ଗୋଟିଏ ଇନିଂସରେ ୧୦ ୱିକେଟ୍ ନେଇଥିବା ଅଜାଜ ପଟେଲ ଦଳରୁ ବାହାର

New Zealand VS Bangladesh Ajaz Patel Not In Test Squad

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ । ତେବେ ଏହି ଟିମରେ ମୁମ୍ବାଇ ଟେଷ୍ଟର ଗୋଟିଏ ଇନିଂସରେ ଏକାକୀ ୧୦ଟି ୱିକେଟ୍ ନେଇ ଇତିହାସ ରଚିଥିବା ଏଜାଜ ପଟେଲଙ୍କୁ ସ୍ଥାନ ମିଳିନାହିଁ । ଏନେଇ ଦଳ ପକ୍ଷରୁ କୁହାଯାଇଛି, ନ୍ୟୁଜିଲାଣ୍ଡର ସ୍ଥିତିକୁ ଧ୍ୟାନରେ ରଖି ଏଜାଜ ପଟେଲଙ୍କୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଚୟନ କରାଯାଇ ନାହିଁ ।

New Zealand VS Bangladesh Ajaz Patel Not In Test Squad

ବାଂଲାଦେଶ ବିପକ୍ଷ ଟେଷ୍ଟରେ କେନ ୱିଲିୟମସନଙ୍କୁ ବି ଦଳରେ ସାମିଲ୍ କରାଯାଇ ନାହିଁ । ଆହାତ କାରଣରୁ ତାଙ୍କୁ ସ୍ଥାନ ମିଳିନାହିଁ । ୱିଲିୟମସନଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍ ଲୈଥମ ଓପନିଂ କରିବେ । ଏଥିସହ ପ୍ରଥମଥର ଟମ୍ ଲୈଥମ ପୂରା ଟେଷ୍ଟ ସିରିଜର ନେତୃତ୍ୱ ନେବେ । ମୁମ୍ବାଇରେ ଖେଳା ଯାଇଥିବା ଶେଷ ଟେଷ୍ଟରେ ବି ଦଳର ଅଧିନାୟକ ଥିଲେ ଟମ୍ ଲୈଥମ ।

ଏଥିସହ ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ଟିମରେ ‘ମୁମ୍ବାଇ’ ବୋଲରଙ୍କ କମାଲ; ଗୋଟିଏ ଇନିଂସରେ ହାସଲ କଲେ ୧୦ ଓ୍ୱିକେଟ

ଘରୋଇ ପରିବେଶ ଓ ୱିକେଟକୁ ଧ୍ୟାନରେ ରଖି କିୱି ଟିମ୍ ବୋଲିଂକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ନେଇଛି । ଟିମରେ ସାଉଦି, ଟ୍ରେଣ୍ଟ ବୋଲ୍ଟ, ନୀଲ ବୈଗ୍ନର, କାଇଲ ଜ୍ୟାମିସନଙ୍କ ବ୍ୟତୀତ ମ୍ୟାଟ ହେନରୀ ୧୩ ଜଣିଆ ଦଳରେ ସାମିଲ୍ କରାଯାଇଛି ।

Leave a Reply