spot_img
Home Blog Page 4826

ପଞ୍ଚମ ଦିନରେ ଗୃହକୁ ଚଳେଇ ଦେଲେନି ବିରୋଧୀ

ଭୁବନେଶ୍ୱର:ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଅଚଳ ହେଲା ଗୃହକାର୍ଯ୍ୟ  । ବିରୋଧି ବିଜେପି ଓ କଂଗ୍ରେସର ବିଧାୟକ ମାନେ ହୋ ହଲ୍ଲା ହଟ୍ଟଗୋଳ କରିବା ଦ୍ୱାରା ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇ ପାରିନାହିଁ  । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି  । ସେପଟେ ଶାସକ ବିଜେଡ଼ିର ବିଧାୟକ ମଧ୍ୟ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ଘୋଷଣା କରିବା ନେଇ ପ୍ରତିବାଦ କରିଛନ୍ତି  ।

ଗତ ୪ ଦିନରେ ଘଣ୍ଟାଏ ବି ଚାଲିପାରିଲାନି ଗୃହ । ପ୍ରଥମ ଦିନରେ ଶୋକ ପ୍ରସ୍ତାବକୁ ଛାଡି ୪ ମିନିଟ୍ ଚାଲିଥିଲା ଗୃହ । ଦ୍ବିତୀୟ ଦିନରେ ହୋହଲ୍ଲା ହଟ୍ଟଗୋଳ ଭିତରେ ଚାଲିଲା ୧୪ ମିନିଟ୍ । ତୃତୀୟ ଦିନରେ ହଟ୍ଟଗୋଳରେ ଗୃହ ୧୧ ମିନିଟ୍ ଚାଲିଥିବାବେଳେ  ଚତୁର୍ଥ ଦିନରେ ମାତ୍ର ୩ ମିନିଟ୍ ଚାଲିଛି ଗୃହ । ହଟ୍ଟଗୋଳ ଓ ହୋହଲ୍ଲା ଭିତରେ ରାଜ୍ୟର ସ୍ବାର୍ଥକୁ ଭୁଲି ଯାଉଛନ୍ତି ବିଜେପି ଓ କଂଗ୍ରେସ ସଦସ୍ୟ  ।

ବିଧାନସଭାରେ ପ୍ରତିଦିନ ହଟ୍ଟଗୋଳ କରିଚାଲିଛନ୍ତି ବିରୋଧୀ ସଦସ୍ୟ  । ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ ସ୍ୱତେ ମଧ୍ୟ  ବିରୋଧୀଙ୍କ ଏଭଳି ବେପାରୁଆ ମନୋଭାବ ବିଧାନସଭାର ମୂଲ୍ୟକୁ କୁଠାରଘାତ କରିଛି  । ବିଧାନସଭା ଚାଲିବାର ଚତୁର୍ଥ ଦିନରେ ମଧ୍ୟ ଗୃହକାର୍ଯ୍ୟ ଅଚଳ ରହିଛି  । ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟରେ ଏଭଳି ଅଭିନବ ପ୍ରତିବାଦର ପ୍ରତିଯୋଗିତା ଭିତରେ ବଳି ପଡ଼ିଯାଉଛି ଓଡ଼ିଶାର ସ୍ୱାର୍ଥ ।

 

ଓଲଟିପଡ଼ିଲା ଡଙ୍ଗା, ଭାସିଗଲେ ୧୨ ଜଣ

କୋଲକାତା: ଦେଖୁ ଦେଖୁ ଆଖି ଆଗରେ ଓଲଟିପଡ଼ିଲା ଡଙ୍ଗା  । ଉଛୁଳା ନଦୀରେ ଭାସି  ଯାଉଛନ୍ତି ଏକାଧିକ ଲୋକ  ।  ସୁନ୍ଦରବନ୍ ଅଞ୍ଚଳ ବେତନି ନଦୀରେ ଘଟିଛି ଏହି ଅଘଟଣ । ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିବାବେଳେ, ଅଳ୍ପକେ ବର୍ତ୍ତିଯାଇଛନ୍ତ 12ଜଣ । ଡଙ୍ଗାରେ ଲୁହା ରଡ ନେଇ ଯିବା ବେଳେ ହଠାତ୍ ଜଳସ୍ତର ବୃଦ୍ଧି ପାଇବାରୁ ଭାରସାମ୍ୟ ହରାଇ ଡ଼ଙ୍ଗାଟି ବୁଡି ଯାଇଥିଲା ।

ସେପଟେ ଡ଼ଙ୍ଗାରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇସ୍ଥନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି  ।  ଅନ୍ୟପଟେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଜୱାଦ୍ ପାଇଁ ଆଗାମୀ ୫ଦିନ ଡଙ୍ଗା, ଟ୍ରଲର ଓ ମତ୍ସ୍ୟଜୀବୀଙ୍କୁ ପାଣିକୁ ଯିବା ବାରଣା ହୋଇଥିଲା । କିନ୍ତୁ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି ଡଙ୍ଗାରେ କିପରି ୭ କ୍ଵିଣ୍ଟାଲରୁ ଅଧିକ ଲୁହା ଛଡ଼ ନିଆଯାଉଥିଲା ତାହାର ସନ୍ଧାନ ଆରମ୍ଭ କରାଯାଇଛି  ।

 

ପୋଲିସ ଜାଲରେ ପ୍ରେମିକ ୪୨୦

ବାଲେଶ୍ବର: ଭୁବନେଶ୍ବର ସହିଦନଗର ପୋଲିସ କବଜାରେ ଏବେ ନକଲି ଡାକ୍ତର ପ୍ରଭାସ ରାଜ । ବାଲେଶ୍ବରରୁ ଏହି ଷଷ୍ଠରୁ ନଷ୍ଟ ଯୁବକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ପ୍ରଭାସର ଘର କଟକ ଜିଲ୍ଲା ବଡମ୍ବା ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି । ଫେସବୁକରେ ନିଜକୁ MKCG ମେଡିକାଲର ଡାକ୍ତରର ପରିଚୟ ଦେଉଥିଲା ଏହି ପ୍ରେମିକ ପ୍ରବର ରସିକ ନାଗର । ଆଉ ଟାର୍ଗେଟରେ ଥିଲେ ସୁନ୍ଦରୀ ଯୁବତୀ ।

ଗୋଟିଏ ପରେ ଗୋଟିଏ ଝିଅଙ୍କୁ ପ୍ରେମ ଜାଲରେ ଫସାଇ ଅଭିନବ ଉପାୟରେ ସେମାନଙ୍କୁ ଲୁଟୁଥିଲା ଅଭିଯୁକ୍ତ । ସପିଂ ବାହାନାରେ ପ୍ରେମିକାଙ୍କଠୁ ପର୍ସ ସହିତ ମୋବାଇଲ ଧରି ଚମ୍ପଟ ମାରୁଥିଲା ପ୍ରଭାସ । ପୂର୍ବରୁ ଏକାଧିକ ଥର ଜେଲ୍ ଯାଇଥିଲେ ମଧ୍ୟ ପ୍ରଭାସର ଅପରାଧ ମନୋବୃତ୍ତି ବଦଳିନଥିଲା । ଆଉ ଏବେ ଅଭିଯୁକ୍ତକୁ ଗିରଫ କରି ଜେଲ୍ ପଠାଇଛି ସହିଦ ନଗର ପୋଲିସ । ପ୍ରଭାସ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

ବିଧାନସଭା ସ୍ୱାଭାବିକ ଚାହୁଁଛି ଶାସକ ଦଳ

ଭୁବନେଶ୍ୱର: ଦୁଇ ଦିନର ବିରତି ପରେ ଆଜି ବିଧାନସଭା ସ୍ବାଭାବିକ ହେବ କି ନାହିଁ । ତାକୁ ନେଇ ଉଠିଛି ପ୍ରଶ୍ନ । ବିରୋଧୀ ଅସହଯୋଗ କରୁଥିବାରୁ ଗୃହରେ ଅଚଳାବସ୍ଥା ଜାରି ରହିଛି । ବିଜେପି ଓ କଂଗ୍ରେସ ଏକ ହୋଇ ଗୃହରେ ଅଭିନବ ଉପାୟରେ ହଟଗୋଳ କରୁଥିବାରୁ ଗୃହକୁ ବାରମ୍ବାର ମୁଲତବୀ କରୁଛନ୍ତି ବାଚସ୍ପତି ।

ତେବେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ଆଭିମୁଖ୍ୟ କଣ ରହିବ ତାହା ସ୍ପଷ୍ଟ ହେବ । ତେବେ ଶାସକ ଦଳ ଗୃହକୁ ସ୍ବାଭାବିକ ଭାବେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛି । ଆଜି ବିଧାନସଭାରେ ଗରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି । ଗୃହ, ଅର୍ଥ, ସ୍ବାସ୍ଥ୍ୟ, ଅବକାରୀ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସାଧାରଣ ପ୍ରଶାସନ, ଖଣି ଓ ଓ୍ବାର୍କସ ଡିପାର୍ଟମେଣ୍ଟର ପ୍ରଶ୍ନକାଳ ରହିଛି ।

ଓ୍ବେଲମାର୍କ ଲୋ ପ୍ରେସର ହେଲା ବାତ୍ୟା ‘ଜଓ୍ବାଦ’

ଭୁବନେଶ୍ୱର: ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ବାତ୍ୟା ଜଓ୍ବାଦ । ଆଜି ବାତ୍ୟା ଜଓ୍ବାଦ ଦୁର୍ବଳ ହୋଇ ପଶ୍ଚିମବଙ୍ଗର ସାଗର ଆୟରଲାଣ୍ଡରେ ପହଞ୍ଚିବ । ବାତ୍ୟା ଦୁର୍ବଳ ହୋଇଥିବାରୁ ଆଜିଠୁ ପାଗରେ ଆସିବ ପରିବର୍ତ୍ତନ । ଆଜି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ।

ବାତ୍ୟା ସମ୍ପୂର୍ଣ୍ଣ ଦୁର୍ବଳ ହୋଇଥିଲେ ମଧ୍ୟ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବ ।  ତେବେ ସମୂଦ୍ର ସାମାନ୍ୟ ଅଶାନ୍ତ ରହିବ । ଏଥିପାଇଁ ଆସନ୍ତା ୧୨ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୂଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ଆଜି ବର୍ଷା ପ୍ରଭାବରେ ପାଗ କୋହଲା ରହିବା ସହ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

‘ଜୱାଦ’ ଯିବା ପରେ ଜଗା ଆକାଶରେ ରଙ୍ଗର ଖେଳ

ପୁରୀ: ଜଗା ଦୁଆରୁ ଜୱାଦ ବାଟ କାଟିଛି । ପୁରୀ ଠାରୁ ଦୂରେଇ ଯାଇଛି ସାମୁଦ୍ରିକ ଝଡ଼ । ଶ୍ରୀକ୍ଷେତ୍ର ଆକାଶରେ ବାତ୍ୟା ପରର ଦୃଶ୍ୟ ଅଗଣିତ କାଳିଆ ଭକ୍ତଙ୍କୁ ଆକର୍ଷିତ କରିଛି  । ସତେ ଯେମିତି ପୁରୀ ଆକାଶରେ କିଏ ରଙ୍ଗର ଛିଟା ଲେପି ଦେଇଛି  । ମନେ ହେଉଛି ଯେମିତି ମହାବାହୁ ଲାଲ୍ ଅବୀରରେ ହୋଲି ଖେଳୁଛନ୍ତି  ।

ଅପରାହ୍ନରେ କ୍ୟାମେରାର ଫ୍ରେମରେ କଏଦ ହୋଇଥିବା ଏମିତି କିଛି ବିରଳ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେସ ଭାଇରାଲ ହୋଇଛି  । ଜୟ ଜଗନ୍ନାଥ କ୍ୟାପସନ ସାଙ୍ଗକୁ ଫଟୋ ପୋଷ୍ଟ କରୁଛନ୍ତି ୟୁଜର୍ସ  ।

କେବଳ ପୁରୀ ବଡ଼ ଦାଣ୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିନାହିଁ, ବଂର ମହୋଦଧିରେ ମଧ୍ୟ ନୀଳ ଆକାଶରେ ଲାଲର ଛିଟା ଦୃଶ୍ୟମାନ ହୋଇଛି  । ସମୁଦ୍ରର ଢେଉ ଭଳି ଆକାଶରେ ମଧ୍ୟ ବାଦଲର ଢେଉ କାଳିଆର ପାଦ ସ୍ପର୍ଶ କରିବାକୁ ଆସିଥିବା ମନେ ହେଉଛି  ।

୨୧ ଛୁଇଁଲା ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ବଢିବାରେ ଲାଗିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । କର୍ଣ୍ଣାଟକ, ଗୁଜରାଟ, ମୁମ୍ବାଇ ପରେ ଦିଲ୍ଲୀ ଓ ଜୟପୁରରୁ ଡେଇଁଛି କରୋନାର ନୂଆ ଭାଇରସ ଓମିକ୍ରନ । ରାଜସ୍ଥାନର ଜୟପୁରରୁ ୯ ଜଣ ଓ ମହାରାଷ୍ଟ୍ରରୁ ୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୨୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

ଦିଲ୍ଲୀରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ । ଆକ୍ରାନ୍ତ ଯୁବକ ନିକଟରେ ତାଞ୍ଜାନିଆରୁ ଫେରିଥିଲେ । ବିଦେଶରୁ ଫେରିଥିବା ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଜିନୋମ ସିକ୍ବେନ୍ସିଂ ପାଇଁ ସାମ୍ପୁଲ ପଠାଯାଇଥିଲା । ସେଥିରୁ ଜଣଙ୍କ ସାମ୍ପୁଲରେ ଅତି ସଂକ୍ରାମକ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ଓମିକ୍ରନ ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । କାନପୁର ଆଇଆଇଟି ପ୍ରଫେସର ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି, ୨୦୨୨ ଜାନୁଆରୀ କିମ୍ବା ଫେବୃଆରୀରେ ଦେଶରେ ଆସିପାରେ ତୃତୀୟ ଲହର । ତେବେ ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର କମ୍ ମାରାତ୍ମକ ହେବ । ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ପରେ ସାରା ବିଶ୍ବରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଅନେକ ଦେଶରେ ଓମିକ୍ରନ୍ ମାମଲା ଆସିବା ପରେ ଭାରତରେ ପହଞ୍ଚିବା ଆରମ୍ଭ କରିଛି । ସଂକ୍ରମଣ ବଢିବାରେ ଲାଗିଛି କିନ୍ତୁ ଅଧିକ ମୃତ୍ୟୁ ହୋଇନି । ନୂଆ ଅଧ୍ୟୟନରୁ ତୃତୀୟ ଲହର ଆସିବା ଆଶଙ୍କା ରହିଛି ବୋଲି ପ୍ରଫେସର ଅଗ୍ରଓ୍ବାଲ କହିଛନ୍ତି ।

୫୦ ରାଉଣ୍ଡ ଫାୟରିଂ: ଅଳ୍ପକେ ବର୍ତ୍ତିଲେ ଆରଏଲଡି ନେତା

ବୁଲେନ୍ଦଶହର: ଉତ୍ତର ପ୍ରଦେଶର ଆରଏଲଡି ନେତା ହାଜି ୟୁନୁସଙ୍କ ଉପରକୁ ଫାୟରିଂ । ଫୁଟିଲା ୫୦ ରାଉଣ୍ଡ ଗୁଳି । ଅଳ୍ପକେ ବର୍ତ୍ତିଲେ ୟୁସୁସ । ହାତରେ ବାଜିଛି ଗୁଳି । ଘଟଣାରେ ୫ ଗୁରୁତର ।

ମିଳିଥିବା ସୂଚନା ଅନୁସାରେ ୟୁନୁସ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ଭୋଜିରୁ ସମର୍ଥକଙ୍କ ସହ ଫେରୁଥିବା ବେଳେ ଭାଇପୁର ଗାଁ ନିକଟରେ ହଠାତ ଆକ୍ରମଣ ହୋଇଥିଲା । ଦୁର୍ବୃତ୍ତମାନେ ଅଟୋମେଟିକ ମେସିନ ଗନରେ ସେମାନଙ୍କ ଉପରକୁ ଗିଳିମାଡ଼ ଆରମ୍ଭ କରିଦେଇଥିଲେ ।

ଗୁଳିମାଡ଼ ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ୬ ମାସ ହେବ ତାଙ୍କୁ ହତ୍ୟା କରାଯିବାକୁ ଷଡଯନ୍ତ୍ର କରାଯାଇଥିବା ଆଶଙ୍କା କରି ସେ ଏସଏସପି ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଯାହା ଏପର୍ଯ୍ୟନ୍ତ ମିଳିନଥିବା ସେ ଅଭିଯୋଗ କରିଛନ୍ତି ।

ୟୁନୁସଙ୍କ ବଡ଼ ଭାଇ ହାଜି ଅଲ୍ଲିଙ୍କ ପୁଅ ଅନସ ତାଙ୍କୁ ହତ୍ୟା କରିବାକୁ ଏମିତି କରିଥାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି । ସୂଚନାଯୋଗ୍ୟ, ଅନସ ନିଜ ବାପା ଅଲ୍ଲୀଙ୍କ ହତ୍ୟା ଅଭିଯୋଗରେ ଡାସନା ଜେଲରେ ବନ୍ଦ ଅଛି ।

ଏସଏସପି ସନ୍ତୋଷ କୁମାର ସିଂ କହିଛନ୍ତି ଘଟଣାରେ ଅନସଙ୍କ ସମ୍ପୃକ୍ତି ଅଛି କି ନାହିଁ ଯାଞ୍ଚ କରାଯାଉଛି ।

ଡେଲ୍ଟା ଛକରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଭୁବନେଶ୍ୱର: ଡେଲଟା ଛକରେ ଥିବା ଏକ ଗହଣା ଦୋକାନରୁ ଲୁଟ  । ସଟର ତାଡ଼ି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର  । ମାଲିକ ଅଳଙ୍କାର ଭର୍ତ୍ତି ଦୋକାନକୁ ଶେଷ ସମୟରେ ସଟ୍ଟର ପକାଇ ଘରକୁ ଯାଇଥିଲେ  । ଆଉ ଯେତେବେଳେ ଦୋକାନ ପାଖରେ ପରବର୍ତ୍ତୀ ସମୟରେ ପହଁଚନ୍ତି  । ମୁଣ୍ଡରେ ହାତ ଦିଅନ୍ତି  । ପାଖରେ ତାଲା ପଡ଼ିଛି, ସଟର ଟେକା ହୋଇଛି  । ଦୋକାନ ଭିତରେ କେବଳ ଖଣ୍ଡ ଖଣ୍ଡ କାଚ ପଡ଼ିଛି  । ଏଭଳି ଏକ ଘଟଣା ଘଟିଛି ରାଜଧାନୀରେ  । କମିଶନରେଟ ପୋଲିସର କଡ଼ା ବଳୟ ଭିତରେ ଥିବା ଭୁବନେଶ୍ୱରରୁ ହୋଇଛି ଲୁଟ  ।

ଶନିବାର ରାତିରେ ଦୋକାନରୁ ଲୁଟ ହୋଇଥିବା ନେଇ ଦୋକାନର ମାଲିକ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ସେପଟେ ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଲୁଟ ହୋଇଥିବା ଦୋକାନକୁ ଦେଖିଲେ ଏହା ସ୍ପଷ୍ଟ ଅନୁମାନ ଯେ, ଏହି ଲୁଟରେ ଏକାଧିକ ବ୍ୟକ୍ତିଙ୍କ ଭୂମିକା ରହିଛି  । କାରଣ ପ୍ରଥମେ ଦୋକାନରେ ଲୁହା ସଟର ପଡ଼ିଥିବା ବେଳେ ତାହାକୁ ମେସିନ ସାହାଯ୍ୟରେ କଟା ଯାଇଥିବା ସ୍ପଷ୍ଟ ଅନୁମେୟ  ।

ସେପଟେ ସଟର ଭାଙ୍ଗିଲା ପରେ କାଚର କବାଟକୁ ମଧ୍ୟ ରଡ଼ ସାହାଯ୍ୟରେ ଭଙ୍ଗା ଯାଇଥିବା ଅନୁମାନ କରାଯାଇଛି  । ଦୋକାନରେ ଅଳଙ୍କାର ଗୁଡ଼ିକ ଡ୍ର ଭିତରେ ରହିଥିଲା  । ‘ଡ୍ର’ କୁ ତଡ଼ାଯାଇଥିବାବେଳେ ଲକରରେ ଥିବା ସମସ୍ତ ଅଳଙ୍କାରକୁ ନେଇଯାଇଛନ୍ତି ଦୁର୍ବୃତ୍ତ  । ଅନ୍ୟପଟେ ଚତୁର ଲୁଟେରା ସିସି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି  । ଦୋକାନରେ ସିସିଟିଭିର ହାର୍ଡ ଡିସ୍କ ରହିଛି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ  । ତେବେ ଏହି ଲୁଟ ଘଟଣାରେ କେଉଁ ମାନେ ସଂଶ୍ଲିଷ୍ଟ ଏବଂ କେବେ ପୋଲିସ ଗିରଫ କରୁଛି ତାହା ହିଁ କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ  ।

ନିଜ ଦଳକୁ ନେବାକୁ ପଞ୍ଜାବରେ ବିଜେପି ବାଣ୍ଟୁଛି ଟଙ୍କା

ଲୁଧିଆନା: ୨୦୨୩ରେ ପଞ୍ଜାବ ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ ରାଜ୍ୟ ରାଜନୀତି ଚରମ ସୀମାରେ ପହଞ୍ଚିଛି । ପଞ୍ଜାମ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ଘମାସାନ ଲାଗିଥିବା ବେଳେ ବିଜେପି ବି ପଛରେ ପଡିନାହିଁ । ହେଲେ ପଞ୍ଜାବରେ ଅସ୍ତିତ୍ବ ନଥିବା ବିଜେପି ସେଠାରେ ପଦ୍ମ ଫୁଟାଇବାକୁ ତଳରୁ ତଳ ସ୍ତରକୁ ଯିବାକୁ ମଧ୍ୟ ପଛାଉ ନାହିଁ । ନିର୍ବାଚନକୁ ବର୍ଷରୁ ଅଧିକ ସମୟ ଥିବେ ବେଳେ ବିଜେପି ଆରମ୍ଭ କରି ଦେଇଛି ଘୋଡ଼ା ବେପାର । ଅନ୍ୟ ଦଳର ହେବିଓ୍ବେଟ୍ ନେତାଙ୍କୁ ନିଜ ଦଳକୁ ନେବାକୁ ଅଆର କରୁଛି ମୋଟା ଅଙ୍କର ଟଙ୍କା । ଏମିତି ଅଭିଯୋଗ ଆଣିଛନ୍ତି ପଞ୍ଜାବ ଆପ ମୁଖ୍ୟ ତଥା ସାଂସଦ ଭଗଓ୍ବନ୍ତ ମାନ ।

ବିଜେପିର ଜଣେ ବରିଷ୍ଠ ନେତା ତାଙ୍କୁ ଦଳରେ ସାମିଲ ହେବାକୁ ଟଙ୍କା ଅଫର କରିଥିବା ସେ ଅଭିଯୋଗ କରିଛନ୍ତି । ଭଗଓ୍ବନ୍ତଙ୍କ ଏପରି ବୟାନ ଆସିବା ପରେ ରାଜ୍ୟ ରାଜନୀତି ଆହୁରି ଉଷ୍ମ ହୋଇଯାଇଛି । ସେ କହିଛନ୍ତି, ‘ବିଜେପିର ଜଣେ ବରିଷ୍ଠ ନେତାଙ୍କ ଫୋନ୍ କଲ୍ ମୋ ପାଖକୁ ଆସିଥିଲା । ବିଜେପିରେ ସାମିଲ ହେବାକୁ ସେ ମୋତେ ଅଫର୍ କରିଥିଲେ । ଏହା ବଦଳରେ ଟଙ୍କା ସହ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବ ବୋଲି କହିଥିଲେ ।’

ବିଜେପିର ଏମିତି ଅଫରକୁ ପ୍ରତ୍ୟାଖାନ କରିବା ସହ ନିନ୍ଦା କରିଛନ୍ତି ଭଗଓ୍ବନ୍ତ । ସେ କହିଛନ୍ତି ‘ମୁଁ ନୋଟ୍ ନୁହେଁ, ବିକ୍ରି ହୋଇଯିବି । ମୁଁ କମିଶନ୍ ନୁହେଁ ଏବେ ମିଶନ ମୋଡରେ ରହିଛି ।’ ଭଗଓ୍ବନ୍ତଙ୍କ ଏଭଳି ବୟାନ ପରେ ବିଜେପିକୁ କଡା ଭାଷାରେ ସମାଲୋଚନା କରିଛନ୍ତି ପଞ୍ଜାବ ଆପ୍ ପ୍ରଭାରୀ ରାଘବ ଚଡ୍ଡ ।