କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା: ରାଜ୍ୟ ବାହାରକୁ ଯିବା ବେଳେ ମାଡ଼ି ବସିଲା ପୋଲିସ

ପୁରୀ: ବହୁଚର୍ଚ୍ଚିତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ଆଜି ପୁଣି ୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ହତ୍ୟାକାଣ୍ଡ କରି ଅଭିଯୁକ୍ତମାନେ ପ୍ରଥମେ ସାତପଡ଼ା ଜଙ୍ଗଲ, ଚିଲିକା ଓ କୋରାପୁଟ ଦେଇ ରାଜ୍ୟ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିଲେ । ଟୁଟୁ ମହାପାତ୍ର, କୁନମୁନି ସୁଆର ଓ ହରି ପଣ୍ଡାଙ୍କ ସହ ତାଙ୍କ ସହଯୋଗୀ ଜଗନ ଖଟେଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା ।

ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ବଢୁଛି ଗିରଫଦାରୀ ସଂଖ୍ୟା । ପୁଣି ୪ ଜଣଙ୍କୁ କାବୁ କରିଛି ପୋଲିସ୍ । ଟୁଟୁ ମହାପାତ୍ର, କୁନମୁନି ସୁଆର ଓ ହରି ପଣ୍ଡାଙ୍କ ସହ ତାଙ୍କ ସହଯୋଗୀ ଜଗନ ଖଟେଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ହତ୍ୟାକାଣ୍ଡ କରି ଅଭିଯୁକ୍ତମାନେ ପ୍ରଥମେ ସାତପଡ଼ା ଜଙ୍ଗଲ, ଚିଲିକା ଓ କୋରାପୁଟ ଦେଇ ରାଜ୍ୟ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିଲେ । ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଓ ବାଇକ ଜବତ ହୋଇଥିବାବେଳେ ଅଧିକ ଅନୁସନ୍ଧାନ ଜାରି ରହିଥିବ୍ ପୁରୀ ଏସ୍ପି ସୂଚନା ଦେଇଛନ୍ତି ।

ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ହତ୍ୟାକାଣ୍ଡରେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବାପ ପୁଅ କାଳିଆ ଓ ଦୋଳଗୋବିନ୍ଦ ସିଂହାରୀଙ୍କ ସହ ୪ ସହଯୋଗୀ କାଳୁ ପାଣିଗ୍ରାହୀ, ବାବା ମହାପାତ୍ର, ସନ୍ଦୀପ ଜେନା ଓ ମୁନା ପାତ୍ରକୁ ପୋଲିସ ଗିରଫ କରିଥିଲା ପୋଲିସ୍ । ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ୍ ୭ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଗତ ୧୬ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ଘଟଣାରେ ପୂର୍ବ ଶତ୍ରୁତା ମୁଖ୍ୟ କାରଣ ଥିବା ପୋଲିସ୍ ସ୍ପଷ୍ଟ କରିଥିବାବେଳେ ଅଭିଯୁକ୍ତ ମାନଙ୍କ ଠାରୁ ଦେଢ଼ଲକ୍ଷ ଟଙ୍କା ଓ ୫ଟି ମୋବାଇଲ ଜବତ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ବଢ଼ିବ ତାତି: ୪୫ ଡିଗ୍ରୀ ଛୁଇଁବ ପଶ୍ଚିମ ଓଡ଼ିଶାରେ ତାପମାତ୍ରା