ଓମିକ୍ରନରେ ସାରା ବିଶ୍ୱରେ ୨୬ ମୃତ, ଦେଢ଼ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

1 min read
2 New Omicron Cases Detected In Odisha

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ନଭେମ୍ବର ୨୪ରେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଉଛି । ବିଶ୍ୱରେ ୧୦୮ ଦେଶରେ ଚିହ୍ନଟ ହୋଇସାରିଲଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ସାରା ବିଶ୍ୱରେ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୫୦ ହଜାର ଲୋକ ଓମିକ୍ରନରେ ଆକ୍ରାନ୍ତ ହୋଇସାରିଲେଣି ଏବଂ ୨୬ ଜଣ ଲୋକ ଓମିକ୍ରନ ଫଳରେ ମୃତ୍ୟୁ ବରଣ କରିସାରିଲେଣି । ଏହି ସୂଚନା ଆଜି ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ କନଫରେମନ୍ସ ମାଧ୍ୟମରେ ଦିଆଯାଇଛି ।

 

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି କି ବିଶ୍ୱରେ ୧୦୮ ଦେଶରେ ମୋଟ ଦେଢ଼ ଲକ୍ଷରୁ ଅଧିକ ଲୋକ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇସାରିଲେଣି । ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ, ଡେନମାର୍କ, କାନାଡା, ଜର୍ମାନୀ ଓ ଦକ୍ଷିଣ ଆଫ୍ରକାରେ ସବୁଠାରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆହୁରି କହିଛନ୍ତି କି ତିନୋଟି କାରଣ ପାଇଁ ଓମିକ୍ରନ୍ ବେଶ ଭୟଙ୍କର । ପ୍ରଥମ କାରଣ ହେଉଛି ସାରା ବିଶ୍ୱରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଅଧିକ, ଦ୍ୱିତୀୟ ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି କମ୍ ହେଉଛି ଏବଂ ତୃତୀୟଟି ହେଉଛି ଏହା ଅଧିକ ସଂକ୍ରାମକ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଡିସେମ୍ବର ୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା କି ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ୍ ଭାରିଆଣ୍ଟ ଅଧିକ ସଂକ୍ରାମକ । ଯାହା ବିଶ୍ୱ ପାଇଁ ଚିନ୍ତାର କାରଣ ଅଟେ । ଏଥିପାଇଁ ସମସ୍ତଙ୍କୁ ସାବଧାନ ରହିବାକୁ ପଡ଼ିବ । କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ହେବ ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

Leave a Reply