spot_img
Home Blog Page 4922

ଅଢ଼େଇ ଲକ୍ଷର ବିଏସଏନଏଲ ସିମକାର୍ଡ କିଣିଲେ ଆଳୁ ବ୍ୟବସାୟୀ

0

ରାଜସ୍ଥାନ : ବର୍ତ୍ତମାନ ଯୁଗରେ ବିଏସଏନଏଲ କାର୍ଡର ବ୍ୟବାହାର ଅଧିକାଂଶ ହେଉନଥିବା ବେଳେ ବିଏସଏନଏଲ ଭିଆଇପି ନମ୍ବରର ଲୋକପ୍ରିୟତା ଖୁବ୍ ରହିଛି । ବିଏସଏନଏଲ ଏହି ଭିଆଇପି ନମ୍ବରରେ ଅନେକ ଲୋକଙ୍କ ରୁଚି ରହିଛି । ଏହି ଭିଆଇପି ନମ୍ବର କରିବା ଦ୍ୱାରା କୈାଣସି ଅଧିକାଂଶ ଲାଭ ମିଳିନଥାଏ । କେବଳ ଏହି ନମ୍ୱର ମନେରଖିବାକୁ ସହଜ ହୁଏ ।

କିଛି ଦିନ ତଳେ ରାଜସ୍ଥାନର କୋଟା ଅଞ୍ଚଳର ଜଣେ ଆଳୁ ବ୍ୟବସାୟୀ ଏହି ବିଏସଏନଏଲ ଭିଆଇପି ନମ୍ବର କିଣିଥିବା ଘଟଣା ଜଣାପଡ଼ିଛି । ଯାହାକୁ ବ୍ୟବସାୟୀ ଜଣକ ୨.୪ ଲକ୍ଷ ନିଲାମିରେ କିଣିଥିଲେ । କୈାଣସି ଫୋନ ନମ୍ବର ପାଇଁ ଏତେ ପରିମାଣର ଟଙ୍କା ଅନେକ ଅଧିକ । ବିଏସଏନଏଲର ଏହି ଭିଆଇପି ନମ୍ବରଗୁଡ଼ିକୁ ଆପଣ ବିଏସଏନଏଲ ୱେବସାଇଟରେ ପାଇପାରିବେ । ବ୍ୟବସାୟୀ ଜଣକ କିଣିଥିବା ନମ୍ବରଟିର ନିଲାମି ୨୦ ହଜାରରୁ ଆରମ୍ଭ ହୋଇଥିବା କୁହାଯାଉଛି । ଶେଷରେ ୨.୪ ଲକ୍ଷରେ ନିଲାମର ମୂଲ୍ୟ ପହଁଞ୍ଚିଥିବା ବେଳେ ନମ୍ବରଟିକୁ ଏହି ଆଳୁ ବ୍ୟବସାୟୀ ଜଣକ କିଣିଥିଲେ ।

ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ଦଳର ଗୋଆ ଗସ୍ତ

0

ଭୁବନେଶ୍ୱର: ଆସନ୍ତା ୧୬ ନଭେମ୍ୱରରୁ ୨୦ ତାରିଖରେ  ଗୋଆରେ ମନୋହର ପାରିକର ଇବଦାର ଷ୍ଟାଡିୟମଠାରେ ଜାତୀୟ ବେଞ୍ଚ ପ୍ରେସ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସବ୍‌ଜୁନିୟର, ଜୁନିୟର , ସିନିୟର ଓ  ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରତିଯୋଗିତା ହେବ । ଏଥିନିମନ୍ତେ ଓଡିଶାରୁ ୧୧ ଜଣିଆ ଦଳ ଭାଗ ନେବେ । ପୁରୁଷ ବିଭାଗର ଖେଳାଳି ମାନେ ହେଲେ:୧ ବିଶ୍ୱଜିତ ଜେନା (୨) ସମରେନ୍ଦ୍ର ରାଉତରାୟ (୩) ସୁନ୍ଦର ସାମଲ (୪) ନାରାୟଣ ସେଠୀ (୫) ସୁଜିତ କୁମାର ଗିରି (୬) ମୋହିନୀ ମୋହନ (୭) ଦିବାକର ଗୋଚ୍ଛାୟତ (୮) ସୂର୍ଯ୍ୟକାନ୍ତ ପ୍ରଧାନ (୯)  (୧୦) ସୁଜିତ ଗିରି । ମହିଳା ବିଭାଗରେ (୧୧) ଦିବ୍ୟ ଲେଖା ମିଶ୍ର ଓଡିଶା ଦଳ ସହ ଯାତ୍ରା କରିବେ ।

ଓଡିଶା ଦଳକୁ ସଂଘର ସମ୍ପାଦକ ଡ. ହରି ପ୍ରସାଦ ପଟ୍ଟନାୟକ , ଉପସଭାପତି ଇଂ ଚିତରଞ୍ଜନ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଡ. ଗୌରୀ ମହାନ୍ତି, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପାତ୍ର ଓ କାର୍ଯ୍ୟକାରୀ ସଦସ୍ୟ ଚନ୍ଦ୍ରବଶଖର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଚିତ୍ତ ରଞ୍ଜନ ମିଶ୍ର, ମୀର ଅଜମତ ଅଲ୍ଲୀ , ଶକ୍ତି ରଞ୍ଜନ ବାରିକ ଓ ରାବକଶ ଶତପଥୀ ପ୍ରମୁଖ ଶୁଭେଚ୍ଛା ଜଣାଇଛେ ।

ଏଥିସହିତ ପଢ଼ନ୍ତୁ: ବାଲେଶ୍ୱରରେ ଚକଡ଼ା ପୋକ ଆତଙ୍କ : ୨ଟି ବ୍ଳକ୍‌ରେ ସମ୍ପୂର୍ଣ୍ଣ ଉଜୁଡ଼ିବାକୁ ବସିଲାଣି ଅମଳ ଫସଲ

 

ସୂର୍ଯ୍ୟବଂଶୀରେ ମୁସଲିମ୍ ଭିଲେନକୁ ନେଇ ଉଠିଲା ବିବାଦ, ରୋହିତ ଦେଲେ ଜବାବ

ମୁମ୍ୱାଇ : ଥିଏଟରରେ ରିଲିଜ ହୋଇଥିବା ରୋହିତ ସେଠୀ ନିର୍ମିତ ସୂର୍ଯ୍ୟବଂଶୀ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନୀ କରିଥିବା ବେଳେ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ମାତ୍ର ଚଳଚ୍ଚିତ୍ରରେ ଖଳନାୟକ ଚରିତ୍ରରେ ଥିବା ଭୂମିକା ମୁସଲିମ ସମ୍ପ୍ରଦାୟର ଦର୍ଶାଯାଇଥିବାରୁ ଏନେଇ ବିବାଦ ଉଠିଛି । ରୋହିତ ଏହାର ଜବାବରେ କହିଥିଲେଯେ ତାଙ୍କ ନିର୍ମିତ ସମସ୍ତ ଚଳଚ୍ଚିତ୍ରରେ ହିନ୍ଦୁ ଭିଲେନ ଥିବାବେଳେ ଆଜି ଯାଏ କାହାର କୈାଣସି ଆପତ୍ତି ହୋଇନାହିଁ କାହିଁକି ?

 

ଫିଲ୍ମରେ ମୁସଲିମ ଭୂମିକାରେ ଦର୍ଶାଯାଇଥିବା ଭିଲେନ ଚରିତ୍ର ଉପରେ ବିବାଦ ଉପୁଜିଥିବା ବେଳେ ଏକ ସାକ୍ଷାତକାରରେ ରୋହିତ ଏହାର ଜବାବରେ କହିଥିଲେ, ଫିଲ୍ମ ନିର୍ମାଣ ବେଳେ ଅଭିନେତାଙ୍କ ଭୂମିକାକୁ ନେଇ କୈାଣସି ଜାତି ବା ଧର୍ମରେ ବିଭକ୍ତ କରାଯାଇନାହିଁ । କୁଇଣ୍ଟ ସଙ୍ଗ ଇଣ୍ଟରଭିୟୁରେ ରୋହିତଙ୍କୁ ଗୁଡ ମୁସଲିମ୍ ଏବଂ ବ୍ୟାଡ୍ ମୁସଲିମ୍ ଉପରେ ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ସିଂହମ, ସିଂହମ ରିର୍ଟନ୍ସ ଏବଂ ସିମ୍ବା ଚଳଚ୍ଚିତ୍ରରେ ହିନ୍ଦୁ ଭିଲେନ ଥିଲେ । ‘ସିମ୍ବା’ରେ ଧ୍ରୁବା ରାଣାଡେର ଭୂମିକା ସୋନୁ ସୁଦ୍ଧ ଅଭିନୟ କରିଥିଲେ, ଯିଏ ଜଣେ ମରାଠୀ । ଏହି ତିନୋଟି ଚଳଚ୍ଚିତ୍ରରେ ହିନ୍ଦୁ ଭିଲେନ ଥିବାବେଳେ କାହିଁକି କୈାଣସି ସମସ୍ୟା ଉପୁଜିନଥିଲା ?

ରୋହିତ ଏହା ମଧ୍ୟ କହିଛନ୍ତିଯେ ଯଦି କୈାଣସି ଆତଙ୍କବାଦୀ ପାକିସ୍ତାନର ତେବେ ତା’ର ଜାତି କ’ଣ ହେବ ? ସେ କହିଥିଲେ କିଛି ଲୋକ ଏମିତ ଅଛନ୍ତି ଆପଣ ଯାହା କଲେ ବି ସେଥିରେ ସେମାନେ ଖୁଣ ବାଛିବେ ହେଲେ ମୁଁ ଚଳଚ୍ଚିତ୍ର ନିର୍ମାଣ ବେଳେ ଏଭଳି କୈାଣସି ବିଷୟ ଉପରେ ଚିନ୍ତା କରିନଥିଲି । ଚଳଚ୍ଚିତ୍ରରେ ଜଣେ ଭଲ ଏବଂ ଖରାପ ଲୋକକୁ ଜାତିରେ କାହିଁକି ବିଭକ୍ତ କରାଯାଉଛି ବୋଲି ସେ କହିଥିଲେ ।

ଜର୍ମାନୀର ରିୟଲ ଲାଇଫର ଗଜନୀ, ପ୍ରତି ୬ ଘଣ୍ଟାରେ ଭୁଲି ଯାଉଛନ୍ତି ପୁରୁଣା କଥା

ବର୍ଲିନ: ପ୍ରାୟ ସମସ୍ତେ ଗଜନୀ ଚଳଚ୍ଚିତ୍ର ଦେଖିଥିବେ । ଚଳଚ୍ଚିତ୍ରରେ ଅଭିନେତା ଆମିର ଖାଁ ସର୍ଟ ଟର୍ମ ମେମୋରି ଲସ ରୋଗରେ ପୀଡିତ ଥିଲେ । ମାତ୍ର ବାସ୍ତବ ଜୀବନରେ ଏପରି ଜଣେ ରୋଗୀଙ୍କ ସନ୍ଧାନ ମିଳିଛି । ଯିଏ ୬ ଘଣ୍ଟାରେ ଥରେ ଭୁଲି ଯାଉଛନ୍ତି ଅତୀତ । ଉକ୍ତ ବ୍ୟକ୍ତି ହେଉଛନ୍ତି ଜର୍ମାନୀର ଡାନିଏଲ ସ୍କିମଡ । ଆମିର ଖାଙ୍କ ସ୍ମରଣଶକ୍ତି ଅନିର୍ଦ୍ଦିଷ୍ଟ କାଳ ଯାଏ ଲୋପ ହୋଇଯାଉଥିଲା । ମାତ୍ର ଡାନିଏଲଙ୍କ ସ୍ମରଣ ଶକ୍ତି ପ୍ରତି ୬ ଘଣ୍ଟାରେ ଚାଲିଯାଉଛି ।

୬ ବର୍ଷ ତଳେ ଡାନିଏଲ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ  ହୋଇଥିଲେ । ଏକ ଟ୍ରାଫିକରେ ସେ ଅଟକି ଥିବାବେଳେ ତାଙ୍କୁ ଏକ ଦ୍ରୁତଗାମୀ କାର୍ ଧକ୍କା ଦେଇଥିଲା । ସେତେବେଳେ କାରର ବେଗ ଥିଲା ଘଣ୍ଟାପ୍ରତି ୧୨୮ କିଲୋମିଟର । ଏଥିରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଦୁର୍ଘଟଣାରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା । ଦୀର୍ଘଦିନ ପରେ ସୁସ୍ଥ ହେଲେ । ମାତ୍ର ତାଙ୍କର ସ୍ମରଣଶକ୍ତି ନଷ୍ଟ ହୋଇଯାଇଥିଲା ।

ଏପରିକି ସେ ନିଜର ଗର୍ଲଫ୍ରେଣ୍ଡକୁ ଭୁଲିଯାଇଥିଲେ । ପରେ ତାଙ୍କର ମିଳନ ଘଟିଥିଲା । ଦୀର୍ଘଦିନ ଧରି ଫିଜିଓଥେରାପି ଓ ସ୍ପିଚ ଥେରାପି ପରେ ତାଙ୍କ ଅବସ୍ଥା ସୁଧୁରିଥିଲା । ତେବେ ଆଶ୍ଚର୍ଯ୍ୟ କଥା ହେଲା ଯେ ସେ ପ୍ରତି ୬ ଘଣ୍ଟାରେ ନିଜର ସ୍ମରଣଶକ୍ତି ହରାଇ ବସୁଛନ୍ତି । ତେଣୁ ଯେଉଁ ସମୟତକ ସେ ସ୍ବାଭାବିକ ଅବସ୍ଥାରେ ରହୁଛନ୍ତି ସେ ସମସ୍ତ ବିଷୟ ଟିପାଖାତାରେ ଲେଖୁଛନ୍ତି । ପରେ ତାହାକୁ ଭିତ୍ତି କରି କାର୍ଯ୍ୟ କରିଥାନ୍ତି ।

ରାଜ୍ୟ ଭାରୋତ୍ତଳନ ପ୍ରତିଯୋଗିତା ନିମନ୍ତେ ଖୋର୍ଦ୍ଧା ଦଳର ଚୟନ

ଭୁବନେଶ୍ୱର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ଠାରେ ଖୋର୍ଦ୍ଧା ଜିଲ୍ଲା ଭାରୋତ୍ତଳନ ଦଳର ଚୟନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଉତ୍କଳ କରାଟେ ସ୍କୁଲ, କିଟ୍ ୟୁନିଭରସିଟି, କ୍ରୀଡ଼ା ଛାତ୍ରୀବାସ ଓ କିସରୁ ବିଭିନ୍ନ ବର୍ଗରେ ୨୨ଜଣ ପୁରୁଷ, ୧୫ ଜଣ ମହିଳା ପ୍ରତିଯୋଗୀ ଓ ୧୫ ଜଣ ଅଫିସିଆଲ୍ ଭାଗ ନେଇଥିଲେ ।

ପୁରୁଷ ବିଭାଗରେ ଚୟନ ହୋଇଥିବା ଖେଳାଳିମାନେ ହେଲେ ରାମ ଟୁଡୁ, ବିଭୂତି ଭୂଷର ସାହୁ, ମିଥୁନ ଯୋଡ଼ିଆ, ଜ୍ୟୋତି ରଞ୍ଜନ ସାହୁ, ରାଜୀବ ଲୋଚନ ପ୍ରଧାନ, ବିଜୟ କୁମାର ମୁର୍ମୁ, ସମ୍ୱିଦ କୁମାର ନାୟକ, ସୌମ୍ୟ ରଞ୍ଜନ ଦଳାଇ, ସ୍ୱଶିକ୍ତ କୁମାର ପଣ୍ଡା, ଲଳିତ କୁମାର ସାହୁ, ପୁନୀତ ଚନ୍ଦ୍ର ସାହୁ ଓ ଶୁଭକାନ୍ତ ବିଶ୍ୱାଳ । ମହିଳା ବିଭାଗରେ ମମିତା ମଲିକ, ମୀନା ସିଂହ, ତୁଳସୀ ଶବର, ଭବାନୀ ମଡ଼ିଙ୍ଗ, ସୁମିତ୍ରା ମଲିକ, ଦେବକୀଖଲ, ଅଞ୍ଜୁଳା ଗଣ୍ଡ, ମୋନାଲି ସାହୁ, କେ ଅଭିଷିକ୍ତା । ଏହି ପ୍ରତିଯୋଗିତାକୁ ଅଫିସିଆଲ ଭାବେ ଚନ୍ଦ୍ର ଶେଖର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ପି ଧର୍ମା ରାଓ, ପଦ୍ମିନୀ ମହାନ୍ତି, ସୌମ୍ୟ ଖୁଣ୍ଟିଆ, ଲକିରାଣୀ ପାତ୍ର, ଇ. ଚିତ୍ତ ରଞ୍ଜନ ସ୍ୱାଇଁ, ଡ. ହରିପ୍ରସାଦ ପଟ୍ଟନାୟକ, ଜାନକୀ ବଲ୍ଲଭ ମିଶ୍ର ଓ ଡ. ଗୌରୀ ମହାନ୍ତି ସୂଚାରୁରୂପେ ପରିଚାଳନା କରିଥିଲେ ।

ଏଥିସହିତ ପଢ଼ନ୍ତୁ: T20 World Cup: ବେଷ୍ଟ ଦେଇ ବି ଦଳକୁ ବିଶ୍ବ ମୁକୁଟ ପିନ୍ଧାଇ ପାରିନାହାନ୍ତି ଏମାନେ

ସଲମାନ ଖୁର୍ସିଦଙ୍କ ଘର ଉପରେ ଆକ୍ରମଣ, ବିଜେପି ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ଘର ଉପରେ ଆକ୍ରମଣ । ପଥର ମାଡ ସହ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଫେସବୁକରେ ଫଟୋ ସେୟାର କରି ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛନ୍ତି ଖୁର୍ସିଦ । ଆକ୍ରମଣକାରୀ ହାତରେ ବିଜେପି ପତାକା ଧରିଥିବା ଓ ସାମ୍ପ୍ରଦାୟିକ ସ୍ଲୋଗାନ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବତନ ବିଦେଶ ମନ୍ତ୍ରୀ ସଲମାନ ଖୁର୍ସିଦ ତାଙ୍କ ବହି ‘ସନରାଇଜ୍ ଓଭର ଅଯୋଧ୍ୟା’କୁ ନେଇ ବିବାଦରେ ଅଛନ୍ତି । ଏଥିରେ ସେ ହିନ୍ଦୁତ୍ବକୁ ଆତଙ୍କବଦୀ ସଂଗଠନ ଆଇଏସଆଏସ ଏବଂ ବୋକୋ ହରାମ ସହ ତୁଳନା କରିଛନ୍ତି । ଏହାସହ ହିନ୍ଦୁତ୍ବ ରାଜନୀତି ବିପଦ ବୋଲି ଉଲ୍ଲେଖ କରିଛନ୍ତି ।

ଫେସବୁକରେ ଆକ୍ରମଣର ଫଟୋ ପୋଷ୍ଟ କରି ସଲମାନ ଲେଖିଛନ୍ତି ‘କ’ଣ ମୁଁ ଏବେ ବି ଭୁଲ କହୁଛି ? ଏହା କ’ଣ ହିନ୍ଦୁତ୍ବ ?’

ବହିରେ ହିନ୍ଦୁତ୍ବକୁ ନେଇ ଆପତ୍ତିଜନକ ତଥ୍ୟକୁ ପୂର୍ବରୁ ଦୃଢ଼ ବିରୋଧ କରିଥିଲା ଭିଏଚପି । ଶନିବାର ଭିଏଚପି ପକ୍ଷରୁ ସଲମନଙ୍କ ପୁଶପୁତ୍ତୋଳିକା ଦାହ କରାଯାଇଥିଲା । ସଲମାନଙ୍କ ଜୀଭ କାଟିବାକୁ ଧମକ ଦେବା ସହ ଏମିତି ଲୋକଙ୍କୁ ପାକିସ୍ତାନ ଫଠାଇ ଦିଆଯିବା ଦରକାର ବୋଲି କହିଥିଲା ।

ଆକ୍ରମଣ ଘଟଣାକୁ କଂଗ୍ରେସ ସାଂସଦ ଶଶି ଥରୁରୁ ନିନ୍ଦା କରିବା ସହ ଟ୍ବିଟ୍ କରିଛନ୍ତି । ସେ ତାଙ୍କ ଓ୍ବିଟର ହ୍ୟାଣ୍ଡଲରେ ପୋଷ୍ଟ କରି ଲେଖିଛନ୍ତି ‘ସେ ଜଣେ ରାଜନେତା ଯିଏ ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ଭାରତ ପାଇଁ ଗୌରବ ଆଣିଛନ୍ତି । ସବୁବେଳେ ଦେଶରେ ଉଦାରବାଦ ଓ ସମାବେଶି ଦୃଷ୍ଟିକୋଣ ଦେଖାଇଛନ୍ତି । ଆମ ରାଜନୀତିରେ ବଢ଼ି ଚାଲିଥିବା ଅସହିଷ୍ଣୁତାକୁ କ୍ଷମତାରେ ଥିବା ବ୍ୟକ୍ତି ନିନ୍ଦା କରିବା ଦରକାର ।’

ସୂଚନାଯୋଗ୍ୟ, ସଲମାନ ଖୁର୍ସିଦଙ୍କ ବହିର କିଛି ଅଂଶକୁ ନେଇ ବିରୋଧର ସ୍ବର ଉଠିବାରେ ଲାଗିଛି । ଏଥିରେ ସେ ହିନ୍ଦୁତ୍ବକୁ ଆତଙ୍କବାଦୀ ସଂଗଠନ ସହ ତୁଳନା କରିଛନ୍ତି । ବହିରେ ଏକ ବିଷୟ ‘ସାଫରନ୍ ସ୍କାଏ’ ଅର୍ଥାତ ଗେରୁଆ ଆକାଶ ରହିଛି । ଏଥିରେ ସେ ଲେଖିଛନ୍ତି, ‘ହିନ୍ଦୁତ୍ବ ସାଧୁ ସନ୍ଥଙ୍କ ସନାତନ ଓ ପ୍ରାଚୀନ ଧର୍ମକୁ ପୃଥକ କରୁଛି । ଯାହା ଆଇଏସଆଇଏସ ଓ କୋବୋ ହରାମ ପରି ଆତଙ୍କବାଦୀ ସଂଗଠନ ସହ ସମାନ ।’

ନିଜ ବହିକୁ ନେଇ ସେ ଯୁକ୍ତି ବାଢ଼ି କହିଛନ୍ତି, ‘ମୁ୍ଁ କେବେ ବି ହିନ୍ଦୁତ୍ବର ତୁଳନା ଆତଙ୍କବାଦୀ ସଂଗଠନଙ୍କ ସହ କରିନାହାନ୍ତି । ଆତଙ୍କବାଦୀଙ୍କ ପରି ବିଜେପି ସମର୍ଥକ ମଧ୍ୟ ଧର୍ମର ଅପବ୍ୟବହାର କରୁଛନ୍ତି । ମୁଁ ହିନ୍ଦୁ ଧର୍ମର ପ୍ରଶଂସା କରେ । ସେମାନେ ଏହାର ଅପବ୍ୟବହାର କରୁଛନ୍ତି, ଏହାକୁ ନେଇ ମୁଁ ଆପତ୍ତି ଉଠାଇବା କଥା ।’

ଖୁର୍ସିଦ କହିଛନ୍ତି, ବାବରୀ ମସଜିଦ ଭଙ୍ଗା ପରଠାରୁ ମୁଁ ବହି ଲେଖିବାକୁ ମନ ସ୍ଥିର କରିସାରିଥିଲି ଏବଂ ଚୂଡାନ୍ତ ରାୟ ଆସିବାକୁ ଅପେକ୍ଷା କରିଥିଲି । ରାମ ମନ୍ଦିର ଉପରେ ଯେତେବେଳେ କୋର୍ଟଙ୍କ ରାୟ ଆସିଥିଲା ମୁଁ ସମର୍ଥନ କରିଥିଲି ଓ ବହି ଲେଖିବା ଆରମ୍ଭ କରିଥିଲି । ବହି ପ୍ରକାଶ ପାଇବା ପରେ ଏହାକୁ ବିରୋଧ ଓ ଆଲୋଚନା କରାଯାଉଛି।

ଅନ୍ୟପକ୍ଷରେ ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ବହିକୁ ନେଇ ପଟିଆଲା କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବହି ଛପା ଓ ବିକ୍ରି ଉପରେ ପ୍ରତିବନ୍ଧ ଲଗାଇବାକୁ ସେ ଦାବି କରିଛନ୍ତି ।

୯୯ ଦେଶର ନାଗରିକଙ୍କ ପାଇଁ ଆଉ ଲୋଡ଼ାନାହିଁ କ୍ୱାରେଣ୍ଟାଇନ: କଟକଣା କୋହଳ କଲା ଭାରତ

ଭାରତକୁ ଆସୁଥିବା ଲୋକଙ୍କ ପାଇଁ କ୍ୱାରେଣ୍ଟାଇନ ଉପରେ ହଟିଲା କଟକଣା । ବିନା କ୍ୱାରେଣ୍ଟାଇନରେ ଭାରତକୁ ପ୍ରବେଶ ନିଷେଧ ଥିଲା । ମାତ୍ର ଏବେ କ୍ୱାରେଣ୍ଟାଇନରେ ରହିବେନି ଆଗମନକାରୀ । ବର୍ତ୍ତମାନ ୯୯ ଟି ଦେଶକୁ ମିଳିଛି ଏହି ମଞ୍ଜୁରୀ । ଏହି ୯୯ ଟି ଦେଶ ମଧ୍ୟରେ ଆମେରିକା, ୟୁଏଇ, ୟୁକେ, କୋତାର, ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟ ଅନ୍ତର୍ଭୁକ୍ତ ।

ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ଲୋକେ କେବଳ ଭାରତ ଆସିପାରିବେ । ଭାରତ ଆଗମନକାରୀଙ୍କୁ ୭୨ ଘଣ୍ଟାର କୋଭିଡ ନେଗେଟିଭ୍ ରିପୋର୍ଟ ଦେଖେଇବାକୁ ହେବ । ଏଥିସହ ବିଭାଗ(କ)ରେ ଥିବା ଏହି ୯୯ଦେଶର ନାଗରିକଙ୍କୁ ନିଜର ସମ୍ପୂର୍ଣ୍ଣ ଟିକାକରଣ ରିପୋର୍ଟ ‘ଏୟାର ସୁବିଧା’ ପୋର୍ଟାଲରେ ଅପଲୋଡ କରିବାକୁ ପଡ଼ିବ । କେବଳ WHO ସ୍ୱୀକୃତିପ୍ରାପ୍ତ ଭ୍ୟାକ୍ସିନ ହିଁ ଭାରତ ଗ୍ରହଣ କରିବ । ଅର୍ଥାତ୍ ଯେଉଁ ବ୍ୟକ୍ତିଙ୍କ ପାଖରେ WHO ସ୍ୱୀକୃତିପ୍ରାପ୍ତ ଭ୍ୟାକ୍ସିନ ପ୍ରମାଣପତ୍ର ଥିବ କେବଳ ସେ ହିଁ ଭାରତକୁ ବିନା କ୍ୱାରେଣ୍ଟାଇନରେ ପ୍ରବେଶ କରିପାରିବେ ।

ଚାକିରି ନାଁରେ ଠକେଇ ମାମଲା: ପରୀକ୍ଷାରେ ବିଫଳ ହେବା ପରେ ଠକିବା ପାଇଁ ପ୍ରସ୍ତୁତ କରିଥିଲେ ବ୍ଳୁ-ପ୍ରିଣ୍ଟ

ଭୁବନେଶ୍ୱର: ପୋଲିସ ଚାକିରି ଦେବା ନାଁରେ ଠକେଇ ମାମଲା । ଠକ ବୈକୁଣ୍ଠନାଥ ନାୟକଙ୍କୁ ଦୁଇ ଦିନିଆ ରିମାଣ୍ଡରେ ସତ ଓଗାଳିଛି କ୍ରାଇମବ୍ରାଞ୍ଚ EOW । ନିଜେ ପରୀକ୍ଷା ଦେଇ ବିଫଳ ହେବାପରେ ଠକିବା ପାଇଁ କରିଥିଲେ ବ୍ଳୁପ୍ରିଣ୍ଟ । ସେପଟେ ଭୁବନେଶ୍ୱରରେ ଜମି ଦେବା ଓ ସେୟାର ମାର୍କେଟରେ ଟଙ୍କା ଲଗାଇବାକୁ କହି ୫୦ ଲକ୍ଷ ଟଙ୍କା ଠକେଇରେ ୟୁପିରୁ ବିଲଡରକୁ ବନ୍ଧିଛି କମିଶନରେଟ ପୋଲିସ ।

ଠକ ବୈକୁଣ୍ଠନାଥର ମିଛ ନିଯୁକ୍ତିର ଗୁମର । ପରୀକ୍ଷାରେ ବିଫଳ, ଠକେଇରେ ସଫଳ । ସାତିର ବୈକୁଣ୍ଠ, ସମ୍ପର୍କୀୟ ନାମରେ ଖୋଲିଥିଲା ଏକାଧିକ ଆକାଉଣ୍ଟ । ସ୍କାନରରେ ୪୨୦ ବୈକୁଣ୍ଠଙ୍କ ପରିବାର । ବୈକୁଣ୍ଠ ନିଜେ ASO ପରୀକ୍ଷା ଦେଇଥିଲା । ହେଲେ ସେ କୃତକାର୍ଯ୍ୟ ହେଇନଥିଲା । ବୈକୁଣ୍ଠ ନାଥ ନାଏକ ନାମକ ଜଣେ ଲୋକ କୃତକାର୍ଯ୍ୟ ହୋଇଥିଲେ । ଆଉ ସେ ଏବେ ଗୃହ ବିଭାଗରେ ASO ଅଛନ୍ତି । ତାଙ୍କ ପରିଚୟ ପତ୍ରକୁ ଜାଲ କରିଥିଲା ବୈକୁଣ୍ଠ । ନିଜ ସମ୍ପର୍କୀୟଙ୍କ ନାଁରେ ତାଙ୍କ ଅଜାଣତରେ ଖୋଲିଥିଲା ଆକାଉଣ୍ଟ । ୧୨ଟି ଏଭଳି ATM ନିଜେ ବ୍ୟବହାର କରିବା ସହ ଠକେଇ ଟଙ୍କା ସେହି ଆକାଉଣ୍ଟରେ ଜମା ରଖୁଥିଲା । ବୈକୁଣ୍ଠ ଅଶାୟୀଙ୍କ ଠାରୁ ଟଙ୍କା ନେଇ ଚାକିରି ଦେବାକୁ ଏଗ୍ରିମେଣ୍ଟ କରିଥିଲା । ଆଉ ହ୍ୟାଣ୍ଡ ଲୋନ ବୋଲି ସେଥିରେ ଉଲ୍ଲେଖ ରହୁଥିଲା । ଏଭଳି ୧୭ଟି ଏଗ୍ରିମେଣ୍ଟ ପେପର ଜବତ କରିଛି EOW । ଠକେଇ ଚେର ବଢୁଥିବାରୁ ପୁଣିଥରେ ତାକୁ ରିମାଣ୍ଡରେ କୋର୍ଟରେ ଆବେଦନ କରାଯିବ ବୋଲି EOW ଏସପି କହିଛନ୍ତି ।

ସେପଟେ ଭୁବନେଶ୍ୱରରେ ୫୦ ଲକ୍ଷ ଠକେଇ ଅଭିଯୋଗରେ ଜଣେ ବିଲଡର ପୂର୍ଣ୍ଣଚନ୍ଦ୍ର କାଣ୍ଡିକୁ ବାନ୍ଧିଛି ବଡ଼ଗଡ଼ ଥାନା ପୋଲିସ । ବଡଗଡ ଥାନା ଅଞ୍ଚଳରେ ଜମି ଦେବା ଓ ସେୟାର ମାର୍କେଟ ଟଙ୍କା ଲଗାଇବାକୁ କହି ୪ ଜଣଙ୍କ ଠାରୁ ଟଙ୍କ ଠକି ଉତ୍ତରପ୍ରଦେଶରେ ଲୁଚିଥିଲା । ଖବର ପାଇ ପୋଲିସ ୟୁପିର ମହମ୍ମଦାବାଦରୁ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିଛି । ୪ ଜଣଙ୍କ ବାଦ ଆଉ କେତେ ଜଣଙ୍କୁ ଠାରୁ କେତେ ଟଙ୍କା ଠକେଇ କରିଛି ଏବଂ ଅନ୍ୟ କେଉଁ ଥାନାରେ ମାମଲା ରହିଛି ସେ ତଦନ୍ତ ଜାରି ରଖିଛି ପୋଲିସ । ଠକଙ୍କ ଭୂସ୍ୱର୍ଗ ପାଲଟିଛି ରାଜଧାନୀ । ଲୋକଙ୍କ ଜମି ଦେବାକୁ କହି ତ ଆଉ କେବେ ସରକାରୀ ଚାକିରି ଦେବାକୁ କହି ଠକ ଲୁଟି ନେଉଛି ଟଙ୍କା । ଠକ ପ୍ରତି ସାବଧାନ ନ ହେଲେ ଏଭଳି କଷ୍ଟଉପାର୍ଜିତ ଧନ ଆଖି ପିଛୁଳାକେ ଗାଏବ ହୋଇଯାଇପାରେ ।

ଏଥିସହିତ ପଢ଼ନ୍ତୁ: ଚୋରି କରି ବନ୍ଧା ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ଭାଇ

 

ବାଲେଶ୍ୱରରେ ଚକଡ଼ା ପୋକ ଆତଙ୍କ : ୨ଟି ବ୍ଳକ୍‌ରେ ସମ୍ପୂର୍ଣ୍ଣ ଉଜୁଡ଼ିବାକୁ ବସିଲାଣି ଅମଳ ଫସଲ

0

ନୀଳଗିରି: କ୍ଷେତରେ ଚକଡ଼ାପୋକକୁ ନେଇ ଚିନ୍ତାରେ ଚାଷୀ । ବାଲେଶ୍ୱର ଜିଲ୍ଲାରେ ରୋଗପୋକ ଯୋଗୁ ନଷ୍ଟ ହେଉଛି ଏକର ଏକର ଧାନ ଫସଲ । ଦୁଇଟି ବ୍ଲକରେ ସମ୍ପୂର୍ଣ୍ଣ ରୂପେ ଉଜୁଡିବାକୁ ବସିଲାଣି ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଥିବା ବେଳେ ସହାୟତା ପାଇଁ ଦାବି କରିଛନ୍ତି ।

ଚାଷୀଙ୍କ ଚିନ୍ତା ବଢାଇଲେଣି ଚକଡ଼ା ପୋକ । ଅମଳ ସମୟରେ ଉଜୁଡିବାକୁ ବସିଲାଣି ଫସଲ । ନୀଳଗିରିରେ କିଆରି କିଆରି ଧାନ ଫସଲ ନଷ୍ଟ । ପ୍ରଥମେ ନିଅଣ୍ଟିଆ ବର୍ଷା, ପରେ ଧାନ ବିଲରେ ହାତୀ ଉପଦ୍ରବ, ଆଉ ଏବେ ଚକଡାପୋକ । ଫସଲ ଅମଳର ଠିକ୍ ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ଚକଡା ପୋକ । ଜିଲ୍ଲାର ଦୁଇଟି ବ୍ଲକ୍ ତଥା ନୀଳଗିରି ଓ ଔପଦାରେ ରୋଗପୋକ ଯୋଗୁ ହେକ୍ଟର ହେକ୍ଟର ଫସଲ ନଷ୍ଟ ହୋଉଛି । ଥୋଡ଼ ଧାନ ମାଟିରେ ଲୋଟିପଡିଥିବା ବେଳେ ଗଛ ହଳଦିଆପଡି ଜଳିଯାଉଥିବା କହିଛନ୍ତି ଚାଷୀ ।

ନୀଳଗିରି ବ୍ଲକର ନରଣପୁର, ଅଯୋଧ୍ୟା ଓ ଔପଦା ବ୍ଲକର ଜୁରିଆପାଟଣା, ଦ୍ବାରିକା, ସନ୍ତରାଗଡିଆ, ଗୋଡ଼ିଖଳା, କାଣ୍ଡଗରଡି, ଆଦି ଅଞ୍ଚଳରେ ୧୮ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି । ସେଥିମଧ୍ୟରୁ ୩୭୦ ହେକ୍ଟର ଜମିରେ ଆତଙ୍କ ଖେଳାଇଛନ୍ତି ଚକଡାପୋକ । ଏନେଇ ଅଭିଯୋଗ ପରେ ଜିଲ୍ଲା କୃଷି ବିଭାଗର ସ୍ୱତନ୍ତ୍ର ଟିମ୍ କ୍ଷେତ୍ର ପରିଦର୍ଶନ କରିଛନ୍ତି, ଆକଳନ ପରେ ସହାୟତା ଦିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମମିତା ହତ୍ୟା ମାମଲା: ଜେଏମ୍‌ଏଫସି କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ

୨୦ରୁ ଅଧିକ ଆଣ୍ଡ୍ରଏଡ ଆପ୍ସରେ ବିପଦପୂର୍ଣ୍ଣ ସଫ୍ଟୱେୟାର ‘ଫୋନ ସ୍ପାଏ’

ଆଣ୍ଡ୍ରଏଡ ଫୋନ ଇୟୁଜ କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ । ଏବେ ସବୁଆଡ଼େ ଘୂରି ବୁଲୁଛି ‘ଫୋନ ସ୍ପାଏ’ ନାମକ ବିପଦପୂର୍ଣ୍ଣ ସଫ୍ଟୱେୟାର । ବର୍ତ୍ତମାନ ଏକ ନୂଆ ସଫ୍ଟୱେୟାର ବିଷୟରେ ଜଣାପଡ଼ିଛି । ଯାହାର ନାମକରଣ ‘ଫୋନ ସ୍ପାଏ’ ଦିଆଯାଇଛି । ଏହା ୟୁଜର୍ସଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ବେଳେ ସବୁଠୁ ବଡ଼ କଥା ହେଉଛି ଏହା ଫୋନରେ ଥିବା ଆପ୍ସଗୁଡ଼ିକ ଭିତରେ ହିଁ ରହିଥାଏ । ବର୍ତ୍ତମାନ ଯାଏ ସାଉଥ କୋରିଆନରୁ ଅଧିକାଂଶ ଲୋକ ଏହି ସଫ୍ଟୱେୟାର ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହି ସଫ୍ଟୱେୟାର ଦ୍ୱାରା କେତେ ଲୋକ ପ୍ରଭାବିତ ହୋଇଛନ୍ତି ତାହା ଖୁବ୍ ଶୀଘ୍ର ଜଣାପଡ଼ିବ । ସୂଚନାନୁସାରେ ଏହି ସଫ୍ଟୱେୟାର କୈାଣସି ଫୋନର ଭଲ୍ୟୁନରେବିଲିଟିର ସୁବିଧା ନ ଉଠାଇ ପ୍ରଥମେ କୈାଣସି ଆପରେ ଉପସ୍ଥିତ ରହୁଛି ।

ମୋବାଇଲ ସିକ୍ୟୁରିଟି ଫର୍ମ ଜିମପରିୟମ ରିପୋର୍ଟ ଅନୁସାରେ ଫୋନ ସ୍ପାଏକୁ ୨୩ଟି ଆପ୍ସରେ ଦେଖାଯାଇଛି । କେବଳ ବ୍ୟକ୍ତିଗତ ତଥ୍ୟ ନୁହଁ ଅନ୍ୟ କେତେକ ତଥ୍ୟ ଚୋରି କରିବାରେ ମଧ୍ୟ ଏହା ପାରଙ୍ଗମ । ରିସର୍ଚ୍ଚ ଅନୁସାରେ ଫୋନ ସ୍ପାଏ ଫୋନର ସମସ୍ତ ଡାଟା ସହିତ ଗ୍ୟାଲେରୀରେ ଥିବା ଫଟୋ ଓ ଭିଡିଓ ମଧ୍ୟ ନେଇପାରିବ । ଏହି ଫଟୋ ଓ ଭିଡିଓ ମାଧ୍ୟମରେ ୟୁଜର୍ସଙ୍କୁ ବ୍ଲାକମେଲ ମଧ୍ୟ କରାଯାଇପାରିବ । ଯଦି କୈାଣସି ୟୁଜର୍ସ ଏହି ସଫ୍ଟୱେୟାର ଡାଉନଲୋଡ କରିଦେଇଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଏହି ସଫ୍ଟୱେୟାର ଡାଉନଲୋଡ କରିବା ପରେ ଏହା ଆପେ ଆପେ ଅନ୍ୟ ଆପଗୁଡ଼ିକ ପଛରେ ରହି ହାଇଡ ହୋଇଯିବା ସଙ୍ଗେ ସଙ୍ଗେ ୟୁଜର୍ସଙ୍କୁ ଟ୍ରାକ୍ କରିଥାଏ । ଅବଶ୍ୟ ବର୍ତ୍ତମାନ ଏହି ସଫ୍ଟୱେୟାର ପ୍ଲେ ଷ୍ଟୋରରେ ନଥିବା କୁହାଯାଉଛି ।