spot_img
Home Blog Page 4911

ଆନ୍ଧ୍ର ରାଜ୍ୟପାଳଙ୍କ ସୁସ୍ଥତା କାମନା କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ରାଜ୍ୟପାଳଙ୍କ ଆଶୁ ଆଜରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ  । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ବିଶ୍ଵଭୂଷଣ ହରିଚନ୍ଦନ ଅସୁସ୍ଥ ଅଛନ୍ତି  । କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି  । ଏନେଇ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଭୂଷଣଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  । ଏଥି ସହିତ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ନବୀନ ପଟ୍ଟନାୟକ ।

ସ୍ତ୍ରୀ ହାତ କାମ କରୁନଥିଲା,ସ୍ୱାମୀ ସୁପାରି ଦେଇ କଲା ହତ୍ୟା

ମୁଙ୍ଗେର: ୩୬ ଘଣ୍ଟାରେ ହତ୍ୟାକାରୀକୁ ଧରିଲା ପୋଲିସ । ବିହାରର ମୁଙ୍ଗେରରେ ନଭେମ୍ବର ୧୫ରେ ହୋଇଥିବାଦୀପିକା ଶର୍ମା ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସଫଳତା । ୩୬ ଘଣ୍ଟା ମଧ୍ୟରେ ଏହି ହତ୍ୟାକାଣ୍ଡରେ ଦୋଷୀକୁ ଗିରଫ କରିଛି ବିହାର ପୋଲିସ । ହତ୍ୟାର  ଷଡ଼ଯନ୍ତ୍ର ରଚିବା ମାମଲାରେ CISFରେ କାର୍ଯ୍ୟରତ ଦୀପିକା ଶର୍ମାଙ୍କ ପତିଙ୍କ ସହ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ । ଏକ ଦୁର୍ଘଟଣାରେ ମୃତକ ଦୀପିକା ଶର୍ମାଙ୍କ ହାତରେ ଗୁଳି ବାଜିବାରୁ ତାଙ୍କ ହାତ ଆଉ କାମ କରିନଥିଲା । ହାତ କାମ ନକରିବାରୁ ତାଙ୍କ ସ୍ବାମୀ ରଗିଯାଇ ଏକ ଲକ୍ଷ ୨୦ ହଜାର ଦେଇ ତାଙ୍କ ସ୍ତ୍ରୀର ହତ୍ୟା କରିଥିଲେ । କାସିମ ବଜାର ଥାନାରେ ହୋଇଥିବା ମହିଳାଙ୍କ ହତ୍ୟାକାଣ୍ଡ ମାମଲାରେ ପୋଲିସ ଅଧୀକ୍ଷକ ଜଗନ୍ନାଥରେଡୀ ଜଲା ରେଡ୍ଡୀ କହିଛନ୍ତି କି ସୋମବାର ସକାଳେ ଦୀପିକା ଶର୍ମାଙ୍କୁ ଅପରାଧୀ ଗୁଳି କରି ହତ୍ୟା କରିଥିଲେ । ଯାହାକୁ ନେଇ ମୃତକ ଦୀପିକା ଶର୍ମାଙ୍କ ଭାଇ କୁମାର ଭାନୁଙ୍କ ବୟାନକୁ ନେଇ ପୋଲିସ କେସ୍ ରଖିଥିଲା ଏବଂ ତଦନ୍ତ କରିଥିଲା ।

ଏହି ହତ୍ୟାକାଣ୍ଡ ମାମଲାରେ ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇଥିଲା । ଟିମ୍ ତଦନ୍ତ ଆରମ୍ଭରେ ଏହି ହତ୍ୟାକାଣ୍ଡରେ ପରିବାରର ହାତ ଥିବା ଜାଣିବାକୁ ପାଇଥିଲା । ଏହା ପରେ ପୋଲିସ  ମୃତକ ଛୋଟୁ ଶର୍ମା, ସସୁର ରାଜୀବ କୁମାର ଓ ଦିଅର ସୁମିତ କୁମାରଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ କରିଥିଲେ । କାହିଁକି ନା ହତ୍ୟାକାଣ୍ଡ ଦିନ ଛୋଟୁ ଓ ସୁମିତ  ଘରେ ଥିଲେ । କଲ ଡିଟେଲ୍ସ ଆଧାରରେ କୋଟଓ୍ବାଲୀ ଥାନା ଅଞ୍ଚଳରେ ରହୁଥିବା ଶୁଟର ଗୌତମ କୁମାର, ସଞ୍ଜୀବ କୁମାର ଏବଂ ପତଲୁଙ୍କ ବିଷୟରେ ହୋଇଥିବା କଥାବର୍ତ୍ତା ସାମ୍ନାକୁ ଆସିଥିଲା । ଏହା ପରେ ପୋଲିସ ସେହି ତିନି ଜଣଙ୍କ ଘରେ ରେଡ କରିଥିଲା ଏବଂ ଗୌତମ ଓ ସଞ୍ଜୀବଙ୍କ ଘରୁ ଗିରଫ କରିଥିଲା । କିନ୍ତୁ ପତଲୁ ଏବେ ବି ଫେରାର ରହିଛି ।

ଗିରଫ ହୋଇଥିବା ଶୁଟର ଗୌତମ କୁମାରଙ୍କୁ ଯେତେବେଳେ ପୋଲିସ ପଚରା ଉଚରା କରିଥିଲା କି ସେତେବେଳେ ସେ ଏହି ହତ୍ୟାକାଣ୍ଡରେ ତା’ର ସଂପୃକ୍ତି ଥିବା ସ୍ବୀକାର କରିଥିଲା । ଗୌତମ କହିଥିଲା କି ସୁମିତ କୁମାର ଏକ ମାସ ପୂର୍ବେ ଫୋନ କରି କହିଥିଲେ କି ମୋର ଭାଇ ରବି କୁମାର CISFରେ କାର୍ଯ୍ୟ କରନ୍ତି । ସେ ତାଙ୍କ ପତ୍ନୀଙ୍କ ହତ୍ୟା କରିବାକୁ ଚାହୁଁଥିଲେ । ତେବେ ଏହି ହତ୍ୟାକାଣ୍ଡ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ସ୍ଥିର ହୋଇଥିଲା । ଏହା ପରେ ସୁମିତ ତାଙ୍କ ଫୋନରେ ଗୌତମ ସହ ରବି କୁମାର ସହ କଥା ମଧ୍ୟ କରିଥିଲା ଏବଂ ଆଡଭାନ୍ସ ୨୦ ହଜାର ଦେଇଥିଲେ । ମୁଙ୍ଗେର ଏସପି ଜଗନ୍ନାଥରେଡୀ ଜଲା ରେଡ୍ଡୀ କହିଛନ୍ତି କି ୨୦୧୭ ମସିହାରେ ମୃତକ ଦୀପିକା ଶର୍ମାଙ୍କ ବାପ ଘରେ ଗୁଳିକାଣ୍ଡ ହୋଇଥିଲା । ଏହି ଗୁଳିକାଣ୍ଡରେ ମୃତକ ମାଆଙ୍କ ମୃତ୍ୟୁ ହୋଇଥିବାବେଳେ ଦୀପିକାଙ୍କ ବାମ ହାତରେ ଗୁଳି ବାଜିଥିଲା । ଯେଉଁଥି ପାଇଁ ତାଙ୍କ ବାମ ହାତ କାମ କରିବା ବନ୍ଦ କରିଦେଇଥିଲା । ଯେଉଁଥି ପାଇଁ ଦୀପିକାଙ୍କ ଶାଶୁଘରେ ତାଙ୍କ ପସନ୍ଦ କରିନଥିଲେ । ଏଥିପାଇଁ ଦୀପିକାଙ୍କ ସ୍ବାମୀ ଓ ତାଙ୍କ ପରିବାର ଲୋକ ଦୀପିକାଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରିଥିଲେ । ତେବେ ସୋମବାର ଦୀପିକାଙ୍କ ଉପରେ ଭାରୀ ଗୁଳିବର୍ଷା କରିଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଘଟଣାରେ ଦୀପିକାଙ୍କ ପତି, ତାଙ୍କ ଦୁଇ ଭାଇ ଓ ଦୁଇ ଜଣ ଶୁଟରଙ୍କୁ ଗିରଫ କରିଛି ପୋଲିସ ।

 

 

୮ଟି ବୌଦ୍ଧ ସ୍ତୁପ ଓ ୫୦ରୁ ଊର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର ଉଦ୍ଧାର

0

ଭଦ୍ରକ: ପ୍ରାଚୀନ ବୌଦ୍ଧ ଅର୍ଘ ସ୍ତୁପ ସମେତ ୫୦ରୁ ଊର୍ଦ୍ଧ୍ୱ ମାଟି ପାତ୍ର ଉଦ୍ଧାର  । ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ମଣିନାଥପୁର ଗ୍ରାମ ନିକଟ ବୈତରଣୀ ନଦୀ କୂଳରୁ ଏହି ସାମଗ୍ରୀ ଉଦ୍ଧାର ହୋଇଛି । ଏହା ଅଷ୍ଟମ- ନବମ ଶତାବ୍ଦୀ ବେଳର ହୋଇଥିବା ଅନୁମାନ କରାଯାଉଛି । ଉଦ୍ଧାର ସାମଗ୍ରୀ ଏବଂ ସ୍ତୁପକୁ ସ୍ଥାନୀୟ ଗବେଷକ ବିଶ୍ୱମ୍ଭର ରାଉତଙ୍କ ଉଦ୍ୟମ କ୍ରମେ ଷୋଳମପୁର ବୋୖୖଦ୍ଧ ବିହାର ସଂଗ୍ରହାଳୟକୁ ସ୍ଥାନାନ୍ତର କରାଯାଇଛି।

ମଣିନାଥପୁର ଗ୍ରାମର ସମାଜସେବୀ ସୁଧାଂଶୁ ବେହୁରିଆ ସକାଳେ ନଦୀ ପଠାକୁ ବୁଲିବାକୁ ଯାଇଥିବା ବେଳେ ଏକ ମୂର୍ତ୍ତି ଥିବା ପଥର ଦେଖି ସ୍ଥାନୀୟ ଗବେଷକ ବିଶ୍ୱମ୍ୱର ରାଉତଙ୍କୁ ସୂଚନା ଦେଇଥିଲେ। ଇନଟାକ ସଦସ୍ୟ ଶ୍ରୀ ରାଉତ ଉକ୍ତ ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରି ୮ ଟି ବୌଦ୍ଧ ଅର୍ଘ୍ୟ ସ୍ତୁପ ସମେତ ୫୦ ରୁ ଉର୍ଦ୍ଧ୍ୱ ପ୍ରାଚୀନ ପୋଡ଼ା ମାଟିରେ ତିଆରି ମାଟି ପାତ୍ର ଉଦ୍ଧାର କରିବା ସହିତ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଷୋଳମପୁର ବୌଦ୍ଧ ବିହାର ସଂଗ୍ରହାଳୟକୁ ଅଣାଯାଇ ସୁରକ୍ଷିତ ଭାବେ ରଖାଯାଇଥିଲା।

ତେବେ ଏହି ବିରଳ କୀର୍ତ୍ତିରାଜିଗୁଡ଼ିକୁ ଦେଖିବାକୁ ଷୋଳମପୁର ବୌଦ୍ଧ ବିହାରକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଐତିହାସିକ ପ୍ରତ୍ନତାତ୍ତ୍ଵିକ ଦୃଷ୍ଟିକୋଣରୁ ଉଦ୍ଧାର ହୋଇଥିବା ସମସ୍ତ ସ୍ତୁପ ଓ ପ୍ରାଚୀନ ମାଟି ପାତ୍ର ପ୍ରାୟ ଅଷ୍ଟମ ନବମ ଶତାବ୍ଦୀର ବୋଲି ଜଣାପଡ଼ିଛି । ଉଦ୍ଧାର ହୋଇଥିବା ଏହି ପ୍ରାଚୀନ କୀର୍ତ୍ତିରାଜି ଗୁଡ଼ିକ ଷୋଳମପୁର ବୌଦ୍ଧ ବିହାରରେ ଭୌମକର ଶାସନ ସମୟର ବୋଲି ଗବେଷକ ମାନେ ଦାବି କରିଛନ୍ତି।ଏଭଳି ମହାନ୍ କାର୍ଯ୍ୟ ପାଇଁ ଷୋଳମପୁର ବୌଦ୍ଧ ବିହାର ଟ୍ରଷ୍ଟି କମଳାକାନ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତ।

କର୍ତ୍ତାରପୁର ସାହିବ କରିଡରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼

କର୍ତ୍ତାରପୁର: ଶିଖ୍‌ ଶ୍ରଦ୍ଧାଳୁଙ୍କ ପଇଁ ବୁଧବାର ଠୁ ଖୋଲିଛି କର୍ତ୍ତାରପୁର ସାହିବ କରିଡର । ଗୁରୁ ନାନକ ଦେବ ଜୀ ଙ୍କ ଜନ୍ମତିଥି ପୂର୍ବରୁ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନରେ ଥିବା ଗୁରୁଦ୍ବାରକୁ ଯାତ୍ରା ପାଇଁ ଶିଖ୍‌ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯାଇଛି। କରୋନା ପାଇଁ ୨୦ ମାସ ଧରି ବନ୍ଦ ଥିବା କରାତାରପୁର କରିଡରକୁ ଖୋଲାଯାଇଛି । କରୋନା କଟକଣାରେ ଗୁରୁଦ୍ବାରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ଶ୍ରଦ୍ଧାଳୁଙ୍କୁ ଯାତ୍ରା ଅନୁମତି ଦିଆଯିବ । ଗତକାଲି କରତାରପୁର ଖୋଲିବା ନେଇ ଗୃହ ବିଭାଗର ନିଷ୍ପତ୍ତି ପରେ ଆଜି ସକାଳୁ ଶୀଖ୍‌ ତୀର୍ଥଯାତ୍ରୀଙ୍କ ଏକ ଗୋଷ୍ଠୀ ଗୁରୁଦ୍ବାରା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । କରିଡରରେ ପ୍ରବେଶ ଲାଗି ଆଜିଠୁ ପଞ୍ଜିକରଣ ଆରମ୍ଭ ହୋଇଛି।

ତେବେ ପାକିସ୍ତାନରେ ଅବସ୍ଥିତ ଏହି ଐତିହାସିକ ଗୁରୁଦ୍ବାର ଭାରତର ସୀମାଠାରୁ ମାତ୍ର ୪.୭ କିଲୋମିଟର ଦୂରରେ ରହିଛି। ଗତବର୍ଷ କୋଭିଡ ଯୋଗୁ ଏହି ଭିସାମୁକ୍ତ କରିଡର ବନ୍ଦ ରହିଥିଲା । ଏହା ଶିଖ ଧର୍ମଗୁରୁ ନାନକଙ୍କ ଦ୍ବାରା ୧୫୦୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ୨୦୧୯ ନଭେମ୍ବର ୯ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହି କରିଡରକୁ ଉଦଘାଟନ କରିଥିଲେ।

 

ଦିଲ୍ଲୀ ସରକାର ବୃଦ୍ଧି କଲା ଶ୍ରମିକଙ୍କ ବେତନ ରାଶି

0

ଦିଲ୍ଲୀ : ଦିଲ୍ଲୀ ସରକାରଙ୍କର ବଡ଼ ଘୋଷଣା । ଅକୁଶଳ, ଅର୍ଦ୍ଧକୁଶଳ, କୁଶଳ ଶ୍ରମିକଙ୍କୁ ନ୍ୟୁନତମ ବେତନ ରାଶି ବଢ଼ିବା ନେଇ ଘୋଷଣା କଲେ ଦିଲ୍ଲୀ ସରକାର । କରୋନା କାଳରେ ସମସ୍ତେ ଅର୍ଥନୈତିକ ଅଭାବର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଅକୁଶଳ ଶ୍ରମିକଙ୍କ ମାସିକ ବେତନ ୧୫ ହଜାର ୯ ଶହ ୮ ଟଙ୍କାରୁ ବଢ଼ି ୧୬ ହଜାର ୧୪ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧକୁଶଳ ଶ୍ରମିକଙ୍କର ୧୭ ହଜାର ୫ ଶହ ୩୭ ଟଙ୍କାରୁ ୧୭ ହଜାର ୬ ଶହ ୯୩ ଟଙ୍କା ସେହିଭଳି କୁଶଳ ଶ୍ରମିକଙ୍କ ମାସିକ ବେତନ ୧୯ ହଜାର ୨ ଶହ ୯୧ ଟଙ୍କାରୁ ୧୯ ହଜାର ୭ ଶହ ୭୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଦିଲ୍ଲୀ ସରକାର ଗତକାଲି ଏହି ନିଷ୍ପତ୍ତି ନେଇଥିବା ବେଳେ ଏହା ଡିସେମ୍ୱର ୧ରୁ ଲାଗୁ କରାଯିବ ।

ଏହି ରାଜ୍ୟମାନଙ୍କରେ ବି ବଢ଼ିପାରେ ବେତନ ରାଶି :

ଦିଲ୍ଲୀ ସରକାର ଶ୍ରମିକଙ୍କ ବେତନ ରାଶି ବୃଦ୍ଧି କରିଥିବା ବେଳେ ଖୁବ୍ ଶୀଘ୍ର ଉତ୍ତରପ୍ରଦେଶ, ହରିୟାଣା ସରକାରଙ୍କୁ ଶ୍ରମିକଙ୍କ ବେତନ ରାଶି ବୃଦ୍ଧି କରିବାକୁ ପଡ଼ିପାରେ । ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାବେଳେ ଏହି କାରଣରୁ ଶ୍ରମିକଙ୍କ ବେତନ ରାଶି ବୃଦ୍ଧି କରାଯାଇପାରେ । ଉତ୍ତରପ୍ରଦେଶରେ ନ୍ୟୁନସମ ବେତନ ରାଶି ବଢ଼ିଲେ ହରିୟାଣାରେ ମଧ୍ୟ ଏହା ଲାଗୁ ହେବାର ସମ୍ଭାବନା ରହିଛି ।

ନୟାପଲ୍ଲୀ ବ୍ରିଟ୍ କଲୋନୀରେ ପେଟ୍ରୋଲ ବୋମା ମାଡ଼

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଫୁଟିଲା ବୋମା । ନୟାପଲ୍ଲୀ ବ୍ରିଟ୍ କଲୋନୀରେ ପେଟ୍ରୋଲ ବୋମାମାଡ଼ । ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ବୋମାମାଡରେ ଜଳିଯାଇଛି କାର୍ । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ, ନୟାପଲ୍ଲୀ ଥାନା ପୋଲିସର ଘଟଣାର ଛାନଭିନ୍ କରୁଛି । ଗାଡ଼ି ଉପରେ ପେଟ୍ରୋଲ ବୋମା ପକାଇ ଦୁର୍ବୃତ୍ତ ଜାଳି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ ଯାଞ୍ଚ ସହ ତନାଘନା କରୁଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ବଡ଼ ଧରଣର ଜିଏସ୍‌ଟି ରେଡ୍: ୧୧ଟି ଜିଲ୍ଲାରେ ୧୩୬ଜଣ ଅଫିସର କରୁଛନ୍ତି ରେଡ୍

 

ଟିଭି ଡିବେଟରୁ ବାହାରିବନି ସମାଧାନ, ସରକାରଙ୍କୁ ହିଁ ଉପାୟ ବାହାର କରିବାକୁ ପଡିବ: CJI

0

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏନସିଆରରେ ବାୟୁ ପ୍ରଦୂଷଣର ସ୍ଥିତିକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ କୋର୍ଟର କାର୍ଯ୍ୟ ପ୍ରକ୍ରିୟାକୁ ନେଇ ଟିଭିରେ ଯେଭଳି ପ୍ରଦର୍ଶିତ କରାଯାଉଛି, ତାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହିତ କୋର୍ଟ କହିଛନ୍ତି ଯେ ଟିଭି ବିତର୍କ ଦ୍ୱାରା ଅଧିକା ପ୍ରଦୂଷଣ ବ୍ୟାପୁଛି । ଟିଭି ଚ୍ୟାନେଲଗୁଡ଼ିକ ସୀମା ଟପୁଛନ୍ତି । ଏଠି କିଛି କୁହାଯାଉଛି ଆଉ ତାକୁ ସେମାନେ ବନେଇ ଚୁନେଇ ଅଲଗା ଅର୍ଥ ବାହାର କରୁଛନ୍ତି । ଏଥିରୁ ଜଣାପଡୁଛି ସେମାନେ ଆଦୗେ ଘଟଣା ବୁଝନ୍ତି ନାହିଁ କେବଳ ନିଜର ଏଜେଣ୍ଡା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି।

ଟେଲିଭିଜନରେ ବେଶୀ ବିତର୍କ ହିଁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି । ପ୍ରତ୍ୟେକ ପକ୍ଷ ନିଜ ନିଜ ଯୁକ୍ତିରେ ଅଟଳ ରହୁଛନ୍ତି । କିନ୍ତୁ ପ୍ରଦୂଷଣ ପ୍ରତି ବିଶେଷ ଧ୍ୟାନ ହେଉନାହାନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘବିଙ୍କୁ କହିଛନ୍ତି ଯେ, ଆପଣ ଯଦି ଏଭଳି କଥା କହିବେ ତାହେଲେ ମୂଳ ସମସ୍ୟା କେବେ ସମାଧାନ ହେବନାହିଁ । ଆମେ କୃଷକଙ୍କୁ ଦଣ୍ଡିତ କରିବାକୁ ଚାହୁଁନାହୁଁ ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଦୂଷଣର ଅନେକ କାରଣ ଅଛି, କିନ୍ତୁ ଟିଭିରେ ଚାଲିଥିବା ବିତର୍କ ସବୁଠୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି | ଏହାକୁ ନେଇ ତୁଷାର ମେହେଟ୍ଟା କହିଛନ୍ତି ଯେ ମୁଁ ନଡା ଜଳାଇବା ନେଇ ଭୁଲ୍ ସୂଚନା ଦେଇଛି ବୋଲି ଗଣମାଧ୍ୟମରେ କୁହାଯାଇଛି। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଏଭଳି ସମାଲୋଚନା ସରକାରୀ କାର୍ଯ୍ୟାଳୟରେ ଘଟିଥାଏ, ଏହାକୁ ଭୁଲିଯିବା ଦରକାର।

ତେବେ ଏହି ମାମଲାର ଆଗାମୀ ଶୁଣାଣି ନଭେମ୍ବର ୨୩ ତାରିଖରେ ହେବ । ଏଥିସହିତ ଯାନବାହନରୁ ହେଉଥିବା ପ୍ରଦୂଷଣକୁ ନେଇ ଆୟୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ଯେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡିର ଚଳାଚଳକୁ ଅନୁମତି ନଦିଆଯିବା ଉଚିତ୍।

ବୟଫ୍ରେଣ୍ଡ ପାଇଁ ଦୁଇ ଦଳ ମଧ୍ୟରେ ରାସ୍ତା ଉପରେ ଗ୍ୟାଙ୍ଗୱର

ରାୟପୁର: ଛତିଶଗଡ଼ର ସୁରଗୁଜ ଜିଲ୍ଲା ଅମ୍ବିକାପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ସୁରଗୁଜ ଜିଲ୍ଲାର ଅମ୍ବିକାପୁରଠାରେ ଦୁଇ ଦଳ ଝିଅ ପରସ୍ପର ମୁଁହାମୁହିଁ ହୋଇଛନ୍ତି । ଏହି ସମୟରେ ଉଭୟ ଦଳ ମଧ୍ୟରେ ବିଧା ଗୋଇଠା ମାରିବାର ମଧ୍ୟ ଦେଖିବାକୁ ମିଳିଥିଲା । କିଛି ଝିଅ ମଧ୍ୟ ଠେଙ୍ଗା ଓ ବାଡ଼ିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା । ବିଚ୍ ରାସ୍ତାରେ ଏପରି ଦୃଶ୍ୟ ଦେଖି ସାଧରଣ ଲୋକଙ୍କର ମଧ୍ୟ ଭିଡ଼ ଜମିଥିଲା । କିନ୍ତୁ ଲୋକମାନେ କେବଳ ଦର୍ଶକ ହୋଇରହିଲେ ।  କେହି ବି ଏହି ଝଗଡା ଅଟକାଇବାକୁ ସାହାସ କଲେ ନାହିଁ । ସେଠାରେ ଉପସ୍ଥିତି କିଛି ଲୋକ ଏହି ଦୃଶ୍ୟକୁ ଭିଡିଓ ରେକର୍ଡିଂ କରୁଥିଲେ ମାତ୍ର ଏହି ଝଗଡାକୁ ଅଟକାଇ ନଥିଲେ ।

ଝିଅଙ୍କର ଏହି ଦୁଇ ଗ୍ରୁପ ମଧ୍ୟରେ ହୋଇଥିବା ଝଗଡା ଦେଖି ଲାଗୁଥିଲା କି ଦୁଇଟି ଗ୍ୟାଙ୍ଗ ମଧ୍ୟରେ ଗ୍ୟାଙ୍ଗଓ୍ବାର ଆରମ୍ଭ ହୋଇଯାଇଛି । ପ୍ରାୟ ୧୫ ମିନିଟ ଧରି ୧୨ରୁ ଅଧିକ ସଂଖ୍ୟକ ଝିଅଙ୍କ ମଧ୍ୟରେ ଠେଙ୍ଗା ଓ ବାଡିରେ ମାରପିଟ୍ ହେଉଥିଲେ । ଏହି ଘଟଣା ପାଇଁ ସେହି ଅଞ୍ଚଳରେ ଏକ ପ୍ରକାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ଦୁଇ ଝିଅଙ୍କର ଦଳ ମଧ୍ୟରେ ହୋଇଥିବା ମାରପିଟର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଝିଅମାନଙ୍କର ଗୋଟିଏ ଦଳ ଅମ୍ବିକାପୁରର ବ୍ରହ୍ମପାରା ଅଞ୍ଚଳର ଅଟନ୍ତି । ସେହିପରି ଅନ୍ୟ ଗ୍ରୁପଟି ସତ୍ତୀପୁର ଅଞ୍ଚଳର ଅଟନ୍ତି । ଖବର ଅନୁଯାୟୀ ଗୋଟିଏ ଦଳର ଜଣେ ଯୁବତୀଙ୍କ ବୟଫ୍ରେଣ୍ଡ ଅନ୍ୟଜଣେ ଯୁବତୀଙ୍କ ସହ ବୁଲୁଥିବାର କିମ୍ବା କଥା ହେଉଥିବାର ଦେଖିଥିଲେ । ଯାହା ଫଳରେ ଏହା ପରେ ଦୁଇ ଯୁବତୀଙ୍କ ଦଳ ମଧ୍ୟରେ ବିଚ୍ ରାସ୍ତାରେ ମାରପିଟ୍ କରିଥିଲେ ।

ଭାରତ ବିରୋଧୀ ମନ୍ତବ୍ୟ ଦେଇ ଅଡ଼ୁଆରେ କମେଡିଆନ ବୀର ଦାସ

ମୁମ୍ୱାଇ : କମେଡିଆନ ବୀର ଦାସ ଆମେରିକାରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଏବେ ଅଡ଼ୁଆରେ । ସୋସିଆଲ ମିଡିଆରେ ଲୋକେ ତାଙ୍କ ମନ୍ତବ୍ୟକୁ ଘୋର ବିରୋଧ କରୁଥିବା ବେଳେ ମୁମ୍ୱାଇରେ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଛି । ବୀର ଦାସ ୱାଶିଂଟନ ଡିସିରେ ‘ଜନ୍ ଅଫ୍ କେନେଡ଼ି ସେଣ୍ଟର ଫର୍ ଦ ପଫରମିଂ ଆର୍ଟସ’ ସୋରେ ନିଜେ କରିଥିବା ଏକ ପଫରମନ୍ସକୁ ୟୁଟୁବରେ ସେୟାର କରିବା ପରେ ଏହି ବିବାଦ ଉପୁଜିଥିଲା । ବୀର ଛାଡ଼ିଥିବା ଏହି ଭିଡିଓରେ  ଆମେରିକା ବାସୀଙ୍କୁ କହିଥିଲେ ଯେ ମୁଁ ଦୁଇଟି ଭାରତ ସହ ସମ୍ପୃକ୍ତ । ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ବୀରଙ୍କୁ ବିରୋଧ କରିବା ସହ ଏହା ଭାରତର ପାଇଁ ଏକ ଅପମାନ ବୋଲି କହିଥିଲେ ।

ବୀରଙ୍କ ବରୁଦ୍ଧରେ ରୁଜ୍ଜୁ ହେଲା ମାମଲା :

ବମ୍ୱେ ହାଇ କୋର୍ଟ ଆଡଭୋକେଟ ଆଶୁତୋଷ ଜେ ଦୁବେ କମେଡିଆନ ବୀରଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛନ୍ତି । ଯାହାର ଏକ କପି ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । କମେଡିଆନ ବୀର ଦାସ ଆମେରିକାରେ ଭାରତକୁ ଅପମାନ କରିବା ଭଳି କଥା କହିବାରୁ ମୁମ୍ୱାଇ ପୋଲିସ ନିକଟରେ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି ବୋଲି ଆଡଭୋକେଟ ଆଶୁତୋଷ ଏହାର କ୍ୟାପସନରେ ଲେଖିଥିଲେ । ବୀର ଜାଣିଶୁଣି ଭାରତ, ଭାରତୀୟ ମହିଳା ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅପମାନଜନକ ବୟାନ ଦେଇଥିଲେ ବୋଲି ସେ କହିଥିଲେ ।

ବର୍ତ୍ତମାନ ବୀର ଦାସ ଆମେରିକାରେ ଥିବା ବେଳେ କିଛି ଦିନ ତଳେ ସେ ଭାରତ ଉପରେ ଲେଖିଥିବା ‘ଆଇ କମ୍ ଫ୍ରମ୍ ଟୁ ଇଣ୍ଡିଆଜ’ ନାମକ ଏକ କବିତା ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଛାଡ଼ିଥିଲେ । ଏଥିରେ ଭାରତ ବିରୋଧୀ କିଛି ଶବ୍ଦ କହିଥିବାରୁ ଲୋକେ ତାଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେଉଛନ୍ତି । କେବଳ ଏତିକି ନୁହେଁ ବିଜେପି କର୍ମୀ ପ୍ରୀତି ଗାନ୍ଧୀ ଏହି ଭିଡିଓକୁ ସେୟାର କରି ଏହା ବିରୁଦ୍ଧରେ ନିଜ ମତ ପ୍ରକାଶ କରିଛନ୍ତି । ଘଟଣାଟି ଏତେ ପରିମାଣରେ ବଢ଼ିଯାଇଥିବାରୁ ଏହାକୁ ନେଇ ବୀର ଦାସ ନିଜ ମତରେ କହିଛନ୍ତିଯେ ଦେଶକୁ ଅପମାନ କରିବାର ତାଙ୍କର କୈାଣସି ଉଦ୍ଦେଶ୍ୟ ନଥିଲା । ବିଭିନ୍ନତା ଭିତରେ ମଧ୍ୟ ମୋ ଭାରତ ମହାନ । ମୋ ଦେଶ ଉପରେ ମୁଁ ଗର୍ବ କରେ ।

ଭୂତ ଭୟରେ ପୂରା ଗାଁ ହୋଇଗଲା ଖାଲି, ଆଉ ଅଛନ୍ତି ମାତ୍ର ୪ ଜଣ

0

ଭୋପାଳ: ଏକବିଂଶ ଶତାଦ୍ଦୀରେ ବି ଲୋକମାନେ ଭୁତପ୍ରେତ ଭଳି ଅନ୍ଧବିଶ୍ୱାସ ରଖୁଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଆଉ ଏହି ଅନ୍ଧବିଶ୍ୱାସ ପାଇଁ ଯଦି କିଏ ନିଜ ପୈତୃକ ଘର ଓ ଗାଁ ଛାଡ଼ିଦିଏ ତେବେ ତାହା ଆହୁରି ଅବାକ ଲାଗେ। ଏମିତି ହିଁ ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି  ମଧ୍ଯପ୍ରଦେଶର ଛତ୍ରପୁର ଜିଲ୍ଲାରେ।

ଜିଲ୍ଲାର ଏକ ଗାଁ ଏହି ଭୁତ ପ୍ରେତ ପାଇଁ ସମ୍ପୂର୍ଣ୍ଣ ଖାଲି ହୋଇଯାଇଛି। ଗାଁରେ ଲଗାତାର ଭାବେ ଏମିତ କିଛି ଅପ୍ରିୟ ଘଟଣା ସବୁ ଘଟିଲା ଯେ ଗ୍ରାମବାସୀମାନେ ଗାଁଏ ଛାଡ଼ି ପଳାଇଛନ୍ତି । ଅବଶ୍ୟ ଏ କଥା କେତେଦୂର ସତ ତାହା ଆମେ ପ୍ରମାଣ କରିପାରିବୁ ନାହିଁ। କିନ୍ତୁ ଗାଁ ଲୋକମାନଙ୍କ କହିବା କଥା ଯେ ଗାଁରେ ଭୁତପ୍ରତେ ଓ ଅତୃପ୍ତ ଆତ୍ମା ଘୁରି ବୁଲନ୍ତି।  ଏହି ଗାଁର ନାଁ ହେଉଛି ‘ଚୌକା ‘ ଜିଲ୍ଲାର ମୁଖ୍ୟାଳୟରୁ ପ୍ରାୟ ୪୦ କିମି ଦୂରେ ଅବସ୍ଥିତ। ୧୫ ବର୍ଷ ପୂର୍ବରୁ ଏହି ଗାଁରେ ପାଖାପାଖି ୪୦୦ ଲୋକ ରହୁଥିଲେ ଯାହାକି ଆଜି ୪ରେ ପହଞ୍ଚିଯାଇଛି। ୧୫ ବର୍ଷ ତଳେ ସବୁକିଛି ବହୁତ ଭଲ ଥିଲା, ହେଲେ ହଠାତ ଗାଁଲୋକମାନଙ୍କୁ ଗାଁରେ ବହୁତ ପ୍ରେତାତ୍ମା ଦେଖାଦେଲା । ଲୋକମାନେ ଅସୁସ୍ଥ ହେବାକୁ ଲାଗିଲେ, ବହୁତ ଲୋକଙ୍କର ଏଥିରେ ମୃତ୍ୟୁ ବି ହୋଇଗଲା। ଏହାପରେ ଧିରେ ଧିରେ ଗାଁ ଖାଲି ହେବାରେ ଲାଗିଲା ।

ଗାଁରେ ରହୁଥିବା ଅତ୍ମରାମ ପାଣ୍ଡେ ଏବଂ ବାଚୁ ଯାଦବଙ୍କ କହିବା କଥା ଯେ ୧୫ବର୍ଷ ପୂର୍ବେ ଗାଁରେ ସବୁକିଛି ଠିକ୍ ଥିଲା। କିନ୍ତୁ ହଠାତ ପିଲାଠାରୁ ଆରମ୍ଭ କରି ଗାଁରେ ରହୁଥିବା ଯୁବକମାନେ ବି ଅସୁସ୍ଥ ହୋଇପଡୁଥିଲେ। ଅନେକ ଲୋକଙ୍କ ପ୍ରାଣ ବି ଚାଲିଗଲା  ଗାଁର ମହିଳାମାନେ ମଧ୍ୟ ଅଜବ ଅଜବ କାମ କରିବା ଆରମ୍ଭ କଲେ। ଗାଁ ଭିତରେ ଲୋକମାନଙ୍କୁ ଅଜ ଅଜବ ପ୍ରେତାତ୍ମା ଦେଖାଦେଲା। ହଠାତ୍ ଗାଁ ଲୋକଙ୍କ ସହିତ ଏମିତି ସବୁ କାହିଁକି ଘଟୁଛି ତାହା କେହି ବୁଝିପାରିଲେ ନାହିଁ । ଆଉ ଧାରେ ଧୀରେ ସମଗ୍ର ଗାଁ ଖାଲି ହୋଇଗଲା । ଆଜି ବି ଗ୍ରାମବାସୀ ଗାଁକୁ ଆସିବାକୁ ଡରୁଛନ୍ତି। ଏବେ ବି ସେମାନଙ୍କ ମନରୁ ଡର ଯାଇନାହିଁ। ତାଙ୍କ କହିବା କଥା ଯେ ଏବେ ଏହି ଗାଁରେ ମାତ୍ର ୪ ଜଣ ଲୋକ ରହୁଛନ୍ତି। ସେ ବି ଯାହାଙ୍କର ବୟସ ୭୦ରୁ ଅଧିକ ହେବ।

ଜଣେ ଜଣେ କରି ସମସ୍ତେ ଗାଁ ଛାଡ଼ି ପଳେଇଲେ। ହେଲେ ନା ଗାଁ ଭିତରକୁ କେହି ପ୍ରଶାସନିକ ଅଧିକାରୀ ଆସିଲେ ନାଁ କେହି ଏହା ଜଣିବକୁ ଚେଷ୍ଟା କଲେ ଯେ କାହିଁକି ସମସ୍ତେ ଗାଁ ଛାଡ଼ି ପଳଉଛନ୍ତି। ଯେଉଁ ଗାଁ ଦିନେ ୪୦୦ ଲୋକରେ ଭରପୁର ଥିଲା ଆଜି ସେହି ଗାଁରେ ମାତ୍ର ୪ ଜଣ ରହିଛନ୍ତି।