ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଫେରାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କୁ ବାହାରକୁ ଚାଲାଣ କରୁଥିବା ସର୍ଦ୍ଦାର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଉଦ୍ଧାର ଦାଦନ ଶ୍ରମିକମାନେ ଲାଠୋର ଓ ପାଟଣାଗଡ଼ ଥାନା ଅଞ୍ଚଳର ବିଛିଲିବାହାଲ ଏବଂ ଯୋଗିମୁଣ୍ଡା ଗାଁର । ଉଦ୍ଧାରଙ୍କ ମଧ୍ୟରେ ୪ ପୁରୁଷ, ୮ ମହିଳା ଓ ୨ ଜଣ ଛୋଟ ଛୁଆ ଅଛନ୍ତି ।

ଉଦ୍ଧାର ଶ୍ରମିକମାନଙ୍କ ପାଖରେ ରାଜ୍ୟ ବାହାରକୁ ଦାଦନ ଖଟି ଯିବାର କୌଣସି କାଗଜ ପତ୍ର ନଥିଲା । ଯାହା ଫଳରେ ବେଆଇନ ଭାବରେ ଚାଲାଣ ହେଉଥିବା ଜଣାପଡିଛି । ଦାଦନ ସର୍ଦ୍ଦାର କଣ୍ଟାବାଞ୍ଜି ଷ୍ଟେସନରୁ ରାତି ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଚାଲାଣ କରିବାର ଥିଲା । ହେଲେ  କଣ୍ଟାବାଞ୍ଜି ପୋଲିସ ପାଟ୍ରୋଲିଂ ହାବୁଡ଼ରେ ପଡି ଯାଇଥିଲେ ।

Leave a Reply