spot_img
Home Blog Page 4628

ମୋ କଲେଜ ଅଭିଯାନରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୧୭ ଲକ୍ଷ ଦାନ

ଭୁବନେଶ୍ୱର: ରେଭେନ୍ସା ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୭ ଲକ୍ଷ ଟଙ୍କା ପ୍ରଦାନ କଲା ମୋ କଲେଜ ଅଭିଯାନ । ରାଜ୍ୟର ଦୁଇ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତିରେ ତାଙ୍କ ପରିବାର ଲୋକେ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । ସ୍ବର୍ଗତ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଝିଅ ଶ୍ୱେତପଦ୍ମା ଦାଶ ମୋ’କଲେଜ ଅଭିଯାନ ଅଧୀନରେ ରେଭେନ୍ସାକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ସେହିପରି ଦିବଙ୍ଗତ ପ୍ରଫେସର ପତିତପାବନ ମିଶ୍ରଙ୍କ ସ୍ମୃତିରେ ତାଙ୍କ ପରିବାର ଏହି ବିଶ୍ବ ବିଦ୍ୟାଳୟକୁ ୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି ଟଙ୍କାରେ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ସ୍ମାର୍ଟ କ୍ଲାସ୍‌ରୁମ୍ ନିର୍ମାଣ କରାଯିବ । ମୋ’କଲେଜ ଅଭିଯାନ ଅଧୀନରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ନିଜେ ପାଠ ପଢ଼ିଥିବା କଲେଜ ଏବଂ ବିଶ୍ୱବିଦ୍ୟାଳୟ ସହ ଯୋଡ଼ିହୋଇ ନିଜର ଅବଦାନ ରଖୁଛନ୍ତି ବୋଲି କହିଛନ୍ତି ମୋ’ କଲେଜ ଅଭିଯାନ ପରିଚାଳନା ଅଧ୍ୟକ୍ଷ ଆକାଶ ଦାସନାୟକ।

ସିଲଭର ସିଟିରେ ସେକ୍ସ ରାକେଟ୍

କଟକ: ଲାଲବାଗ ଥାନା ଅଞ୍ଚଳରେ ଚାଲିଛି ସେକ୍ସ ରାକେଟ । ଆରଏନଟି କଲୋନିରେ ସେକ୍ସ ରାକେଟ ଠାବ ।  କଲୋନୀର ଶରତ ଚନ୍ଦ୍ର ଚାନ୍ଦ ଓ ତାଙ୍କ ପତ୍ନୀ ନିଜ ଘରେ ସେକ୍ସ ରାକେଟ କାରବାର ଦୀର୍ଘ ଦିନ ହେବ ଜାରି ରଖିଥିଲେ । ଘଟଣାରେ ଜଣେ ଗ୍ରାହକ ଦୁର୍ଯ୍ୟୋଧନ ସେଠି,ଦଲାଲ ସୁଜାତା କୁମାରୀ ମଧ୍ୟ ଧରାପଡିଛନ୍ତି ।

ସେପଟେ ପୋଲିସ ଅଭିଯୋଗ ଘଟଣାସ୍ଥଳରେ ରେଡ କରିବା ସହ ଦେହଜୀବୀଙ୍କୁ ଅଟକ ରଖିଛି  । ଏହି ସେକ୍ସ ରାକେଟ ପଛରେ କେବଳ ସ୍ୱାମୀ ଓ ସ୍ତ୍ରୀ ନା ଅନ୍ୟ କିଏ ଲିପ୍ତ ଅଛନ୍ତି ? ତାହାର କାରଣ ଖୋଜୁଛି ପୋଲିସ  ।  ଲାଲବାଗ ଥାନାରେ ଦେହଜୀବୀଙ୍କୁ ପୋଲିସ ଅଟକ ରଖି ଛାନଭିନ ଆରମ୍ଭ କରିଛି  ।

ଆସନ୍ତାକାଲିଠୁ ବଦଳିଯିବ ଏହି ସବୁ ନିୟମ: ଜାଣନ୍ତୁ କ’ଣ କ’ଣ

0

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଅର୍ଥାତ ଫେବ୍ରୁଆରୀ ପହିଲାରୁ ଲାଗୁ ହେବ କିଛି ନୂଆ ନିୟମ । ବ୍ୟଙ୍କ୍‌ ଏବଂ ରନ୍ଧନ ଗ୍ୟାସ୍‌ ସମ୍ୱନ୍ଧିତ କିଛି ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ଚାକିରି ସମେତ ବ୍ୟବସାୟ ଉପରେ ପଡ଼ିବ । ତେବେ ଜାଣିନିଅନ୍ତୁ କ’ଣ ସବୁ ନୂଆ ନିୟମ ।

ବ୍ୟାଙ୍କ ଅଫ୍‌ ବରୋଦା ଫେବ୍ରୁଆରୀ ୧ ତାରିଖରୁ ଚେକ୍‌ କ୍ଲିୟରାନ୍ସ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୧ ଫେବୃଆରୀରୁ ଚେକ୍‌ ପେମେଣ୍ଟ ପାଇଁ କନଫର୍‌ମେସନ୍‌ ବାଧ୍ୟତାମୂଳକ ହେବ । କନ୍‌ଫର୍‌ମେସନ୍‌ ନମିଳିଲେ ଚେକ୍‌କୁ ଫେରାଇ ଦିଆଯାଇପାରିବ।

ସେହିପରି ଏସ୍‌ବିଆଇ ଗ୍ରାହକଙ୍କୁ ଏବେ ଟଙ୍କା ଟ୍ରାନ୍ସଫର କରିବା ମହଙ୍ଗା ପଡ଼ିପାରେ । ଏସ୍‌ବିଆଇର ୱେବ୍‌ସାଇଟ୍‌ ଅନୁସାରେ ବ୍ୟାଙ୍କ ୧ ଫେବୃଆରୀରୁ ଆଇଏମ୍‌ପିଏସ ଟ୍ରାଞ୍ଜାକ୍ସନରେ ଏକ ନୂଆ ସ୍ଲାବ୍‌ ଜୋଡ଼ିବାକୁ ଯାଉଛି । ଏହା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାର ସ୍ଲାବ୍‌ ରହିବ ।୧ ତାରିଖରୁ ୨ରୁ ୫ ଲକ୍ଷ ଟଙ୍କା ଆଇଏମ୍‌ପିଏସ କଲେ ୨୦ ଟଙ୍କା ଶୁଳ୍କ ସହ ଜିଏସ୍‌ଟି ଦେବାକୁ ପଡ଼ିବ ।

ଏଥି ସହିତ ରନ୍ଧନ ଗ୍ୟାସ୍‌କୁ ନେଇ ମଧ୍ୟ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରତି ମାସ ଆରମ୍ଭର ପହିଲା ତାରିଖରୁ ଏଲ୍‌ପିଜି ଗ୍ୟାସ୍‌ର ଦାମ୍‌ ସ୍ଥିର କରାଯାଇଥାଏ । ଫେବ୍ରୁଆରୀ ୧ରେ ବଜେଟ୍‌ ଉପସ୍ଥାପନ ହେବାକୁ ଯାଉଥିବାରୁ ଏହାକୁ ନେଇ ସମସ୍ତଙ୍କ ନଜର ରହିଛି । ଯଦି ସିଲିଣ୍ଡର ଦାମ୍‌ ବଢ଼େ ତେବେ ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡ଼ିବ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳର ଦାମ୍‌ ବାରେଲ୍‌ ପିଛା ୯୦ ଡଲାର୍‌ ପାର୍‌ କରିଛି । ତେଣୁ ଏଲ୍‌ପିଜି ଗ୍ୟାସ୍‌ର ଦାମ୍‌ରେ ବୃଦ୍ଧି ହେବା ନେଇ ଅନୁମାନ କରାଯାଉଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବାଲାନ୍ସ କମ୍‌ ପାଇଁ ପଡିବ ଫାଇନ୍ । ୧୦୦ ରୁ ୨୫୦ ଟଙ୍କା ବଢିଲା ଫାଇନ୍‌ ଫି’  ।

ଉତ୍ତରପ୍ରଦେଶ ନିର୍ବାଚନ: ଏତେ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଖିଳେଶ, ଝିଅଙ୍କ ନାଁରେ ମଧ୍ୟ ରହିଛି ଲକ୍ଷ ଲକ୍ଷ ଟଙ୍କା

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କରହଲ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ । ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ନାମଙ୍କନ ଦାଖଲ ବେଳେ ଦେଇଥିବା ସତ୍ୟପାଠ ଅନୁଯାୟୀ ସେ ୪୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ । ଏଥିରେ ଉଭୟ ବ୍ୟାଙ୍କ ଜମା ଏବଂ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟ ସାମିଲ ରହିଛି । ତଥ୍ୟ ଅନୁଯାୟୀ ଭିନ୍ନ ଭିନ୍ନ ବ୍ୟାଙ୍କ ଖାତାରେ ମୋଟ ୮.୪୩ କୋଟି ଟଙ୍କା ଜମା ରହିଛି । ସେ ପାଖାପାଖି ୧୭.୯୩ କୋଟି ଟଙ୍କା ମୂଲ୍ୟ ଜମିର ମାଲିକ । ତେବେ ସେ ୨୮.୯୭ ଲକ୍ଷ ଟଙ୍କା ଋଣ ମଧ୍ୟ କରିଛନ୍ତି । ଅନ୍ୟପକ୍ଷରେ ତାଙ୍କ ପତ୍ନୀ ଡିମ୍ପଲଙ୍କ ନିକଟରେ ୫୮ ଲକ୍ଷ ୯୨ହଜାର ଟଙ୍କା ଜମା ରହିଛି । ବ୍ୟାଙ୍କରେ ଜମା ନଗଦ ବ୍ୟତୀତ ଡିମ୍ପଲ ୪କୋଟି ୭୬ ଲକ୍ଷ ୮୪ ହଜାର ଟଙ୍କା ସ୍ଥାବର ଓ ୧୦ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି । ଯେଉଁଥିରେ ତାଙ୍କ ଗହଣାର ମୂଲ୍ୟ ମଧ୍ୟ ସାମିଲ ରହିଛି । ଏଥିସହିତ ଅଖିଳେଶଙ୍କ ଝିଅଙ୍କ ନିକଟରେ ରହିଛି ୧୦ ଲକ୍ଷ ୩୯ ହଜାର ୪୧୦ ଟଙ୍କାର ସମ୍ପତ୍ତି ।

ଏଥିସହିତ ପଢ଼ନ୍ତୁ: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟ୍ୱିଟ୍‌ରେ ବ୍ଳକ୍ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କମୁଛି ତୃତୀୟ ଲହର ଭୟ, ଡେଲ୍ଟା ନେଉଛି ଜୀବନ

ଭୁବନେଶ୍ୱର:  କମୁଛି ତୃତୀୟ ଲହର ଭୟ। ଓମିକ୍ରନ ନୁହେଁ ଏବେ ବି ଡେ଼ଲ୍ଟା ନେଇଛି ଜୀବନ। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ଲଗାତର ଭାବେ ଦୈନିକ ସଂକ୍ରମଣ ସଂଖ୍ୟା ବି କମୁଛି । ହେଲେ ଗତ ୫ଦିନ ଭିତରେ ରାଜ୍ୟରେ ୭୦ ଜଣଙ୍କର ଜୀବନ ନେଲାଣି କିଲର କରୋନା। ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ପିକର ମାସେ ପରେ ମୃତ୍ୟୁ ଟିକିଏ ବଢେ । ଜାନୁଆରୀ ମାସରେ ରାଜ୍ୟରେ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ତାହା ତୁଳନାରେ ଆମର ମୃତ୍ୟୁ ବହୁତ କମ ରହିଛି ।

ଡେଲଟା ଏବେ ବି ରହିଛି । ତେବେ ଓମିକ୍ରନର ସଂକ୍ରମଣ କ୍ଷମତା ଡେଲଟା ଠୁ ବହୁତ ଅଧିକ । ତେଣୁ କେତେବେଳେ ବି ଏହା ବାଉନ୍ସ ବ୍ୟାକ କରିପାରେ । ତେଣୁ ଆମକୁ ସତର୍କ ରହିବାକୁ ହେବ। ତେଣୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ବୋଲି ସେ କହିଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟାକୁ ନେଇ ଭୟ ନ କରିବାକୁ ସ୍ଵାସ୍ଥ୍ୟ ଵିଶେଷଜ୍ଞ କହିଛନ୍ତି। ଏପଟେ ଲଗାତାର ହ୍ରାସ ଘଟିଛି କରୋନା ସଂକ୍ରମଣ  । ଦୈନିକ ମାମଲା ୬ ହଜାରକୁ ଖସିଛି  ।

COSA କମାଣ୍ଡର ଭାବେ ଦାୟିତ୍ୱ ନେଲେ ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି

ଭୁବନେଶ୍ୱର: ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି, ସେନା ପଦକ, ଛତିଶଗଡ ଏବଂ ଓଡିଶା ସବ୍ ଏରିଆ (COSA)ର କମାଣ୍ଡର ଭାବରେ ବ୍ରିଗେଡିୟର୍ ପ୍ରଶାନ୍ତ ଚୌହାନ୍, ସେନା ପଦକ,ଙ୍କ ଠ।ରୁ ଦାୟିତ୍ୱ ଗ୍ରହଣ କରିଥିଲେ । ବିଦାୟୀ ସବ୍ ଏରିଆ କମାଣ୍ଡର ବ୍ରିଗେଡିୟର୍ ଚୋହାନ୍ ରାଜ୍ୟ ସରକାରଙ୍କ ସହ ଏକ ଉତ୍ତମ ବ୍ୟବସାୟିକ ସମ୍ପର୍କ ବିକାଶ ତଥା ଛତିଶଗଡ ଏବଂ ଓଡ଼ିଶା ରାଜ୍ୟରେ ସଶସ୍ତ୍ର ବାହିନୀର ପାଦଚିହ୍ନକୁ ବଜାୟ ରଖିବା ତଥା ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଜଣେ ବରିଷ୍ଠ ପୂର୍ବତନ ସେବାୟତ ମନ୍ତବ୍ୟ ଦେଇଛନ୍ତି, “ବ୍ରିଗେଡିୟର୍ ପ୍ରଶାନ୍ତ ଚୌହାନ୍‌ଙ୍କ ଅବଦାନ ଏବଂ ପୂର୍ବତନ ସୈନିକ ଏବଂ ସୈେନିକଙ୍କ ବିଧବାମାନଙ୍କର ସେବା କରିବା ତଥା ସମାଜର ସମସ୍ତ ପୂର୍ବତନ ସେବାୟତଙ୍କ ସମ୍ମାନ ବଢ଼ାଇବାରେ ତାଙ୍କର ନେତୃତ୍ୱ ଭୂମିକାକୁ ଆମେ ଚିରଦିନ ସ୍ମରଣ କରିବୁ।”

ବ୍ରିଗେଡିୟର୍ ଭିଗ୍ନେଶ ମହନ୍ତି, ସେନା ପଦକ, ବର୍ତ୍ତମାନ COSAକୁ ନିର୍ଦ୍ଦେଶ ଦେବେ | ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ତାଙ୍କର ଚମତ୍କାର ସାମରିକ କ୍ୟାରିଅରରେ ବ୍ରିଗେଡିୟର୍ ମହନ୍ତି ଭାରତ ଏବଂ ବିଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ଏବଂ ପ୍ରଶାସନିକ ନିଯୁକ୍ତି ପାଇଛନ୍ତି | ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଖଡକୱାସ୍ଲା), ଆର୍ମି ସ୍କୁଲ୍ ଅଫ୍ ଆମ୍ମୁନିସନ୍ (ୟୁକେ), ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜ (ୱେଲିଙ୍ଗଟନ୍) ଏବଂ ନ୍ୟାସନାଲ ଡିଫେନ୍ସ କଲେଜ (ଫିଲିପାଇନ୍ସ)ରୁ ତାଲିମ ଗ୍ରହଣ କରିଛନ୍ତି।

ସେ କଶ୍ମୀର ଉପତ୍ୟକାରେ ଜଣେ ଇଞ୍ଜିନିୟର ରେଜିମେଣ୍ଟ ଏବଂ ଇଷ୍ଟର୍ଣ୍ଣ ଥିଏଟରରେ ଏକ ମାଉଣ୍ଟେନ୍ ବ୍ରିଗେଡ୍ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଭୁଟାନରେ ଭାରତୀୟ ସାମରିକ ତାଲିମ କଣ୍ଟିଜେଣ୍ଟ୍ର ଏକ ଅଂଶ ହୋଇଛନ୍ତି । ସେନା ମୁଖ୍ୟାଳୟ ସମେତ ବିଭିନ୍ନ ଗଠନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯାଇଥିଲା |

ଜଣେ ଇଞ୍ଜିନିୟରିଂ ସ୍ନାତକ, ସେ ଚେନ୍ନାଇ ବିଶ୍ୱବିଦ୍ୟାଳୟରୁ ପ୍ରତିରକ୍ଷା ଏବଂ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍‌ରେ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଛନ୍ତି ଏବଂ ଫିଲିପାଇନ୍ସରୁ ଜାତୀୟ ସୁରକ୍ଷା ପ୍ରଶାସନରେ ମାଷ୍ଟର କରିଛନ୍ତି । ତେଣୁ ବିସ୍ତୃତ ଅଭିଜ୍ଞତା, ସାମର୍ଥ୍ୟ ଏବଂ ପରିଚୟପତ୍ର ଉଭୟ ରାଜ୍ୟରେ ଅଧିକ ଉଚ୍ଚତାକୁ ଭାରତୀୟ ସେନାର ପ୍ରୟାସ କରିବ ବୋଲି ଆଶା କରାଯାଉଛି | ମୁଖ୍ୟାଳୟ “COSA” ହେଉଛି ଛତିଶଗଡ଼ ଏବଂ ଓଡିଶା ରାଜ୍ୟରେ ଭାରତୀୟ ସେନାର ସର୍ବୋଚ୍ଚ ମୁଖ୍ୟାଳୟ ଯାହା ସିଭିଲ୍ କର୍ତ୍ତୃପକ୍ଷଙ୍କୁ ପ୍ରଶାସନିକ ସମସ୍ୟା ଏବଂ ବିପର୍ଯ୍ୟୟ ସହାୟତା ସହିତ ଜଡ଼ିତ |

ହୋମୱାର୍କ କରନ୍ତୁ ଲେଖାଶ୍ରୀ, ଟିକେଟ୍ ନପାଇବାରୁ ରାଗିଛନ୍ତି

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ଜମି ବିବାଦ ମାମଲାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଅଭିଯୋଗକୁ ଖଣ୍ଡନ କଲେ ମନ୍ତ୍ରୀ ଅଶୋକ ପଣ୍ଡା  ।  କଡ଼ା ଜବାବ ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ବିଧାୟକ ପାଣ୍ଠିରୁ ବିବାଦୀୟ ଜମିକୁ ରାସ୍ତାପାଇଁ ୧୮ ଲକ୍ଷ ଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ୨୦୧୪ରେ ଲେଖାଶ୍ରୀ ନୀଳଗିରି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ପାଇଁ ତାଙ୍କ ସ୍ବାମୀଙ୍କ ସହ ଆସିଥିଲେ । ମୁଁ ତାଙ୍କୁ ଦଳର ସଭାପତିଙ୍କ ପାଖକୁ ପଠାଇଥିଲି । ସେଥିପାଇଁ ଉଦ୍ଦେଶ୍ୟ ମୂଳକ ଭାବରେ ଆକ୍ଷେପ କରୁଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।

ସେହିପରି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ବିକାଶ ମୂଳକ କାମ ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି କାମ କରିଥାଏ । ଯାହା ଜିଲ୍ଲାପାଳଙ୍କ ମାଧ୍ୟମରେ ବ୍ୟବହାର ହୋଇଥାଏ । ସେହି ପାଣ୍ଠିରୁ ଧଉଳି, ନୂଆଗାଁ ରାସ୍ତା, କରୋନା କେୟାର ସେଣ୍ଟରର କାମ ହୋଇଛି ।  ଯଦି ଏ ସମ୍ପର୍କରେ ଲେଖାଶ୍ରୀ ଜାଣନ୍ତିନି ତେବେ ହୋମଓ୍ବାର୍କ କରନ୍ତୁ  । ଲେଖାଶ୍ରୀ ଯଦି ପ୍ରମାଣର ସହ ଏହାକୁ ଉଲ୍ଲେଖ କରିବେ ତେବେ ମୁଁ ତାଙ୍କୁ ସାବାସୀ ଦେବି  ବୋଲି ମନ୍ତ୍ରୀ ଜବାବ୍ ଦେଇଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟ୍ୱିଟ୍‌ରେ ବ୍ଳକ୍ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକରଙ୍କ ବିବାଦରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ । ରାଜ୍ୟପାଳଙ୍କୁ ଟ୍ୱିଟରରେ ବ୍ଳକ୍ କଲେ ମମତା । ଟ୍ୱିଟରରେ ରାଜ୍ୟପାଳ କରୁଥିବା ପୋଷ୍ଟରେ ବିରକ୍ତ ହୋଇ ସେ ଏଭଳି କରିଥିବା କହିଛନ୍ତି । ସେ ଗଣମାଧ୍ୟମକୁ ସୂଚିତ କରି କହିଛନ୍ତି ଯେ, ରାଜ୍ୟପାଳ ତାଙ୍କ ଫୋନକୁ ଟ୍ୟାପିଂ କରୁଛନ୍ତି। ଏମିତିକି ରାଜ୍ୟ ମୁଖ୍ୟ ସଚିବ, ପୋଲିସ ଡିଜିଙ୍କୁ ରାଜ୍ୟପାଳ ଧମକ ଦେଉଥିବା ମମତା ଅଭିଯୋଗ ଆଣିଛନ୍ତି। ତାଙ୍କୁ ଶ୍ରମିକଙ୍କ ଭଳି ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ମୁଁ ଅନେକଥର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି। ରାଜ୍ୟପାଳ ହଟାଇବା ନେଇ ଅନୁରୋଧ କରିଛି । କିନ୍ତୁ ଏ ଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି । ଆମେ ଗତ ବର୍ଷେ ହେଲା ହଇରାଣ ହେଉଛେ। ରାଜ୍ୟପାଳ ଅନେକ ଫାଇଲ କ୍ଲିଅର କରୁ ନାହାନ୍ତି । ସେ ସବୁ ଫାଇଲକୁ ପକାଇ ରଖୁଛନ୍ତି। ତେଣୁ ସେ କେମିତି ପଲିସି ନିଷ୍ପତ୍ତି ଉପରେ କହିପାରୁଛନ୍ତି ବୋଲି ମମତା ପ୍ରଶ୍ନ କରିଛନ୍ତି।

ସେହିପରି ତାଙ୍କ ଫୋନ୍‌ ଟ୍ୟାପିଂ ପାଇଁ ସେ ରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି। ରାଜ୍ୟପାଳ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ଧମକାଉଛନ୍ତି ବୋଲି ମମତା ଅଭିଯୋଗ ଆଣିଛନ୍ତି। କାହିଁକି ପ୍ରଧାନମନ୍ତ୍ରୀ ତାଙ୍କୁ ହଟାଉ ନାହାନ୍ତି। ରାଜ୍ୟପାଳ ହାଉସରୁ ପେଗାସସ୍‌ ଚାଲୁଛି ବୋଲି ମମତା ଅଭିଯୋଗ ଆଣିଛନ୍ତି। ପ୍ରତିଦିନ ସକାଳେ ରାଜ୍ୟପାଳ  ଟ୍ୱିଟ୍ କରି ମୋତେ ଆକ୍ରମଣ କରୁଛନ୍ତି। ଏଠି ସେ କେବଳ ମହାନ ଆଉ ଆମେ ଦାଦନ ଶ୍ରମିକ। ମୁଁ ଏହି ମାନସିକତାକୁ ଗ୍ରହଣ କରିପାରୁ ନାହିଁ। ତେଣୁ ମୁଁ ତାଙ୍କୁ ଆଜି ଟ୍ୱିଟରରେ ବ୍ଲକ କରିଦେଇଛି ବୋଲି ମମତା କହିଛନ୍ତି ।

ପ୍ରେମିକାକୁ ଭିଡିଓ କଲ କରି ଫ୍ୟାନରେ ଝୁଲିଗଲେ ପ୍ରେମିକ

 

ପୁରୀ: ପ୍ରେମିକାକୁ ଭିଡିଓ କଲ୍ କରି ପ୍ରେମିକ କଲେ ଆତ୍ମହତ୍ୟା । ପ୍ରେମିକର ଆତ୍ମହତ୍ୟାକୁ ଲାଇଭ ଦେଖିଲେ  ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ଚନ୍ଦନ ବଜାରରେ । ବଜାରରେ ଥିବା ଏକ ଲୁଗା ଦୋକାନର ଜଣେ କର୍ମଚାରୀ ଦୋକାନ ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ଜଗତସିଂହପୁର ଜିଲ୍ଲା କେନ୍ଦାଳ ଗ୍ରାମ ପ୍ରତେୟ ଜେନା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । କାକଟପୁର ପୋଲିସ ଓ ପୁରୀ ସାଇଣ୍ଟିଫିକ୍ ଟିମ୍ ସହ ଆଡସନାଲ ଏସପି ଘଟଣାସ୍ଥଳ ପହଞ୍ଚିଛନ୍ତି । ପ୍ରେମ ବ୍ୟାପାରରୁ ପ୍ରତେୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା ବେଳେ ପ୍ରତେୟ କରିଥିବା ଭିଡିଓ କଲର କେତୋଟି ସ୍କ୍ରିନ ସଟ୍ ଭାଇରାଲ ହେଉଛି ।

ବିତ୍ତୀୟ ନିଅଣ୍ଟ ହାର କରୋନା ପୂର୍ବ ସମୟ ଠାରୁ କମ୍ ରହିଛି: ଆର୍ଥିକ ପରାମର୍ଶଦାତା

0

ନୂଆଦିଲ୍ଲୀ: ମୁଖ୍ୟ ଆର୍ଥିକ ପରାମର୍ଶଦାତା ସଞ୍ଜୀବ ସନ୍ୟାଲ ଅର୍ଥନୈତିକ ସର୍ଭେକୁ ନେଇ ଗଣମାଧ୍ୟମରେ ବିବୃତି ରଖିଛନ୍ତି । ବର୍ତ୍ତମାନ ଦେଶର ଆର୍ଥିକ ଗତିବିଧି କୋଭିଡ ପୂର୍ବର ଆର୍ଥିକ ସ୍ଥିତିକୁ ଅତିକ୍ରମ କଲାଣି । ସେ କହିଛନ୍ତି ଯେ, ସବୁ ସେକ୍ଟର ଭଲ ପ୍ରଦର୍ଶନ କରିଛନ୍ତି । ଯାହାକୁ ସେ ୧୦ ବର୍ଷ ପୂର୍ବର ସ୍ଥିତି ସହ ତୁଳନା କରିଛନ୍ତି । ସେ କହିଛନ୍ତି, ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୧-୨୨ରେ ୯.୨ପ୍ରତିଶତ ବଢ଼ିଛି । ଯାହା ୨୦୨୦-୨୧ରେ ପାଖାପାଖି ୭.୩ ପ୍ରତିଶତକୁ ହ୍ରାସ ଖସିଆସିଥିଲା । ସରକାରଙ୍କ ବିତ୍ତୀୟ ନିଅଣ୍ଟ କରୋନା ପୂର୍ବର ସ୍ତରଠାରୁ କମ୍ ରହିଛି । ଯାହା ଭଲ ଆର୍ଥିକ ସ୍ଥିତିର ସଂକେତ ।

କରୋନାର ପ୍ରଥମ ପ୍ରବାହ ଅପେକ୍ଷା ଅନ୍ୟ ପ୍ରବାହର ପ୍ରଭାବ କମ୍ ରହିଛି । ଏଣୁ ଅର୍ଥ ବ୍ୟବସ୍ଥା ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ ।  ପ୍ରତିବର୍ଷ ଆଳୁ, ପିଆଜ ଓ ଟମାଟ ଦର ବୃଦ୍ଧି ଚର୍ଚ୍ଚାର ବିଷୟ । ଏଣୁ ଶୀତଳ ଭଣ୍ଡାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ଶିଳ୍ପ ଅଭିବୃଦ୍ଧି ହାର ୪.୧ ପ୍ରତିଶତ ରହିଛି । ଯାହା କରୋନା ପୂର୍ବ ସମୟର ସ୍ତରଠାରୁ ଅଧିକ । ବର୍ତ୍ତମାନ କୃଷି କ୍ଷେତ୍ରର ଅଭିବୃଦ୍ଧି ୮ ପ୍ରତିଶତ ରହିଛି । ଯାହା କରୋନା କାଳ ପୂର୍ବର ସ୍ଥିତି ଠାରୁ ଅଧିକ । ୨୦୧୬-୧୭ ବେଳକୁ ଦେଶର ଅଧିକାଂଶ ଅଞ୍ଚଳରେ ଷ୍ଟାର୍ଟଅପ୍ କଲଚର ନଥିଲା, କିନ୍ତୁ ଆଗାମୀ ୫ବର୍ଷ ପରେ  ଏବେ ୫୫୫ ଜିଲ୍ଲାରେ ଅତି କମ୍‌ରେ ଗୋଟିଏ ଷ୍ଟାର୍ଟଅପ୍ ରହିଛି ।