ବିଶ୍ୱକୁ ପରାକ୍ରମ ଦେଖାଇବ ଋଷ, ଆଜି ସାମରିକ ବାହିନୀର ମେଗା ଡ୍ରିଲ୍ ଅନୁଧ୍ୟାନ କରିବେ ପୁଟିନ୍

1 min read

ନୂଆଦିଲ୍ଲୀ: ଆଜି ବିଶ୍ୱକୁ ପରାକ୍ରମ ଦେଖାଇବ ଋଷ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନିଙ୍କ ଡେଞ୍ଜର ଗେମ୍ । ଆଜି ସାମରିକ ବାହିନୀର ମେଗା ଡ୍ରିଲ ଅନୁଧ୍ୟାନ କରିବେ ପୁଟିନ । ଆଣବିକ ଅସ୍ତ୍ରଶସ୍ତ୍ର, ବାଲିଷ୍ଟିକ ଓ କ୍ରୁଜ ମିସାଇଲର ସମରାଭ୍ୟାସ ଓ ପ୍ରୟୋଗ କ୍ଷେତ୍ରରେ ନିର୍ଭୁଲତା ଆଦିର ସମୀକ୍ଷା କରିବେ ପ୍ରେସିଡେଣ୍ଟ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ସୀମାରେ ପ୍ରାୟ ଦେଢ ଲକ୍ଷ ଋଷୀୟ ସୈନ୍ୟ ମୁତୟନ ହୋଇଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି- ଋଷ ଯାହା କହୁଛି ମିଛ କହୁଛି । ୟୁକ୍ରେନ ଆକ୍ରମଣ କୌଣସି ମୁହୂର୍ତ୍ତରେ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ୟୁକ୍ରେନର କେତେକ ସ୍ଥାନରେ ଋଷ ପକ୍ଷରୁ ଗୋଳାମାଡ କରାଯାଇଛି ବୋଲି ଅଭିଯୋଗ ହୋଇଛି ।

ସେପଟେ ଋଷ ସୀମାରେ ଅଧିକରୁ ଅଧିକ ସୈନ୍ୟ ମୁତୟନ କରୁଛି ବୋଲି କହିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟୋଟେନବର୍ଗ । ଋଷ ପ୍ରିପ୍ୟାତ ନଦୀ ଉପରେ ବ୍ରିଜ ନିର୍ମାଣ କରି ଅଧିକ ସୈନ୍ୟ ମୁତୟନ କରୁଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ଖୁବଶୀଘ୍ର ୟୁକ୍ରେନରୁ ବନ୍ଦେ ଭାରତ ମିଶନ ଜରିଆରେ ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଅଣାଯିବ ବୋଲି ଘୋଷଣା କରିଛି ଏୟାର ଇଣ୍ଡିଆ । ଆସନ୍ତା ୨୨, ୨୪ ଓ ୨୬ ତାରିଖରେ ଏହି ବିମାନ ଚାଲିବ ବୋଲି କୁହାଯାଇଛି । ସେପଟେ ୟୁକ୍ରେନରେ ଫସିଥିବା ସମ୍ପର୍କୀୟମାନଙ୍କୁ ଫେରାଇ ଆଣିବା ଲାଗି ଅନୁରୋଧ କରିଛନ୍ତି ପରିବାର ।

Leave a Reply