spot_img
Home Blog Page 4756

ସାମାନ୍ୟ କମିଲା ଶୀତ: ଆଉ ୨ରୁ୩ ଡିଗ୍ରୀ ତାପମାତ୍ରା ବଢ଼ିପାରେ

0

ଭୁବନେଶ୍ୱର: ମିଳିଲା ଆଶ୍ୱସ୍ତି ସାମାନ୍ୟ କମିଲା ଶୀତ । ଗତକାଲି ଅସହ୍ୟଜାଡରେ ସାମାନ୍ୟ ସୁଧାର ଆସିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢିବା ସହିତ ଶୀତ କମିଛି । ଆସନ୍ତାକାଲି ମଧ୍ୟରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଏହା ପରେ ଭିଜିବ ଓଡ଼ିଶା । କାରଣ ପ୍ରବଳ ଜାଡ଼ ପରେ ଆସୁଛି ବର୍ଷା । ଆଗକୁ ତାପମାତ୍ରା ବଢିବା ସହିତ କିଛି ଜିଲ୍ଲାରେ କୋହଳା ପାଗ ଜାରି ରହିବ ।

କେତେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ପରେ ପାଗ ବଦଳିବା ସହିତ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୮ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ।

ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ

0

ଭୁବନେଶ୍ୱର: ଆଜି ପବିତ୍ର ବଡ଼ଦିନ । ସଜେଇ ହୋଇଛି ସମସ୍ତ ଚର୍ଚ୍ଚ । ଗତକାଲି ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୂ ଯୀଶୁ । ବିଭିନ୍ନ ରଙ୍ଗର ଆଲୋକ ମାଳାରେ ଝଲସୁଛି ଚର୍ଚ୍ଚ । କଟକଣାକୁ ଦୃଷ୍ଟିରେ ରଖି ଏଥର ନିରାଡମ୍ବର ଭାବେ ବଡ଼ଦିନ ପାଳିତ ହେଉଛି । ଚର୍ଚ୍ଚ ମଧ୍ୟରେ ମାତ୍ର ୫୦ଜଣ ଲୋକରେ ଉତ୍ସବ ପାଳିବାକୁ ଅନୁମତି ମିଳିଛି । ବିଭିନ୍ନ ଚର୍ଚ୍ଚରେ କେକ୍ କାଟି ପ୍ରଭୂ ଯୀଶୁଙ୍କ ଧରାବତରଣ ଖୁସିକୁ ମନାଇଛନ୍ତି ଧର୍ମାବଲମ୍ବି । ଶୋଭାଯାତ୍ରାରେ ସାନ୍ତାକ୍ରୁଜ ବେଶରେ ଶ୍ରଦ୍ଧାଳୁ ମାନେ ଉତ୍ସବ ମନାଉଛନ୍ତି । କେତେକ ଚର୍ଚ୍ଚରେ ଭର୍ଚୁଆଲ ପ୍ରାର୍ଥନାରେ ଯୋଗଦେଇ ପୂଜାର୍ଚ୍ଚନା କରାଯାଇଛି । ବାଇବେଲ ଅନୁସାରେ ଯୀଶୁ ଭଗବାନଙ୍କ ସନ୍ତାନ । ଯିଏ ପୃଥିବୀରେ ପ୍ରେମ ଓ ସଦ୍‌ଭାବନାର ବାର୍ତ୍ତା ଦେଇଥିଲେ । ସେଥିପାଇଁ ଡିସେମ୍ବର ୨୫ରେ ଦିବ୍ୟଯଜ୍ଞ ମାଧ୍ୟମରେ ଭଗବାନଙ୍କୁ ସିଧାସଳଖ ଧନ୍ୟବାଦ ଦିଆଯାଇଥାଏ ।

ଅନ୍ୟପକ୍ଷରେ ପବିତ୍ର ବଡ଼ଦିନ ଅବସରରେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ନୀଳାଦ୍ରି ବିଚରେ ଗଢିଛନ୍ତି ବିଶାଳ ବାଲୁକାକୃତି । ୫୦ ଫୁଟ ଲମ୍ବ ଓ ୨୮ ଫୁଟ ଚଉଡାର ବାଲୁକା କଳାର ଉଚ୍ଚତା ରହିଛି ୧୫ଫୁଟ । ଏହି କଳା ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା ରହିଛି ।

ଯୀଶୁ ଆସିଛନ୍ତି..

ଭୁବନେଶ୍ୱର: ଧରାବତଣ କରିଛନ୍ତି ପ୍ରଭୁ ଯୀଶୁ । ନିଜ ପ୍ରଭୁଙ୍କୁ ପାଇବାକୁ ସବୁଠି ଉତ୍ସବର ମାହୋଲ ।  ସେ ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୟ | ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ଅନୁସାରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର  । ଯୀଶୁଙ୍କ ଜୀବନ ଏବଂ ଉପଦେଶ ବାଇବେଲର ନୁତନ ନିୟମରେ ବର୍ଣ୍ଣନା କରାଯାଇଛି। କାରଣ ସେ ହିଁ ଈଶ୍ୱରଙ୍କ ଅଦ୍ୱିତୀୟ ପୂତ୍ର ଅଟନ୍ତି ।

ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନୋଷ୍ଟ ନୋ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ।ଯୀୀଶୁ କହିଲେ ,ମୁଁ ପଥ, ସତ୍ୟ ଓ ଜୀବନ ;ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇ ପାରେ ନାହିଁ। ସେଥିପାଇଁ ଯୀଶୁଙ୍କ ସାନିଧ୍ୟ ପାଇବା ପାଇଁ ସଭିଏଁ ବ୍ୟାକୁଳ  । କଟକଣାରେ ପର୍ବ ପାଳିବାକୁ ସବୁଠି ହୋଇଛି ପ୍ରସ୍ତୁତି । ଚର୍ଚ୍ଚ ଗୁଡିକରେ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ ପ୍ରାର୍ଥନା ଆରମ୍ଭ ହୋଇଯାଇଥିବା ବେଳେ, ଘରେ ରହି କଟକଣାରେ ପର୍ବ ପାଳୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ସାଜସଜ୍ଜା କରାଯାଇଛି । 25 ଡିସେମ୍ବରରେ ବେଥଲହାମର ଏକ ମେଣ୍ଢାଶାଳରେ ମାଆ ମେରୀ ଓ ପିତା ଯୋଶେଫଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ ଯୀଶୁ । ସେପଟେ ବାଲେଶ୍ଵର କ୍ୟାଥୋଲିକ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନେ ପ୍ରଭୁ ଯୀଶୁଙ୍କ ଧରାବତରଣ ଉପଲକ୍ଷେ କେକ୍ କାଟି ଖୁସି ମନାଇଛନ୍ତି । ଏକ ଶୋଭାଯାତ୍ରାରେ ସାନ୍ତାକ୍ରୁଜ ବେଶରେ ଶ୍ରଦ୍ଧାଳୁ ମାନେ ଚର୍ଚ୍ଚ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ ।

 

ଶ୍ରୀଜିଉଙ୍କୁ ୧୦ ଲକ୍ଷ ଟଙ୍କା ଦାନ ଦେଲେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀମନ୍ଦିର ପ୍ରଶାସନକୁ ୧୦ ଲକ୍ଷ ଟଙ୍କା ଦାନ କଲେ ଜଗନ୍ନାଥ ପ୍ରେମୀ  । ଡ. ସୌମେନ୍ଦ୍ର ମହାନ୍ତି ଏସ ଏମ କନସଲଟାଣ୍ଟ ପ୍ରଶାସନକୁ ଏହି ଦାନ ରାଶି ପ୍ରଦାନ କରିଛନ୍ତି  । ଚେକ ଆକାରରେ ସୌମେନ୍ଦ୍ର ଅର୍ଥରାଶିକୁ ଶ୍ରୀମନ୍ଦିର ପ୍ରଶାସନକୁ ଏହି ଅର୍ଥରାଶି ଦେଇଛନ୍ତି  । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଅଜୟ କୁମାର ଜେନାଙ୍କୁ ସେ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି  ।

Teslaର ଅଟୋପାଇଲଟ୍ ଫିଚର କମାଲ୍, ଚଳନ୍ତା କାରରେ ଜନ୍ମ ହେଲା ଶିଶୁ

ଫିଲାଡେଲଫିଆ: ଟେସଲାର ଇଲେକ୍ଟ୍ରିକ୍ କାର ଏହାର ଫିଚର୍ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏହାର ଅଟୋପାଇଲଟ୍ ଫିଚର ଖୁବ୍ ୟୁନିକ୍ ହୋଇଥିବା ବେଳେ ନିଜର ଫିଚର୍ ପାଇଁ ପୁଣିଥରେ ଚର୍ଚ୍ଚାକୁ ଆସିଛି ଟେସଲା। ସୂଚନା ଅନୁଯାୟୀ, ଜଣେ ମହିଳା ଟେସଲା କାରକୁ ଅଟୋପାଇଲଟ୍ ମୋଡରେ ରଖି କାର ଭିତରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଯେଉଁ ଘଟଣା ଏବେ ସବୁଠି ଚର୍ଚ୍ଚାରେ ରହିଛି ।

ରିପୋର୍ଟ ଅନୁଯାୟୀ, ଆମେରିକାର ଫିଲାଡେଲଫିଆରେ ରହୁଛନ୍ତି ୩୩ ବର୍ଷିୟ ୟିରାନ ଶେରି ଓ ତାଙ୍କ ସ୍ୱାମୀ କିଟିଙ୍ଗ ଶେରି। ୟିରାନ ଗର୍ଭବତୀ ଥିବା ବେଳେ ସ୍ୱାମୀଙ୍କ ସହ ନିଜ Tesla Model 3 ଇଲେକ୍ଟ୍ରିକ୍ କାରରେ ହସ୍ପିଟାଲ ଯାଉଥିଲେ । କିନ୍ତୁ ଅଧା ରାସ୍ତାରେ ଅଚାନକ ୟିରାନଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ଥିତି ଜଟିଳ ହେବାରୁ କାରକୁ ଅଟୋପାଇଲଟ୍ ମୋଡ୍ କରିବାକୁ ବାଧ୍ୟ ହୋଇଥିଲେ ସ୍ୱାମୀ କିଟିଙ୍ଗ୍।

https://twitter.com/KeatingSherry/status/1471315682570772482?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1471315682570772482%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.abplive.com%2Ftrending%2Fwomen-gave-birth-to-baby-in-tesla-car-with-the-help-of-autopilot-feature-2022980

କାରଟି ଆପଣାଛାଏଁ ଚାଲୁଥିବା ବେଳେ ଗର୍ଭବତୀ ପତ୍ନୀଙ୍କୁ ସାହାଯ୍ୟ କରିଥିଲେ କିଟିଂ । କାରର ଫ୍ରଣ୍ଟ୍ ସିଟରେ ହିଁ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ୟିରାନ । ଯାହା ପରେ ସେମାନେ ହସ୍ପିଟାଲରେ ପହଞ୍ଚିଥିଲେ । କେବଳ ଏତିକି ନୁହେଁ ନର୍ସ ଜଣକ ମଧ୍ୟ କାରର ଆଗ ସିଟରେ ଶିଶୁର ନାଇ କାଟିଥିଲେ। ଏହି ଘଟଣା ପରେ ଲୋକମାନେ ଏହି ଶିଶୁଟିକୁ ‘ପ୍ରଥମ ଟେସଲା ବେବି’ ବୋଲି କହୁଛନ୍ତି । ଘଟଣା ସମ୍ପର୍କରେ ମହିଳାଙ୍କ ସ୍ୱାମୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି

ବାୟୁ ସେନାର ପୁଣି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଆଉ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତ-ପାକିସ୍ତାନ ସୀମା ଜୈସଲମର ନିକଟରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣାକୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ କେଉଁ କାରଣ ପାଇଁ ଏହି ଦୁର୍ଘଟଣା ହୋଇଛି ତାହା ଏବେ ତଦନ୍ତ ପରେ ହିଁ ଜଣାପଡ଼ିବ । ଖରାପ ପାଗ ପାଇଁ ନା କିଛି= ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଦୁର୍ଘଟଣା ହୋଇଛି ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ ।

ଏହି ବିମାନ ଦୁର୍ଘଟଣାର କିଛି ଦିନ ପୂର୍ବରୁ ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ଭାରତର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ୱତଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ଭାରତୀୟଙ୍କ ମନରୁ ଲିଭିନଥିବା ବେଳେ ଆଜି ବାୟୁ ସେନାର ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

 

କ୍ରିକେଟରୁ ସନ୍ୟାସ ପରେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ ହରଭଜନ!

ଚଣ୍ଡିଗଡ଼: କ୍ରିକେଟକୁ ବାଏ ବାଏ କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ । କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି ହରଭଜନ । ଏନେଇ ଶୁକ୍ରବାର ଟ୍ୱିଟ କରି ସୂଚନା ଦେଇଛନ୍ତି ହରଭଜନ । ଏଥିସହ ଅନ୍ତ ହୋଇଛି ୨୩ ବର୍ଷର କ୍ରିକେଟଂ କ୍ୟାରିୟର । ଭାରତ ପକ୍ଷରୁ ହରଭଜନ ମୋଟ ୧୦୩ଟି ଟେଷ୍ଟ ମ୍ୟାଚ ଖେଳି ୪୧୭ ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଦିନିକିଆରେ ୨୩୬ ମ୍ୟାଚ ଖେଳି ୨୬୯ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାବରେ ୨୮ଟି ଟି-୨୦ ମ୍ୟାଚ ଖେଳି ୨୫ ଓ୍ୱିକେଟ ଅକ୍ତିଆର କରିଛନ୍ତି ।

ଶୁକ୍ରବାର କ୍ରିକେଟରୁ ଅବସର ଗ୍ରହଣ ପରେ ହରଭଜନଙ୍କୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କ୍ରିକେଟ ପିଚରେ ବୋଲିଂ କରି ବ୍ୟାଟ୍ସମାନଙ୍କୁ ଘାଇଲା କରୁଥିଲେ ହରଭଜନ । କ୍ରିକେଟ ପିଚରେ ଧମାଲ କରିବା ପରେ ଏବେ ରାଜନୀତିର ପିଚରେ ବିରୋଧୀଙ୍କୁ ଘାଇଲା କରିବା ମୁଡରେ ହରଭଜନ । ହରଭଜନ ରାଜନୀତିରେ ଏଣ୍ଟ୍ରି କରିବେ ଏହି କଥା ସେହିଦିନ ଜଣା ପଡ଼ିଥିଲା ଯେଉଁଦିନ ପଞ୍ଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ହରଭଜନଙ୍କ ସହ ଏକ ଫଟୋ ଟ୍ୱିଟରରେ ପୋଷ୍ଟ କରିଥିଲେ । ସିଦ୍ଧୁଙ୍କ ସହ ଆଲୋଚନାର ୯ ଦିନ ପରେ କ୍ରିକେଟରୁ ଅବସର ଘୋଷଣା କରି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛନ୍ତି ହରଭଜନ ।

ଯଦିଓ ହରଭଜନ କ୍ରିକେଟରୁ ସନ୍ୟାସ ନେଇଛନ୍ତି । କିନ୍ତୁ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସୂଚନା ଅନୁସାରେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ହରଭଜନ ସିଂ କଂଗ୍ରେସରେ ଯୋଗ ଦେବେ । ସେ ଜଲନ୍ଧରର ବିଧାନସଭା ଆସନରୁ କଂଗ୍ରେସରୁ ପ୍ରାର୍ଥି ହେବା ନେଇ ଆଶା କରାଯାଉଛି । ଏଥିପାଇଁ ହରଭଜନ ସିଂଙ୍କ ସହ ଆଲୋଚନା ଜାରି ରଖିଛି କଂଗ୍ରେସ । କିନ୍ତୁ ଏପର୍ଯ୍ୟନ୍ତ ସେ କେବେ କଂଗ୍ରେସରେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ ।

ଏହା ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୦୨୨ ପଞ୍ଜାବ ନିର୍ବାଚନରେ ଭାରତୀୟ ଜନତା ପାର୍ଟିରେ ହରଭଜନ ସିଂ ଓ ଯୁବରାଜ ସିଂ ସାମିଲ ହୋଇପାରନ୍ତି ବୋଲି ରିପୋର୍ଟ ଆସିଥିଲା । ଏହି ଦୁଇ ଜଣ ଷ୍ଟାର କ୍ରିକେଟର ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଏହି ଖବର ପ୍ରସାରିତ ହେବା ପରେ ଏହାକୁ ଫେକ୍ ନ୍ୟୁଜ ବୋଲି କହିଥିଲେ ହରଭଜନ ସିଂ ।

 

 

 

 

ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍

ଭୁବନେଶ୍ବର: ଭୁବନେଶ୍ବର ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଜାତୀୟ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍ । ଏଥିରେ ବହୁ ଅଲମ୍ପିଆନ ତଥା ବିଶ୍ୱସ୍ତରୀୟ ଖେଳାଳି ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ଆୟୋଜିତ ଏହି ଚାମ୍ପିଆନସିପରେ ଖେଳରତ୍ନ ବିଜେତା ଦୀପା ମଲ୍ଲିକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି ।

ମେଡାଲ୍ ଜିତିଥିବା ପାରା ବ୍ୟାଡ଼ମିଣ୍ଟନ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ପାରା ଅଲିମ୍ପିକ୍ସ ସଭାପତି ଦୀପା ମଲ୍ଲିକଙ୍କ ସହ ଅଧ୍ୟକ୍ଷ ପ୍ରଭାକର ରାଓ, ମୁଖ୍ୟ କୋଚ ଗୌରବ ଖାନ୍ନାଙ୍କ ସହ ଓଡି଼ଆ ଖେଳାଳି ପ୍ରମୋଦ ଭଗତ ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ ଦୀପା ମଲ୍ଲିକ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃରଦୃଷ୍ଟି ପାଇଁ ଆଜି ଓଡ଼ିଶା କ୍ରୀଡା ହବ୍ ହୋଇପାରିଛି  । ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଯାହା ଦେଶର ପାଇଁ ଉଦାହରଣ ଅଟେ ବୋଲି କହିଛନ୍ତି ଦୀପା ।

ନୌସେନାରୁ ଅବସର ନେଲା INS ଖୁକ୍ରି, ୩୨ ବର୍ଷ ଧରି ଭାରତୀୟ ନୌସେନାକୁ ଦେଇଥିଲା ଅତୁଳନୀୟ ସେବା

ବିଶାଖାପାଟଣା: ସେବାରୁ ବିଦାୟ ନେଲା ଆଇଏନଏସ ଖୁକ୍ରି । ଦୀର୍ଘ ୩୨ ବର୍ଷର ଅତୁଳନୀୟ ତ୍ୟାଗ ପରେ ଶେଷରେ ନୌସେନାରୁ ଅବସର ନେଇଛି ଖୁକ୍ରି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ନିକ୍ଷେପକାରୀ ଏହି ଜାହାଜର ବିଦାୟ ପର୍ବ ଲାଗି ଏକ ସଭା ଆୟୋଜିତ ହୋଇଥିଲା । ଏହାର ବିଦାୟୀ ଉତ୍ସବ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାହାଜରୁ ଜାତୀୟ ପତାକା ଓ ଡିକମିଶନିଂ ପେନେଣ୍ଟ କୋଷ ସୂର୍ଯ୍ୟାସ୍ତରେ ଓହ୍ଲାଇ ଦିଆଯାଇଥିଲା।

ନୌସେନାରୁ ଆଇଏନଏସ ଖୁକ୍ରିର ବିଦାୟୀ କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ କମାଣ୍ଡ ଭାଇସ ଆଡମିରାଲ ବିଶ୍ବଜିତ ଦାସଗୁପ୍ତା, ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ୍, ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ । ୧୯୮୯ ଅଗଷ୍ଟ ୨୩ରେ ମାଜାଗାଁ ଡକ୍ ସିପବିଲଡର୍ସ ଦ୍ବାରା ଏହି ଜାହାଜ ନିର୍ମିତ ହୋଇଥିଲା । ସେତେବେଳେ ଏହି ଜାହାଜକୁ ଲୋକାର୍ପିତ କରିଥିଲେ ତତ୍‌କାଳୀନ ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପନ୍ଥ ଓ ସ୍ବର୍ଗତ କ୍ୟାପଟେନ ମହେନ୍ଦ୍ର ନାଥ ମୁଲ୍ଲାଙ୍କ ପତ୍ନୀ ସୁଧା ମୁଲ୍ଲା । କାର୍ଯ୍ୟକାଳ ଭିତରେ ଏହି ଜାହାଜର ନେତ୍ବତ୍ବ ନେଇଥିଲେ ୧୮ଜଣ କମାଣ୍ଡିଂ ଅଫିସର । ଏହି ଜାହାଜ ମୋଟ ୬ ଲକ୍ଷ ୪୪ ହଜାର ୮୯୭ ନଟିକାଲ ମାଇଲ ଯାତ୍ରା କରିଛି ।

 

କେବଳ ଡ଼ିସେମ୍ବର ୨୫, ଡିସେମ୍ବର ୩୧ ଓ ଜାନୁଆରୀ ୧ରେ କଟକଣା

ଭୁବନେଶ୍ୱର: ବଡ଼ଦିନ ଓ ନୂଆବର୍ଷ କଟକଣାରେ ସାମାନ୍ୟ ପରିବର୍ତ୍ତନ । ଶନିବାର ଅର୍ଥାତ ବଡ଼ଦିନରୁ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା ଲାଗିଥିବା ବେଳେ ଏଥିରେ ପୁଣି ଥରେ ପରିବର୍ତ୍ତନ ହୋଇଛି । ନୂଆ ଗାଇଡ଼ଲାଇନରେ କେବଳ ଡ଼ିସେମ୍ବର ୨୫, ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖ ପାଇଁ କଟକଣା ଲାଗୁ କରାଯାଇଛି । ଏହି ସମୟରେ ଅଧିକ ଗହଲିକୁ ନଜରରେ ରଖି ବିଭିନ୍ନ କଟକଣା ଜାରି କରାଯାଇଛି । ନିରାଡମ୍ବର ଭାବେ କେବଳ ଚର୍ଚ୍ଚରେ ବଡ଼ ଦିନ ପାଳନକୁ ଅନୁମତି ମିଳିଛି ।

ଚର୍ଚ୍ଚରେ ୫୦ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । କୌଣସି ସ୍ଥାନରେ ଗହଳି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ନୂଆବର୍ଷ ପାଳନ ପାଇଁ ମଧ୍ୟ କଟକଣା ଲାଗିଛି । ଜିରୋ ନାଇଟ୍ ସେଲିବ୍ରେସନକୁ ମଧ୍ୟ ମନା କରାଯାଇଛି । ହୋଟେଲ୍, କ୍ଲବ୍, ରେଷ୍ଟୁରାଣ୍ଟ, ପାର୍କ, କଲ୍ୟାଣମଣ୍ଡପରେ ନୂଆ ବର୍ଷ ପାଳନ ହେବ ନାହିଁ । ବିବାହ ବ୍ୟତୀତ ମଣ୍ଡପ ଗୁଡିକରେ ଅନ୍ୟ କୌଣସି ଉତ୍ସବ ପାଳନ ଉପରେ କଟକଣା ଲାଗିଛି ।

କୌଣସି ସ୍ଥାନରେ ଗହଳି ହୋଇ ଜନସାଧାରଣ ଭୋଜି ମଧ୍ୟ କରିପାରିବେ ନାହିଁ । ବଣ ଭୋଜିକୁ ସମ୍ପୁର୍ଣ୍ଣ ବାରଣ କରିଛି ପ୍ରଶାସନ । ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ନାହିଁ । ତେବେ କରୋନା କଟକଣାରେ ଶୁଦ୍ଧିକ୍ରିୟା କାର୍ଯ୍ୟ କରିବାକୁ ଅନୁମତି ରହିଛି । କୌଣସି ସ୍ଥାନରେ ନିୟମର ଉଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିୟମକୁ ମାନିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।