ଅଧରାତିରେ ଦେଶି ମଦ ଦୋକାନରେ ଦୁର୍ବୃତ୍ତଙ୍କ ଆକ୍ରମଣ

ସୋରୋ: ସରକାରୀ ଦେଶି ମଦ ଦୋକାନରେ ପଶି କର୍ମଚାରୀଙ୍କୁ ତେଲଙ୍ଗା କଟୁରୀରେ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ସୋର ବରଫକଳ ଛକ ନିକଟରେ ଘଟିଛି ଅଘଟଣ । ଏଠାରେ ଥିବା ସରକାରୀ ଦେଶି ମଦ ଦୋକାନରେ କିଛି ଦୁର୍ବୃତ୍ତ ପଶି ମଦ ଦୋକାନ କର୍ମଚାରୀଙ୍କୁ ତେଲଙ୍ଗା କଟୁରୀରେ ଆକ୍ରମଣ କରିଛନ୍ତି । ଏହାସହ ଟଙ୍କା ଓ ମୋବାଇଲ ଛଡାଇ ନେବା ସହ ଦୋକାନରେ ଭଙ୍ଗାରୁଜା କରି ଫେରାର ହୋଇଯାଇଛନ୍ତି ।

ସେପଟେ ସ୍ଥାନୀୟ ଲୋକ ଆହାତ କର୍ମଚାରୀଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି । କର୍ମଚାରୀ ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । କେଉଁ କାରଣରୁ ଏହି ଆକ୍ରମଣ କରାଯାଇଛି ? ଏହା ପୂର୍ବ ସତ୍ରୁତା ନା କିଛି ନିର୍ଦ୍ଧିଷ୍ଟ କାରଣରୁ ତାହାର କାରଣ ଖୋଜୁଛି ପୋଲିସ  ।

Leave a Reply