କନ୍ନୌଜରେ ପୁଣି ଆୟକର ବିଭାଗର ଚଢ଼ାଉ, ଅଖିଳେଶ ଯାଦବଙ୍କ ଘନିଷ୍ଠ MLC ପୁଷ୍ପରାଜଙ୍କ ଘରେ ରେଡ

1 min read

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଆକ୍ଟିଭ୍ ମୋଡରେ ଆୟକର ବିଭାଗ । ୟୁପିରେ ସପ୍ତାହେ ଧରି ଚାଲିଛି ମାରାଥନ୍ ରେଡ୍ । କୁବେର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ପରେ କନ୍ନୌଜର ଆଉ ଜଣେ ଅତର ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ । ଟ୍ୟାକ୍ସ ଚୋରି ଅଭିଯୋଗରେ ଅତର ବ୍ୟବସାୟୀ ପୁଷ୍ପରାଜ ଜୈନ୍‌ଙ୍କ ଘର ଓ ଅଫିସରେ ଚାଲିଛି ରେଡ୍‌ । ସମାଜବାଦୀ ପାର୍ଟିର MLC ବା ବିଧାନ ପରିଷଦ ସଦସ୍ୟ ହେଉଛନ୍ତି ପୁଷ୍ପରାଜ ଜୈନ୍। ଆଜି ସକାଳ ୭ଟାରୁ ଆୟକର ବିଭାଗର ଏକାଧିକ ଟିମ୍ ପୁଷ୍ପରାଜଙ୍କ ଘର ଓ ଅନ୍ୟସ୍ଥାନରେ ପହଞ୍ଚି ଚଢ଼ାଉ ଆରମ୍ଭ କରିଛନ୍ତି ।

ଗତମାସରେ ପୁଷ୍ପରାଜ ଜୈନ୍ ‘ସମାଜବାଦୀ ପାର୍ଟି’ ଅତର ଲଞ୍ଚ କରିଥିଲେ । ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଅତର ଲଞ୍ଚ କରାଯାଇଥିଲା । ଉତ୍ତରପ୍ରଦେଶ, ଦିଲ୍ଲୀ, NCR ଓ ମୁମ୍ବାଇ ସମେତ ପ୍ରାୟ ୫୦ଟି ସ୍ଥାନରେ ରେଡ୍‌ ଜାରି ରହିଛି । ଅତର ବ୍ୟବସାୟରେ ସମ୍ପୃକ୍ତ ଅନେକ ବ୍ୟବସାୟୀ ଟ୍ୟାକ୍ସ ଚୋରି କରୁଥିବା ନେଇ ଅଭିଯୋଗ ପରେ ଚାଲିଛି ରେଡ୍‌ । ପୂର୍ବରୁ କନ୍ନୌଜର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଚଢ଼ାଉ କରି ପ୍ରାୟ ୨ଶହ କୋଟିର ନଗଦ ଟଙ୍କା, ସୁନା ବିସ୍କୁଟ ଆଦି ଜବତ କରିଥିଲା ଆୟକର ବିଭାଗ । ନିର୍ବାଚନର କିଛି ମାସ ପୂର୍ବରୁ ୟୁପିରେ ଆୟକର ବିଭାଗର ରେଡକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି ।

Leave a Reply