spot_img
Home Blog Page 4806

ତପସ୍ୱିନୀ ମାମଲାରେ ନୂଆ ମୋଡ଼, ଫେରାର୍ ନୁହେଁ ସାଙ୍ଗ ଘରେ ଅଛନ୍ତି ସୁମିତ୍

ବ୍ରହ୍ମପୁର: ଫେରାର ହୋଇନାହାନ୍ତି ଡାକ୍ତର ସୁମିତ । ଅସୁସ୍ଥତା କାରଣରୁ ସାଙ୍ଗ ଘରେ ନେଉଛନ୍ତି ବିଶ୍ରାମ । ଏନେଇ ନନ୍ଦିଘୋଷ ଟିଭିକୁ ସୂଚନା ଦେଇଛନ୍ତି ସୁମିତଙ୍କ ଓକିଲ । ବ୍ରହ୍ମପୁର ବ୍ରହ୍ମାନଗରର ବୋହୂ ଡିମ୍ପଲଙ୍କ କାହାଣୀରେ ନୂଆ ମୋଡ଼ ନେଇଥିଲା । ଏକାକୀ ଛାଡ଼ି ସ୍ୱାମୀ ଡାକ୍ତର ସୁମିତ କୁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ ଡିମ୍ପଲ । ସୁମିତ ସାଙ୍ଗ ଘରେ ଥିବା ନେଇ ସୂଚନା ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଡିମ୍ପଲ । ସ୍ୱାମୀ କୋର୍ଟଙ୍କ ଅବମାନା କରିଛନ୍ତି, କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଦେହ ଖରାପ ହେଲେ ସାଙ୍ଗ ଘରେ ନୁହେଁ, ମେଡିକାଲରେ ରହିବା କଥା । ସେ କିଭଳି ସାଙ୍ଗ ଘରକୁ ଗଲେ । ପୂର୍ବରୁ କହୁଥିଲେ କୋର୍ଟ ନିର୍ଦ୍ଦେଶ ମାନିବି, ଏବେ କାହିଁକି ମାନୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।

Brahmapur Tapaswini Row, Absconding Sumit In Friends House

ବିବାହକୁ ନେଇ ଡିମ୍ପଲଙ୍କ ଅଭିଯୋଗ ପରେ କୋର୍ଟ ପ୍ରଥମେ ୭ ଦିନ ପାଇଁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କୋର୍ଟ ଆଉ ୭ ଦିନ ସମୟ ଦେଇଥିଲେ । ଆସନ୍ତା ୧୭ ତାରିଖ ଯାଏ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁମିତଙ୍କ ଦେଖା ନାହିଁ ବୋଲି ଅଭିଯୋଗ କରିଥିଲେ ସ୍ତ୍ରୀ ଡିମ୍ପଲ । ପୋଲିସ ଉପସ୍ଥିତିରେ ସ୍କୁଟିରେ ସେ ଯାଇଥିବା ଡିମ୍ପଲ ଅଭିଯୋଗ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ତଡ଼ପୁଛନ୍ତି ତପସ୍ୱିନୀ, କୁଆଡ଼େ ଚାଲିଗଲେ ସୁମିତ ?

ଏପରିକି ପୂର୍ବରୁ ୭ ଦିନ ଏକାଠି ରହଣୀ ସମୟରେ ଦମ୍ପତିଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲି ନଥିବା କହିଛନ୍ତି ଡିମ୍ପଲ୍ । ରାତିରେ ସୁମିତ ବାହାରେ ବାରଣ୍ଡାରେ ରାତି ଶୋଉଥିଲେ । ସାଙ୍ଗରେ ମିଶି ଖାଉନଥିଲେ ବୋଲି ଡିମ୍ପଲ୍ କହିଛନ୍ତି । ଏବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଉଭୟ ଭଡ଼ା ଘରେ ୭ ଦିନ ରହିବ କଥା । ଅଥଚ ସୁମିତ, ପତ୍ନୀଙ୍କୁ କିଛି ନଜଣାଇ ସାଙ୍ଗ ଘରକୁ ଚାଲି ଯାଇଛନ୍ତି । ମୋବାଇଲ୍ ସ୍ୱିଚ୍ ଅଫ୍ ରହିଛି, ଯାହାକି ମାମଲାକୁ ନୂଆ ମୋଡ଼ ଦେଇଛି ।

୨୪ ଘଣ୍ଟାରେ ରାଜ୍ୟର ୨୦ ଜିଲ୍ଲାରୁ ୧୭୩ ଜଣ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭୩ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୨ଟି କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୭୧ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୧ ହଜାର ୪୧୪କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୮୬ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩ ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗିରରୁ ଜଣେ, କଟକରୁ ୪ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୨ ଜଣ, ଗଜପତିରୁ ୩ ଜଣ, ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୭ ଜଣ, ଝାରସୁଗୁଡ଼ାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ାରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୧୯ ଜଣ, ପୁରୀରୁ ୫ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୫ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୭ ଜଣ ଓ ଷ୍ଟେଟପୁଲରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋଭିଡରୁ ୧୦ ଲକ୍ଷ ୪୦ ହଜାର ୯୨୭ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୨୦୦୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଚିନ୍ତା ବଢ଼ାଇଲା ଓମିକ୍ରନ; ମୁମ୍ବାଇରେ ୧୪୪ ଧାରା ଲାଗୁ, ରାଲି-ସମାବେଶ ମନା

ମୁମ୍ବାଇ: ମୁମ୍ବାଇରେ ଓମିକ୍ରନର ବଢ଼ୁଥିବା ମାମଲାକୁ ଦେଖି ଆକ୍ସନ ମୋଡରେ ମହାରାଷ୍ଟ୍ର ସରକାର । ଦୁଇ ଦିନ ପାଇଁ ଲାଗୁ ହେଲା ୧୪୪ ଧାରା । ଆଜି ଓ ଆସନ୍ତାକାଲି ୧୪୪ ଧାରା ଲାଗୁ କରାଯାଇଛି । ଏଥିସହ ରାଲି, ସମାବେଶ ଉପରେ ଲଗାଯାଇଛି କଟକଣା । ମହାରାଷ୍ଟ୍ରରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଏଥିରେ ଜଣେ ସାଢ଼େ ୩ ବର୍ଷର ଶିଶୁ ଆକ୍ରାନ୍ତ ହୋଇଛି ।

ମହାରାଷ୍ଟ୍ରରେ ଶୁକ୍ରବାର ଓମିକ୍ରନର ୭ଟି ମାମଲା ଚିହ୍ନଟ ହୋଇଛି । ଏଥିରୁ ୩ଟି କେସ୍ ମୁମ୍ବାଇରୁ ଆସିଥିବା ବେଳେ ୪ଟି ମାମଲା ପିମ୍ପରି ଚିଞ୍ଚୱଡ଼ ନଗରପାଳିକାରୁ ଚିହ୍ନଟ ହୋଇଛି । ମୁମ୍ବାଇରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ବୟସ ୪୮, ୨୫ ଓ ୩୭ ବର୍ଷ । ଏହି ତିନି ସଂକ୍ରମିତ ତାଞ୍ଜାନିଆ, ୟୁକେ ଓ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ଯେତେବେଳେକି ପିମ୍ପରି ଚିହ୍ନଟ ୪ ଜଣ ନାଇଜେରିଆନ୍ ମହିଳାଙ୍କ କଣ୍ଟାକ୍ଟ କେସ୍ ।

ମହାରାଷ୍ଟ୍ରରୁ ଏବେ ସୁଦ୍ଧା ୧୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମାମଲା ୩୨କୁ ବୃଦ୍ଧି ପାଇଛି । ସବୁଠାରୁ ଅଧିକ ୧୭ ଜଣ ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରୁ ୯, ଗୁଜରାଟରୁ ୩, ଦିଲ୍ଲୀରୁ ଗୋଟିଏ ଓ କର୍ଣ୍ଣାଟକୁ ଗୋଟିଏ ଓମିକ୍ରନ ମାମଲା ଆସିଛି । ତେବେ ଆଶ୍ୱସ୍ତିର କଥା ହେଉଛି ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ରାଜସ୍ଥାନର ସମସ୍ତ ୯ ଜଣ ଓ କର୍ଣ୍ଣାଟକରେ ସଂକ୍ରମିତ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସି ସାରିଛି ।

‘ଜୱାଦ’ ଜନିତ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ୱରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ୬ ଜଣିଆ ପ୍ରତିନିଧି ଦଳ । ଟିମରେ କୃଷି, ଶକ୍ତି, ଅର୍ଥ, ଜାତୀୟ ରାଜପଥ ଓ ସଡକ ପରିବହନ, ମତ୍ସ୍ୟ ଓ ଗ୍ରାମ୍ୟ ଉନ୍ନୟନ ଭଳି ୬ଟି ବିଭାଗର ବରିଷ୍ଠ ଅଧିକାରୀ ସାମିଲ୍ ହୋଇଛନ୍ତି ।

Central Team To Visit Odisha For Cyclone Jawad Damage Assessment

ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ କ୍ଷୟକ୍ଷତିର ଆକଳନ । ୩ଟି ଭାଗରେ ପର୍ଯ୍ୟାୟକ୍ରମେ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଆଜି ସନ୍ଧ୍ୟାରେ ଟିମ୍ ଭୁବନେଶ୍ୱରରେ ପହଞ୍ଚି ରାଜ୍ୟ ଅତିଥି ଭବନରେ ରହିବେ । ୬ ଜଣିଆ ଟିମ୍ ୩ଟି ଦଳରେ ବିଭକ୍ତ ହୋଇ ୬ ଜିଲ୍ଲା ଗସ୍ତ କରିବେ ।

Central Team To Visit Odisha For Cyclone Jawad Damage Assessment

ଗୋଟିଏ ଟିମ୍ ୧୨ ତାରିଖ ଦିନ ଗଞ୍ଜାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ପୁରୀ ଫେରିବେ । ଅନ୍ୟଏକ ଟିମ୍ ଜଗତସିଂହପୁର ଓ କଟକ ଗସ୍ତ କରିବାକୁ ଥିବା ବେଳେ, ତୃତୀୟ ଟିମ ଯାଜପୁର ଓ କେନ୍ଦ୍ରାପଡ଼ା ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଫେରିବା ପରେ ରାଜ୍ୟର ଅଧିକାରୀଙ୍କ ସହ ଆଲୋଚନା କରି ଦିଲ୍ଲୀ ଫେରିଯିବେ ଟିମ୍ କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ କରି ୭ ଦିନ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିବ ।

ଦେଶରେ ପ୍ରଥମ, ମାଗଣାରେ ହେଲା ଅନୀଲଙ୍କ ବ୍ରେନ୍ ଟ୍ୟୁମର ଅସ୍ତ୍ରୋପଚାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ଓ ଡାକ୍ତରୀ ଟିମର ଅକ୍ଲାନ୍ତ ପରିଶ୍ରମ ଯୋଗୁ ମୃତ୍ୟୁ ମୁହଁରୁ ବଞ୍ଚିଲା ଜଣେ ରୋଗୀର ଜୀବନ । ଝାରସୁଗୁଡ଼ାର ୨୮ ବର୍ଷୀୟ  ଅନୀଲ ମହାନନ୍ଦୀଙ୍କ ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ଏଭଳି ବିରଳ ଅସ୍ତ୍ରୋପଚାର ସାରା ଭାରତରେ ପ୍ରଥମ ଓ ବିଶ୍ୱରେ ୧୭ ତମ । ଦୀର୍ଘ ୧୫ ବର୍ଷ ଧରି ଅନିଲ ବ୍ରେନ୍ ଟ୍ୟୁମର ରୋଗରେ ପୀଡ଼ିତ ହୋଇଥିଲେ । ବ୍ରେନର ଏମିତି ଏକ ଜାଗାରେ ଟ୍ୟୁମର ରହିଥିଲା ଯାହା ଫଳରେ ରୋଗୀକୁ ପ୍ରତି ମିନିଟରେ ୩୦ ଥର ହିକା ଆସୁଥିଲା । ଏହି ସମୟରେ ଅନୀଲଙ୍କ ଜୀବନ ସଙ୍କଟାପନ୍ନ ହୋଇ ପଡୁଥିଲା ।

Sum Hospital Conducts Successful Brain Tumor Operation Under BSKY

ଅନୀଲ ପରିବାର ଅତି ଗରିବ ହୋଇଥିବା ବେଳେ ଓ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡରେ ତାଙ୍କର ମାଗଣା ଚିକିତ୍ସା କରାଯାଇଛି । ଚିକିତ୍ସା ପାଇଁ ନ୍ୟୁରୋ ବିଭାଗର ମୁଖ୍ୟ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୧୦ରୁ ଅଧିକ ଡାକ୍ତର ସାମିଲ ହୋଇଥିଲେ । ଟିମରେ ନ୍ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ, ଡାକ୍ତର ଆତ୍ମରଞ୍ଜନ ଦାସ, ଡାକ୍ତର ଇଶ୍ଵର ବେହେରା, ସୁଦୀପ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଅନୀଲ ମହାନନ୍ଦୀ ସୁସ୍ଥ ଥିବାବେଳେ ଆଜି ଘରକୁ ଫେରିଥିବା କହିଛନ୍ତି ଡାକ୍ତର ।

ବୀର ସହିଦ ଯବାନଙ୍କୁ ଓଡ଼ିଶା ଯୁବ- ଛାତ୍ର ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ତାମିଲନାଡୁର କନ୍ନୁର ଠାରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସହିଦ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି । ସିଡିଏସ୍ ରାୱତଙ୍କ ସମେତ ୧୩ ଜଣ ବୀର ଯବାନଙ୍କୁ ଓଡ଼ିଶା ଯୁବ-ଛାତ୍ର ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଏକ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଯୁବ- ଛାତ୍ର ସଂଗଠନର ଆବାହକ ଆଶିଷ ରଂଜନ ମିଶ୍ରଙ୍କ ନେତୃତ୍ୱରେ ସଂଗଠନର ଶତାଧିକ ଯୁବ-ଛାତ୍ର ରବୀନ୍ଦ୍ର ମଣ୍ଡପ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ମହମ ଶୋଭାଯାତ୍ରା କରି ରାମ ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭୁବନେଶ୍ୱରର ରାଜରାସ୍ତା ‘ବୀର ଯବାନ ଅମର ରହେ’ ସ୍ଲୋଗାନରେ  ପ୍ରକମ୍ପିତ ହୋଇଥିଲା ।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦ୍ୱୈତ ନଗରୀର ପୋଲିସ କମିଶନର  ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ସିଡିଏସ୍ ମେଜର ବିପିନ ରାୱତଙ୍କ ସମେତ ୧୩ ଜଣ ବୀର ଯବାନଙ୍କନ  ବଳିଦାନ ଭାରତୀୟଙ୍କ ହୃଦୟରେ ଆଜି ଦେଶାତ୍ମବୋଧକ ସ୍ମୃତିକୁ ପୁର୍ନଜୀବିତ କରିବା ସହ ମାତୃବନ୍ଦନା ଜାଗରଣ କରିଥିବାରୁ ସାହାସିକତାକୁ ସଲାମ୍ ଜଣାଇଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମରେ ସମାଜସେବୀ ନିବେଦିତା ଭଞ୍ଜ, ଓଡ଼ିଶା ଯୁବ ଛାତ୍ର ସଂଗଠନ ରାଜ୍ୟ କର୍ମକର୍ତ୍ତା କିରଣ ଦାଶ, ଶୁଭ୍ରଜିତ୍ ସାହୁ, ରବି ନାରାୟଣ ରାଉତରାୟ, ନିଳକଣ୍ଠ ଦାସ, ସମରେନ୍ଦ୍ର କୁଣ୍ଡୁ,ସୌମ୍ୟ ରଞ୍ଜନ ପରିଡ଼ା, ଅମିତ ମିଶ୍ର, ରଞ୍ଜନ ବେହେରା, କବିଚନ୍ଦ୍ର ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଲିଭ୍ ଇନ୍ ପରେ ଧୋକା, ପ୍ରେମିକ ଘରେ ଆଗରେ ଧାରଣାରେ ପ୍ରେମିକା

ଯାଜପୁର: ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଠକିଦେଲା ପ୍ରେମିକ । ନ୍ୟାୟ ପାଇଁ ଏବେ ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଛନ୍ତି ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର କୋରାଇ ଥାନା ରଗଡ଼ି ଗାଁରେ । ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ଏବେ ପ୍ରେମିକ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ପ୍ରେମିକା । ପ୍ରେମିକ ରଞ୍ଜନ କୁମାର ଆଚାର୍ଯ୍ୟ ଭୁବନେଶ୍ଵରରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

Jajpur Girl Protest In Front Of Youth House

ଉଭୟେ ଲିଭ୍ ଇନ୍ ରିଲେସନରେ ରହୁଥିଲେ । କିଛିଦିନ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ପ୍ରେମିକାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ରଞ୍ଜନ । ଏନେଇ ମହିଳା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ପ୍ରେମିକା । ହେଲେ ଆଜି ସନ୍ଧ୍ୟାରୁ ରଞ୍ଜନଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରୁଛି ।

ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ, ଅନୁଧ୍ୟାନ କରିବେ ‘ଜୱାଦ’ କ୍ଷୟକ୍ଷତି

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ୱରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏକ ପ୍ରତିନିଧି ଦଳ । ୧୨ ତାରିଖରୁ ୩ଟି ଭାଗରେ ପର୍ଯ୍ୟାୟ କ୍ରମେ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଆସନ୍ତାକାଲି ଟିମ୍ ଭୁବନେଶ୍ୱରରେ ପହଞ୍ଚି ରାଜ୍ୟ ଅତିଥି ଭବନରେ ରହିବେ ।

Central Team To Assessment Cyclone Jawad Damage In Odisha

୧୨ ତାରିଖ ଦିନ ପ୍ରଥମେ ଗଞ୍ଜାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ପୁରୀ ଫେରିବେ । ଅନ୍ୟ ଏକ ଟିମ୍ ଜଗତସିଂହପୁର ଗସ୍ତ କରିବାକୁ ଥିବା ବେଳେ ତୃତୀୟ ଟିମ ଯାଜପୁର ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ୧୩ ତାରିଖରେ ପ୍ରଥମ ଟିମ ପୁରୀ, ଦ୍ୱିତୀୟ ଟିମ୍ କଟକ ଓ ତୃତୀୟ ଟିମ କେନ୍ଦ୍ରାପଡ଼ା ଅନୁଧ୍ୟାନ କରି ଭୁବନେଶ୍ୱର ଫେରିବା ପରେ ରାଜ୍ୟର ଅଧିକାରୀଙ୍କ ସହ ଆଲୋଚନା କରିବେ । ସେହିଦିନ ଦିଲ୍ଲୀ ଫେରିଯିବ ଟିମ୍ ।

ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ରରୁ ଆଉ ୭ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ମହାରାଷ୍ଟ୍ରରୁ ଆଜି ଆଉ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସ୍ଥାନରୁ ଚିହ୍ନଟ ହୋଇଛନ୍ତି ୪ ଜଣ । କେବଳ ମହାରାଷ୍ଟ୍ରରୁ ୧୭ଟି ଓମିକ୍ରନ ମାମଲା ସାମ୍ନାକୁ ଆସିଥିବବେଳେ ଦେଶରେ ମୋଟ ସଂଖ୍ୟା ୩୨ରେ ପହଞ୍ଚିଛି । ପ୍ରଥମେ କର୍ଣ୍ଣାଟକରୁ ଚିହ୍ନଟ ହୋଇଥିଲେ ଓମିକ୍ରନ ସଂକ୍ରମିତ ।

ଦକ୍ଷିଣ ଆଫ୍ରିକାରୁ ଉତ୍ପତିଲାଭ କରିଥିଲା କରୋନାର ଏହି ନୂଆ ଭାରିଆଣ୍ଟ ଏବେ ୫୯ଟି ଦେଶରେ କାୟା ବିସ୍ତାର କଲାଣି । ୟୁରୋପୀୟ ଦେଶମାନଙ୍କରେ ସ୍ଥିତି ଉଦବେଗଜନକ ରହିଛି । ଦେଶରେ ବଢୁଥିବା ଓମିକ୍ରନ ସଂକ୍ରମିତଙ୍କୁ ନେଇ ଚିନ୍ତା ଜାହିର କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ନୀତି ଆୟୋଗର ସ୍ଥାୟୀ କମିଟି ସଦସ୍ୟ ଭି.କେ ପଲ କହିଛନ୍ତି ସମସ୍ତେ ମାସ୍କ ବ୍ୟବହାର କରିବା ନିହାତି ଆବଶ୍ୟକ ଅଟେ । ମାସ୍କ ତଳକୁ ଖସିଲେ ସଂକ୍ରମଣ ଉପରକୁ ବଢ଼ିବ ।

କାରଣ ଏହି ନୂଆ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିନ୍ତା ଜାହିର କରିଥିବାବେଳେ ଡେଲଟା ଠାରୁ ଏହା ଅଧିକ ମାରାତ୍ମକ ଅଟେ ବୋଲି କହିଛନ୍ତି ଭି.କେ ପଲ୍ । ଏଥିସହ ଟିକାକରଣ ଉପରେ ସମସ୍ତ ରାଜ୍ୟ ଫୋକସ୍ ଦେବା ଜରୁରୀ ବୋଲି ସେ କହିଛନ୍ତି । ଓମିକ୍ରନ ଭାରିଆଣ୍ଟ ବିରୋଧରେ ସମସ୍ତ ଟିକା କାମ କରୁଥିବା କହିଛନ୍ତି ଭି.କେ ପଲ୍ ।

ଭେଣ୍ଟିଲେଟରରେ ମିହିର ଦାସ, ସ୍ଥିର ରହିଛି ସ୍ୱାସ୍ଥ୍ୟାବସ୍ଥା

କଟକ: ଓଡ଼ିଶା ସିନେ ଜଗତର ବର୍ଷିଆନ୍ ଅଭିନେତା ତଥା ଲୋକପ୍ରିୟ କଳାକାର ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ । ମିହିରଙ୍କ ଚିକିତ୍ସା କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଜାରି ରହିଛି । ପୂର୍ବରୁ ମଧୁମେହରେ ପୀଡ଼ିତ ଥିବା ମିହିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯିବାରୁ ତିନିଦିନ ତଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରି ଦେଇଥିଲା ।

ଏଥିସହ ପଢ଼ନ୍ତୁ: ବରିଷ୍ଠ ଅଭିନେତା ମିହିର ଦାସ ଗୁରୁତର

ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଗୋଟିଏ ପଟେ ସ୍ୱାସ୍ଥ୍ୟ ଜଟିଳ ଥିବାବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ସେ ହୃଦଘାତର ଶିକାର ମଧ୍ୟ ହୋଇ ସାରିଛନ୍ତି । ତେବେ ଆଶ୍ୱସ୍ତିର କଥା, ଗତ କିଛି ଘଣ୍ଟା ହେଲା ମିହିରଙ୍କ ସ୍ୱାସ୍ଥ୍ୟାବସ୍ଥାର ଅବନତି ଘଟି ନାହିଁ ଏବଂ ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Ollywood Actor Mihir Das Health Condition Now Stable

ସେପଟେ ହସ୍ପିଟାଲକୁ ଆସି ମିହିରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ଅନେକ କଳାକାର । ୫୫ ବର୍ଷ ବୟସ୍କ ମିହିର ପ୍ରାୟ ୨୫ ବର୍ଷ ଧରି ଡାଇବେଟିସ୍ ରୋଗରେ ପୀଡ଼ିତ ଅଛନ୍ତି । ଏହା ବ୍ୟତୀତ ତିନିବର୍ଷ ତଳେ କିଡନୀ ରୋଗରେ ମଧ୍ୟ ସେ ଆକ୍ରାନ୍ତ ହୋଇଥିଲେ । ସେବେଠାରୁ ତାଙ୍କର ଚିକିତ୍ସା ଜାରି ରହିଛି ।