ଟେଷ୍ଟରୁ ବିରାଟ ଅଧିନାୟକତ୍ୱ ଛାଡ଼ିବା ପରେ ସୋସିଆଲ ମିଡ଼ିଆରେ କିିଛି ଏମିତି ଲେଖିଲେ ଅନୁଷ୍କା

ଟେଷ୍ଟରୁ ବିରାଟ ଅଧିନାୟକତ୍ୱ ଛାଡ଼ିବା ପରେ ତାଙ୍କର ଅନେକ ପ୍ରଶଂସକଙ୍କ ନିରାଶ ହୋଇଛନ୍ତି । ଏବଂ ବିରାଟଙ୍କ ଏହି ନିଷ୍ପତ୍ତି ପରେ ପତ୍ନୀ ଅନୁଷ୍କା ମଧ୍ୟ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । ଏବଂ  ବିରାଟ କୋହଲିଙ୍କ ପାଇଁ ସୋସିଆଲ ମିଡ଼ିଆରେ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି । ଇନଷ୍ଟାଗ୍ରାମରେ ସ୍ୱାମୀ ବିରାଟ କୋହଲିଙ୍କୁ ଚିଠି ଲେଖି ଅନୁଷ୍କା ମନେ ପକାଇଛନ୍ତି ତାଙ୍କ ପୁରୁଣା ଦିନର ସ୍ମୃତିକୁ ।

ଶନିବାର ଟେଷ୍ଟରୁ ଅଧିନାୟକତ୍ୱ ଛାଡ଼ିଛନ୍ତି  ବିରାଟ କୋହଲି । ଏହାପରେ ଅନୁଷ୍କା ତାଙ୍କ ପୋଷ୍ଟରେ ୨୦୧୪ ର ସେହି ଦିନକୁ ମନେ ପକାଇଛନ୍ତି, ଯେଉଁଦିନ ବିରାଟଙ୍କୁ ଟେଷ୍ଟ ଟିମ୍‌ର ଅଧିକନାୟକ ଦାୟୀତ୍ୱ ଦିଆଯାଇଥିଲା । ​‌ସେ ଲେଖିଛନ୍ତି, ମୋର ୨୦୧୪ର ସେହି ଦିନ ମନେଅଛି, ଯେଉଁଦିନ ତୁମେ ମତେ କହିଥିଲ ମତେ ଅଧିନାୟକ କରିଦିଆଯାଇଛି । ସେହି ସମୟରେ ଏମଏସ ଧୋନୀ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହିଦିନ ଧୋନୀ, ତୁମେ ଏବଂ ମୁଁ ଏକାସାଙ୍ଗରେ କଥା ହୋଇଥିଲେ , ଏବଂ ଧୋନୀ ମଜାକରେ କହିଥିଲେ ଯେ, ଦେଖିବ ତୁମ ଦାଢ଼ି ଖୁବଶୀଘ୍ର ଧଳା ହୋଇଯିବ । ଏହି କଥାରେ ଆମେ ସେଦିନ ବହୁତ୍ ହସିଥିଲେ ମଧ୍ୟ ।

ସେ ଲେଖିଛନ୍ତି ଯେ, ଅଧିନାୟକ ବିରାଟ କୋହଲି ଏବଂ ଟିମ୍ ଇଣ୍ଡିଆ ଯାହା ହାସିଲ କରିଛନ୍ତି, ସେଥିପାଇଁ ମୁଁ ଗର୍ବିତ । ସେହିଦିନ ଠାରୁ ତୁମ ଦାଢ଼ି ଧଳା ହେବା ସହିତ ମୁଁ ଅନେକ କିଛି ଦେଖିଛି । ମୁଁ ତୁମ ପାରିପାର୍ଶ୍ୱିକ ସ୍ଥିତି ସହିତ ତୁମ ଭିତରେ ଅନେକ ଉନ୍ନତି ଦେଖିଛି । ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ଭାବରେ ତୁମେ ଏବଂ ପୂରା ଟିମ୍ ଯେଉଁ ଉପଲବ୍ଧି ହାସଲ କରିଛି , ସେଥିପାଇଁ ମୁଁ ଗର୍ବିତ । ୨୦୧୪ରେ ଆମେ ସବୁ ଛୋଟ ଥିଲେ, ସେତେବେଳେ ଆମକୁ ଲାଗୁଥିଲା କି, ଭଲ ଉଦ୍ଦେଶ୍ୟ, ସକରାତ୍ମକ ଚିନ୍ତାଧାରା ଏବଂ ଲକ୍ଷ ତୁମକୁ ଜୀବନରେ ଆଗକୁ ନେବା ପାଇଁ ଯଥେଷ୍ଟ । ଜୀବନରେ ଆଗକୁ ବଢ଼ିବାକୁ ହେଲେ ଏହି ସବୁ ଜିନିଷର ନିହାତି ଆବଶ୍ୟକ ରହିଛି ।

ଅନୁଷ୍କା ଆଗକୁ ଲେଖିଛନ୍ତି ଯେ,’ବହୁତ ଚ୍ୟାଲେଞ୍ଜକୁ ତୁମେ ସାମ୍ନା କରିଛ, ମୈଦାନ ଉପରେ ହେଉ ବା ବାସ୍ତବିକ ଜୀବନରେ , ତୁମେ ସବୁବେଳେ ସବୁ ସମୟରେ ସମସ୍ତ ପରିସ୍ଥିତିକୁ ସାମ୍ନା କରି ସଫଳତା ହାସଲ କରିଛ,​‌ ​‌କାରଣ ଏଇ ତ ଜୀବନ ! ତୁମେ ଯେଉଁଭଳି ଭାବରେ ଦଳର ନେତୃତ୍ୱ ନେଇଛ ଏବଂ ଦଳକୁ ଜିତାଇବା ପାଇଁ ମୈଦାଦ ଉପରେ ଝାଳ ବୁହାଇଛ ଏବଂ ପରିଶେଷରେ ଜିତିଛ , ଆଉ ମଧ୍ୟ କେତକ ପରାଜୟ ପରେ ତୁମ ଆଖିର ସେହି ଲୁହକୁ ମୁଁ ଦେଖିଛି । ସେତେବେଳେ ତୁମେ ଭାବୁ ଥାଅ ଆଉ କିଛି ତୁମ ହାତରେ ରହିଯାଇଛି କି ଯାହା ଟିମ୍ କୁ ଜିତାଇ ପାରିବ । ତୁମେ ମୋ ପାଖରେ ବସିଥିବା ବେଳେ ମୁଁ ସବୁକୁ ଅନୁଭବ କରିଛି । ଏହି କାରଣରୁ ତୁମେ ସମସ୍ତଙ୍କଠାରୁ ଭିନ୍ନ ଲାଗ ।

ଅନୁଷ୍କା ଆହୁରି ମଧ୍ୟ ଲେଖିଛନ୍ତି ଯେ, ତୁମେ ସବୁବେଳେ ନିଚ୍ଛକ ରହିଛ  ଲୋକ ଦେଖାଣିଆକୁ ତୁମେ ଭଲପାଅନାହିଁ । । ତୁମେ ଯାହା ଦୁନିଆ ଆଗରେ ସେୟା ହିଁ ଦେଖାଅ ।  ତୁମର ଏହି ସ୍ୱଭାବ ମୋ ଆଖିରେ ତୁମକୁ ମହାନ କରିଥାଏ । ତୁମେ ପୂର୍ଣ୍ଣ ନୁହେଁ ତୁମ ପାଖରେ ମଧ୍ୟ ଅନେକ ଦୋଶ ଦୂର୍ବଳାତା ରହିଛି କିନ୍ତୁ ତୁମେ ସେଗୁଡ଼ିକୁ କେବେ ଲୁଚାଇବାକୁ ଚେଷ୍ଟା କରିନାହଁ । ଯାହା ବି କିଛି କରିଛ ସମସ୍ତଙ୍କ ଭଲ ପାଇଁ କରିଛ । ମୁଁ ଜାଣିଛି ତୁମେ ସବୁ ବେଳେ ଏହି ପଦବୀର ସମ୍ମାନ କରିଛ । ଆଉ ଆମ ଝିଅ ତା ବାପର ଏହି ୭ବର୍ଷର ଯାତ୍ରାରୁ କିଛି ଶିକ୍ଷିବ । ତୁମେ ବହୁତ ଭଲ କରିଛ ।

ପତ୍ନୀ ଅନୁଷ୍କା ବିରାଟଙ୍କ  ସେହି ପୁରୁଣା ଦିନରେ ସ୍ମୃତିକୁ ମନପକାଇ ଇନଷ୍ଟାଗ୍ରାମରେ ୪୦୦ଶବ୍ଦ କିଛି ଏମିତି ଲେଖିଛନ୍ତି । ତାଙ୍କର ପ୍ରତ୍ୟେକ ବିରାଟଙ୍କ ପ୍ରତି ଥିବା ଭଲପାଇବା ଏବଂ ସମ୍ମାନକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

Leave a Reply