NASAର ଦାବି, ସୌର ମଣ୍ଡଳ ବାହାରେ ରହିଛି ପୃଥିବୀ ଭଳି ୫୦୦୦ରୁ ଅଧିକ ରହସ୍ୟମୟ ‘ଦୁନିଆ’

NASA Discovers 5000 New Worlds Beyond Our Solar System Some Exoplanets Are Like Earth Discovery

ୱାଂଶିଟନ୍: ବ୍ରହ୍ମାଣ୍ଡରେ କଣ ଆମେ ଏକା ଅଛେ ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରେ । ଅନେକ ସମୟରେ ଏଲିୟନ୍ସକ ଉପସ୍ଥିତିକୁ ନେଇ ବି ବେଶ୍ ରୋଚକ ତଥ୍ୟ ଆସିଛି । ଏବେ ବୈଜ୍ଞାନିକ ଏମିତି ଗ୍ରହର ସନ୍ଧାନ କରିଛନ୍ତି ଯାହା ସୂର୍ଯ୍ୟଙ୍କ ଚାରିପଟେ ଘୁରୁଛନ୍ତି ଏବଂ ଅରବ କିଲୋମିଟର ଦୂରରେ ରହିଛି । ଏହି ଗ୍ରହମାନେ ମିଳିତ ଭାବେ ଆମ ସୌର ମଣ୍ଡଳର ନିର୍ମାଣ କରୁଛନ୍ତି । ଏବେ ଆମେରିକୀୟ ମହାକାଶ ସଂସ୍ଥା ନାସା ଅନୁସନ୍ଧାନ କରି କହିଛି, ମହାକାଶରେ ୫ ହଜାରରୁ ଅଧିକ ଗ୍ରହ ରହିଛନ୍ତି । ସେନେଇ ଅଧିକ ଗବେଷଣା ଜାରି ରହିଛି ।

Earth Has Its Own Brain Mind And Planetary Intelligence

ଅନ୍ତରୀକ୍ଷ ଅନୁସନ୍ଧାନରେ ନାସା ଆଉ ଏକ ନୂଆ ଖୁଲାସା କରିଛି । ୬୫ଟି ନୂତନ ଗ୍ରହ ଆବିଷ୍କାର ସହ ସୌର ମଣ୍ଡଳ ବାହାରେ ତାରାଙ୍କ ଚାରିପାଖରେ ୫ ହଜାରରୁ ଅଧିକ ଗ୍ରହ, ଉଲକା ପିଣ୍ଡ ଥିବା ନାସା ସ୍ପଷ୍ଟ କରିଛି । ନାସା ଏକ୍ସୋପ୍ଲାନେଟ୍ ଆର୍କାଇଭ୍ ଅଧ୍ୟୟନ ପାଇଁ ୬୫ଟି ଗ୍ରହ ଖୋଜିଛି । ଯେଉଁଥିରେ ପାଣି, କ୍ଷୁଦ୍ରଜୀବ, ଗ୍ୟାସ୍ ଅଥବା ଜୀବନ ଧାରଣ ସମ୍ଭବ ହୋଇପାରେ ।

କେତେକ ଗ୍ରହ ପୃଥିବୀ ଭଳି

ନାସା ଅନୁସାରେ, ପ୍ରତ୍ୟେକଟି ଗ୍ରହରେ ଏକ ନୂଆ ଦୁନିଆ ରହିଛି । ମିଳିଥିବା ୫ ହଜାର ଗ୍ରହର ସୃଷ୍ଟି ଓ ବିଶେଷତ୍ୱ ଆଧାରରେ ଅଲଗା ଅଲଗା ଶ୍ରେଣୀ ଅନ୍ତର୍ଭୁକ୍ତ । ଏଥିରେ ପୃଥିବୀ ଭଳି ଛୋଟ ଓ ପଥର ଗ୍ରହ ରହିଛି । ବୃହସ୍ପତି ଠାରୁ କେତେକାଂଶରେ ବଡ଼ ଗ୍ୟାସୀୟ ଗ୍ରହ ଥିବାବେଳେ ତାରାଙ୍କୁ ପାଖରୁ ପରିକ୍ରମା କରୁଥିବା ବହୁତ ଗରମ ଗ୍ରହ ବି ରହିଥିବା ଜଣାପଡ଼ିଛି । ଏଥିରେ ‘ସୁପର ଆର୍ଥ’ ଭଳି ଗ୍ରହ ବି ରହିଛି । ଯାହାକି ପୃଥିବୀ ଠାରୁ ଅନେକାଂଶରେ ବଡ଼ ହୋଇଥିବା ବେଳେ ପଥର ଭରି ରହିଛି । ଆଉ ଆମ ସୌର ମଣ୍ଡଳରେ ଥିବା ନେପଚ୍ୟୁନ୍ ଭଳି ଅନେକ ମିନି ନେପଚ୍ୟୁନ୍ ରହିଛି ।

Earth Has Its Own Brain Mind And Planetary Intelligence

ସୌର ମଣ୍ଡଳରେ ହଜାର ହଜାର ଗ୍ରହ ଥିବାବେଳେ ପ୍ରଶ୍ନ ଉଠୁଛି କଣ ଆମେ ବ୍ରହ୍ମାଣ୍ଡରେ ଏକା ଅଛେ ? ଏହାର ଉତ୍ତର ମଧ୍ୟ ହଁ । କଜ୍ୟୋତିର୍ବିଜ୍ଞାନୀଙ୍କ ଅନୁସାରେ, ନିକଟ ଭବିଷ୍ୟତରେ ଅନ୍ତରୀକ୍ଷ ଜୀବନ ଧାରଣ କଲା ଭଳି କିଛି ମିଳିପାରେ । କାରଣ ଜୀବନଯାପନ ଉଦ୍ଦେଶ୍ୟରେ ଅନୁସନ୍ଧାନ ବଢ଼ିବା ସହିତ ଅନ୍ୟ ଗ୍ରହକୁ ନେଇ ସମ୍ଭାବନା ବି ବଢ଼ିବାରେ ଲାଗିଛି । କିନ୍ତୁ ଏବେ ଯାଏ ନୂଆ ଗ୍ରହର ଗଭୀରତାକୁ ମପା ଯାଇ ପାରିନାହିଁ ।