spot_img
Home Blog Page 4898

ଦେବେନ୍ଦ୍ରଙ୍କ କାରୁକାର୍ଯ୍ୟରେ ନନ୍ଦିଘୋଷ ଟିଭିର ପ୍ରତିଛବି

ଭୁବନେଶ୍ବର: ତାଙ୍କ ହାତ କହେ, ଓଡିଶାର ଇତିହାସ। ନିହାଣ ଚାଲିଲେ, ଆଙ୍କି ହୋଇଯାଏ ଉଦ୍ଭାସିତ ଅତୀତ । ପଥର ବି ହୋଇଉଠେ ଜୀବନ୍ତ । ପାଷାଣ ହୋଇ ପଡିଥିବା ପସ୍ତର ବି ଉତ୍କଳର ଅତୀତକୁ କରେ ଉଜ୍ଜିବୀତ । ସୀମାହୀନ ଲକ୍ଷ୍ୟକୁ ନେଇ ବଞ୍ଚୁଥିବା ଏହି ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ହେଉଛନ୍ତି ବାଲିପାଟଣାର ଦେବେନ୍ଦ୍ର ବାରିକ । ନିଜ ହାତରେ ସ୍ଥାନିତ କରିଛନ୍ତି ସାଧବପୁଅଙ୍କ ଗାଥା । ନିହାଣ-ମୁଗୁର ମୁନରେ ତିଆରି କରିଛନ୍ତି କଳା ଭାସ୍କର୍ଯ୍ୟର ଏନ୍ତୁଡ଼ିଶାଳ ଓଡ଼ିଶାର ଇତିହାସ । ଆଉ ଏଥିରେ ସ୍ଥାନିତ କରିଛନ୍ତି ନନ୍ଦିଘୋଷ ଟିଭିର ପ୍ରତିଛବି ।

କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଭଳି ପବିତ୍ର ଦିନରେ ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ରଙ୍କୁ ଭେଟି ଦେଇଛନ୍ତି ନିଜ ହାତରେ ତିଆରି କାରୁକାର୍ଯ୍ୟ । ଯେଉଁ କାରୁକାର୍ଯ୍ୟ ମଧ୍ୟରେ ସ୍ଥାନିତ ରହିଛି ଓଡ଼ିଶାର ମୁଖଶାଳା କୁହାଯାଉଥିବା କୋଣାର୍କ ମନ୍ଦିର, ବୋଇତ ବନ୍ଦାଣର ଦୃଶ୍ୟ । ଏହା ସହିତ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ବଖାଣୁଛି ଓଡ଼ିଶାର ଐତିହ୍ୟ  । ନନ୍ଦିଘୋଷ ଟିଭି ଭଳି ଏକ ଲୋକାଦୃତ ଗଣମାଧ୍ୟମର ଲୋଗୋକୁ ସ୍ଥାନିତ କରି ସେ ଖୁବ ଆନନ୍ଦିତ ଥିବା କହିଛନ୍ତି ।

ରାଜ୍ୟ କୃଷି ଭବନ ହେଉ କିମ୍ବା ବିଜୁ ପଟ୍ଟନାୟ ବିମାନ ବନ୍ଦରର ଟର୍ମିନାଲ ହେଉ । ଏ ସମସ୍ତ ସ୍ଥାନରେ ରହିଛି ଦେବେନ୍ଦ୍ରଙ୍କ ପରିକଳ୍ପନାର ଭାସ୍କର୍ଯ୍ୟ । ପିଲାଟି ଦିନରୁ ଭସ୍କର୍ଯ୍ୟ କଳା ପ୍ରତି ଆକଷ୍ଟିତ ଦେବେନ୍ଦ୍ର ଆଜି ଉତ୍କଳର ସାଧବ ପୁଅଙ୍କ ବୋଇତ ବନ୍ଦାଣର ଏକ ପ୍ରସ୍ତରେ କାରୁକାର୍ୟ୍ୟ ପ୍ରସ୍ତୁତ କରିବା ସହ ପ୍ରମୁଖ ତାଙ୍କ ପ୍ରିୟର ଗଣମାଧ୍ୟମ ନନ୍ଦିଘୋ ଟିଭିର ଲୋଗୋକୁ ସ୍ଥାନିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ତ୍ତିକ ପୂର୍ଣ୍ଣମୀ ଭେଟି

0

ଯାଜପୁର: ବ୍ୟାସନଗର ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ତ୍ତିକ ପୂର୍ଣ୍ଣମୀ ଭେଟି ।  ମୁଖ୍ୟମନ୍ତ୍ରୀ ‘ମୁକ୍ତା’ ଯୋଜନାରେ ବ୍ୟାସନଗର ପୌରାଞ୍ଚଳକୁ ୬ କୋଟି ୬୨ ଲକ୍ଷ ଟଙ୍କା ଭେଟି ଦେଇଛନ୍ତି । ଏଥିରେ ପୌରାଞ୍ଚଳରେ ୫୬ଟି ପ୍ରକଳ୍ପ ନିର୍ମାଣ କରାଯିବ । ଏନେଇ ବ୍ୟାସନଗର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାଇ ବିଧାୟକ ଅଶୋକ ବଳ ।  ସହରର ବିକାଶ ପାଇଁ ଏବେ ମୁକ୍ତା ଯୋଜନାରେ ୬ କୋଟି ୬୨ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ସହରରେ କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ୍, ଶିଶୁ କ୍ରିଡ଼ା ଉଦ୍ୟାନ, ପାଦଚଲା ରାସ୍ତା, ଖେଳପଡିଆ ବିକାଶ, ନୂତନ ଭେଡିଂ ଜୋନ୍, ନୂତନ ରାସ୍ତା ଓ ଡ୍ରେନ୍ ନିର୍ମାଣ ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ।  ଏଥିପାଇଁ  ମୁକ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସହରବାସୀ ।

ସ୍ମାର୍ଟ ହେଲଥ କାର୍ଡରେ ସୁସ୍ଥ ହୋଇ ଘରକୁ ଫେରିଲେ ଉପେନ୍ଦ୍ର

0

ରାଉରକେଲା: ରାଉରକେଲାର ଉପେନ୍ଦ୍ର ସିଂଙ୍କୁ ନୂଆ ଜୀବନ ଦେଲା ବିଏସକେଓ୍ବାଇ ସ୍ମାର୍ଟ ହେଲଥ କାର୍ଡ । ୫୪ ବର୍ଷୀୟ ଉପେନ୍ଦ୍ର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମାଗଣାରେ କ୍ୟାନସର ଅପରେସନ ପରେ ସୁସ୍ଥ ହୋଇଛନ୍ତି । ସେକ୍ଟର ୧୬ ମାର୍କେଟରେ ଗୋଟିଏ ଛୋଟ ଫଟୋ ଷ୍ଟୁଡିଓ କରି ଦିନକୁ ଶହେରୁ ଦେଢ ଶହ ଟଙ୍କା ରୋଜଗାର କରୁଥିବା ଉପେନ୍ଦ୍ରଙ୍କ ପକ୍ଷେ ନିଜ ଅର୍ଥରେ କ୍ୟାନସର ଅପରେସନ କରି ସୁସ୍ଥ ହେଵା ସମ୍ଭଵ ନଥିଲା । ସ୍ମାର୍ଟ ହେଲଥ କାର୍ଡ ଜରିଆରେ ମାଗଣାରେ କ୍ୟାନସର ରୋଗର ଚିକିତ୍ସା କରି ସୁସ୍ଥ ହୋଇ ରାଉରକେଲା ଫେରିବା ପରେ ଖୁସିରେ କାନ୍ଦି ପକାଇଵା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରୁଦ୍ରପ୍ରସନ୍ନଙ୍କୁ ଲାଡଲୀ ମିଡ଼ିଆ ଆଓ୍ବାର୍ଡ

ଭୁବନେଶ୍ବର: ସାମାଜିକ ଲିଙ୍ଗଗତ ସମ୍ବେଦନଶୀଳତା ପାଇଁ ଜାତୀୟ ସ୍ତରରେ ଦିଆଯାଇଛି ଲାଡଲୀ ମିଡ଼ିଆ ଆଣ୍ଡ ଆଡଭାଟାଇଜିଂ ଆଓ୍ବାର୍ଡ ୨୦୨୧ । ଓଡ଼ିଶାରୁ ବିରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ରୁଦ୍ରପ୍ରସନ୍ନ ରଥ ଏହି ପୁରସ୍କାର ପାଇଛନ୍ତି । ସଂଯୁକ୍ତରାଷ୍ଟ୍ର ଜନସଂଖ୍ୟା କୋଷ ଏବଂ ଭାରତରେ ଥିବା ନରଓ୍ବେ ଦୂତାବାସ ମିଳିତ ସହଯୋଗରେ ଅନଲାଇନରେ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି ।

୨୦୨୦ ଡିସେମ୍ବର ୨୦ରେ ପ୍ରମେୟରେ ପ୍ରକାଶିତ ରୁଦ୍ରପ୍ରସନ୍ନଙ୍କ ସ୍ତମ୍ଭ ‘ବାହାଘର ଭାଙ୍ଗିଗଲା ପରେ’ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆାଯାଇଛି । ଗତବର୍ଷ ଜାତୀୟ ସ୍ତରରେ ଏହି ପୁରସ୍କାର ପାଇବାକୁ ରୁଦ୍ର ଯୋଗ୍ୟ ବିବେଚିତ ହୋଇଥିଲେ । ବାହାଘର ଭାଙ୍ଗିଗଲା ପରେରେ ରୁଦ୍ର ନାରୀମାନଙ୍କ ଉପରେ ପଡୁଥିବା ମାନସିକ ଚାପ, ଏହାର କୁପରିମାଣ ଏବଂ ଏହାର ନିରାକରଣ କିପରି କରାଯିବ ତା’ଉପରେ ଆଲୋକପାତ କରିଥିଲେ । ଏହା ବ୍ୟତୀତ ସମ୍ବାଦର ସାମ୍ବାଦିକ ଶୁଭକାନ୍ତ ପଡିହାରୀଙ୍କୁ ତାଙ୍କ ବାଇଲାଇନ୍ ଷ୍ଟାରୀ ଅସହାୟ ପରୀମାନଙ୍କ ପାଇଁ ଏହି ପୁରସ୍କାର ମିଳିଥିବା ବେଳେ ସମାଜର କୋରାପୁଟ ପ୍ରତିନିଧି ବିଜୟ ଦ୍ବିବେଦୀଙ୍କୁ ‘ବହୁଦେଶୀୟ କମ୍ପାନୀ ଚାକିରି ଛାଡ଼ି ସଫଳ ପଶୁପାଳକ ହେଲେ ମହିଳା’ ପାଇଁ ଏହି ପୁରସ୍କାର ମିଳିଛି ।

 

ଚାରିଛକରେ ବିଜେଡିର ମହା ମିଶ୍ରଣ ପର୍ବ

କୋଣାର୍କ: ବିଜୁ ଜନତା ଦଳ ନିମାପଡା ଗୋପ ନିର୍ବାଚନ ମଣ୍ଡଳି ୨୧ନଂ ଜେନ ଚାରିଛକଠାରେ ମହା ମିଶ୍ରଣ ପର୍ବ । ତୁଳସୀପୁର, ଭୋଦର, ବlହାରlଣl, ତମ୍ପlଳ, ଛଣିଜଙ୍ଗ, ଓ କଳାପlଞ୍ଚଣ ପଞ୍ଚାୟତର ୩ ଶହରୁ ଅଧିକ ପରିବାରର ୨ ହଜାରରୁ ଊର୍ଦ୍ଧ୍ବ ଲୋକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଜନହିତକର କାର୍ଯ୍ୟରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିରେ ଏମାନେ ବିଜେଡିରେ ମିଶିଥିଲେ ।

କାନ୍ଦି ପକାଇଲେ ଚନ୍ଦ୍ରବାବୁ ନାଉଡୁ

ଡାଇଦ୍ରାବାଦ: କାନ୍ଦିଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ପ୍ରେସମିଟରେ ନିଜର କୋହ ସମ୍ଭାଳି ନପାରି କାନ୍ଦି ପକାଇଲେ ।

ଆଜି ଆନ୍ଧ୍ର ପ୍ରଦେଶର ବିଧାନସଭା ଅଧିବେଶନ ଚାଲିଥିବାବେଳେ ନାରୀ ସଶକ୍ତିକରଣ ପ୍ରସଙ୍ଗରେ ମୁହାଁମୁହଁ ହୋଇଥିଲେ ଶାସକ ଓ୍ବାଇଏସଆର କଂଗ୍ରେସ ଓ ବିରୋଧୀ ଟିଡିପି । ଏହି ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ ଓ୍ବାଇଏସଆର କଂଗ୍ରେସ ବିଧାୟକ । ଯାହାକୁ ବିରୋଧ କରିଥିଲେ ଚନ୍ଦ୍ରବାବୁ ନାଇଡୁ । ଏଥିସହ ସଙ୍ଗେ ସଙ୍ଗେ କକ୍ଷ ତ୍ୟାଗ କରିଥିଲେ । ଏହା ପରେ ନିଜ ବିଧାୟକମାନଙ୍କୁ ସମ୍ବୋଦ୍ଧିତ କରିବା ଅବସରରେ ସେ କାନ୍ଦି ପକାଇଥିଲେ ।

କହିଥିଲେ ମୋ ୪୦ ବର୍ଷର ରାଜୈନିତକ କ୍ୟାରିୟରରେ ମୁଁ ଏତେ କଷ୍ଟ ପାଇନି । ଅଢେଇ ବର୍ଷ ଧରି ମୋ ମାନ ସମ୍ନାନ ଓ ସ୍ବାଭିମାନ ଉପରେ ପ୍ରହାର କରାଯାଉଛି । ହେଲେ ମୁଁ ଚୁପ ରହୁଛି, ତେବେ କୌଣସି କାରଣ ନ ଥାଇ ମୋ ପତ୍ନୀଙ୍କ ବିଷୟରେ ବିଧାୟକ ଯେଉଁ ଟିପ୍ପଣୀ ଦେଲେ ତାହା ଦୁର୍ଭାଗ୍ୟଜନକ । ଏଭଳିକି ଏହି ସମୟରେ ବିଧାୟକଙ୍କୁ ଅଟକାଇନଥିଲେ ବାଚସ୍ପତି । ଏହା ବହୁ ଯନ୍ତ୍ରଣା ଦେଇଥିଲା, ଏଣୁ ମୁଁ ମୁଖ୍ୟମନ୍ତ୍ରୀ ନ ହେବା ପର୍ଯ୍ୟନ୍ତ ବିଧାନସଭା ମାଟି ମାଡିବି ନାହିଁ ବୋଲି କହିଛନ୍ତି ଚନ୍ଦ୍ରବାବୁ । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ କାନ୍ଦିବା ପରେ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

କ୍ୟାସଲେସ୍ ହେବ ଜେଲ୍

ଭୁବନେଶ୍ବର: ଝାରପଡା ଜେଲରେ ବନ୍ଦ ହେଲା ନଗଦ ଟଙ୍କା କାରବାର । ଟୋକନ ବଦଳରେ ବ୍ୟବହାର ହେବ ସ୍ମାର୍ଟକାର୍ଡ । ମାସକୁ ଥରେ ରିଚାର୍ଜ କରିବେ ଜେଲ୍ କର୍ତ୍ତୃପକ୍ଷ । ୫ଟି ଅଧୀନରେ ଜେଲ୍ ସଂସ୍କାର ଉପରେ ଗୁରୁତ୍ବ । ଭୁବନେଶ୍ବର ଝାରପଡା ଜେଲରେ ୭୦ ଜଣ ଅନ୍ତେବାସୀଙ୍କୁ ମିଳିଛି ସ୍ମାର୍ଟକାର୍ଡ । ଏହି କାର୍ଡର ବ୍ୟବହାର ଅନ୍ତେବାସୀମାନେ କ୍ୟାଣ୍ଟିନ, ଟେଲିଫୋନ, ଲଣ୍ଡ୍ରୀ ଆଦିରେ କରିପାରିବେ । ମାସକୁ ଥରେ ଜେଲ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହାକୁ ରିଚାର୍ଜ କରାଯିବ । କ୍ୟାସଲେସ୍ ଟ୍ରାଞ୍ଜକ୍ସନ ପାଇଁ ଏହା ବେଶ ସହାୟକ ହେବ ଓ ନଗଦ ଟଙ୍କା ଦ୍ୱାରା ଚାଲୁଥିବା ହେରଫେର ରୋକାଯାଇପାରିବ । ସ୍ମାର୍ଟକାର୍ଡ ବ୍ୟବସ୍ଥା ଆଗାମୀ ଦିନରେ ରାଜ୍ୟର ଅନ୍ୟ ଜେଲ ମାନଙ୍କରେ ମଧ୍ୟ ଉପଲବ୍ଧ ହେବ ।

ଅନ୍ୟପଟେ ପରିବାର ଠାରୁ ଦୂରରେ ରହି ହତାଶାରେ କାଳ କାଟୁଥିବା ମହିଳାଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ପାଇଁ କାମ କରୁଛି ‘କିରନ’ । ବଛା ବଛା ମନସ୍ତତ୍ତ୍ବବିତଙ୍କ ଦ୍ଵାରା କାଉନସେଲିଂ କରାଯାଉଛି । ନାଚ, ଗୀତ, ପ୍ରବଚନ ଜରିଆରେ ମନୋରଞ୍ଜନର ଖୋରାକ ଯୋଗାଇ ଦିଆଯାଉଛି । ହାତ ତିଆରି ଜିନିଷ ତିଆରି କରିବା ସହ ମହିଳା ଅନ୍ତେବାସୀଙ୍କୁ ସ୍ୱାବଲମ୍ବୀ କରାଯାଉଛି ପ୍ରୟାସ । ଆଇନଗତ ଲଢେଇ ଲଢ଼ିବା ପାଇଁ ଯଦି କେହି ଅସମର୍ଥ ହେଉଛନ୍ତି, ସେମାନଙ୍କର ଆଶା ବାଡ଼ି ସାଜିଛି ମାଧ୍ୟମ ଫାଉଣ୍ଡେସନର ପ୍ରୋଜେକ୍ଟ ‘କିରନ’।

୫ଟି ଅଧୀନରେ ଜେଲ ବିଭାଗ ଆସିବା ଦିନଠାରୁ ଅନ୍ତେବାସୀଙ୍କ ଜୀବନ ଧାରଣରେ ଅନେକ ପରିବର୍ତ୍ତନ ଆସିଥିବା ବେଳେ ଗଠନମୂଳକ କାର୍ଯ୍ୟଗୁଡିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

କୃଷୀ ଆଇନ ପ୍ରତ୍ୟାହାର ପରେ ପ୍ରଣବଙ୍କ ଟାର୍ଗେଟରେ ଧର୍ମେନ୍ଦ୍ର

ଭୁବନେଶ୍ବର: କୃଷି ଆଇନ୍‌ ପ୍ରତ୍ୟାହାରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ତଥା ସାଂଗଠିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆନ୍ଦୋଳନ ବେଳେ ଯେଉଁ ୭୫୦ ନୀରିହ ଚାଷୀଙ୍କର ମୃତ୍ୟୁ ହୋଇଛି ତାର ନୈତିକ ଦାୟିତ୍ବ କିଏ ନେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରକୁ ଗାଡ଼ି ଚଢାଇବା ଘଟଣାରେ ପୁଅ ଆଶିଷ ମିଶ୍ରା ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢେଇଲେ ଭଲ ହୁଅନ୍ତା ବୋଲି ପ୍ରଣବ କହିଛନ୍ତି ।

ଗୋଟିଏ ଟ୍ରେନ୍‌ ଦୁର୍ଘଟଣାରେ ନୈତିକତା ଦୃଷ୍ଟିରୁ ପୂଜ୍ୟ ଶାସ୍ତ୍ରୀଜୀ ଇସ୍ତଫା ଦେଇଥିଲେ । ଆପଣଙ୍କ ଶାସନ କାଳରେ ଅନେକ ଥର ଦୁର୍ଘଟଣା ଘଟିଥିଲେ ମଧ୍ୟ କେତେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଣବ । ଏପଟେ ମମିତା ହତ୍ୟା ମାମଲାରେ ମଧ୍ୟ ଧମେନ୍ଦ୍ରଙ୍କୁ କଡାଭାଷାରେ ଚ୍ୟାଲେଞ୍ଜ କରିଛନ୍ତି । ଯଦି ଦମ ଅଛି ପୋଲିସ କିମ୍ବା କୋର୍ଟ ପାଖରେ ପ୍ରମାଣ ଉପସ୍ଥାପନ କର । ଇସ୍ତଫା ଛାଡନ୍ତୁ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତଙ୍କୁ ବାନ୍ଧିକି ଜେଲ୍‌ରେ ଭର୍ତ୍ତି କରିବେ ବୋଲି ଟ୍ବିଟ କରି କହିଛନ୍ତି ।

୫୮୦ ବର୍ଷର ଲମ୍ୱା ଚନ୍ଦ୍ର ଗ୍ରହଣ

ସଙ୍ଗଠିତ ହୋଇଛି ଶତାବ୍ଦୀର ଦୀର୍ଘତମ ଆଂଶିକ ଶେଷ ଚନ୍ଦ୍ର ଗ୍ରହଣ । ଚଳିତ ବର୍ଷର ଏହା ଶେଷ ଚନ୍ଦ୍ର ଗ୍ରହଣ ବୋଲି ଜଣାପଡ଼ିଛି । ଯାହା ୫ ଶହ ୮୦ ବର୍ଷ ମଧ୍ୟରେ ସବୁଠାରୁ ଦୀର୍ଘତମ ଚନ୍ଦ୍ର ଗ୍ରହଣ ଭାବେ ଗଣନା କରାଯାଉଛି । ଭାରତୀୟ ସମୟ ଅନୁଯାୟୀ ଦିନ ୧୨ ଟା ୪୮ ମିନିଟ୍ ସମୟରେ ଚନ୍ଦ୍ର ଗ୍ରହଣ ଲାଗିଥିଲା ଏବଂ ୪ ଟା ୧୭ ମିନିଟ୍ ସମୟରେ ଶେଷ ହୋଇଥିଲା । ତେବେ ଏହା ଦିନରେ ଘଟିଥିବାରୁ ଭାରତର କୈାଣସି ସ୍ଥାନରେ ଦୃଶ୍ୟମାନ ହୋଇନାହିଁ । ସନ୍ଧ୍ୟା ସମୟରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହା ପରିଲକ୍ଷିତ ହୋଇଥିବା ଜଣାପଡ଼ିଛି ।

ଚନ୍ଦ୍ର ଗ୍ରହଣ କାହିଁକି ହୋଇଥାଏ ?

ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ ଗୋଟିଏ ସରଳରେଖାରେ ଆସିଥାନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ଥାଏ । ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡ଼ିଥାଏ । ସେତେବେଳେ ଚନ୍ଦ୍ର ଗ୍ରହଣ ଲାଗିଥାଏ । ଆଜି ୨୦୨୧ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଯାହା ଭାରତର ଉତ୍ତର-ପୂର୍ବରେ ଥିବା ଅଞ୍ଚଳ ଯଥା : ଅଷ୍ଟ୍ରେଲିଆ, ଆମେରିକାର ଦକ୍ଷିଣ ଅଞ୍ଚଳ ଆଲାସ୍କା ଏହି ସବୁ ସ୍ଥାନରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଛି । ଭାରତରେ ଏହା ଦୃଶ୍ୟମାନ ହେଉନଥିବାରୁ ଜ୍ୟୋତିଶ ଶାସ୍ତ୍ରରେ ଏହା ପାଳନୀୟ ନୁହେଁ । ନା ଦେବନୀତି ବନ୍ଦ ହୋଇଛି ନା ପାକତ୍ୟାଗ କରାଯାଇଛି । ତେବେ ଗ୍ରହଣ ଥିବାରୁ ଗରିଷ୍ଠ ଆହାର ନ ଖାଇବାକୁ ଜ୍ୟୋତିର୍ବିତମାନେ ପରାମର୍ଶ ଦେଇଛନ୍ତି ।

କୃଷୀ ଆଇନ ପ୍ରତ୍ୟାହାର ଚାଷୀଙ୍କ ବିଜୟ: ବିଜେଡି

ଭୁବନେଶ୍ବର: ତିନି କୃଷି ଆଇନକୁ ସଂସଦର ଉଭୟ ଗୃହରେ ବିଜେଡି ସବୁବେଳେ ବିରୋଧ କରିଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଇନ୍‌ରେ ବ୍ୟାପକ ତ୍ରୁଟି ଥିବା ଯୁକ୍ତି ରଖିଥିଲା ବିଜେଡି  । ଅଧିକ ଆଲୋଚନା ଏବଂ ବିଚାର ବିମର୍ଶ ପାଇଁ ବିଲ୍‌କୁ ସିଲେକ୍ଟ କମିଟି ପାଖକୁ ପଠାଇବା ପାଇଁ ଦାବି କରିଥିଲେ ବିଜେଡି ସାଂସଦ । ଏଥିସହ ଚାଷୀଙ୍କ ହିତରେ ସବୁବେଳେ ବିଜେଡି, ସଂସଦ ଏବଂ ସଂସଦ ବାହାରେ ସ୍ବର ଉତ୍ତୋଳନ କରିଛି । ଯାହାକୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର କର୍ଣ୍ଣପାତ କରିନାହାନ୍ତି ।

ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଏମଏସ୍‌ପିକୁ ଦେଢ ଗୁଣା ବୃଦ୍ଧି କରିବାକୁ ବିଜେଡିର ସାଂସଦମାନେ ସଂସଦର ଉଭୟ ଗୃହରେ ସବୁବେଳେ ଦାବି କରିଛନ୍ତି ।  ଧାନର ଏମଏସ୍‌ପି କୁଇଣ୍ଟାଲ ପିଛା ୨ହଜାର୯୩୦ ଟଙ୍କା କରିବାକୁ ବିଜେଡି  ଦାବି କରି ଆସିଛି । ଏହି ପ୍ରସ୍ତାବକୁ ବିଧାନସଭାରେ ରାଜ୍ୟ ସରକାର ସର୍ବସମ୍ମତ ପ୍ରସ୍ତାବ ପାରିତ କରିଛନ୍ତି । ଯାହାକୁ ବିଜେପି ବିଧାୟକମାନେ ମଧ୍ୟ ସମର୍ଥନ କରିଥିଲେ ।

ଚାଷୀଙ୍କ ହିତରେ ସବୁବେଳେ ସ୍ବର ଉଠାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ରକୁ ବାରମ୍ବାର ଚିଠି ଲେଖିଛନ୍ତି ।  ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସ୍ବାମିନାଥନ କମିଶନ ରିପୋର୍ଟକୁ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ରାଜ୍ୟରେ ଧାନ ଫସଲ ପ୍ରଚୁର ମାତ୍ରାରେ ହେଉଥିବା ବେଳେ କେନ୍ଦ୍ରର ବୈମାତୃକ ମନୋଭାବ ପାଇଁ ରାଜ୍ୟର ଚାଷୀ ସବୁବେଳେ ହଇରାଣ ହୋଇଛନ୍ତି ।  ଏଫସିଆଇ ମଧ୍ୟ ରାଜ୍ୟର ବଳକା ଉଷୁନା ଚାଉଳ ଉଠାଇବ ନାହିଁ ବୋଲି ସିଧାସିଧା କହିଦେଇଥିଲା । ଏଥିପାଇଁ ଅନେକ ଚାଷୀ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିଲେ । ଏଫସିଆଇର ଏଭଳି ବୈମାତୃକ ମନୋଭାବ ପାଇଁ ଚାଷୀ ହଇରାଣ ହୋଇଛନ୍ତି । ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ବାରମ୍ବାର ଚିଠି ଲେଖି ଚାଷୀଙ୍କ ସମସ୍ୟା ଉଠାଇଛନ୍ତି । ହେଲେ ଆଜି କୃଷି ଆଇନ ପ୍ରତ୍ୟାହାର ଘୋଷଣା ହେବା ପରେ ଏହା କୌଣସି ରାଜ୍ୟନୈତିକ ବିଜୟ ନୁହେଁ ବରଂ ଚାଷୀଙ୍କର ବିଜୟ ବୋଲି କହିଛି ଶାସକ ବିଜେଡି ।