ବ୍ଲକ ବଷ୍ଟର ଫିଲ୍ମ ପୁଷ୍ପାରେ ଓଡ଼ିଆ ପୁଅଙ୍କ କମାଲ

1 min read

ଭୁବନେଶ୍ୱର: ଆଲୁ ଅର୍ଜୁନଙ୍କ ବ୍ଲକ ବଷ୍ଟର ଫିଲ୍ମ ପୁଷ୍ପାରେ କମାଲ କରିଛନ୍ତି ଓଡ଼ିଆ ପୁଅ । ଏହି ଫିଲ୍ମଟି ବଲିଉଡ଼କୁ ପଛରେ ପକାଇଛି । ଫିଲ୍ମ ରିଲିଜ ହେବାର ମାତ୍ର ୨୬ ଦିନରେ ୩୨୫ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ସାବ୍ୟସ୍ତ ହୋଇଛି । ଆଉ ଏହି ତେଲୁଗୁ ଫିଲ୍ମ ‘ପୁଷ୍ପା’ରେ ନଜର ଆସିଛନ୍ତି ବରଗଡ଼ର ରାମକ୍ରିଷ୍ଣା ଓରଫ ଶତ୍ରୁ ।

ରାମକ୍ରିଷ୍ଣାଙ୍କ ଏହି ଉଚ୍ଚକୋଟୀର ଅଭିନୟ ଲାଗି ବିଭିନ୍ନ ସ୍ତରରୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ବରଗଡ଼ବାସୀଙ୍କୁ ଉତ୍ସାହିତ କରିଛି । ଶତ୍ରୁ ଫିଲ୍ମରେ ପୋଲିସ ଇନିସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଛନ୍ତି । ରାମକ୍ରିଷ୍ଣାଙ୍କ ଘର ବରଗଡ ସଦର ବ୍ଲକ ସର୍ଲା ଗାଁରେ  । ଚାଷୀ ପରିବାର ରାମକ୍ରିଷ୍ଣା ଗୋଡ଼ଭଗା କୋଶଳ ସ୍କୁଲରେ ପାଠ ପଢିଥିଲେ  । ପରେ ରେଭେନ୍ସା କଲେଜରୁ ମାଇକ୍ରୋ ବାଇଲୋଜିରେ ସ୍ନାତକ ପରେ ହାଇଦ୍ରାବାଦ ପଳାଇଥିଲେ  । ସେଠାରେ ହିଁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ କ୍ୟାରିଅର  । ପୂର୍ବରୁ ବାହୁବଳୀ-୨ରେ ପିଣ୍ଡାରା ରୋଲରେ ଅଭିନୟ କରି ମଧ୍ୟ ସେ ସାଉଣ୍ଟିଥିଲେ ପ୍ରଶଂସା  ।

ଅନ୍ୟପଟେ ‘ପୁଷ୍ପା: ଦ ରାଇଜ୍‌’କୁ ନେଇ ଅଲ୍‌ଲୁ ଅର୍ଜୁନ୍‌ ଓ ରଶ୍ମିକା ମନ୍ଦାନା ଗତ କିଛି ଦିନ ହେଲାଣି ଚର୍ଚ୍ଚାରେ ରହିନ୍ତି । କୁହାଯାଉଛି ଯେ, ଫିଲ୍ମର ନାୟିକା ରଶ୍ମିକା ମନ୍ଦାନା ଦ୍ୱିତୀୟ ପାର୍ଟ ‘ପୁଷ୍ପା: ଦ ରୁଲ୍‌’ ପାଇଁ ନିଜ ଫିସ୍‌ ବଢ଼ାଇ ୨ରୁ ୩ କୋଟି ଡିମାଣ୍ଡ କରିଛନ୍ତି ।

ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ସଫଳତାକୁ ଦେଖି ଏହାର ସିକ୍ୱେଲ ତିଆରି କରିବା ନେଇ ଚର୍ଚ୍ଚା ଚାଲିଛି । କୁହାଯାଉଛି ଯେ ଅଲ୍‌ଲୁ ଅର୍ଜୁନୁଙ୍କ ଏହି ଫିଲ୍ମ ପାଇଁ ଫିସ୍‌ ବାବଦକୁ ୫୦ କୋଟି ଟଙ୍କା ମିଳିଛି ।

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.