ମଞ୍ଜ ଥରାଉଛି ହାଡ଼ଭଙ୍ଗା ଜାଡ଼, କନ୍ଧମାଳରୁ ଶିମିଳିପାଳ ସବୁଠି ଶୀତର ରାଜୁତି

1 min read
Cold Wave Grips Odisha, Phulbani Records 5 Degree Celsius

ଭୁବନେଶ୍ୱର: ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ଓଡ଼ିଶା । ଖସୁଛି ପାରଦ, ଥରୁଛି ରାଜ୍ୟ । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । କନ୍ଧମାଳରୁ ଶିମିଳିପାଳ ଯାଏ ସବୁଠି ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି । ଦିନ ୧୦ ହେଲେ ବି ଘରୁ ବାହାରିବା ମୁସ୍କିଲ୍ ହୋଇ ପଡ଼ୁଛି । ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ ହୋଇଛି । ଯେତେବେଳେ କି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ତାପମାତ୍ରା ୬.୫ ଡିଗ୍ରୀ ରହିଛି । ରାଜ୍ୟର ୧୫ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଛି ।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ବ୍ରାଘ୍ୟ ଅଭୟାରଣ୍ୟ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଶିମିଳିପାଳ ଅଭୟାରଣ୍ୟର ଉପର ବାରା କାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ନଅଣାରେ ୭ ଡିଗ୍ରୀ ଓ ଚହଲାରେ ୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

Image

ଆଜି ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । ଏନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହୋଇପାରେ । ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ସ୍ୱଭାବିକ ଠାରୁ ୪ରୁ ୫ ଡିଗ୍ରୀ ଯାଏ କମ୍ ରହିବ । ଉପକୂଳ ଜିଲ୍ଲାରେ ରାତି ତାପମାତ୍ରା ସ୍ୱଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବ ।

Leave a Reply