spot_img
Home Blog Page 4827

ଆସନ୍ତାକାଲି ଭାରତ ଆସୁଛନ୍ତି ପୁଟିନ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆମେରିକା ସହ ଭାରତର ଘନିଷ୍ଠତା ବଢ଼ିବା ସହ ଚୀନ ଓ ପାକିସ୍ତାନ ସହ ସୀମା ବିବାଦ ଭିତରେ ପୁଟିନଙ୍କ ଏହି ଗସ୍ତ ଉପରେ ରହିଛି ପୂରା ବିଶ୍ବର ନଜର । ଭାରତର ସବୁଠାରୁ ଅଧିକ ବିଶ୍ବସ୍ତ ବନ୍ଧୁ ଋଷ ଦୁଇ ଦେଶ ମଧ୍ୟରେ ସମ୍ପର୍କର ପୁଣି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି । ଏହି ଅବସରରେ ସୁଇ ଦେଶ ମଧ୍ୟରେ ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବ ।

ବାଣିଜ୍ୟ, ଶକ୍ତି, ସଂସ୍କୃତି, ପ୍ରତିରକ୍ଷା, ମହାକାଶ, ପ୍ରଯୁକ୍ତି ଆଦି କ୍ଷେତ୍ରରେ ଅନେକ ଚୁକ୍ତି ସ୍ବାକ୍ଷରିତ ହେବାର ଅଛି ।  ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଋଷିଆର ସହଭାଗିତାରେ ଭାରତରେ ତିଆରି ହେବ ଏକେ-୨୦୩ ରାଇଫଲ । ଉତ୍ତରପ୍ରଦେଶ ଆମେଠିର କୋରଓ୍ବା କାରଖାନାରେ ୬ ଲକ୍ଷ ୭୧ ହଜାର ଏକେ-୨୦୩ ତିଆରି ହେବ । ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଏହି ପ୍ରକଳ୍ପ ଲାଗି ୫ ହଜାର କୋଟି ଟଙ୍କା ମଞ୍ଜୁର ଦିଆଯାଇଥିଲା ।

ଏହାସହ ଦୁଇ ଦେଶ ମଧ୍ୟରେ ଆନୁପାତିକ ସାମଗ୍ରୀ ବିନିମୟ ରାଜିନାମା ବା ରେଲୋସ ସ୍ବାକ୍ଷରିତ ହେବ । ପୁଟିନଙ୍କ ଗସ୍ତର କିଛିଦିନ ପୂର୍ବରୁ ଭାରତକୁ ମହାଶକ୍ତିଶାଳୀ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଣ ଆରମ୍ଭ କରିଥିଲା ଋଷ । ଏହାକୁ ନେଇ ଆମେରିକାର କୋପ ଦୃଷ୍ଟିରେ ପଡିଥିଲା ଭାରତ ।

କ୍ବାଡ ରାଷ୍ଟ୍ରଗୋଷ୍ଠୀରେ ଆମେରିକା, ଜାପାନ, ଭାରତ ଓ ଅଷ୍ଟ୍ରେଲିଆ ସଦସ୍ୟ ରାଷ୍ଟ୍ର ଥିବାବେଳେ ଭାରତ ଓ ଋଷ ମଧ୍ୟରେ ସବୁଠାରୁ ଗଭୀର ସମ୍ପର୍କ ରହିଆସିଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏସିଆ-ପ୍ରଶାନ୍ତ ଅଞ୍ଚଳରେ ସ୍ଥିରତା, ନିରାପତ୍ତା ଆଦି ପ୍ରସଙ୍ଗରେ ଆଲୋଚନା ହେବ । ଭାରତ-ପ୍ରଶାନ୍ତ ଅଞ୍ଚଳରେ ଚେନ୍ନାଇ-ଭ୍ଲାଡିଭୋସ୍ତକ ସାମୁଦ୍ରିକ ପଥ ନେଇ ମଧ୍ୟ ଆଲୋଚନା ହେବ । ଏହି ସାମୁଦ୍ରିକ ପଥ ଖୋଲିଲେ ଦୁଇ ଦେଶ ମଧ୍ୟରେ ଯାତାୟାତ ୪୦ ଦିନରୁ ୨୪ ଦିନକୁ ହ୍ରାସ ପାଇବ । ଦୁଇ ଦେଶ ମଧ୍ୟରେ ୩୦ ବିଲିୟନ ଡଲାର ନିବେଶ ଲକ୍ଷ ରହିଥିବାବେଳେ ଏହି ଗସ୍ତରେ ଏନେଇ ବ୍ୟାପକ ଆଲୋଚନା ହେବ । ଆସନ୍ତା କାଲି ହେବାକୁ ଥିବା ୨୧ତମ ଭାରତ-ଋଷିଆ ସମ୍ମିଳନୀରେ ବି ଯୋଗ ଦେବେ ପୁଟିନ ।

ଜୁନିୟର ହକି ବିଶ୍ୱକପ ବିଜେତା ଆର୍ଜେଣ୍ଟିନା

ଭୁବନେଶ୍ୱର: ଜର୍ମାନୀକୁ ହରେଇ ବିଶ୍ୱକପ୍ ଟ୍ରଫି ହାତେଇଛି ଆର୍ଜେଣ୍ଟିନା। ର ଫାଇନାଲରେ ଜର୍ମାନୀକୁ 4-2 ଗୋଲରେ ପରାସ୍ତ କରି ବିଶ୍ୱକପ ଟ୍ରଫି ଆର୍ଜେଣ୍ଟିନା ନେଇଛି । ଏହାସହ ବିଶ୍ଵକପର ୬ ଥର ବିଜେତା ଜର୍ମାନୀ ଉପବିଜେତା ହୋଇ ବିଶ୍ୱକପ ଅଭିଯାନ ଶେଷ କରିଛି ।

ସପ୍ତାହେ ବ୍ୟାପି ଆରମ୍ଭ ହୋଇଥିବା ବିଶ୍ୱକପ ଜୁନିୟର ହକି ମ୍ୟାଚ ରଙ୍ଗାରଙ୍ଗ ପରିବେଶରେ ଉଦଯାପିତ ହୋଇଯାଇଛି  । ଉଦଯାପନୀ ମ୍ୟାଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ  । ଆର୍ଜେଣ୍ଟିନା ବିଶ୍ୱ ବିଜେତା ହେବା ପରେ ଆତସବାଜିରେ କମ୍ପି ଉଠିଥିଲା କଳିଙ୍ଗ ଷ୍ଟାଡିୟମ  ।  ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ସେପଟେ ରବିବାର ବ୍ରୋଞ୍ଜ ମେଡାଲ ମ୍ୟାଚ ପାଇଁ କଳିଙ୍ଗର ବ୍ଲୁ ଟର୍ଫକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଫ୍ରାନ୍ସକୁ ସହ ହୋଇଥିଲା ମୁକାବିଲା । ତେବେ ମ୍ୟାଚରେ ଫ୍ରାନ୍ସଠାରୁ ୩-୧ ଗୋଲରେ ପରଜିତ ହୋଇଥିଲା ଭାରତ । ଏହି ପରାଜୟ ସହ ଚତୁର୍ଥ ସ୍ଥାନରେ ବିଶ୍ୱକପ ଅଭିଯାନ ଶେଷ କରିଛି ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ଫ୍ରାନ୍ସ ମ୍ୟାଚରେ ବିଜୟ ଲାଭ କରି ତୃତୀୟ ସ୍ଥାନରେ ବିଶ୍ୱକପ ଅଭିଯାନ ଶେଷ କରିଛି ।

 

ପାଣି ବୋତଲ ନେଲା ଇଂଜିନିୟରଙ୍କ ଜୀବନ

ନୂଆଦିଲ୍ଲୀ: ଛୋଟ ଭୁଲ ବଡ଼ ସମସ୍ୟା ସୃଷ୍ଟି କରିପାରେ । ଏମିତି କି ଜୀବନ ବି ଯାଇପାରେ । ଏହି ଯେମିତି ଏକ ପାଣି ବୋତଲ ପାଇଁ ଦିଲ୍ଲୀର ଜଣେ ଯୁବ ଇଂଜିନିୟରଙ୍କ ଜୀବନ ଚାଲି ଯାଇଛି । ମୃତ ଇଂଜିନିୟର ହେଲେ ଅଭିଷେକ ଝା । ତାଙ୍କ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅଭିଷେକ ସାଙ୍ଗମାନଙ୍କ ସହ ଗ୍ରେଟର ନୋଇଡ଼ା ଆଡ଼କୁ କାରରେ ଯାଉଥିଲେ । ଏହି ସମୟରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଅଭିଷେକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଙ୍ଗକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ତଦନ୍ତରୁ ଜଣାପଡ଼ିଛି, କାରରେ ଥିବା ପାଣି ବୋତଲ ଦୁର୍ଘଟଣା ପାଇଁ ଦାୟୀ । ପୋଲିସ କହିବା ଅନୁସାରେ, ଅଭିଷେକ ଗାଡ଼ି ଚଲାଉଥିବା ବେଳେ ସିଟ ପଛରେ ଥିବା ପାଣି ବୋତଲ ଗଡ଼ି ତାଙ୍କ ଗୋଡ଼ ପାଖକୁ ପଳାଇ ଆସିଥିଲା । ରାସ୍ତାରେ ଟ୍ରକକୁ ଦେଖି ଅଭିଷେକ ଯେତେବେଳେ ବ୍ରେକ୍ ମାରିବାକୁ ଚେଷ୍ଟା କରିଥିଲେ ବେ୍ରକ୍ ଲାଗି ନଥିଲା ଓ ଦୁର୍ଘଟଣା ହୋଇଯାଇଥିଲା । କାରଣ ପାଣି ବୋତଲଟି ଗଡ଼ି ବ୍ରେକ୍ ତଳେ ଲାଗି ଯାଇଥିଲା । ସେହି କାରଣରୁ ବ୍ରେକ୍ ଲାଗି ନଥିଲା ।

ରାସ୍ତାରେ ପେନ୍ ବିକୁଥିବା ଛାତ୍ରୀଙ୍କୁ ୫୦ ହଜାର ଟଙ୍କାର ଆଇଫୋନ୍ ଗିଫ୍ଟ କଲେ ତେଜପ୍ରତାପ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ରାସ୍ତାରେ ପେନ୍ ବିକୁ ଥିବା ମେଘା ନାମକ ଜଣେ ଛାତ୍ରୀଙ୍କୁ ୫୦ ହଜାର ଟଙ୍କାର ଫୋନ୍ କିଣି ଗିଫ୍ଟ ଭାବେ ଦେଇ ତେଜପ୍ରତାପ ଏହି ଚର୍ଚ୍ଚାକୁ ଆସିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ତେଜ ପ୍ରତାପ ମିଠା ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଶନିବାର ସନ୍ଧ୍ୟାରେ ମିଠା ଖଇବାକୁ ମନ ହେବାରୁ ସେ ବଜାରକୁ ବାହାରି ଆସିଥିଲେ । ରାସ୍ତାରେ ଯିବା ବେଳେ ପେନ୍ ବିକ୍ରି କରୁଥିବା ମେଘାଙ୍କ ଉପରେ ତାଙ୍କ ନଜର ପଡ଼ିଥିଲା । ମେଘାଙ୍କୁ ଦେଖିବା ପରେ ତେଜ ପ୍ରତାପ ଗାଡ଼ି ଅଟକାଇବାକୁ ଡ୍ରାଇଭରକୁ କହିଥିଲେ । ଏହାପରେ ସେ ମେଘା ପାଖରେ ପହଞ୍ଚି କଥା ହୋଇଥିଲେ ।

କଥା ହେବା ବେଳେ ମେଘାଙ୍କ ବାପା ଅଟୋ ଚଳାଉଥିବା ଜାଣିବାକୁ ପାଇଥିଲେ । ମେଘା ସ୍କୁଲ ଯାଉ ନଥିବା କହିବା ସହ ଟ୍ୟୁସନରେ ପଢୁଥିବା କହିଥିଲେ । କଥା ହେବା ସହ ମେଘାଙ୍କ ସହ ତେଜ ପ୍ରତାପ ବହୁତ ଘନିଷ୍ଠ ହୋଇଯାଇଥିଲେ ଓ ନିଜ ଫୋନ ନମ୍ବର ଦେଇଥିଲେ । ହେଲେ ଫୋନ ନଥିବା ମେଘା ତାଙ୍କୁ କହିଥିଲେ । ଏହାପରେ ଜେତ ପ୍ରତାପ ମେଘାକୁ ଧରି ପାଖ ମୋବାଇଲ ସେଣ୍ଟରକୁ ଯାଇଥିଲେ ଓ ୫୦ ହଜାର ଟଙ୍କାର ଏକ ଆଇଫୋନ୍ କିଣି ଗିଫ୍ଟ କରିଥିଲେ । ଏହାସହ ଆଇଫୋନ କେମିତି କାମ କରେ ଓ ଏହାକୁ କେମିତି ଚାର୍ଚ୍ଚ କରାଯାଏ ବୁଝାଇ ଦେଇଥିଲେ । ପରେ ଅନଲାଇନରେ ଅଧିକ ପାଠ ପଢ଼ିବା ସହ କମ ଖେଳିବାକୁ କରାମର୍ଶ ଦେଇଥିଲେ । ଏପରିକି ସେ ତାଙ୍କ ଫୋନ ନମ୍ବର ଏକ କାଗଜରେ ଲେଖି ମେଘାଙ୍କୁ ଦେବା ସହ ସେଠାରୁ ଚାଲି ଯାଇଥିଲେ ।

ତେଜ ପ୍ରତାପ ଯିବା ପରେ ସ୍ଥାନୀୟ ଲୋକେ ଯେତେବେଳେ ମେଘାକୁ ପଚାରିଥିଲେ ଫୋନ ଦେଇଥିବା ବାବୁଙ୍କୁ ଚିହ୍ନିଛ କି ନାହିଁ । ଉତ୍ତରରେ ମେଘା ତାଙ୍କୁ ଚିହ୍ନି ନଥିବା କହିଥିଲେ । ପରେ ସେ ଲାଲୁ ପ୍ରସାଦଙ୍କ ପୁଅ ତେଜ ପ୍ରତାପ ବୋଲି ତାଙ୍କୁ ସ୍ଥାନୀୟ ଲୋକେ କହିଥିଲେ ।

ତେବେ ଗରିବ ପିଲାଙ୍କୁ ସହାୟତାର ହାତ ବଢ଼ାଇବା ଓ ତାଙ୍କ ସହ ମିଶିବା ତେଜ ପ୍ରତାପଙ୍କ ପାଇଁ କିଛି ନୂଆ କଥା ନୁହେଁ । ୩ ମାସ ପୂର୍ବେ ତେଜ ପ୍ରତାପ କମଲା ନେହରୁ ନଗର, କେତାହି ମୋହଲ୍ଲା ଓ ଆର ବ୍ଲକ ପାଖରେ ଥିବା ୪ଟି ବସ୍ତିକୁ ଯାଇ ପିଲାମାନଙ୍କ ସହ ବହୁ ସମୟ କଥାବାର୍ତ୍ତା କରିଥିଲେ ।

୨୦୧୮ରେ ନିଜ ଜନ୍ମଦିନକୁ ଅଧିକ ଭଲ କରିବାକୁ ତେଜ ପ୍ରତାପ ପୂରା ଦିନ ଦଳିତ ପିଲାଙ୍କ ସହ ମିଶାଇଥିଲେ । ପରିବାର ଲୋକଙ୍କ ଆଶୀର୍ବାଦ ନେବା ପରେ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିବା ପରେ ବସ୍ତିକୁ ଯାଇ ୨୯ ଦଳିତ ପିଲାଙ୍କ ସହ କେକ୍ କାଟିଥିଲେ ଓ ନିଜ ହାତରେ କେକ୍ ଖୁଆଇ ଥିଲେ । ଏହାସହ ସବୁ ପିଲାଙ୍କ ନୂଆ ଡ୍ରେସ୍ ଗିଫ୍ଟ ଦେଇଥିଲେ ।

ବିରୋଧୀ ଦଳ ନେତା ପଦ: ‘ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି’

ଭୁବନେଶ୍ବର: ବିଜେପିରେ ଆରମ୍ଭ ହୋଇଛି ଶିଂଘ ଲଢ଼େଇ । କିଏ ଜିତିବ ବାଜି ଆଉ କିଏ ହାରିବ ? ଏ ପ୍ରଶ୍ନ ଏବେ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଘୂରି ବୁଲୁଛି । ବିଧାନସଭାରେ ପଦ୍ମ ଦଳର କିଏ ମଙ୍ଗୁଆଳ ସାଜିବ ତା’କୁ ନେଇ ଛକାପଞ୍ଝା ଏବେ ବଢ଼ି ବଢ଼ି ଚାଲିଛି । ଏ ପଦ ପାଇଁ ମୁଖ୍ୟତଃ ମୋହନ ଚରଣ ମାଝୀ, ଜୟ ନାରାୟଣ ମିଶ୍ର ରେସରେ ଅଛନ୍ତି । ଏ ଦୁଇ ଭେଟେରାନଙ୍କ ମଧ୍ୟରୁ କାହା ମୁଣ୍ଡରେ ଦଳୀୟ ହାଇକମାଣ୍ଡ ସୁନା କଳସ ଢ଼ାଳିବେ ତାହା ଏବେ ମିଲିୟନ ଡଲାରର ପ୍ରଶ୍ନ । ତେବେ ଖୋଦ ବିଜେପି ଶିବିରର ବହୁ ପୁରୁଖା ନେତାଙ୍କ ଯୁକ୍ତି ହେଉଛି ବିରୋଧୀ ଦଳ ନେତା ପଦ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ମୋହନ ଫିଟ୍ ନୁହନ୍ତି । ଯେ ନିଜ ନିର୍ବାଚନମଣ୍ଡଳୀ କଥା ବୁଝିପାରୁନାହାନ୍ତି, ସେ ବିଧାନସଭାରେ କି ରଣକୌଶଳ ଆଦରିବେ ?

ପ୍ରଦୀପ୍ତଙ୍କ ପରେ କିଏ ? ବିଜେପି ଯଦି ସ୍ୱାସ୍ଥ୍ୟାବସ୍ଥା କାରଣରୁ ପ୍ରଦୀପ୍ତ ନାଏକଙ୍କୁ ବିରୋଧୀ ଦଳ ନେତା ପଦରୁ ଅବ୍ୟାହତି ଦିଏ ତେବେ ତାଙ୍କ ଆସନରେ କିଏ ବସିବ ? ବିଜେପି ବିଧାୟକମାନେ ବିଧାନସଭାରେ କାହା ଇସାରାରେ କାମ କରିବେ ? ଏହାକୁ ନେଇ ଦଳ ଭିତରେ ଏବେ ଆରମ୍ଭ ହୋଇଛି ଟୁପୁରୁ ଟାପୁରୁ ।  ତେବେ ଖୋଦ ଦଳୀୟ ମହଲରେ ଜୋରଦାର ଆଲୋଚନା ଯେ, ଜୟନାରାୟଣ ଏବଂ ମୋହନ ଏବେ ଏ ପଦ ଉପରେ ଆଖି ପକାଇଛନ୍ତି । ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ଏ ପଦ ପାଇଁ ଲୋଭ ସମ୍ବରଣ କରିପାରୁ ନାହାନ୍ତି । ଜୟନାରାୟଣ ଓ ମୋହନ ଦିଲ୍ଲୀରେ ଡେରା ପକାଇଛନ୍ତି ।  କଳ ବଳେ କୌଶଳେ କିଭଳି ନେତା ଲଡୁ ଖାଇବେ ସେଥିପାଇଁ ଲବିକୁ ଜୋରଦାର କରିଛନ୍ତି । ରାଜନୈତିକ ମହଲର ଯୁକ୍ତି ହେଉଛି, ବିଜେପି ପ୍ରଥମ ଥର ପାଇଁ ବିଧାନସଭାରେ ବିରୋଧୀ ଦଳ ଆସନରେ ବସିଛି । ବିରୋଧୀ ଦଳ ନେତା ପଦ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦ । ଏହି ପଦର ସ୍ୱତନ୍ତ୍ର ଗରିମା ରହିଛି । ଏହି ପଦ ପାଇଁ ତୁଳନାତ୍ମକ ଭାବେ ମୋହନଙ୍କ ଅପେକ୍ଷା ଜୟ ବେଶୀ ଯୋଗ୍ୟ । ଜୟଙ୍କ ଅଭିଜ୍ଞତା ଓ ରାଜନୈତିକ ଉପସ୍ଥିତ ବୁଦ୍ଧି ହିଁ ଦଳକୁ ଗୃହ ପରିଚାଳନାରେ ବେଶ ଲାଭ ଦେବ । ଏହାଛଡ଼ା ଚଳିତ ବିଧାନସଭାରେ ବିରୋଧୀ ଦଳ ନେତା ପଦ ପାଇଁ ଜୟ ଅଧିକାଂଶ ବିଧାୟକଙ୍କ ପ୍ରଥମ ପସନ୍ଦ ଥିଲେ । ଜୟଙ୍କ ପଲା ଭାରି ଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋର୍ଟରେ ଏବେ ବଲ୍ । ତାଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ  ହେବ ।

ଦୀର୍ଘଦିନ ହେବ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ । ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରେ ବିଜେପି ବିଧାୟକ ଏବେ ବିଧାନସଭାରେ ବାଟବଣା । ମୁରବୀବିହୀନ ଭଳି କାମ କରୁଛନ୍ତି ବିଜେପି ବିଧାୟକ । ଦିଶାହୀନ ଭାବେ ଦଳୀୟ ବିଧାୟକ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି । କେତେବେଳେ କାହାକୁ ଟାର୍ଗେଟ୍ କରୁଛନ୍ତି ନିଜେ ଜାଣିପାରୁନାହାନ୍ତି । କେତେବେଳେ ବିଷ୍ଣୁ ସେଠୀ କଂଗ୍ରେସ ଉପରେ ବର୍ଷିଲେଣି ତ କେତେବେଳେ ଜୟନାରାୟଣ ବିଜେଡିକୁ ଟାର୍ଗେଟ କଲେଣି । ସେପଟେ ମୋହନ ମଧ୍ୟ ନିଜ ବ୍ୟକ୍ତିଗତ ଦବଦବା ଦେଖାଇବାକୁ ଯାଇ ସରକାରଙ୍କୁ ତୀର୍ଯ୍ୟକ ଶବ୍ଦବାଣ ମାରୁଛନ୍ତି । ପ୍ରଦୀପ୍ତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ନୂଆ ନେତା ବାଛିବାକୁ ଦିଲ୍ଲୀରେ ଲବି ତେଜିଛି । ତେବେ ଜୟନାରାୟଣଙ୍କୁ ଏ ଗୁରୁତ୍ବପୂର୍ଣ୍ଣ ପଦବୀ ମିଳିପାରେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ତେଜିଛି ।

ଗତ ଶନିବାର ଦିନ ବିଜେପିର ଦୁଇ ବରିଷ୍ଠ ନେତା ଜୟନାରାୟଣ ଓ ମୋହନ ଦିଲ୍ଲୀରେ ପହଞ୍ଚି ଏ ସମ୍ପର୍କରେ ଦଳର ବରିଷ୍ଠ ନେତାଙ୍କ ସହ ବିଚାର ବିମର୍ଶ କରିଛନ୍ତି । ମାତ୍ର ଏ ଦୁଇ ବିଧାୟକ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ଦୁହେଁ ପବ୍ଲିକ ଆକାଉଣ୍ଟସ କମିଟିର ଶହେ ବର୍ଷ ପୂର୍ତ୍ତି ଉତ୍ସବକୁ ଆସିଥିବା କହିଛନ୍ତି । ଏପରିକି ଦଳର ସାଧାରଣ ସଂପାଦକ ରବି ନାୟକ କହିଛନ୍ତି, ଯେ କେହି ବିଧାୟକ ଦିଲ୍ଲୀ ଯାଇନାହାନ୍ତି  । ମାତ୍ର ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ନ୍ୟାୟରେ ଖୋଦ ବିଜେପିର ଭିତିରି ମହଲ କହୁଛି, ଜୟନାରାୟଣ  ଓ ମୋହନଙ୍କ ମଧ୍ୟରୁ ଜଣଙ୍କୁ ପରବର୍ତ୍ତୀ ବିରୋଧୀଦଳ ନେତା ପଦରେ ବସାଇବାକୁ ଦଳ ଚିନ୍ତା କରୁଛି ।

ରାଜେନୖତିକ ମହଲର ଅନୁମାନ କହୁଛି, ଜୟନାରାୟଣ ବିରୋଧୀଦଳ ନେତା ମୁକୁଟ ପିନ୍ଧିବାର  ସମ୍ଭାବନା ଅଧିକ । ଯଦିଓ ଜୟନାରାୟଣ ପ୍ରାୟତଃ ଅସୁସ୍ଥତା ଦେଇ ଗତି କରୁଛନ୍ତି ତଥାପି  କିଛିଦିନ ହେଲା ସେ ଧର୍ମେନ୍ଦ୍ରଙ୍କ ପ୍ରଶଂସକ ତାଲିକାରେ ସର୍ବାଗ୍ରେ ରହିଛନ୍ତି । ଧର୍ମେନ୍ଦ୍ରଙ୍କ କିଛି ଟୁଇଟକୁ ସେ ବରାବର ରିଟୁଇଟ ଓ ଲାଇକ୍ କରୁଥିବା ଦେଖିବାକୁ ମିଳିଛି । ସହଜେ ବିଜେପିରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମାନ୍ତରାଳ ସଂଗଠନକୁ ନେଇ ଦଳ ଲୋକହସା । ତେଣୁ ବିରୋଧୀ ଦଳ ନେତା ପଦକୁ ନେଇ ଛକି-ଶୂନ ଖେଳ ପଦାକୁ ନଆସୁ ସେଥିପାଇଁ ଦଳ ବେଶ୍ ସତର୍କ ରହିଛି ।

ବ୍ରିଜରୁ ଖସି ବାଳକ ନିଖୋଜ, ଖୋଜୁଛି ଅଗ୍ନିଶମ ବାହିନୀ

ଗଞ୍ଜାମ: ବ୍ରିଜରୁ ପାଣିକୁ ଖସି ବାଳକ ନିଖୋଜ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସାନ ଉସ୍ତାପଡ଼ା ନିକଟ ଜଗତା ବ୍ରିଜରେ ଘଟିଛି ଅଘଟଣ  । ନିଖୋଜ ବାଳକ ହେଲେ ରାଣୀପଡ଼ା ଗାଁର ଆକାଶ ନାୟକ । ଗାଧୋଇ ଯାଇଥିବା ବେଳେ ଘଟିଛି ଏହି ଘଟଣା । ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ଆକାଶଙ୍କ ପତ୍ତା ମିଳିନାହିଁ ।

ଘରେ ଗାଧୋଇଯିବା କହି ବାହାରିପଡ଼ିଥିଲେ ଆକାଶ  । କିନ୍ତୁ ଦୀର୍ଘ ସମୟ ହେବ ଆଉ ଘରକୁ ଫେରିନଥିଲେ  । ସେପଟେ ଆକାଶ ଗାଧୋଇଯାଇଥିବା ସମୟରେ ଏପରି ଅଘଟଣ ଘଟିଥିବା ନେଇ ପରିବାର ଲୋକ ପରେ ଅବଗତ ହୋଇଥିଲେ  । ଅଭିଯୋଗ ପାଇବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଖୋଜାଖୋଜି ଜାରି ରଖିଛି  । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନିକୋଜ ବାଳକର କୌଣସି ଖୋଜ ଖବର ମିଳି ପାରିନାହିଁ  ।

ଓଡ଼ିଶାରେ ବର୍ଷାର ତାଣ୍ଡବ ରଚିବା ପରେ ପଶ୍ଚିମବଙ୍ଗ ମୁହାଁ ‘ଜଓ୍ବାଦ’

ଭୁବନେଶ୍ବର: ସମୁଦ୍ରରେ ଦୁର୍ବଳ ହେଲା ବାତ୍ୟା ‘ଜଓ୍ବାଦ’ । ପୁରୀ ଉପକୂଳ ଛୁଇଁଲାନି । ସମୁଦ୍ର ସମୁଦ୍ରରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରୁଛି । ବାତ୍ୟାର ପ୍ରଭାବ ନଥିଲେ ମଧ୍ୟ ଉପକୂଳରେ ବର୍ଷା ଲାଗି ରହିଛି । ପବନର ବେଗ ଘଣ୍ଟାକୁ ସର୍ବାଧିକ ୬୦ କିମି ଯାଏଁ ରହିପାରେ । ଉତ୍ତର ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା  ସମ୍ଭାବନା ରହିଛି । ସାରା ରାଜ୍ୟରେ ବର୍ଷା ହେଉଥିବା ବେଳେ ଗଞ୍ଜାମରେ ସର୍ବାଧିକ ବର୍ଷିଛି । ତେବେ ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

‘ଜଓ୍ବାଦ’କୁ ନେଇ ଯେତେ ଆଶଙ୍କା କରାଯାଉଥିଲା ତାହା ସେମିତି ରୂପ ନେଲାଣି । ସମୁଦ୍ର ମଧ୍ୟରେ ବାତ୍ୟାରୁ ଅବପାତରେ ପରିଣତ ହେବା ସହ ବଳ ହରାଇଲା । ପବନ ସିନା କମିଗଲା, ହେଲେ ବାତ୍ୟା ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଉତ୍ତରରୁ ଦକ୍ଷିଣ ଉପକୂଳ, ସବୁଠି କାଚିଲା । ବିଲରେ ଲହଡ଼ି ମାରୁଛି ପାଣି ।

ଅବପାତର ରୂପ ନେବା ପରେ ପୁରୀ ଅତିକ୍ରମ କରିଛି ଜଓ୍ବାଦ୍ । ଉତ୍ତର ଦିଗରୁ ରିକର୍ଭ କରି ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ଆଜି ମଧ୍ୟରାତ୍ରରେ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇ ଦୁର୍ବଳ ହେବ । ଫଳରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଞ୍ଜାମ, ନୟାଗଡ, କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ସହ ଉପକୂଳବର୍ତ୍ତୀ ଜିଲ୍ଲାରେ ଘଣ୍ଟାକୁ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ପବନର ଝଟ୍‌କା ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ସେପଟେ ଦେଖିଲେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ନୟାଗଡ଼ରେ ୧୦୭.୫ ମିମି, ଛତ୍ରପୁରରେ ୮୬.୬, ଖୋର୍ଦ୍ଧା ବାଣପୁରରେ ୮୧, ପୋଲସରାରେ ୭୧.୮, କୋଦଳାରେ ୬୮, ଏରସମାରେ ୬୮ ଓ ରାଜନଗରରେ ୬୫ ମିମି ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବାତ୍ୟାର ପ୍ରଭାବ କମି ନଥିବାରୁ ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇ ଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର. ବିଶ୍ବାସ କହିଛନ୍ତି ।

ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିବ । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ । ବର୍ଷା ପ୍ରଭାବରେ ପାଗ କୋହଲା ରହିବା ସହ ଶୀତ ଅନୁଭୂତ ହେବ ।

ବ୍ରୋଞ୍ଜ ମେଡାଲ ମ୍ୟାଚରେ ଫ୍ରାନ୍ସଠାରୁ ୩-୧ରେ ହାରିଲା ଭାରତ  

ଭୁବନେଶ୍ୱର: ରବିବାର ବ୍ରୋଞ୍ଜ ମେଡାଲ ମ୍ୟାଚ ପାଇଁ କଳିଙ୍ଗର ବ୍ଲୁ ଟର୍ଫକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଫ୍ରାନ୍ସକୁ ସହ ହୋଇଥିଲା ମୁକାବିଲା । ତେବେ ମ୍ୟାଚରେ ଫ୍ରାନ୍ସଠାରୁ ୩-୧ ଗୋଲରେ ପରଜାୟ ବରଣ କରିଛି ଭାରତ। ଏହି ପରାଜୟ ସହ ଚତୁର୍ଥ ସ୍ଥାନରେ ବିଶ୍ୱକପ ଅଭିଯାନ ଶେଷ କରିଛି ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ଫ୍ରାନ୍ସ ମ୍ୟାଚରେ ବିଜୟ ଲାଭ କରି ତୃତୀୟ ସ୍ଥାନରେ ବିଶ୍ୱକପ ଅଭିଯାନ ଶେଷ କରିଛି।

ମ୍ୟାଚ ଆରମ୍ଭରୁ ହିଁ ଭାରତ ଉପରେ ଚାପ ସୃଷ୍ଟି କରିଥିଲା ଫ୍ରାନ୍ସ । ପୂରା ମ୍ୟାଚରେ ଫ୍ରାନ୍ସକୁ ୧୪ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯେଉଁଥିରୁ ଫ୍ରାନ୍ସ ୩ଟି ଗୋଲ ସ୍କୋର କରିପାରିଥିଲା । ସମସ୍ତ ଗୋଲ ଫ୍ରାନ୍ସ ଅଧିନାୟକ କ୍ଲିମେଣ୍ଟ ତିମଥି ଦେଇଥିଲେ। ସେପଟେ ଭାରତର ଏକମାତ୍ର ଗୋଲ ୪୧ ମିନିଟରେ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋଙ୍କ ଷ୍ଟିକରୁ ଆସିଥିଲା। ଭାରତକୁ ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ବି ଏହାକୁ ଗୋଲରେ ରୂପାନ୍ତରିତ କରିପାରିନଥିଲା ଟିମ୍ ଇଣ୍ଡିଆ ।

ନୂଆବର୍ଷ ପୂର୍ବରୁ ଏ କାର କିଣିଲେ ୨.୫୦ ଲକ୍ଷ କମ ପଡ଼ିବ

ନୂଆଦିଲ୍ଲୀ: ଡିସେମ୍ବର ମାସ ଚାଲିଛି । ଆଉ ଦିନ କେଇଟା ପରେ ଆସିଯିବ ନୂଆବର୍ଷ ୨୦୨୨ । ନୂଆବର୍ଷରେ ସମସ୍ତେ କିଛି ନୂଆ କରିବାକୁ ଯୋଜନା କରିଥାନ୍ତି । ଆପଣ ବି ନିଶ୍ଚିତ କରୁଥିବେ । ଆମେ ଆଜି ଏମିତି ଏକ ଅଫର୍ ବିଷୟରେ କହିବାକୁ ଯାଉଛି, ଗୋଟିଏ ବୁକିଂରେ ଆପଣ ବଞ୍ଚାଇ ପାରିବେ ୨.୫୦ ଲକ୍ଷ ଟଙ୍କା । ନୂଆବର୍ଷରେ ନୂଆ ଜିନିଷ କିଣା ହୋଇଯିବ ଓ ଆପଣ ଅଢେଇ ଲକ୍ଷ ଟଙ୍କା ସେଭିଂ କରିପାରିବେ । ଦମଦାର ଅଫର ନା । ତେବେ ବେଶି ଡେରି ନକରି ଆସନ୍ତୁ ଜାଣିବା କିଏ ଆଣିଛି ଏମିତି ମେଗା ଅଫର୍ ? କ’ଣ ଏହି ଅଫର୍ ? କ’ଣ ରହିଛି ଏଥିରେ ବିଶେଷତ୍ବ ?

ଆପଣ ଯଦି କାର୍ ସୌଖନୀ ତେବେ Renault Duster ଉପରେ ଥରେ ନଜର ପକାନ୍ତୁ । ନୂଆବର୍ଷରେ ପ୍ରାୟ ୨.୫୦ ଲକ୍ଷ ଟଙ୍କା ସେଭିଂର ଅଫର ନେଇ ଆସିଛି Renault Duster । ଡଷ୍ଟରର କିଛି ମଡେଲ ଉପରେ କମ୍ପାନୀ ୨.୫୦ ଲକ୍ଷ ଟଙ୍କାର ଲାଭ ଦେଉଛି । ହେଲେ ୩୧ ଡିସେମ୍ବର ସୁଦ୍ଧା ଆପଣଙ୍କୁ ବୁକ୍ କରିବାକୁ ପଡ଼ିବ Renault Duster ।

କେମିତି ମିଳିବ ୨.୫୦ ଲକ୍ଷ ?

କାର୍ ବୁକିଂରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ, ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଓ ୩୦ ହଜାର ପର୍ଯ୍ୟନ୍ତ କର୍ପୋରେଟ ଡିସକାଉଣ୍ଟ ଅଫର ରହିଛି । ଏହାବାଦ Renault Dusterରେ ମିଳୁଛି ୧.୧୦ ଲକ୍ଷ ଟଙ୍କାର ସ୍ପେଶାଲ ଲୟାଲିଟି ବେନିଫିଟ୍ । ସ୍ପ୍ରାପପେଜ୍ ପ୍ରୋଗ୍ରାମ ଜରିଆରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭ ମିଳୁଛି । ସବୁକୁ ମିଶାଇଲେ ମୋଟ ୨.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେଭିଂ କରିପାରିବେ ।

ଇଞ୍ଜିନ ବିଶେଷତ୍ବ ?

କମ୍ପାକ୍ଟ ଏସୟୁବି Renault Dusterର ବଜାର ମୂଲ୍ୟ ୯.୮୬ ଲକ୍ଷ ଟଙ୍କା ରହିଛି । ଏଥିରେ ୫ଟି ସିଟ୍ ଓ ଦୁଇଟି ଇଞ୍ଜିନ ଅପ୍ସନ ରହିଛି । ପ୍ରଥମ ଇଞ୍ଜିନ ୧.୫ ଲିଟର ପେଟ୍ରୋଲ ୟୁନିଟ୍ (106PS/142Nm) ରହିଛି ଓ ଏହାକୁ 5 Speed MT ସହ ଯୋଡ଼ା ଯାଇଛି । ଦ୍ବିତୀୟ ଇଞ୍ଜିନ ୧.୩ ଲିଟର ଟର୍ବୋ ପେଟ୍ରୋଲ ୟୁନିଟ (156PS/254Nm) ଓ ଏହାକୁ 6 Speed MT ଓ 7 Step CVT ସହ ଯୋଡ଼ା ଯାଇଛି ।

କ’ଣ ରହିଛି ଅନ୍ୟ ବିଶେଷତ୍ବ ?

ଫିଚର୍ସ କଥା କହିବା ତ Renault Dusterରେ 7 ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମର ଆଣ୍ଡ୍ରୋଏଡ ଅଟୋ ଓ ଆପଲ କାରପ୍ଲେ ରହିଛି । ୬ ସ୍ପିକର ଆକ୍ରମିସ୍ ସାଉଣ୍ଡ ସିଷ୍ଟମ ସହ ରିୟର ଏସି ଭେନେଟ ଅଟୋ କ୍ଲାଇମେଟ୍ କଣ୍ଟ୍ରୋଲ ରହିଛି । ପ୍ରୋଜେକ୍ଟର ହେଡଲାମ୍ପସ୍ ସହ ଡିଆରଏଲସ୍, ଇଞ୍ଜିନ ଆଇଡଲ ଷ୍ଟପ/ଷ୍ଟ୍ରାର୍ଟ ଏବଂ କେବିନ ପ୍ରି କୁଲିଂ ବ୍ୟବସ୍ଥା ରହିଛି । କମ୍ପାନୀ ଯାତ୍ରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇଛି । ଏଥିରେ ଡୁଆଲ ଫ୍ରଣ୍ଟ ଏୟାରବ୍ୟାଗସ୍, ଏବିଏସ ସହ ଇବିଡି, ପାର୍କିଂ ସେନସର ଓ ଫ୍ରଣ୍ଟ ସିଟବେଲ୍ଟ ରିମାଇଣ୍ଡ ପରି ଷ୍ଟାଣ୍ଡାର୍ଡ ଫିଚର ରହିଛି ।

Renault Dusterର ମୁକାବିଲା Hyundai Creta, Nissan Terrano, Tata Harrier ଓ MG Hector ପରି କାର୍ ସହ କରାଯାଇଥାଏ ।

ମନ୍ତ୍ରୀ ଦାବି ନଶୁଣିବାରୁ ରେଳ ରୋକିଲେ

କୋରାପୁଟ: ରେଳ ରହଣି ପାଇଁ ରେଳକୁ ରୋକିଦେଲେ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ରେଳ ରହଣି ପାଇଁ ବାରମ୍ବାର ଲିଖିତ ଦାବି ପ୍ରଦାନ କରିବା ପରେ ମଧ୍ୟ ପାସେଞର ଟ୍ରେନ ନରହିବା ପ୍ରତିବାଦରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଲକ୍ଷ୍ମୀପୁର ଗସ୍ତ ସମୟରେ ଏଥିପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଲୋଚନା ପାଇଁ ବିଶାଖାପାଟଣା ଡିଆରଏମ୍ ମଧ୍ୟ ୬ଜଣିଆ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ ।

କିନ୍ତୁ ଯଥା ପୂର୍ବଂ ତଥା ପରଂ  । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କିଛି ଫଳ ମିଳିନାହିଁ । ସେପଟେ ଟ୍ରେନ୍ ରହଣି ସକାଶେ ୨୦ଦିନ ସମୟ ମାଗିଥିଲା ରେଳ ବିଭାଗ । ହେଲେ ପ୍ରତିଶୃତି ରଖି ନଥିବାରୁ ଲକ୍ଷ୍ମୀପୁର ବିକାଶ ପରିଷଦ ରେଳଧାରଣା ଉପରେ ଆନ୍ଦୋଳନ କରିବା ସହ ରେଳରୋକ କରିଛି । ଦାବି ପୁରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ପରିଷଦ ଚେତାବନୀ ଦେଇଛି ।