କମିଛି ସଂକ୍ରମଣର ଡବଲିଂ ଟାଇମ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

1 min read

ଭୁବନେଶ୍ୱର: କମିଛି ସଂକ୍ରମଣର ଡବଲିଂ ଟାଇମ । ଏହାସହ ଗ୍ରୋଥ ରେଟ ବି ହ୍ରାସ ପାଇଛି । ବର୍ତ୍ତମାନ ରାଜ୍ୟରେ  ୭୫ ହଜାର ଆକ୍ଟିଭ କେସ୍‌ ଥିବା ବେଳେ ମାତ୍ର ୧୨୦୦ ହସ୍ପିଟାଲାଇରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲ ଉପରେ କିଛି ଚାପ ନାହିଁ । ଆଜି ସଂକ୍ରମଣ କମ୍‌ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନି । ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ଦ୍ୱିତୀୟ ଲହର ପରି ତୃତୀୟ ଲହରରେ ମଧ୍ୟ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି । ଏହାସହ ଆଜି ଆସୁଛି ଓମିସିୟୋର କିଟ୍ । ଆରଟି-ପିସିଆର କିଟ ପରି ଏହି କିଟ ସବୁ ଜିଲ୍ଲାକୁ ବଣ୍ଟାଯିବ । ଔଷଧ ନିଗମ ଏ ନେଇ ତଥ୍ୟ ଦେବ । ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ରଖିବା ସହ ଟେଷ୍ଟ କରିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି । ଅଯଥା କୌଣସି ଔଷଧ ନଖାଇ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

Leave a Reply