ନୌସେନାରୁ ଅବସର ନେଲା INS ଖୁକ୍ରି, ୩୨ ବର୍ଷ ଧରି ଭାରତୀୟ ନୌସେନାକୁ ଦେଇଥିଲା ଅତୁଳନୀୟ ସେବା

1 min read

ବିଶାଖାପାଟଣା: ସେବାରୁ ବିଦାୟ ନେଲା ଆଇଏନଏସ ଖୁକ୍ରି । ଦୀର୍ଘ ୩୨ ବର୍ଷର ଅତୁଳନୀୟ ତ୍ୟାଗ ପରେ ଶେଷରେ ନୌସେନାରୁ ଅବସର ନେଇଛି ଖୁକ୍ରି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ନିକ୍ଷେପକାରୀ ଏହି ଜାହାଜର ବିଦାୟ ପର୍ବ ଲାଗି ଏକ ସଭା ଆୟୋଜିତ ହୋଇଥିଲା । ଏହାର ବିଦାୟୀ ଉତ୍ସବ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାହାଜରୁ ଜାତୀୟ ପତାକା ଓ ଡିକମିଶନିଂ ପେନେଣ୍ଟ କୋଷ ସୂର୍ଯ୍ୟାସ୍ତରେ ଓହ୍ଲାଇ ଦିଆଯାଇଥିଲା।

ନୌସେନାରୁ ଆଇଏନଏସ ଖୁକ୍ରିର ବିଦାୟୀ କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ କମାଣ୍ଡ ଭାଇସ ଆଡମିରାଲ ବିଶ୍ବଜିତ ଦାସଗୁପ୍ତା, ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ୍, ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ । ୧୯୮୯ ଅଗଷ୍ଟ ୨୩ରେ ମାଜାଗାଁ ଡକ୍ ସିପବିଲଡର୍ସ ଦ୍ବାରା ଏହି ଜାହାଜ ନିର୍ମିତ ହୋଇଥିଲା । ସେତେବେଳେ ଏହି ଜାହାଜକୁ ଲୋକାର୍ପିତ କରିଥିଲେ ତତ୍‌କାଳୀନ ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପନ୍ଥ ଓ ସ୍ବର୍ଗତ କ୍ୟାପଟେନ ମହେନ୍ଦ୍ର ନାଥ ମୁଲ୍ଲାଙ୍କ ପତ୍ନୀ ସୁଧା ମୁଲ୍ଲା । କାର୍ଯ୍ୟକାଳ ଭିତରେ ଏହି ଜାହାଜର ନେତ୍ବତ୍ବ ନେଇଥିଲେ ୧୮ଜଣ କମାଣ୍ଡିଂ ଅଫିସର । ଏହି ଜାହାଜ ମୋଟ ୬ ଲକ୍ଷ ୪୪ ହଜାର ୮୯୭ ନଟିକାଲ ମାଇଲ ଯାତ୍ରା କରିଛି ।

 

Leave a Reply