spot_img
Home Blog Page 4625

ରେଳ ମନ୍ତ୍ରାଳୟ ସହ ଯୋଡିହେବେ ଆଦିବାସୀ ଓ ମହିଳା

ନୂଆଦିଲ୍ଲୀ: ସଂସଦରେ ବଜେଟ ଆଗତ ହେବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ।  2022-23 ବଜେଟରେ ରେଳ ମନ୍ତ୍ରାଳୟକୁ ମିଳିଛି ୧ଲକ୍ଷ ୩୭ହଜାର କୋଟି ଟଙ୍କା । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବଜେଟରେ ରେଳ ମନ୍ତ୍ରାଳୟ ପ୍ରତି ସମ୍ବେଦନଶୀଳ ଥିବାରୁ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ବିନୀ ବୈଷ୍ଣବ। ୧୨ହଜାର କୋଟି ୩ମାସ ପୂର୍ବରୁ ରେଳ ମନ୍ତ୍ରାଳୟକୁ ମିଳିସାରିଛି ।

ବନ୍ଦେ ଭାରତ ଟ୍ରେନ ସାରା ଦେଶର ନେଟଓ୍ୱାର୍କକୁ ସୁଦୃଢ଼ କରିବ । ଆଦିବାସୀ, ମହିଳା ଓ ସେଲ୍ଫ ହେଲପ ଗ୍ରୁପଙ୍କୁ ରେଳ ମନ୍ତ୍ରାଳୟ ସହ ଯୋଡାଯିବ । ଏହାଦ୍ବାରା ସେମାନଙ୍କର ରୋଜଗାର ବଢିବ ବୋଲି ମନ୍ତ୍ରୀ କହିଛନ୍ତି ।  ଏହା ସହିତ ଏବେ ରେଳ ଯନ୍ତ୍ରାଂଶ ପ୍ରସ୍ତୁତି, ନେଟଓ୍ୱାର୍କ ସବୁକିଛିରେ ଦେଶ ସଫଳତା ପାଇଛି । ଭାରତରେ ଘଣ୍ଟାକୁ ୧୮୦କିମି ବେଗରେ ଟ୍ରେନ ଦୌଡ଼ୁଛି । ଏବେ କାରଖାନାରେ ମାସକୁ ୭ରୁ ୮ଟି କ୍ଷୀପ୍ରବେଗଗାମୀ ଟ୍ରେନ ନିର୍ମାଣ ନେଇ ଯୋଜନା ହେଉଛି । ଟ୍ରେନରେ ଦୈନିକ ଅଢ଼େଇ କୋଟି ଯାତ୍ରୀ ଯିବାଆସିବା କରୁଛନ୍ତି । ଭାରତୀୟ ରେଳ ମନ୍ତ୍ରଣାଳୟ ବଡ଼ ମହାସାଗରରେ ପରିଣତ ହୋଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି ।

ସେପଟେ 5G ସ୍ପେକ୍ଟ୍ରମ ପାଇଁ ମାର୍ଚ୍ଚ ସୁଦ୍ଧା ଅକ୍ସନ ହେବ । ପ୍ରଧାନମନ୍ତ୍ରୀଙ୍କ ଅମୃତକାଳ ଯୋଜନାରେ IT ବିଭାଗ ରହିଛି । ସାଧାରଣ ନାଗରିକର ଜୀବନରେ ଅନେକ ପରିବର୍ତ୍ତନ ଆସିଛି । କେହି ବି ଭାବି ନଥିଲେ ଭାରତରେ ମୋବାଇଲ ତିଆରି ହେବ । ଏବେ ସମସ୍ତ ପ୍ରକାର IT ଯନ୍ତ୍ରାଂଶ ଭାରତରେ ନିର୍ମାଣ ହେଉଛି । ନୂଆ ଟେକ୍ନଲୋଜି ଆମ ଜୀବନ ସହ ଯୋଡି ହୋଇଯାଇଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ  ।

ଫୁଲ ଚାଷ କରନ୍ତି: ବିକ୍ରି ନକରି ଧର୍ମାନୁଷ୍ଠାନକୁ ଦାନ କରିଦିଅନ୍ତି

ପାଟକୁରା: ପ୍ରକୃତି ପ୍ରେମର ନିଆରା ଉଦାହରଣ । ରାସ୍ତା କଡରେ ଅପରିଷ୍କାର ସ୍ଥାନକୁ ସଫା କରି ସେଥିରେ ଫୁଲ ଚାଷ କରି ପ୍ରକୃତିର ସୌନ୍ଦର୍ଯ୍ୟ ବଢାଇବା ସହ ମାଗଣାରେ ଦେବ ଦେବୀଙ୍କ ପୂଜା ପାଇଁ ଫୁଲ ଯୋଗାଇ ଦିଆଯାଉଛି । ଏମତି ଏକ ଏକ କାର୍ଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି ପାଟକୁରା ଡେରାବିଶ ବ୍ଲକ ବସପୁର ପଞ୍ଚାୟତ ହାଟବାଣପୁର ଗ୍ରାମର ସରୋଜ କୁମାର ସାହୁ ।

ସଉକ ଫୁଲ ଚାଷ । ଅପରିଷ୍କାର ସ୍ଥାନ ସଫା କରି ହେଉଛି ଚାଷ । ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ଦେବଦେବୀଙ୍କୁ ମିଳୁଛି ଫୁଲ । ଏଭଳି ମହତ କାମ କରି ଉଦାହରଣ ସୃଷ୍ଟି କରିଛନ୍ତି ପାଟକୁରା ଡେରାବିଶ ବ୍ଲକ ବସପୁର ପଞ୍ଚାୟତ ହାଟବାଣପୁର ଗ୍ରାମର ସରୋଜ କୁମାର ସାହୁ । ସରୋଜ ବିଜେଡିର ଏକ ସକ୍ରିୟ କର୍ମୀ ମଧ୍ୟ ଅଛନ୍ତି । କିନ୍ତୁ ପ୍ରକୃତି ପ୍ରେମ ତାଙ୍କୁ ସଜାଇ ଦେଇଛି ଫୁଲ ଚାଷୀ । ରାସ୍ତା କଡ଼ ଆବର୍ଜନା ପୂର୍ଣ୍ଣ ସ୍ଥାନକୁ ସଫା କରି ଡାଳିଆ, କୁସୁମ, ଗେଣ୍ଡୁ, ମାଳତୀ ପରି ବିଭିନ୍ନ ପ୍ରକାରର ଫୁଲ ଚାଷ କରି ଏହାର ଯତ୍ନ ମଧ୍ୟ ନେଉଛନ୍ତି ।

ନିଜ ପୁଞ୍ଜି ନିବେଶ କରି ବଗିଚାର ଯତ୍ନ ନେଉଛନ୍ତି ସରୋଜ । ଠାକୁ ପୂଜା ପାଇଁ ଯିଏ ଫୁଲ ଚାହିଁବ ତାକୁ ମାଗଣାରେ ଯୋଗାଇ ଦେଉଛନ୍ତି । ପୂଜା ପାଇଁ ଫୁଲ ପାଇ ମନ୍ଦିର ଓ ସ୍ଥାନୀୟ ଲୋକେ ବି ବେଶ ପ୍ରଶଂସା କରନ୍ତି ।

ଏଥିସହିତ ପଢ଼ନ୍ତୁ: କୁକୁଡ଼ା ପାଇଁ ସଜେଇ ହେଲା କୋକେଇ: ଅନ୍ତିମ ସଂସ୍କାର କଲେ ମାଲିକ

ଗେମ୍ ନିଶାରେ ମାଆ ଓ ଭଉଣୀଙ୍କୁ ମାରିଲା ଗୁଳି

ନୂଆଦିଲ୍ଲୀ: ଛୁଆ, କମ୍ ବୟସର ପିଲାଙ୍କୁ ଘାରିଛି ଗେମ୍ ନିଶା, ପାଗଳ କରୁଛି ପବଜୀ । ଆଉ ପବଜୀ ପାଇଁପ ପାଗଳ ନାବାଳକ ନେଇଛି ମାଆ ଓ ଭଉଣୀଙ୍କ ଜୀବନ । ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା ଘଟିଛି ପାକିସ୍ତାନରେ । ପୂର୍ବରୁ ପବଜୀ ଖେଳୁ ଖେଳୁ ଛାତରୁ ଡେଇଁ କିଏ ଆତ୍ମହତ୍ୟା କରିଥିବା ଆପଣ ଶୁଣିଥିବେ । କିନ୍ତୁ ପାକିସ୍ତାନରେ ପବଜୀ ଖେଳୁଥିବା ଜଣେ ନାବାଳକ ଗେମକୁ ହିଁ ଦୁନିଆ ଭାବି ନେଇଥିଲା ।

PUBG Addict Teenager Killed His Family With Bullets In Pakistan

ପବଜୀ ପାଇଁ ପାଗଳ ନାବାଳକ ଗେମ୍ ଖେଳି ଖେଳି ମାଆ, ଭଉଣୀଙ୍କୁ ଗୁଳି କରି ଦେଇଛି । ଏଭଳି ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ପବଜୀକୁ ବ୍ୟାନ୍ କରିବା ଲାଗି ଦାବି ହେଉଛି । ସୂଚନା ଅନୁସାରେ, ୧୮ ଜାନୁଆରୀରେ ନାବାଳକ ଜଣଙ୍କ ମାଆ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପବଜୀ ଖେଳରେ ଉତ୍ତେଜିତ ହୋଇ ନାବାଳକ ମାଆ, ଭଉଣୀଙ୍କୁ ମାରିଥିବା ଜେରା ବେଳେ ମାନିଛି ।

ତେବେ, ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟି ନଥିବା କହିଛି ପୋଲିସ । ପବଜୀକୁ ପାକିସ୍ତାନରେ ବ୍ୟାନ୍ କରିବାକୁ ପୋଲିସ ପକ୍ଷରୁ ସୁପାରିସ୍ କରାଯାଇଛି । PUBG ଏକ ଅନଲାଇନ୍ ମଲ୍ଟିପ୍ଲେୟାର ‘ବ୍ୟାଟେଲ୍ ରୟାଲ୍’ ଗେମ୍ । ଯେଉଁଥିରେ ବିଜେତା ହିଁ ଶେଷକୁ ବଞ୍ଚି ରହେ । ବିଶ୍ୱରେ ପବଜୀର ଲୋକପ୍ରିୟତା ଢେର୍ ବେଶୀ ରହିଛି । ଏବେ ଭାରତ ଓ ଚୀନ ସମେତ କେତକ ଦେଶ ପବଜୀ ଉପରେ କଟକଣା ଲଗାଇଛନ୍ତି ।

ପୂର୍ବତନ IPSଙ୍କ ଟଙ୍କା ଖଣି; ବେସମେଣ୍ଟରେ ୬୫୦ ଲକର, ମିଳିଲା ୩ କୋଟିରୁ ଅଧିକ ଟଙ୍କା

ନୋଏଡା: ସାଧାରଣ ଲୋକଙ୍କ ବଜେଟ୍ ବିଗିଡ଼େ । ହେଲେ କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କ ବଜେଟ୍ ସବୁବେଳେ ଅଧିକ ଥାଏ । କହିବାକୁ ଗଲେ ଏମାନଙ୍କ ପାଇଁ ମାସିକ ବଜେଟ୍ ଲୋଡ଼ା ନାହିଁ । କାରଣ ଏମାନଙ୍କ ପାଖେ ଥିବା ଟଙ୍କା ମଲା ଯାଏ ବସି ଖାଇଲେ ବି ସରିବନି । ଏବେ ଏମିତି ଜଣେ ପୂର୍ବତନ ଆଇପିଏସ୍ ଅଫିସର ଆୟକର ବିଭାଗ ଜାଲରେ ପଡ଼ିଛନ୍ତି । ୟୁପିର ପୂର୍ବତନ ଆଇପିଏସ୍ ଅଫିସର ରାମ ନାରାୟଣ ସିଂହଙ୍କ ଘରେ ଆୟକର ବିଭାଗ ଗତ ୩ ଦିନ ହେଲା ରେଡ୍ ଜାରି ରଖିଛି ।

IT Raid In Former IPS RN Singh House 3 Crores Recovered, 650 Lockers Found

ଅଫିସରଙ୍କ ଘର ବେସମେଣ୍ଟରେ ୬୫୦ଟିରୁ ଅଧିକ ଲକର ମିଳିଛି । ଆଉ ଉକ୍ତ ଲକର ମଧ୍ୟରୁ ମାତ୍ର ତିନୋଟି ଲକରରେ ତିନି କୋଟିରୁ ଅଧିକ ଟଙ୍କା ନଗଦ ମିଳିଛି । ତେବେ ଏତେ ଟଙ୍କା କାହାର ତାହା ଜଣା ପଡ଼ିନାହିଁ । ଆୟକର ବିଭାଗର ରେଡ୍ ପରେ ପୂର୍ବତନ ଅଫିସର କୁଆଡ଼େ ଗାଏବ ହୋଇ ଯାଇଛନ୍ତି । ଆୟକର ବିଭାଗ ସୋମବାର ବିଳମ୍ବିତ ରାତିରେ ରେଡ୍ କରି ଲକର ଖୋଲିଥିଲା । ଏବେ ଯାଏ ଜବତ ଟଙ୍କାର ଗଣତି ଚାଲିଛି । ଟଙ୍କା ଗଣିବା ଲାଗି ମେସିନ୍ ମଗାଯାଇଛି ।

ଏତେ ଟଙ୍କାର ମାଲିକ କିଏ ?

ଶନିବାର ରାତିରେ ଆୟକର ବିଭାଗର ଟିମ୍ ‘ମାନସମ କମ୍ପାନୀ’ରେ ରେଡ୍ କରିଥିଲା । ଆଉ ଏହି କମ୍ପାନୀ ଏକ ଘରେ ଚାଲୁଛି । ଫ୍ଲାଟ ନମ୍ବର ଏ-୬ର ବେସମେଣ୍ଟରେ ୬୫୦ରୁ ଅଧିକ ଲକର ମିଳିଛି । ଏସବୁ ଲକରର ମାଲିକ ପୂର୍ବତନ ଆଇପିଏସଙ୍କ ପତ୍ନୀ ବୋଲି ଜଣାପଡ଼ିଛି ।

IT Raid In Former IPS RN Singh House 3 Crores Recovered, 650 Lockers Found

ଭଡ଼ାରେ ଦେଉଥିଲେ ଲକର୍

୧୯୮୩ ବ୍ୟାଚ୍ ୟୁପି କ୍ୟାଡରର ଆଇପିଏସ୍ ହେଉଛନ୍ତି ରାମ ନାରାୟଣ ସିଂହ । ସେ ଡିଜି ରାଙ୍କରୁ ଅବସର ନେଇଛନ୍ତି । ତାଙ୍କ ପତ୍ନୀ ‘ମାନସମ କମ୍ପାନୀ’ ପରିଚାଳନା କରନ୍ତି । ଲୋକଙ୍କୁ ଟଙ୍କା ରଖିବା ପାଇଁ ଭଡ଼ାପେ ଲକର ଦେଇଥାନ୍ତି । ଜବତ ହୋଇଥିବା ୩ କୋଟି ଟଙ୍କା ତିନିଗୋଟି ଲକରରେ ଥିଲା । କୁହାଯାଉଛି ଏହି ଟଙ୍କା ୩ ଜଣଙ୍କର । ତେବେ ଏଯାବତ୍ ପୂର୍ବତନ ଆଇପିଏସଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ ।

କେନ୍ଦ୍ର ବଜେଟରେ ଚାଷୀଙ୍କ ପାଇଁ ନୂଆ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ବଜେଟରେ ଚାଷୀଙ୍କ ପାଇଁ ଯୋଜନା  । କିଷାନ ଡ୍ରୋନ ଯୋଜନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସହରର ବିକାଶ ପାଇଁ ରାଜ୍ୟଙ୍କୁ ସହଯୋଗ ଦିଆଯିବ । ଲାଗୁ ହେବ ଓ୍ବାନ୍ ନେସନ୍ ଓ୍ବାନ୍ ରେଜିଷ୍ଟ୍ରେସନ୍ ନିୟମ । ସବୁ ମନ୍ତ୍ରାଳୟ ପାଇଁ ପେପରଲେସ୍ ଓ ଇ-ବିଲ୍ ବ୍ୟବସ୍ଥା କରାଯିବ । ଚାଷୀଙ୍କ ପାଇଁ କିଷାନ ଡ୍ରୋନ୍ ଯୋଜନା ଅଣାଯିବ । ଡ୍ରୋନ୍‌ ଯୋଗେ ଫସଲ ଅନୁଧ୍ୟାନ କରିବେ ଚାଷୀ । ଏହାସହ ଡ୍ରୋନ୍‌ ଯୋଗେ ହେବ କୀଟନାଶକ ସିଞ୍ଚନ । ଲ୍ୟାଣ୍ଡ ରେକର୍ଡର ହେବ ଡିଜିଟାଇଜେସନ୍ । ଗ୍ରାମାଞ୍ଚଳ ଏବଂ ଚାଷ ପାଇଁ ନାବାର୍ଡ ଜରିଆରେ ମିଳିବ ରାଶି ।

ସେହିପରି୨୦୨୨-୨୩ ରେ ସରିବ 5G ସ୍ପେକ୍ଟ୍ରମ୍‌ ନିଲାମ । ବ୍ଲକ ଚେନ୍‌ ଓ ଅନ୍ୟ ଟେକ୍ନୋଲୋଜିରେ ପ୍ରଚଳନ ହେବ ଡିଜିଟାଲ ମୁଦ୍ରା । ପ୍ରତିରକ୍ଷା ବଜେଟ୍‌ରେ 25% ଅର୍ଥ ଗବେଷଣାରେ ଖର୍ଚ୍ଚ ହେବ । ବିଦେଶରୁ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ହ୍ରାସ କରାଯିବ । ସ୍ପେଶାଲ ଇକୋନୋମିକ ଜୋନ୍‌ ଆକ୍ଟରେ ସଂସ୍କାର ଆସିବ । ଅପ୍ଟିକାଲ୍ ଫାଇବର ମାଧ୍ୟମରେ ସବୁ ଗାଁକୁ ଇଣ୍ଟରନେଟ୍ ଯୋଗାଇ ଦିଆଯିବ । କୋର ବ୍ୟାଙ୍କିଂରେ ଯୋଡ଼ିହେବ ନୂଆ ଦେଢ଼ ଲକ୍ଷ ଡାକଘର । ପିଏମ୍‌ ହାଉସିଂ ପ୍ଲାନ ପାଇଁ 48 ହଜାର କୋଟିର ବଜେଟ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସୌର ଶକ୍ତି ପାଇଁ ୧୯ ହଜାର  ୫ଶହ କୋଟି ଆବଣ୍ଟନ ହୋଇଛି ।

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଘରୋଇ କମ୍ପାନୀକୁ ପ୍ରୋତ୍ସାହନ ଦିଆଯିବ । 68% ଉତ୍ପାଦ ଘରୋଇ ମାର୍କେଟ୍‌ରୁ କିଣାଯିବ । ଏହାସହ କେମିକାଲ ଫ୍ରି ପାରମ୍ପରିକ ଚାଷକୁ ପ୍ରୋତ୍ସାହନ ଦିଆଯିବ ବୋଲି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଚଳିତବର୍ଷ ଆସିବ ବ୍ୟାଟେରୀ ଅଦଳ ବଦଳ ନୀତି । ଦେଶରେ ନୂତନ ଇଲେକ୍ଟ୍ରିକ ଗାଡି ଲଞ୍ଚ ହୋଇଥିବା ବେଳେ, EV ଗାଡି ପାଇଁ ଚାର୍ଜିଂ ଷ୍ଟେସନର ଅଭାବ ରହିଛି । ଏହା ପଛରେ ଥିବା ପ୍ରମୁଖ କାରଣ ହେଉଛି ସ୍ଥାନାଭାବ । ତେଣୁ ବ୍ୟାଟେରି ଅଦଳ ବଦଳ ନୀତି ଆସିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

କୁକୁଡ଼ା ପାଇଁ ସଜେଇ ହେଲା କୋକେଇ: ଅନ୍ତିମ ସଂସ୍କାର କଲେ ମାଲିକ

ଭଦ୍ରକ: କୁକୁଡ଼ା ପାଇଁ ସଜେଇ ହେଲା କୋକେଇ । ପ୍ରିୟ ଗଞ୍ଜା କୁକୁଡ଼ାର କୋକେଇ କାନ୍ଦରେ କାନ୍ଦରେ ନେଲା ମାଲିକ ଆଉ ଅନ୍ତିମ ସଂସ୍କାର କଲା । ନିଜ ପ୍ରିୟଜନ ଓ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ନେଇ କୋକେଇ କରିବା ଏବଂ ଶବଦାହ କରିବା ସ୍ୱଭାବିକ କଥା । ବେଳେ ବେଳେ କିଛି ପଶୁଙ୍କ ଅନ୍ତିମ ସଂସ୍କାର ମଧ୍ୟ କରିଥିବା ନଜିର ରହିଛି । କିନ୍ତୁ କୁକୁଡ଼ାର ଅନ୍ତିମ ସଂସ୍କାର ବୋଧେ ପ୍ରଥମ । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ୍ ବୋଡ଼କ ପଞ୍ଚାୟତର ଖରଦା ପଟଣା ଗାଁରେ ।

ମଣିଷ ଭଗଵାନଙ୍କ ଶ୍ରେଷ୍ଠ ସୃଷ୍ଟି ହୋଇଥିବା ବେଳେ ମାନବିକତା ଓ ପରୋପକାରୀତାର ଉଦାହରଣ ହୋଇଛି । ମଣିଷ ବେଳେ ବେଳେ ପଶୁଭଳି ବ୍ୟବହାର କରେ ତ କେତେ ବେଳେ ପଶୁପକ୍ଷୀଙ୍କ ପ୍ରତି ତାର ଭଲପାଇବା ଅନେକ ସମୟରେ ଉଦାହରଣ ସୃଷ୍ଟି କରିଥାଏ । ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି ଯାହା ହୁଏ ତ କାହା ମନ ରେ ହାସ୍ୟରୋଲ ସୃଷ୍ଟି କରିପାରେ । କିନ୍ତୁ ଏହା ହେଉଛି ଘରେ ପାଳିଥିବା କୁକୁଡ଼ା (ଗଞ୍ଜା) ଓ ତାର ମାଲିକ ମଧ୍ୟରେ ଥିବା ଅନାବିଳ ପ୍ରେମର ଦୃଶ୍ୟ । ଏହି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଡକ ପଞ୍ଚାୟତର ଖରଦା ପଟଣା ଗାଁର । ଏହି ଗାଁର ଶୁଭଙ୍କର ପଲେଇ ପ୍ରାୟ ଦୀର୍ଘ ସାଢେ଼ ତିନି ବର୍ଷ ଧରି ଗଞ୍ଜା ପାଳିଥିଲେ । ପରିବାରର ଲୋକମାନେ ତାକୁ ସ୍ନେହରେ ଆଦି ନାଁ ଦେଇଥିଲେ । ତାକୁ ନିଜର ପରିବାରର ସଦସ୍ୟ ଭଳି ପାଳିଥିଲେ । ତା’ ପାଇଁ ଘରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

 ଏଥିସହିତ ପଢ଼ନ୍ତୁ: ସବୁଠୁ କମ୍ ବୟସରେ କୋଟିପତି: ବିମାନଠୁ ନେଇ ଗାଡ଼ି, ବଙ୍ଗଳାର ମାଲିକ

କୁକୁଡ଼ାଟି କୌଣସି କାରଣ ବଶତଃ ମରିଯାଇଥିଲା । ଗଞ୍ଜାର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି । କୁକୁଡ଼ା ମଲାପରେ ମଣିଷ ପରି ତାର ଶବସତ୍କାର କରାଯାଇଛି । କୋକେଇ ବନ୍ଧା ଯିବା ସହ କୋକେଇ ଉଠାଯାଇଥିଲା । ସାଧାରଣ ମଣିଷ ପରି କୁକୁଡ଼ାକୁ ପୋତିଵା ସହ ତାର ବ୍ୟବହୃତ ବାସନ, ବିଛଣା ଓ ସମସ୍ତ ଜିନିଷକୁ ସେଇଠି ପୋତିଥିଲେ । କୁକୁଡ଼ା ପ୍ରତି ପରିବାରର ଭଲ ପାଇବା ସମସ୍ତେ ଜାଣିଥିଲେ । ତାର ମଲାପରେ ଶବସତ୍କାର ଦେଖି ସମସ୍ତେ ତାଜୁବ ହୋଇଥିଲେ । ଆଜିର ଦୁନିଆରେ କୁକୁଡ଼ା ପ୍ରତି ଭଲ ପାଇବା ସମସ୍ତଙ୍କୁ ସ୍ତବ୍ଧ କରିଛି ।

Budget 2022: ମୋବାଇଲ୍ ଭଳି ଡ୍ରୋନ୍ ନିତିଦିନିଆ ଜୀବନର ଅଙ୍ଗ ହୋଇଯିବ

ନୂଆଦିଲ୍ଲୀ: ଡ୍ରୋନ୍… ପ୍ରାୟତଃ କୌଣସି ବଡ଼ ବାହାଘର କିମ୍ବା କାର୍ଯ୍ୟକ୍ରମରେ ଆପଣ ଦେଖିଥିବେ । ଏଣିକି ଡ୍ରୋନ୍ ପ୍ରତି ଗାଁରେ ଘରେ ଘରେ ଦେଖିବାକୁ ମିଳିବ । ମୋବାଇଲ୍ ଭଳି ଡ୍ରୋନ୍ ନିତିଦିନିଆ ଜୀବନର ଅଙ୍ଗ ହୋଇଯିବ । ଡ୍ରୋନର ସୀମିତ ବ୍ୟବହାର ହେବ ନାହିଁ । ଡ୍ରୋନ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ଅଲଗା ଅଫିସ୍ ତିଆରି ହେବ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରୁଛି । ବଜେଟ୍ ଉପସ୍ଥାପନ ବେଳେ ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ।

ଜିଲ୍ଲାରେ ଜଳଶକ୍ତି ମିଶନରେ ଘରେ ଘରେ ପାଣି ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି । ଠିକ୍ ସେହିଭଳି ଡ୍ରୋନ୍ ଶକ୍ତି ମିଶନ କରାଯିବ । ଡ୍ରୋନର ବ୍ୟବହାର ଯବାନଙ୍କ ଠାରୁ ନେଇ କୃଷକ ସମସ୍ତେ କରିବେ । ଅର୍ଥାତ୍ ସୀମାର ସୁରକ୍ଷାରୁ ନେଇ ଚାଷ କ୍ଷେତରେ ଫସଲ ପାଇଁ ଡ୍ରୋନର ବ୍ୟବହାର ହେବ । ଶିଳ୍ପ କ୍ଷେତ୍ରରୁ ନେଇ ବିପର୍ଯ୍ୟୟ ବେଳେ ଡ୍ରୋନର ବ୍ୟବହାର ହୋଇପାରିବ । ଏଥିପାଇଁ ଅନଲାଇନ୍ ପଞ୍ଜିକରଣ ବ୍ୟବସ୍ଥାକୁ ସରଳ କରାଯିବ ।

Kisan Drones to be used to technologically advance farming sector

କିଷାନ ଡ୍ରୋନ୍ ଫସଲ ରକ୍ଷାଣବେକ୍ଷଣଠୁ ନେଇ ଜମିର ଡିଜିଟାଇଜେସନ୍, କୀଟନାଶକ ସିଞ୍ଚନ ଆଦିରେ ବ୍ୟବହାର ହେବ । ଡ୍ରୋନ୍ ଶକ୍ତି ପାଇଁ ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦିଆଯିବ । ଆଇଟିଆଇ ଓ ସମସ୍ତ ରାଜ୍ୟରେ ଡ୍ରୋନ୍ ଏ ସର୍ଭିସ୍ ପାଇଁ ପାଠ୍ୟକ୍ରମ ଆରମ୍ଭ ହେବ ।

ଏଥିପାଇଁ ଅଲଗା କାର୍ଯ୍ୟାଳୟ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଓ ଡ୍ରୋନ୍ ପ୍ରକଳ୍ପର ପ୍ରମୁଖ ଅମ୍ବର ଦୁବେ ସୂଚନା ଦେଇଛନ୍ତି । ୨୦୨୨ ଡିସେମ୍ବର ସୁଦ୍ଧା କାର୍ଯ୍ୟାଳୟ କାମ ଆରମ୍ଭ ହେବା ଲକ୍ଷ୍ୟ ରଖିଛି ମନ୍ତ୍ରଣାଳୟ । ନିକଟରେ ବିଟିଂ ରିଟ୍ରିଟରେ ହଜାରରୁ ଅଧିକ ଡ୍ରୋନ୍ ସମସ୍ତଙ୍କ ମନ ମୋହିଥିଲା । ଆଗାମୀ ଦିନରେ ଡ୍ରୋନ୍ ରୋଜଗାରର ମାଧ୍ୟମ ସାଜିବାକୁ ଥିବାବେଳେ ଶିଳ୍ପ ଭାବେ ଉଭା ହେବ । ବିଗତ ଦିନରେ ଡ୍ରୋନ୍ ନିର୍ମାଣ ଲାଗି ୧୨୦ କୋଟିର ପ୍ରଡକ୍ସନ୍ ଲିଙ୍କଡ୍ ଇନସେଣ୍ଟିଭ୍ ସ୍କିମ୍ ପିଏଲ୍ଆଇ ଯୋଜନାରେ ଆରମ୍ଭ ହୋଇଥିଲା ।

ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲାର ୩ ଟାଣୁଆ ନେତା

ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲାର ତିନି ଟାଣୁଆ ନେତା । କୋରାପୁଟ ଓ ମାଲକାନଗିରି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା ଏବଂ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ସାମିଲ ହୋଇଛନ୍ତି । ହାତ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି ଜୟପୁର ନିର୍ବାଚନମଣ୍ଡଳୀର ୨୦୦୯ କଂଗ୍ରେସ   ବିଧାୟକ ପ୍ରାର୍ଥୀ ନାଗରାଜ ଦୋରା, ବୋରିଗୁମ୍ମା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ନିରଞ୍ଜନ ପ୍ରଧାନ ଓ ବୋରିଗୁମ୍ମା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।  କୋରାପୁଟ ଜିଲ୍ଲାରେ ବିଜେଡି କେମିତି ଅଧିକ ମଜବୁତ ହେବ, ସେ ନେଇ କାମ କରିବେ ବୋଲି ଏହି ୩ ନେତା କହିଛନ୍ତି ।

ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏଭଳି ସମୟରେ ବିରୋଧୀଙ୍କ ବିଜେଡି ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି । ଫଳରେ ଏହାର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ମଧ୍ୟ ପଡ଼ିବ । ବିରୋଧୀ ଦଳ ଅଧିକ ଦୁର୍ବଳ ହେଉଥିବା ବେଳେ ଶାସକ ବିଜେଡି ଅଧିକ ସଶକ୍ତ ହେବାରେ ଲାଗିଛି ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ଖୋଲିଲା ଶ୍ରୀମନ୍ଦିର, ସକାଳ ୬ଟାରୁ ୯ ପର୍ଯ୍ୟନ୍ତ ଖୋଲା ରହିବ ବଡ଼ ଦେଉଳ

ଖେଳ ପାଇଁ ଖୋଲିଲା ନିର୍ମଳାଙ୍କ ପେଡି, ଖେଳ ବଜେଟରେ ହେଲା ବମ୍ପର ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ମଙ୍ଗଳବାର ସଂସଦରେ ବଜେଟ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଉପସ୍ଥାନ କରିଛନ୍ତି । ଆଜି ଲୋକସଭାରେ ଉପସ୍ଥାପନ ହୋଇଥିବା ବଜେଟରେ ଯଦି ଖେଳ ବଜେଟ କଥା କହିବା ତାହାଲେ ଚଳିତ ବଜେଟ ଭାଷଣରେ ଖେଳ ବଜେଟର ଉଲ୍ଲେଖ କରିନଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିନ୍ତୁ ଏହା ପରେ ଚଳିତ ବଜେଟକୁ ନେଇ ଆସିଥିବା ସମ୍ପୂର୍ଣ୍ଣ ଲିଷ୍ଟରେ ଖେଳ ବଜେଟ ଉଲ୍ଲେଖ ରହିଥିଲା । ଚଳିତ ବଜେଟରେ କ୍ରୀଡା କ୍ଷେତ୍ର ପାଇଁ ୩୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି ।

ବର୍ଷ ୨୦୨୧-୨୦୨୨ରେ ଖେଳ ବଜେଟ ୨୭୫୭.୦୨ କୋଟି ଥିଲା । କିନ୍ତୁ ୨୦୨୨-୨୩ରେ ଖେଳ ବଜେଟରେ ବଢ଼ାଯାଇଛି । ଚଳିତ ଖେଳ ବଜେଟ ୩୦୬୨.୬୦ କୋଟି ରହିଛି । ଅର୍ଥାତ ଗତ ବର୍ଷ ଅପେକ୍ଷା ଚଳିତ ଥର ଖେଳ ବଜେଟରେ ୩୦୫.୫୮ କୋଟି ବୃଦ୍ଧି କରାଯାଇଛି । ଚଳିତ ଥର ବଜେଟରେ ରାଷ୍ଟ୍ରୀୟ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମରେ ଟଙ୍କା ବୃଦ୍ଧି କରାଯାଇଛି । ଗତ ବର୍ଷ ଏଥିରେ ୧୦୮ କୋଟି ଖର୍ଚ୍ଚ ହୋଇଥିବାବେଳେ ଚଳିତ ବର୍ଷ ୧୩୮ କୋଟି ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ଖେଳ ଇଣ୍ଡିଆ କାର୍ଯ୍ୟକ୍ରମରେ ବି ବଜେଟ ବୃଦ୍ଧି କରାଯାଇଛି । ଗତବର୍ଷ ଖେଲ ଇଣ୍ଡିଆର ବଜେଟ ୮୭୯ କୋଟି ଥିବାବେଳେ ଚଳିତ ବର୍ଷ ୯୭୪ କୋଟି ରହିଛି ।

ସୂଚନା ଅନୁସାରେ ଖେଳ ବଜେଟ ମଧ୍ୟରେ ଅଲମ୍ପିକ ପାଇଁ ସମସ୍ତ ପ୍ରସ୍ତୁତି, ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ, ଆଥେଲେଟିକ୍ସ ଅଥରିଟି ଅଫ ଇଣ୍ଡିଆ ସମେତ ଅନ୍ୟ ସଂସ୍ଥାର ବଜେଟ ମଧ୍ୟ ରହିଛି । କରୋନା କାରଣରୁ ଗତ ବର୍ଷ ଖେଳ ବଜେଟରେ କିଛି କଟକଣା ଦେଖିବାକୁ ମିଳିଥିଲା । କିନ୍ତୁ ଚଳିତ ବର୍ଷ ଏହାକୁ କଭର କରାଯାଇଛି ।

ବର୍ଷକ ପାଇଁ ନିର୍ମଳା ଖୋଲିଲେ ପେଡ଼ି, କାହାକୁ ଦେଲେ କେତେ ?

ନୂଆଦିଲ୍ଲୀ: ବର୍ଷ ୨୦୨୨-୨୩ ପାଇଁ ସଂସଦରେ ଆଗତ ହୋଇଛି ବଜେଟ  । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୪ର୍ଥ ଥର ପାଇଁ ବଜେଟ ଆଗତ କରିଛନ୍ତି  । ତେବେ ଏହି ବଜେଟରେ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ ହୋଇଛି  ।  ବଜେଟରେ ଅର୍ଥ ବିଭାଗକୁ ସିଂହ ଭାଗ ମିଳିଥିବାବେଳେ ପ୍ରତିରକ୍ଷା ବିଭାଗ ବ୍ୟୟ ବରାଦ ବି ବଢିଛି । ଅର୍ଥ ବିଭାଗକୁ ୧୫ ଲକ୍ଷ ୩୮ ହଜାର ୭୭୯ କୋଟି ମିଳିଥିବାବେଳେ ପ୍ରତିରକ୍ଷା ଲାଗି ୫ ଲକ୍ଷ ୨୫ ହଜାର ୧୬୬ କୋଟି ବ୍ୟୟ କରାଯାଇଛି  । ରେଳବାଇ ଲାଗି ୨ ଲକ୍ଷ ୪୫ ହଜାର ୬୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସେହିପରି ଗୃହ ନିର୍ମାଣ ଲାଗି ୧ ଲକ୍ଷ ୮୫ ହଜାର ୭୭୬ କୋଟି, ବେସାମରିକ ବିମାନ ଚଳାଚଳ ଲାଗି ୧୦ ହଜାର ୬୭୬ କୋଟି, ଯୋଗାଯୋଗ ଲାଗି ୧ ଲକ୍ଷ ୫ ହଜାର ୪୦୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ରସାୟନ ଓ ସାର ବିଭାଗ ଲାଗି ୧ ଲକ୍ଷ ୦୭ ହଜାର ୭୧୫ କୋଟି, କୃଷି ଓ କୃଷକ ବିକାଶ ଲାଗି ୧ ଲକ୍ଷ ୩୨ହଜାର ୫୧୩ କୋଟି, ସାର ଓ ରସାୟନ ଲାଗି ୧ଲକ୍ଷ ୭ ହଜାର ୭୧୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଗ୍ରାମୀଣ ବିକାଶ ଲାଗି ୧ ଲକ୍ଷ ୩୮ ହଜାର ୨୦୩ କୋଟି, ଶିକ୍ଷା ଲାଗି ୧ ଲକ୍ଷ ୪ ହଜାର ୨୭୭ କୋଟି ବଜେଟରେ ବ୍ୟବ ବରାଦ କରାଯାଇଛି  ।

ଅନ୍ୟପଟେ  ଗୃହ ବ୍ୟାପାର ଲାଗି ୧ ଲକ୍ଷ ୮୫ ହଜାର ୭୭୬ କୋଟି, ସଡ଼କ ପରିବହନ ଓ ରାଜପଥ ଲାଗି ୧ ଲକ୍ଷ ୯୯ ହଜାର ୧୦୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଖାଉଟି ବ୍ୟାପାର ଓ ଖାଦ୍ୟ କଲ୍ୟାଣ ବିଭାଗ ପାଇଁ ୨ ଲକ୍ଷ ୧୭ ହଜାର ୬୮୪ କୋଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଲାଗି ୮୬ ହଜାର ୨୦୦ କୋଟି, ବୈଦେଶିକ ମନ୍ତ୍ରାଳୟ ଲାଗି ୧୭, ୨୫୦ କୋଟି ଏବଂ ମହିଳା ଓ ଶିଶୁ ବିକାଶ ଲାଗି ୨୫ ହଜାର ୧୭୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।