରୀରେ ଯୁବକଙ୍କ ଭାଇଗିରି ଭିଡିଓ ଭାଇରାଲ୍ । ଟୁଇନ ସିଟି ଓ ବଲାଙ୍ଗୀର ପରେ ଶ୍ରୀକ୍ଷେତ୍ରରେ ବ୍ୟାପିଛି ଭାଇଗିରି ନିଶା । ୫ଟି ଭିଡିଓ ଭାଇରାଲ୍ ହେଉଥିବା ପୋଲିସ ନଜରକୁ ଆସିଛି । କ୍ରାଇମ ପ୍ଲଟ ତିଆରି କରି ସୋସିଆଲ ମିଡିଆରେ ଦେଉଛନ୍ତି ଲୋମ ଟାଙ୍କୁରିବା ଭଳି ଧମକ । ଭିଡିଓ ପୋଷ୍ଟ କରି ପୋଲିସକୁ ଦେଉଛନ୍ତି ଚ୍ୟାଲେଞ୍ଜ । ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ଯୁବକ ୫ଜଣଙ୍କ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ କରିବାର ଭିଡିଓ ଭାଇରାଲ ହୋଇଛି ।

ସେହିପରି ଆଉ ଜଣେ ଯୁବକ ତାଙ୍କ ଷ୍ଟାଟସରେ ଖଣ୍ଡା ଧରି ଫଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।  ତେବେ ପୋଲିସ ଭାଇଗିରି ଭାଇରାଲ ଭିଡିଓର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ଯାଞ୍ଚ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କନୱର ଵିଶାଲ ସିଂହ କହିଛନ୍ତି । ଗତ କିଛିମାସ ଧରି ପୁରୀ ପୋଲିସ ବେଆଇନ ନିଶା କାରବାର, ଦାଦାବଟି ଆଦାୟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି । ତେବେ କମ ବୟସର ଯୁବକ ଯୁବତୀ ଏଥିପ୍ରତି ଆକର୍ଶିତ ନହୋଇ ପାଠପଢା ଓ ନିଜ କ୍ୟାରିଅର ପ୍ରତି ମନୋନିବେଶ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବିବାହରେ ୫ ଜଣ ବରଯାତ୍ରୀଙ୍କ ମୃତ୍ୟୁ

0

ଜୟପୁର : ପାର୍ବଣ ଋତୁ ପରେ ପରେ ଆରମ୍ଭ ହୋଇଛି ବିବାହର ଋତୁ । ଏକ ଅଭାବନୀୟ ଘଟଣାରେ ଜୟପୁରର ଏକ ବିବାହ ଉତ୍ସବରେ ଶୋକର ଛାୟା ଖେଳିଯାଇଛି ।  ଜୟପୁରର ଭୀଲୱାଡ଼ା ସହରରେ ଏକ ବିବାହ ଉତ୍ସବ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ରବିବାର ଏକ ଟ୍ରକ୍ ଭାରସାମ୍ୟ ହରାଇ ବିବାହରେ ଯାଉଥିବା ବରଯାତ୍ରୀଙ୍କ ଉପରେ ଚଢ଼ିଯାଇଥିଲା । ଏଥିରେ ୫ ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ସୂଚନାନୁସାରେ ଭୀଲୱାଡ଼ା ସହରରେ ଏକ ବରଯାତ୍ରୀ ଦଳ ଯାଉଥିବା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ଚଢ଼ିଯାଇଥିଲା । ରାତି ସମୟ ଥିବାରୁ ରାସ୍ତାରେ ଟ୍ରକ୍ ଆସୁଥିବା ଲୋକେ ଜାଣିପାରିନଥିଲେ । ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏଥିସହ ଘଟଣାରେ ଆହତ ଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନା ପଠାଯାଇଥିଲା । ଟ୍ରକ୍ ଡ୍ରାଇଭର ଖସିଯାଇଥିବା ବେଳେ ପୋଲିସ ତାର ସନ୍ଧାନ ଚଳାଇଛି ଏଥିସହ ମାମଲାର ଯାଞ୍ଚ ଆରମ୍ଭ କରିଛି ।

 

 

ନନଷ୍ଟପ୍ ୧୩ ହଜାର କିମି ଉଡ଼ି ନିଜ ରେକର୍ଡ ଭାଙ୍ଗିଲା ଏ ପକ୍ଷୀ

ଓ୍ବାସିଂଟନ: ବିଜ୍ଞାନ ଆଜି ବହୁତ ଅଗ୍ରଗତି କରିଛି । ଆମେ ଚନ୍ଦ୍ର ଓ ମଙ୍ଗଳରେ ପହଞ୍ଚି ସାରିଲେଣି । ଦୂର ଦୂରାନ୍ତକୁ ଯାଇ ପାରୁଥିବା ବିମାନ ମଧ୍ୟ ତିଆରି କରିଛନ୍ତି । ହେଲେ ଏହି ଦୂରଗାମୀ ବିମାନ ଯାତ୍ରା ବେଳେ କେଉଁଠି ନା କେଉଁଠି ଇନ୍ଧନ ଭରିବାକୁ ଓହ୍ଲାଇଥାନ୍ତି । କାରଣ ଆମେ ସିନା ଦୂରଗାମୀ ବିମାନ ତିଆରି କରିଛନ୍ତି, ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆବଶ୍ୟକ ଇନ୍ଧନ ଏକଥରେ ଭରିବା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ଆଜି ଆମେ ଏମିତି ଏକ ପକ୍ଷୀ ବିଷୟରେ କହିବାକୁ ଯାଉଛୁ, ଯାହାର ଉଡ଼ିବା କ୍ଷମତା ଆଗରେ ଆମର ସବୁ ପ୍ରକାର ବିଜ୍ଞାନ ଫେଲ୍ ମରିଯାଇଛି । ଦୁଇ ଦୁଇ ଥର ଏହି ପକ୍ଷୀ ଦୂରକୁ ଉଠିବାରେ ବିଶ୍ବ ରେକର୍ଡ କରି ନିଜ ଉଡ଼ିବା କ୍ଷମତାକୁ ପ୍ରତିପାଦିତ କରିପାରିଛି । ଆସନ୍ତୁ ଜାଣିବା ଏହି ପକ୍ଷୀ ବିଷୟରେ ।

ଓ୍ବାର ଟେଲ୍ଡ ଗଡଓ୍ବିଟ୍ । ନାଁ ଟା ଯେମିତି ଦମଦାର ଉଡ଼ାଣ କ୍ଷମତା ବି ସେମିତି ଲାଜଓ୍ବାବ । ଜାଣି ଆଶ୍ଚର୍ଯ୍ୟ ହେବେ ଆମେରିକାର ଅଲାସ୍କାରୁ ଗଡଓ୍ବିଟ୍ ନନଷ୍ଟପ ଉଡ଼ାଣ ଆରମ୍ଭ କରି ଅଷ୍ଟ୍ରେଲିଆରେ ପହଞ୍ଚି ଯାଇଛି । ଅର୍ଥାତ ବିନା କୌଣସି ସ୍ଥାନରେ ରହି ୧୨ ହଜାର ୮୭୪ କିମି ଦୂରତା ଅତିକ୍ରମ କରିଛି ।

ଗଡଓ୍ବିଟ୍ ଉଡ଼ିବା ବେଳେ ଏକ ଫାଇଟର ଜେଟ୍ ଭଳି ଦିଶିଥାଏ । କେଉଁଠି ନରହି ଗଡଓ୍ବିଟ୍ ପାଖାପାଖି ୧୩ ହଜାର କିମି ଉଡ଼ି ନିଜ ନାଁରେ ଥିବା ରେକର୍ଡ ଭାଙ୍ଗିଛି । ଗତବର୍ଷ ଅଲାସ୍କାରୁ ନ୍ୟୁଜିଲାଣ୍ଡକୁ ଉଡ଼ି ଗଡଓ୍ବିଟ୍ ବିଶ୍ବ ରେକର୍ଡ କରିଥିଲା ।

ସୂଚନାଯୋଗ୍ୟ, ଗଡଓ୍ବିଟ୍ ଶରୀରରେ ତା’ର ଗତି ଓ ଦୂରତା ମାପିବାକୁ ଏକ ଟ୍ରାକର ଲଗାଯାଇଥିଲା । ଏହା ବହୁତ ଛୋଟ ଆକାରର ସୌରଚାଳିତ ଉପଗ୍ରହ ଟ୍ରାକର । ପକ୍ଷୀଟି ସେପ୍ଟେମ୍ବର ୧୭ରୁ ଅଲାସ୍କାରୁ ଯାତ୍ରା ଆରମ୍ଭ କରି ୧୦ ଦିନ ପରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା । ଏହି ୧୦ଦିନରେ ସେ ୨୩୯ ଘଣ୍ଟା ଅନବରତ ଉଡିଥିଲା ।

ମାତ୍ର ୪୦୦ ଗ୍ରାମର ଗଡଓ୍ବିଟ୍ ଲମ୍ବା ଦୂରତା ଅତିକ୍ରମ କରିବା ପାଇଁ ଜଣାଯାଏ । କୀଟପତଙ୍ଗକୁ ଏହା ଖାଦ୍ୟ ଭାବେ ବ୍ୟବହାର କରିଥାଏ । ବୈଜ୍ଞାନିକଙ୍କ ଅନୁସାରେ ଉଡ଼ିବା ବେଳେ ପକ୍ଷୀଟି ଫାଇଟର ପ୍ଲେନ୍ ଭଳି ଦିଶିଥାଏ । ଲମ୍ବା ଡେଣା ଏହାକୁ ଦ୍ରୁତଗତିରେ ଉଡ଼ିବାରେ ସହାୟ ହୋଇଥାଏ । ଲକ୍ଷ୍ୟସ୍ଥଳକୁ ଉଡ଼ିବା ଆରମ୍ଭ କରିବା ପରେ ଏ ପକ୍ଷୀ ନା କିଛି ଖାଇଥାଏ ନା ପିଇଥାଏ । ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ହିଁ ଖାଇବା ପିଇବା କରିଥାଏ ।

ଶିଶୁ ଦିବସରେ ୧୩୮ ହାଇସ୍କୁଲ ହୋଇଛି ରୂପାନ୍ତର, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହାଇଟେକ୍ ହେଉଛି ହାଇସ୍କୁଲ । 5T ଅଧିନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ ବଦଳୁଛି ସ୍କୁଲର ନକ୍ସା । ନୂଆ ରୂପରେ ସ୍କୁଲ , ଶ୍ରେଣୀଗୃହ, ଲାଇବ୍ରେରୀ । ପିଲାଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠପଢା । ଆଜି ଶିଶୁ ଦିବସ ଅବସରରେ ୪ଟି ଜିଲ୍ଲାର ୧୩୮ ହାଇସ୍କୁଲର ହୋଇଛି ରୂପାନ୍ତର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଶୁଭାରମ୍ଭ କରିଛନ୍ତି ।

ବୌଦ୍ଧ ଜିଲ୍ଲାର ୧୦, ସୋନପୁରର ୧୧, ଭଦ୍ରକର ୧୭, କେନ୍ଦୁଝର ଜିଲ୍ଲାର ୧୦୦ ହାଇସ୍କୁଲ ରୂପାନ୍ତର ହୋଇଛି । ପ୍ରତି ପିଲାଙ୍କ ଭିତରେ ରହିଛି ବିପୁଳ ସମ୍ଭାବନା । ସେ ପ୍ରତିଭା ଓ ସମ୍ଭାବନା ପୂର୍ଣ୍ଣପ୍ରାଣରେ ବିକଶିତ ହେଉ ଏହା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ରାଜ୍ୟରେ ସ୍କୁଲ ଟ୍ରାନ୍ସଫରମେସନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ତାଙ୍କ ସ୍ବପ୍ନକୁ ସାକାର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।