ଆତଙ୍କବାଦ ସହ ଆମକୁ ଯୋଡ଼ା ଯାଉଛି, ଆମେ କିନ୍ତୁ ଚୁପ୍: ଇମ୍ରାନ୍ ଖାନ

OIC Summit 2022 Imran Khan Slams Muslim World For Islamophobia

ଇସଲାମାବାଦ: ସଂକଟରେ ଇମ୍ରାନ୍ । କେତେବେଳେ ବି ଚାଲିଯିବ ପ୍ରଧାନମନ୍ତ୍ରୀ ପଦ । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ବିଚଳିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁସଲିମ୍ ଦେଶ ଉପରେ ବର୍ଷିଛନ୍ତି । ୪୮ତମ ଓଆଇସି ସମ୍ମିଳନୀକୁ ଉଦଘାଟନ କରି ଇମ୍ରାନ୍ ଇସ୍ଲାମୋଫୋବିଆ ଓ ଆତଙ୍କବାଦ ଉପରେ ଆଲୋଚନା କରିଛନ୍ତି । ଇସଲାମର ତୁଳନା ଆତଙ୍କବାଦ ସହ କାହିଁକି କରାଯାଉଛି ବୋଲି ଇସଲାମିକ୍ ସହଯୋଗ ସଂଗଠନର ଦେଶ ଗୁଡ଼ିକୁ ପ୍ରଶ୍ନ କରିଛନ୍ତି ଇମ୍ରାନ୍ । କହିଛନ୍ତି ଇସଲାମ୍ ଛବିକୁ ବଞ୍ଚାଇବା ଲାଗି ମୁସଲିମ୍ ଦେଶ କିଛି କରୁ ନାହାନ୍ତି ।

ଇସ୍ଲାମୋଫୋବିଆରୁ ରକ୍ଷା ପାଇବା ଲାଗି ଅନ୍ତର୍ଜାତୀୟ ଦିବସ ପାଳନରୁ ଇମ୍ରାନ ଭାଷଣ ଆରମ୍ଭ କରିଥିଲେ । ଓଆଇସି ସଦସ୍ୟ ଦେଶକୁ ଧନ୍ୟବାଦ ଜଣାଇ ଇମ୍ରାନ କହିଛନ୍ତି, ଜାତିସଂଘରେ ଏକ ଐତିହାସିକ ପ୍ରସ୍ତାବ ପାରିତ କରାଯାଇଛି । ୧୫ ମାର୍ଚ୍ଚକୁ ଇସ୍ଲାମୋଫୋବିଆରୁ ରକ୍ଷା ପାଇବା ଲାଗି ଅନ୍ତର୍ଜାତୀୟ ଦିବସ ଭାବେ ଘୋଷଣା କରାଯାଇଛି ।

OIC Summit 2022 Imran Khan Slams Muslim World For Islamophobia

ଇମ୍ରାନ୍ ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚ ଘଟଣାକୁ ଅବତାରଣା କରି ଇମ୍ରାନ କହିଛନ୍ତି, ୧୫ ମାର୍ଚ୍ଚରେ ଜଣେ ବନ୍ଧୁକଧାରୀ ମସଜିଦରେ ପଶି ୫୦ ଜଣଙ୍କୁ ଗୁଳି କରିଥିଲା । ସେ ମସଜିଦରେ ଲୋକଙ୍କୁ କାହିଁକି ମାରିଲା ? କାରଣ ତାକୁ ଲାଗିଲା ସମସ୍ତ ମୁସଲିମ୍ ଆତଙ୍କବାଦୀ । ଏ ଇସ୍ଲାମୋଫୋବିଆ କେଉଁଠି ଆସିଲା, କିଏ ପ୍ରୋତ୍ସାହନ ଦେଲା ? ଏସବୁ ୯/୧୧ ଘଟଣା ପରେ ହୋଇଛି । ଏହାକୁ ବନ୍ଦ କରିବା ଲାଗି କିଛି ପ୍ରୟାସ କରାଯାଇ ନଥିବା ଇମ୍ରାନ ଅଭିଯୋଗ ଆଣିଛନ୍ତି ।

ଇସଲାମର ତୁଳନା ଆତଙ୍କବାଦ ସହ ତୁଳନା କରାଯାଉଛି । ମୋତେ କ୍ଷମା କରନ୍ତୁ କହି ଇମ୍ରାନ କହିଛନ୍ତି ଏହା ଏଥିପାଇଁ ହେଉଛି କାରଣ ମୁସଲିମ୍ ଦେଶ ଭୁଲ୍ ଧାରଣା ହଟାଇବା ପାଇଁ କିଛି କରୁନାହାନ୍ତି । କାହାର ଧର୍ମକୁ ଆତଙ୍କବାଦ ସହ କିଭଳି ଯୋଡ଼ି ପାରିବା ? କିଛି ଦେଶ ଆତଙ୍କବାଦ ଓ ଇସଲାମ୍ ଧାରଣା ପରିବର୍ତ୍ତନ ପରିବର୍ତ୍ତେ ସେମାନେ ଉଦାର ମୁସଲମାନ ବୋଲି କହୁଛନ୍ତି । ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଇମ୍ରାନ୍ ।