ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀ

Elephants Destroying Harvesting Paddy In Tangi Range Of Khordha

ଟାଙ୍ଗୀ: ରାତି ହେଲେ ହାତୀ ଆତଙ୍କ । ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ଦିନ ବେଳା ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀପଲ । ହାତୀଙ୍କୁ ନେଇ ଲୋକେ ଆତଙ୍କିତ ଥିବାବେଳେ ନଷ୍ଟ ହେଉଛି ଅମଳ କ୍ଷମ ଫସଲ । ଲଗାଣ ବର୍ଷା ଓ ବାତ୍ୟା ଜୱାଦ ଚାଷକୁ ଉଜାଡ଼ି ଦେଇଥିବା ବେଳେ ବଳକା ଫସଲକୁ ନଷ୍ଟ କରି ଦେଉଛନ୍ତି ହାତୀପଲ ।

Elephants Destroying Harvesting Paddy In Tangi Range Of Khordha

ଟାଙ୍ଗୀ ରେଞ୍ଜର ଉଦୟଗିରି ଜଙ୍ଗଲରେ ୨୦ ଟିକିଆ ହାତୀପଲ ଅଛନ୍ତି । ସନ୍ଧ୍ୟା ହେବା ମାତ୍ରେ ହାତୀ ଝଧନ ବିଲ ସହ ବାଡ଼ିରେ ପଶି ଧାନ ନଷ୍ଟ କରୁଛନ୍ତି । ସୁନ୍ଦରପୁର, ଉଦୟଗିରି, ମଙ୍ଗଳାଯୋଡ଼ି ଗାଁରେ ଚାଷୀଙ୍କ ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି ହାତୀପଲ । ଖବର ପାଇ ଟାଙ୍ଗୀ ବନ ବିଭାଗ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଛନ୍ତି । ଚାଷୀମାନଙ୍କୁ ଖୁବଶୀଘ୍ର କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

Leave a Reply