ରାଜ୍ୟରେ ବଢ଼ିବ ତାତି: ୪୫ ଡିଗ୍ରୀ ଛୁଇଁବ ପଶ୍ଚିମ ଓଡ଼ିଶାରେ ତାପମାତ୍ରା

ଭୁବନେଶ୍ୱର: ଆସନ୍ତା ୫ ଦିନ ପରେ ରାଜ୍ୟକୁ ଫେରିବ ତାତି । ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ବଢ଼ିବ ପାରଦ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ । ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱଭାବିକ ଠାରୁ ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

heat wave in Odisha: Heatwave to continue till May 24 across Odisha: Met  department | Bhubaneswar News - Times of India

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଥଣ୍ଡା ବାୟୁ ଗରମ ବାୟୁ ସହ ମିଶି ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସହ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Heatwave in Odisha: Titlagarh sizzles at 42.2 degree Celsius, says IMD |  Business Standard News

୨୪, ୨୫ ଏବଂ ୨୬ ତାରିଖରେ ବର୍ଷାର ବିସ୍ତୃତି ବଢ଼ିବ । ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୨୭ ତାରିଖରୁ ତାତି ଫେରିବା ସହ ଅସହ୍ୟ ଗରମରେ ଆଉଟୁପାଉଟୁ ହେବ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁବା ସହ ଉପକୂଳ ଓଡ଼ିଶାରେ ୪୦ ଡେଇଁବ ପାରା ।