ଜାରି ରହିଛି ଭାରତୀୟ ସେୟାର ବଜାରରେ ଅସ୍ଥିରତା

1 min read

ମୁମ୍ବାଇ: ଭାରତୀୟ ସେୟାର ବଜାରରେ ଅସ୍ଥିରତା ଜାରି ରହିଛି । ଗତ ସପ୍ତାହରୁ ସେନସେକ୍ସରେ ଡାଉନଫଲ୍ ଜାରି ରହିଥିବା ବେଳେ ଆଜି ମାର୍କେଟ ଖୋଲିବା ମାତ୍ରେ ଖସିଥିଲା ସେନସେକ୍ସ ସୂଚକାଙ୍କ। ଭାରତୀୟ ଇକ୍ୟୁଟି ମାର୍କେଟରେ ହଲଚଲ ପରେ ନିବେଶକମନେ ଶଙ୍କାରେ ରହିଛନ୍ତି । ଆମେରିକାରେ ବର୍ଦ୍ଧିତ ମୁଦ୍ରାସ୍ପୀତିକୁ ଦେଖି ମାର୍ଚ୍ଚରେ ସୁଧ ହାର ବୃଦ୍ଧି କରିବାକୁ ସେଣ୍ଟ୍ରାଲ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ଆମେରିକାର ଫେଡେରାଲ୍ ରିଜର୍ଭ ବୈଠକରେ ହୋଇଥିବା ନିଷ୍ପତ୍ତି ବିଶ୍ବର ସବୁ ମାର୍କେଟକୁ ପ୍ରଭାବିତ କରିଛି ।

Stock Market Sensex Down 650 Points Nifty Breaches 11000 All Sectors In The Red

ତେବେ ଗତ ୪ଦଶକରେ ଆମେରିକାରେ ଦରଦାମ ବୃଦ୍ଧି ରେକର୍ଡ ସ୍ତରରେ ପହଞ୍ଚିଛି । ଦରଦାମ୍ ବୃଦ୍ଧିକୁ କାବୁ କରିବାକୁ ୨୦୨୨ରେ ଫେଡେରାଲ ରିଜର୍ଭ ୪ଥର ସୁଧହାର ବଢ଼ାଇପାରେ । ଯାହାର ସିଧା ସିଧା ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ପଡ଼ିଛି । ବିଦେଶୀ ନିବେଶକାରୀ ମାର୍କେଟରୁ ଟଙ୍କା ଉଠାଉଥିବାରୁ ଆଜି ୫୮୧ ପଏଣ୍ଟ ଖସି ୫୭ହଜାର ୨୭୬ରେ କ୍ଲୋଜ ହୋଇଛି ସେନସେକ୍ସ ।

Stock Market Sensex Down 650 Points Nifty Breaches 11000 All Sectors In The Red

ସେହିପରି ନିଫ୍‌ଟି ୧୬୭ ପଏଣ୍ଟ ଖସି ୧୭ହଜାର ୧୧୦ ପଏଣ୍ଟରେ କ୍ଲୋଜ୍ ହୋଇଛି । ନିଫଟିରେ ଡାଉନ ଫଲ୍ କରିଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଟପରେ ରହିଛି HCL, ଟେକ୍ ମହିନ୍ଦ୍ରା, ଡ. ରେଡ୍ଡୀ ଲାବୋରେଟୋରୀ, TCS, ୱିପ୍ରୋ । ଅନ୍ୟପଟେ ୟୁକ୍ରେନରେ ଲାଗି ରହିଥିବା ଯୁଦ୍ଧସ୍ଥିତି ବଜାର ଉପରେ ପ୍ରଭାବ ପକାଇଛି । ଏହି ସଙ୍କଟ ପରେ କ୍ରୁଡ ଅଏଲ ବା ଅଶୋଧିକ ତୈଳ ଦର ରେକର୍ଡ ହାଇରେ ପହଞ୍ଚଛି । ଏବେ କ୍ରୁଡ ଅଏଲ ଦର ପ୍ରତି ବ୍ୟାରେଲ ୯୦ ଡଲାର ରହିଛି । ଯାହା ଗତ ୮ବର୍ଷରେ ସର୍ବାଧିକ ।

Leave a Reply