spot_img
Home Blog Page 4624

ନିର୍ବାଚନ ପ୍ରତିଶ୍ରୁତିକୁ ନୂଆ ରୂପରେ ବଜେଟ୍‌ରେ ପରସିଦେଲା ବିଜେପି: ପ୍ରଣବ କହିଲେ, ଲୋକେ ବୁଝିବେ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୨୦୨୨-୨୩ ବର୍ଷ ପାଇଁ ଆଗତ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୨୦୧୪ରେ ଭାରତୀୟ ଜନତା ପାର୍ଟି ନିଜ ପ୍ରଚାର ପତ୍ରରେ ୨ କୋଟି ରୋଜଗାର ସୃଷ୍ଟି କରିବ ବୋଲି ପ୍ରତିଜ୍ଞା କରିଥିଲା । ଏହି ପ୍ରତିଜ୍ଞା ପାଣିରେ ଗାରରେ ପରିଣତ ହେଲା । ଚଳିତ ବଜେଟରେ କହୁଛନ୍ତି ୫ ବର୍ଷରେ ୬୦ ଲକ୍ଷ ନୂଆ ଚାକିରି ଦେବେ । ଯୁବପିଢ଼ି ବୁଝିବେ ବୋଲି କହିଛନ୍ତି ପ୍ରଣବ ।

ଅନ୍ୟପକ୍ଷରେ ଏଲ୍‌.ପି.ଜିରେ ମିଳୁଥିବା ରିହାତିକୁ ହ୍ରାସ କରାଯାଉଥିବା ବେଳେ ଏହାକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଣବ । କଟାକ୍ଷ କରି ସେ କହିଛନ୍ତି ଯେ, ମାଆମାନଙ୍କ ମଙ୍ଗଳ ପାଇଁ ବୋଧେ ଏଲ.ପି.ଜି ଦର ଦିନକୁ ଦିନ ବଢୁଛି । ୨୦୨୨ ବଜେଟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ମିଳୁଥିବା ସବ୍‌ସିଡି କମ୍ କରିଦିଆଯାଇଛି, ଯାହା ଏଲ୍‌ପିଜିର ଦାମକୁ ଆହୁରି ବଢାଇବ । ଯାହାକୁ ମାଆ ମାନେ ଆଗକୁ ବୁଝିବେ ବୋଲି କହିଛନ୍ତି ପ୍ରଣବ ।

ଏହା ସହିତ ଶସ୍ୟ ସଂଗ୍ରହ ପ୍ରସଂଗରେ ବିଜେପିର ପ୍ରତିଶ୍ରୁତିକୁ ମଧ୍ୟ ମନେପକାଇ ଦେଇଛନ୍ତି ପ୍ରଣବ । ୨୦୧୪ରେ ବିଜେପି ନିଜ ପ୍ରଚାର ପତ୍ରରେ କହିଥିଲେ କି ସବୁ ଧାନ ଏଫ୍‌ସିଆଇ କିଣିବ । ଚାଷୀମାନେ ଏମଏସ୍‌ପି ମାଧ୍ୟମରେରେ ନିଜ ପରିଶ୍ରମର ଉଚିତ ମୂଲ୍ୟ ପାଇବେ । ହେଲେ ୨୦୨୨ ବଜେଟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରହିତାକୁ ବହୁତ କମେଇ ଦେଲେ । ଚାଷୀ ମାନେ ବୁଝିବେ ବୋଲି କହିଛନ୍ତି ପ୍ରଣବ । ଆଜି ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଟୁଇଟ କରି ଏଭଳି ସମାଲୋଚନା କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଏଥିସହିତ ପଢ଼ନ୍ତୁ: କେନ୍ଦ୍ରୀୟ ବଜେଟ: ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ବ୍ୟୟବରାଦ ହ୍ରାସକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ

ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ କୋହଳ ହୋଇପାରେ କଟକଣା

0

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଲାଗୁ କରିଥିବା କିଛି କଟକଣା କୋହଳ ହୋଇପାରେ । କରୋନା ସଂକ୍ରମଣ କମିଥିବାରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ କିଛି କଟକଣା କୋହଳ କରିବା ପରେ ଓଡ଼ିଶାରେ ଏଭଳି ସମ୍ଭାବନା ଦେଖାଦେଇଛି । ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପରିବତ୍ତର୍ନ କରିବାକୁ ରାଜ୍ୟର ୩ଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦାବି କରିଛନ୍ତି । ତେବେ ସ୍ଥିତି ଦେଖି କମିଶନ ନିଷ୍ପତ୍ତି ପୁନଃବିଚାର କରିପାରନ୍ତି ।

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାରକୁ ଖସିଛି । ୧୦ ଦିନ ହେଲା ସଂକ୍ରମଣ ରହିଛି ତଳମୁହାଁ । ତେଣୁ ରାଜ୍ୟ ସରକାର ଫେବ୍ରୁଆରୀ ଗାଇଡଲାଇନରେ କିଛି କଟକଣା କୋହଳ କରିଛନ୍ତି । ୫ଟି ରାଜ୍ୟରେ ବିଧାସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ଦ୍ୱିତୀୟ ଥର କିଛି କଟକଣା କୋହଳ କରିଛନ୍ତି । ରାଲି, ରୋଡ୍ ଶୋ’, ସଭାସମିତି ଓ ପ୍ରଚାର ପାଇଁ କମିଶନ କଣକଣା କୋହଳ କରାଯାଇଛି । ତେଣୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହୋଇଥିବା କଣକଣା କିଛି କୋହଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ବିଜେପି ଓ କଂଗ୍ରେସ ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହୋଇଥିବା କଟକଣା କୋହଳ ହେବା ଆବଶ୍ୟକ ବୋଲି ଯୁକ୍ତି ବାଢ଼ିଛନ୍ତି । ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ନିର୍ବାଚନୀ ସଭା, ପ୍ରଚାର ଓ ରୋଡ୍‌ ଶୋ ପାଇଁ ରାଜ୍ୟ ନିର୍ବାଚନ କମିଶନ ଅନୁମତି ଦେବା ଆବଶ୍ୟକ ବୋଲି ବିରୋଧୀ କହିଛନ୍ତି ।

ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ସଭା, ସମିତି, ସଂପୂର୍ଣ୍ଣ ବନ୍ଦ କରିଥିବା ବେଳେ ଡିଜିଟାଲ ପ୍ରଚାର ଉପରେ ଫୋକସ୍‌ କରିଛନ୍ତି ।  ତେବେ ୫ଟି ରାଜ୍ୟ ପାଇଁ ଭାରତର ନିର୍ବାଚନ କମିଶନ ନିୟମରେ କିଛି କୋହଳ କରିଛନ୍ତି । ରାଲି, ରୋଡ୍ ଶୋ’ ପାଇଁ କଟକଣା କୋହଳ ହୋଇଛି । ଆବଦ୍ଧ ହଲରେ ୫ଶହ ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ଡୋର ଟୁ ଡୋର କ୍ୟାମ୍ପେନିଂରେ ୨୦ଜଣ ସାମିଲ ହୋଇପାରିବେ । ଆଉଟଡୋର୍ ସଭା ସମିତିରେ ସର୍ବାଧିକ ଏକ ହଜାର ଲୋକ ସାମିଲ ହେବାକୁ ଭାରତର ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି । ତେଣୁ ଓଡ଼ିଶାରେ ମଧ୍ୟ କିଛି କଟକଣା କୋହଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା ହେଲା ୧ କୋଟିରୁ ଅଧିକ, ଜାଣନ୍ତୁ ଚ୍ୟାନେଲରୁ କେତେ ହେଉଛି ଆୟ ?

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଇଭ୍ ଆସନ୍ତି, ମନ କଥା ବି କୁହନ୍ତି । ଯାହାକୁ ଦେଖନ୍ତି ହଜାର ହଜାର ଦର୍ଶକ । ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ସୋସିଆଲ୍ ମିଡିଆରେ ବଢ଼ିବାରେ ଲାଗିଛି । ଯଦି ଆପଣ ଏହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ତ ପିଏମ୍ ମୋଦିଙ୍କ ୟୁଟ୍ୟୁବ୍ ଆକାଉଣ୍ଟ ଦେଖିପାରନ୍ତି । ମୋଦିଙ୍କ ୟୁଟ୍ୟୁବ୍ ସବସ୍କ୍ରାଇବର ସଂଖ୍ୟା ୧ କୋଟି ଟପିଛି ।

PM Modis Youtube Channel Crossed 1 Crore Subscribers

ଏତେ ସଂଖ୍ୟାରେ ରାଜନେତାଙ୍କ ଫଲୋଅର୍ସ ବଢ଼ିବା ନୂଆ କଥା ନୁହେଁ । କିନ୍ତୁ ମୋଦିଙ୍କ ୟୁଟ୍ୟୁବ୍ ଆକାଉଣ୍ଟରେ ଏତେ ସଂଖ୍ୟକ ଫଲୋର୍ସ ଦେଖି ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ୟୁଟ୍ୟୁବ୍ ଚ୍ୟାନେଲରେ ପିଏମ୍ ମୋଦି ତାଙ୍କ ଯାତ୍ରା ସମ୍ପର୍କିତ ଏବଂ ଜନସମ୍ବୋଧନ ଭିଡିଓ ଅପଲୋଡ୍ କରିଥାନ୍ତି ।

ୟୁଟ୍ୟୁବରୁ ଆୟ କେତେ ?

ୟୁଟ୍ୟୁବରେ ଏକ କୋଟିରୁ ଅଧିକ ଫଲୋର୍ସ ଥିଲେ ସାଧାରଣତଃ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ଆୟ କରିଥାନ୍ତି । ପିଏମ୍ ମୋଦିଙ୍କ ୟୁଟ୍ୟୁବ୍ ସବସ୍କ୍ରାଇବର ଦେଖିଲେ ଆୟ ସେତିକି ଥିବା ଅନୁମାନ କରାଯାଉଛି । ତେବେ, ପ୍ରକୃତରେ ଏହି ଚ୍ୟାନେଲରୁ କେତେ ଟଙ୍କା ଆୟ ହେଉଛି ତାହା ଜଣାନାହିଁ ।

ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: ବଜେଟର ଫୋକସ୍‌ରେ ଗରିବ ଲୋକେ

ନୂଆଦିଲ୍ଲୀ: ବଜେଟକୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ଗତ ଶହେ ବର୍ଷ ମଧ୍ୟରେ ହୋଇଥିବା ଭୟଙ୍କର ମହାମାରୀ ମଧ୍ୟରେ ଦେଶ ବିକାଶର ନୂଆ ବିଶ୍ବାସ ନେଇ ଆସିଛି । ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ସହ ସାଧାରଣ ଜନତାଙ୍କୁ ବଜେଟ ବେଶ୍‌ ସୁହାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବଜେଟ୍‌ରେ ପୁରା ଫୋକସ୍‌ରେ ରହିଛନ୍ତି ଗରିବ ଲୋକେ । ଏଥିରେ ରୋଜଗାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ । ୟୁପି, ଉତ୍ତରାଖଣ୍ଡ, ବିହାର ଏବଂ ଝାଡଖଣ୍ଡ ଭଳି ରାଜ୍ୟକୁ ବଜେଟ୍‌ରେ ବିଶେଷ ଧ୍ୟାନ ଦିଆଯାଇଛି । ଏହି ବଜେଟ୍‌ରେ ଭିତ୍ତିଭୂମି ବିକାଶ, ଅଧିକରୁ ଅଧିକ ବିନିଯୋଗ, ଅଭିବୃଦ୍ଧି ଏବଂ ନିଯୁକ୍ତିର ନୂଆ ସମ୍ଭାବନାରେ ଭରି ରହିଛି ।

ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ତଥା ଉତ୍ତର ପୂର୍ବ ଅଞ୍ଚଳ ଗୁଡିକ‌ରେ ପର୍ବତମାଳା ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ଦ୍ବାରା ପାହାଡିଆ ଅଞ୍ଚଳରେ ପରିବହନ ବ୍ୟବସ୍ଥା କରାଯିବ । ଯାହା ଫଳରେ ସେସବୁ ଅଞ୍ଚଳରେ ଲୋକମାନଙ୍କର ରୋଜଗାରର ନୂଆ ମାଧ୍ୟମ ସୃଷ୍ଟି ହେବ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ବଜେଟ୍‌ରେ ବିଶେଷ ସୁବିଧା ରହିଛି । ସମସ୍ତଙ୍କ ନିକଟରେ ପକ୍କା ଘର, ନଳରେ ପାଣି, ଶୌଚାଳୟ, ଗ୍ୟାସ୍‌ ସୁବିଧା ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହାସହ ଆଧୁନିକ ଇଣ୍ଟରନେଟ୍‌ ସଂଯୋଗୀକରଣ ଉପରେ ମଧ୍ୟ ଜୋର୍‌ ଦିଆଯାଇଛି ।

ବିଜେପି ନେତ୍ରୀଙ୍କ ଗୋଷାଳା ବନିଲା ଗାଈଙ୍କ କବରଖାନା

ଭୋପାଳ: ୧୦୦ ନୁହେଁ ବୈରସିୟାର ବସଈ ଗାଁ ଗୋ ସେବା ଭାରତୀ ଗୋଷାଳାରେ ୮୫୦ ଗାଈଙ୍କ ମୃତ୍ୟୁ ହୋଇଛି । ଏହି ଦାବି କରିଛନ୍ତି ଗାଈଙ୍କୁ ପୋତିବା ଲାଗି ଗାତ ଖୋଳିଥିବା ଜେସିବି ଡ୍ରାଇଭର ଶାହରୁଖ । ତାଙ୍କ କହିବା ଅନୁଯାୟୀ, ଗାଡ଼ି ଭର୍ତ୍ତି ଗାଈଙ୍କ ମୃତଦେହ ଅଣାଯାଇଥିଲା । ସନ୍ଧ୍ୟା ୪ଟାରୁ ବୈରସିୟା ଅଳିଆ ଗଦାରେ ଗାତ ଖୋଳିବା ଆରମ୍ଭ ହୋଇଥିଲା ।

୮ରୁ ୯ ଫୁଟ୍ ଗଭୀର ଗାତ ଖୋଳିବା ପରେ ରାତି ୧୨ଟା ପରେ ଗାଈ ଗୁଡ଼ିକର ମୃତଦେହ ପୋତା ଯାଇଥିଲା । ୮୦୦ରୁ ୯୦୦ ଗାଈ ମଧ୍ୟରୁ ଅଧା କଙ୍କାଳ ଥିଲା । ମୃତଦେହ ଗୁଡ଼ିକୁ ପୋତିବା ପରେ ଦୁର୍ଗନ୍ଧ ନ ହେବା ପାଇଁ ଲୁଣ ଓ କେମିକାଲ୍ ଢଳା ଯାଇଥିଲା ବୋଲି କହିଛନ୍ତି ବୈରସିୟା ନଗରପାଳିକାରେ ଜେସିବି ଡ୍ରାଇଭର ଥିବା ଶାହରୁଖ ।

ରିପୋର୍ଟ ମାଗିଲେ ଜିଲ୍ଲାପାଳ

ଶନିବାର ବୈରସିୟାର ବିଜେପି ନେତ୍ରୀ ନିର୍ମଳା ଶାଣ୍ଡିଲ୍ୟଙ୍କ ଗୋଶାଳାର କୂଅରୁ ୨୦ଟି ଗାଈଙ୍କ ମୃତଦେହ ମିଳିଥିଲା । ସେହିଭଳି ଖୋଲା ସ୍ଥାନରୁ ୮୦ରୁ ଅଧିକ ଗାଈଙ୍କ ଶବ ଓ କଙ୍କାଳ ମିଳିଥିଲା । ଯେଉଁଥିରୁ କେବଳ ଶନିବାର ରାତିରେ ୮ଟି ଗାଈ ମୃତ୍ୟୁବରଣ କରିଥିଲେ ।

ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଗୋଶାଳାର ସଞ୍ଚାଳିକା ନିର୍ମଳାଙ୍କ ନାଁରେ ମାମଲା ରୁଜୁ କରିଥିଲା । ଅନ୍ୟପଟେ ପ୍ରଶାସନ ଗୋଶାଳା ପରିଚାଳନା ଭାର ନିଜ ହାତକୁ ନେଇଛି । ନିର୍ମଳା ୨୦ ବର୍ଷ ଧରି ଗୋଶାଳା ପରିଚାଳନା କରି ଆସୁଥିଲେ । ସଂଖ୍ୟାଧିକ ଗାଈଙ୍କ ମୃତ୍ୟୁ ପରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବୈରସିୟା ଏସଡିଏମଙ୍କୁ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରର ଡିଜିଟାଲ ଷଡ଼ଯନ୍ତ୍ର: PMGSY ଓ୍ୱେବସାଇଟ୍ ବନ୍ଦ କରି ରାଜ୍ୟ ସରକାରଙ୍କୁ ବଦନାମ ଯୋଜନା

0

ଭୁବନେଶ୍ୱର: ଓଡ଼ିଶାକୁ ଗୋଟିଏ ପରେ ଗୋଟିଏ କ୍ଷେତ୍ରରେ ଉପେକ୍ଷା କରିଚାଲିଛି କେନ୍ଦ୍ର । ଆବାସ ଯୋଜନାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିବା ପରେ ଏବେ ଗାଁ ରାସ୍ତାର ଉନ୍ନତିରେ କେନ୍ଦ୍ର ବ୍ରେକ୍‌ ଲଗାଇଛି । ପିଏମଜିଏସୱାଇ ଫେଜ୍‌-୩ରେ ରାଜ୍ୟ ସରକାର କ’ଣ କରିବାକୁ ଚାହୁଁଛନ୍ତି, ସେ ତଥ୍ୟ ଅପଲୋଡ୍‌ ହୋଇପାରୁନି । କେନ୍ଦ୍ର ସରକାର ଏହି ଓ୍ୱେବସାଇଟ୍‌କୁ ଲକ୍‌ କରିଦେଇଛନ୍ତି । ତୁରନ୍ତ ପିଏମଜିଏସଓ୍ୱାଇ ଓ୍ୱେବସାଇଟ୍‌ ଖୋଲିବାକୁ କେନ୍ଦ୍ରକୁ ରାଜ୍ୟ ଚିଠି ଲେଖିଛି । ଯାହାକୁ ନେଇ ସରଗରମ ହୋଇଛି ରାଜନୀତି ।

ଓଡ଼ିଶା ବିରୋଧରେ କେନ୍ଦ୍ରର ଡିଜିଟାଲ ଷଡ଼ଯନ୍ତ୍ର । ଓ୍ୱେବସାଇଟ୍ ବନ୍ଦ କରି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା । ପ୍ରଥମେ ଆବାସ ଯୋଜନାର ଓ୍ୱେବସାଇଟ୍ ବନ୍ଦ କରି ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଅଞ୍ଚଳର ଗରିବ ଲୋକଙ୍କୁ ଘର ଦେଉନି କେନ୍ଦ୍ର । ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି କର୍ଣ୍ଣାକଟ ପାଇଁ ଆବାସ ଓ୍ୱେବସାଇଟ୍ ଖୋଲିଥିବା ବେଳେ ଓଡ଼ିଶା ପାଇଁ ବନ୍ଦ ରହିଛି ।

ଏବେ ପୁଣି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ୍ୱେବସାଇଟ୍‌କୁ ଲକ୍‌ କରି ରାଜ୍ୟରେ ଗାଁ ରାସ୍ତାର ନିର୍ମାଣରେ ବାଧକ ସାଜିଛି କେନ୍ଦ୍ର । କେନ୍ଦ୍ରର ଏପରି ଆଭିମୁଖ୍ୟ ନେଇ ବିଜେଡି ଓ କଂଗ୍ରେସ ବର୍ଷିଛନ୍ତି । ଗୋଟିଏ ପରେ ଗୋଟିଏ ଯୋଜନାରେ କେନ୍ଦ୍ରର ଆଭିମୁଖ୍ୟ ନେଇ କଂଗ୍ରେସ ରାଜନୀତିର ଗନ୍ଧ ବାରିଛି । ଅନ୍ୟପଟେ ଏ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢ଼ିଛି ରାଜ୍ୟ ବିଜେପି ।

ପିଏମଜିଏସଓ୍ୱାଇ ଯୋଜନାର ଫେଜ-୩ରେ ରାଜ୍ୟ କ’ଣ କରିବାକୁ ଚାହୁଁଛି, ସେନେଇ ଓ୍ୱେବସାଇଟ୍‌ରେ ରାଜ୍ୟ ସମସ୍ତ ତଥ୍ୟ ଦେବାକୁ ଚାହୁଁଛି । କିନ୍ତୁ ଏହି ଓ୍ୱେବସାଇଟ୍‌କୁ ଲକ୍‌ କରିଛି କେନ୍ଦ୍ର । ତେଣୁ ତୁରନ୍ତ ଏହାକୁ ଅନଲକ କରିବାକୁ କେନ୍ଦ୍ରକୁ ରାଜ୍ୟ ଚିଠି ଲେଖି ଦାବି କରିଛି । କେନ୍ଦ୍ରର ଏପରି ନିଷ୍ପତ୍ତିକୁ ବିରୋଧ କରିଛି ବିଜେଡି । ରାଜ୍ୟ ପ୍ରତି କେନ୍ଦ୍ରର ଏପରି ଅବହେଳାର ଦୃଢ଼ ଜବାବ ରାଜ୍ୟବାସୀ ଦେବେ ବୋଲି ଶାସକ ଦଳ କହିଛି ।

୨୧ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶ ରଥ ଗଡ଼ିଚାଲିଛି । ହେଲେ କେନ୍ଦ୍ର କଣ୍ଟା ସାଜୁଥିବାରୁ ବିଜେପିକୁ ରାଜ୍ୟବାସୀ ଜବାବ ମାଗୁଛନ୍ତି ।

ଆଇପିଏଲ୍ ଅକ୍ସନରେ ସାମିଲ ହେଲେ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜନ-୧୫ ମେଗା ଅକ୍ସନରେ ସାମିଲ ହେବେ ଦୁଇ ଓଡ଼ିଆ । ଆଇପିଏଲ୍‌ ଅକ୍ସନ ପୂର୍ବରୁ ଖେଳାଳିଙ୍କ ଫାଇନାଲ ଲିଷ୍ଟ ଜାରି କରିଛି BCCI । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆଜି ମୋଟ ୫୯୦ ଜଣ ଖେଳାଳିଙ୍କ ନାଁ ଜାରି କରାଯାଇଛି । ଏଥିରେ ଥିବା ଦୁଇ ଓଡ଼ିଆ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ।

ଶୁଭ୍ରାଂଶୁ ଓଡ଼ିଶା ରଣଜୀ ଟିମ୍‌ର ଅଧିନାୟକ ଅଛନ୍ତି । ଅଭିଷେକ୍‌ ୨୦୦୮ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ IPL ଖେଳି ସାରିଛନ୍ତି । ଏବେ ସେ ଓଡ଼ିଶା ପାଇଁ ରଣଜୀ ଖେଳୁଛନ୍ତି । ଦୁଇଜଣଙ୍କ ବେସ୍‌ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି । ଓଡିଶାରୁ ମୋଟ 5 ଖେଳାଳି ନିଲାମୀ ପାଇଁ ନାଁ ରେଜିଷ୍ଟ୍ରେସନ କରିଥିଲେ। ହେଲେ ଶୁଭ୍ରାଂଶୁ ଓ ଅଭିଶେକଙ୍କୁ ନିଲାମୀରେ ସାମିଲ କରାଯିବ ବୋଲି BCCI ପକ୍ଷରୁ ଲିଷ୍ଟ ଜାରି କରାଯାଇଛି । ଆସନ୍ତା ୧୨ ଏବଂ ୧୩ ତାରିଖ ଦୁଇଦିନ ଧରି ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ ଆଇପିଏଲ୍‌ ମେଗା ଅକ୍ସନ ।

ଏଥିସହିତ ପଢ଼ନ୍ତୁ: କୁକୁଡ଼ା ପାଇଁ ସଜେଇ ହେଲା କୋକେଇ: ଅନ୍ତିମ ସଂସ୍କାର କଲେ ମାଲିକ

କେନ୍ଦ୍ରୀୟ ବଜେଟ: ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ବ୍ୟୟବରାଦ ହ୍ରାସକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ୨୦୨୨-୨୩ ବର୍ଷ ପାଇଁ ଆଗତ ବଜେଟକୁ ନେଇ ପ୍ରତିକ୍ରିୟା ରଖି ମଧ୍ୟମ ଓ ଗରୀବ ଶ୍ରେଣୀର ଜନସାଧାରଣଙ୍କ ପାଇଁ ବଜେଟ୍‌ରେ କୌଣସି ବ୍ୟବସ୍ଥା ନାହିଁ ବୋଲି ମତ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଦ୍ରାସ୍ପୀତି ଓ ଦରବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀ ଲୋକମାନେ ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ବଜେଟ୍‌ରେ ଏ ସମସ୍ୟା ସମ୍ପର୍କରେ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏହା ସହିତ ଏଲ୍‌ପିଜି ଗ୍ୟାସ୍‌ରେ ଦିଆଯାଉଥିବା ରିହାତି ଅତିରିକ୍ତ ଭାବେ ହ୍ରାସ ପାଉଛି । ଏହା ସାଧାରଣ ଜନତାଙ୍କ ଘରୋଇ ଅର୍ଥନୀତିକୁ ଭୟଙ୍କର ଭାବେ ପ୍ରଭାବିତ କରିବ । ବିଶେଷକରି ମହିଳାମାନଙ୍କୁ ଏଲ୍‌ପିଜି ଦରବୃଦ୍ଧି ପରିଣାମ ଭୋଗିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 ଏହା ସହିତ ମହାମାରୀ ସମୟରେ ମନ୍‌ରେଗା କାର୍ଯ୍ୟକ୍ରମକୁ କମ୍ ଅର୍ଥ ଆବଣ୍ଟନ ଗରିବ ଲୋକମାନଙ୍କ ପାଇଁ ଆହୁରି ଅସୁବିଧା ସୃଷ୍ଟି କରିବ ବୋଲି ସେ କହିଛନ୍ତି । କୃଷି ଓ କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମ ବିକାଶ, ମହିଳା ଓ ଶିଶୁ କଲ୍ୟାଣ ପରି ବିଭିନ୍ନ ଜରୁରୀ କ୍ଷେତ୍ରକୁ ଆବଣ୍ଟନ ହ୍ରାସ ଦ୍ୱାରା ଅନ୍ତର୍ଭୁକ୍ତ ଭିତ୍ତିକ ଅଭିବୃଦ୍ଧି ପ୍ରଭାବିତ ହେବ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି ।

ଏଫ୍‌ସିଆଇ ଦ୍ୱାରା ଶସ୍ୟ ଉଠାଣରେ ଅନେକ ସମସ୍ୟା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ୱାରା ଧାନ ସଂଗ୍ରହ ପ୍ରଭାବିତ ହେଉଛି । ଏହା ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ରିହାତି ହ୍ରାସ ଦ୍ୱାରା ଚାଷୀମାନେ ଗମ୍ଭୀର ସମସ୍ୟାର ପଡ଼ିବେ ଏବଂ ଏହାର ପୁନର୍ବିଚାର ଆବଶ୍ୟକତା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି । ସେହିପରି କେନ୍ଦ୍ରୀୟ କର ବ୍ୟବସ୍ଥା ସେସ୍ ଓ ସରଚାର୍ଜର କ୍ରମାଗତ ବୃଦ୍ଧି ଦ୍ୱାରା ରାଜ୍ୟମାନେ କେନ୍ଦ୍ରୀୟ କରରୁ ତାଙ୍କର ନ୍ୟାୟୋଚିତ ଭାଗ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ କରର ୨୦ ପ୍ରତିଶତରୁ ଅଧିକ ଅଂଶ ସେସ୍ ଓ ସରଚାର୍ଜ ଦ୍ୱାରା ଆଦାୟ କରିବାକୁ ପ୍ରସ୍ତାବ ରହିଛି । ଏହା ସହଭାଗୀ ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ଅଧିକ ଆବଣ୍ଟନ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । କିନ୍ତୁ ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାବାସୀଙ୍କ ନ୍ୟାର୍ଯ୍ୟ ଦାବିକୁ ଉପେକ୍ଷା କରାଯାଇଥିବା ବେଳେ ଏହା ଜନ ସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । କେନ୍ଦ୍ର ସରକାର ଓଡ଼ିଶାର ଗରିବ ଏବଂ ଆଦିବାସୀ ଜନସାଧାରଣଙ୍କ ସହ ହେଉଥିବ ଅନ୍ୟାୟ ପ୍ରତି ଧ୍ୟାନ ଦେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯାହା- ବାରମ୍ୱାର ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ  ହେଉଛି । ତେଣୁ ଓଡ଼ିଶା ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ବୋଲି ଆଶା କରାଯାଉଥିଲା । କିନ୍ତୁ ବଜେଟରେ ଓଡ଼ିଶା ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯାଇନାହିଁ ।

ପୁଷ୍ଟି ସୁରକ୍ଷା ଓ ଚାଷୀଙ୍କ ରୋଜଗାର ବୃଦ୍ଧିରେ ଓଡ଼ିଶା ମିଲେଟ ମିଶନ ଏକ ଚମତ୍କାରୀ ଭୂମିକା ଗ୍ରହଣ କରିଛି ବୋଲି ପ୍ରକାଶ କରି 2୦୨୩କୁ ମିଳିତ ଜାତିସଂଘ ପକ୍ଷରୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବଜେଟ୍‌ରେ ମିଲେଟକୁ ଗୁରୁତ୍ୱ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

ବଜେଟରେ ପ୍ରଯୁକ୍ତି ଓ ଭିତ୍ତିଭୂମି ଭିତ୍ତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏହାର ଅନୁକୂଳ ପ୍ରଭାବ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ ଓ ଶିକ୍ଷାରେ ପ୍ରସ୍ତାବିତ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଅଭିବୃଦ୍ଧି ମହାମାରୀ ସମୟରେ ଦେଶପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି ।

IPL 2022: କେଉଁ ଦଳ କଣି ପାରିବ କେତେ ଖେଳାଳି ? ଜାଣନ୍ତୁ…

ବେଙ୍ଗଳୁରୁ: ଆଇପିଏଲ୍ ଅକ୍ସନ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ନିଲାମୀରେ ସାମିଲ୍ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ମଙ୍ଗଳବାର ଆସିଛି । ଯେଉଁଥିରେ ପ୍ରାୟ ୫୯୦ ଖେଳାଳିଙ୍କ ନାମ ରହିଛି । ମେଗା ଅକ୍ସନ୍ ପୂର୍ବରୁ କିଛି ଟିମ୍ କିଛି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ବୁକ୍ କରି ସାରିଛନ୍ତି । ଆଉ କିଛି ଖେଳାଳିଙ୍କୁ କିଣିବା ଲାଗି ଟିମ୍ ପାଖରେ ସ୍ଲଟ୍ ସହ ବଜେଟ୍ ରହିଛି । ମେଗା ଅକ୍ସନରେ ପ୍ରତି ଟିମ୍ ପାଖରେ ୯୦ କୋଟି ଟଙ୍କାର ବଜେଟ୍ ରହିଛି । କିଛି ଟିମ୍ ପୂର୍ବରୁ ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ କିଣି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆଉ କିଛି ଖେଳାଳିଙ୍କୁ କିଣିବେ । ଆସନ୍ତୁ ଜାଣିବା କେଉଁ ଟିମ୍ ପାଖରେ ଆଉ କେତେ ବଜେଟ୍ ରହିଛି ।

ଚେନ୍ନାଇ ସୁପର କିଙ୍ଗ୍ସ

ବଜେଟ୍: ୪୮ କୋଟି

ଭାରତୀୟ ଖେଳାଳି: ୨୧

ବିଦେଶୀ ଖେଳାଳି: ୭

ଦିଲ୍ଲୀ କ୍ୟାପିଟାଲ୍ସ

ବଜେଟ୍: ୪୭.୫ କୋଟି

ଭାରତୀୟ ଖେଳାଳି: ୨୧

ବିଦେଶୀ ଖେଳାଳି: ୭

କୋଲକାତା ନାଇଟ୍ ରାଇଡର୍ସ

ବଜେଟ୍: ୪୮ କୋଟି

ଭାରତୀୟ ଖେଳାଳି: ୨୧

ବିଦେଶୀ ଖେଳାଳି: ୬

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ

ବଜେଟ୍: ୫୯ କୋଟି

ଭାରତୀୟ ଖେଳାଳି: ୨୨

ବିଦେଶୀ ଖେଳାଳି: ୭

ମୁମ୍ବାଇ ଇଣ୍ଡିଆନ୍ସ

ବଜେଟ୍: ୪୮ କୋଟି

ଭାରତୀୟ ଖେଳାଳି: ୨୧

ବିଦେଶୀ ଖେଳାଳି: ୭

ପଞ୍ଜାବ କିଙ୍ଗ୍ସ

ବଜେଟ୍: ୪୮ କୋଟି

ଭାରତୀୟ ଖେଳାଳି: ୨୧

ବିଦେଶୀ ଖେଳାଳି: ୭

ରାଜସ୍ଥାନ ରୟାଲ୍ସ

ବଜେଟ୍: ୬୨ କୋଟି

ଭାରତୀୟ ଖେଳାଳି: ୨୨

ବିଦେଶୀ ଖେଳାଳି: ୭

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ

ବଜେଟ୍: ୫୭ କୋଟି

ଭାରତୀୟ ଖେଳାଳି: ୨୨

ବିଦେଶୀ ଖେଳାଳି: ୭

ସନରାଇଜର୍ସ ହାଇଦ୍ରାବାଦ

ବଜେଟ୍: ୬୮ କୋଟି

ଭାରତୀୟ ଖେଳାଳି: ୨୨

ବିଦେଶୀ ଖେଳାଳି: ୭

ଅହମଦାବାଦ

ବଜେଟ୍: ୫୨ କୋଟି

ଭାରତୀୟ ଖେଳାଳି: ୨୨

ବିଦେଶୀ ଖେଳାଳି: ୭

ସୂଚନାଯୋଗ୍ୟ, ଭାରତୀୟ ପ୍ରିମିୟର ଲିଗ୍ ଲାଗି ମେଗା ଅକ୍ସନ୍ ଆସନ୍ତା ୧୨ ଓ ୧୩ ତାରିଖରେ ବେଙ୍ଗଳୁରୁରେ ହେବ । ଆଇପିଏଲ୍ ଖେଳାଳି ବିଡିଂରେ ସର୍ବାଧିକ ଦର ୨ କୋଟି ଟଙ୍କା ରହିଥିବା ବେଳେ ଏହି ଲିଷ୍ଟରେ ୪୮ ଜଣ ଖେଳାଳି ନିଜକୁ ରଖିଛନ୍ତି । ସେହିଭଳି ୨୦ ଜଣ ଖେଳାଳିଙ୍କ ରିଜର୍ଭ ପ୍ରାଇସ୍ ଦେଢ଼ କୋଟି ଟଙ୍କା ରଖିଥିବା ବେଳେ ୩୪ ଖେଳାଳିଙ୍କ ରିଜର୍ଭ ପ୍ରାଇସ୍ ୧ କୋଟି ଟଙ୍କା ରହିଛି । ଆଇପିଏଲ୍-୨୦୨୨ ସଂସ୍କରଣ ନିଲାମୀରେ ମୋଟ ୩୭୦ ଜଣ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି ।

ରେଳ ମନ୍ତ୍ରାଳୟ ସହ ଯୋଡିହେବେ ଆଦିବାସୀ ଓ ମହିଳା

ନୂଆଦିଲ୍ଲୀ: ସଂସଦରେ ବଜେଟ ଆଗତ ହେବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ।  2022-23 ବଜେଟରେ ରେଳ ମନ୍ତ୍ରାଳୟକୁ ମିଳିଛି ୧ଲକ୍ଷ ୩୭ହଜାର କୋଟି ଟଙ୍କା । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବଜେଟରେ ରେଳ ମନ୍ତ୍ରାଳୟ ପ୍ରତି ସମ୍ବେଦନଶୀଳ ଥିବାରୁ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ବିନୀ ବୈଷ୍ଣବ। ୧୨ହଜାର କୋଟି ୩ମାସ ପୂର୍ବରୁ ରେଳ ମନ୍ତ୍ରାଳୟକୁ ମିଳିସାରିଛି ।

ବନ୍ଦେ ଭାରତ ଟ୍ରେନ ସାରା ଦେଶର ନେଟଓ୍ୱାର୍କକୁ ସୁଦୃଢ଼ କରିବ । ଆଦିବାସୀ, ମହିଳା ଓ ସେଲ୍ଫ ହେଲପ ଗ୍ରୁପଙ୍କୁ ରେଳ ମନ୍ତ୍ରାଳୟ ସହ ଯୋଡାଯିବ । ଏହାଦ୍ବାରା ସେମାନଙ୍କର ରୋଜଗାର ବଢିବ ବୋଲି ମନ୍ତ୍ରୀ କହିଛନ୍ତି ।  ଏହା ସହିତ ଏବେ ରେଳ ଯନ୍ତ୍ରାଂଶ ପ୍ରସ୍ତୁତି, ନେଟଓ୍ୱାର୍କ ସବୁକିଛିରେ ଦେଶ ସଫଳତା ପାଇଛି । ଭାରତରେ ଘଣ୍ଟାକୁ ୧୮୦କିମି ବେଗରେ ଟ୍ରେନ ଦୌଡ଼ୁଛି । ଏବେ କାରଖାନାରେ ମାସକୁ ୭ରୁ ୮ଟି କ୍ଷୀପ୍ରବେଗଗାମୀ ଟ୍ରେନ ନିର୍ମାଣ ନେଇ ଯୋଜନା ହେଉଛି । ଟ୍ରେନରେ ଦୈନିକ ଅଢ଼େଇ କୋଟି ଯାତ୍ରୀ ଯିବାଆସିବା କରୁଛନ୍ତି । ଭାରତୀୟ ରେଳ ମନ୍ତ୍ରଣାଳୟ ବଡ଼ ମହାସାଗରରେ ପରିଣତ ହୋଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି ।

ସେପଟେ 5G ସ୍ପେକ୍ଟ୍ରମ ପାଇଁ ମାର୍ଚ୍ଚ ସୁଦ୍ଧା ଅକ୍ସନ ହେବ । ପ୍ରଧାନମନ୍ତ୍ରୀଙ୍କ ଅମୃତକାଳ ଯୋଜନାରେ IT ବିଭାଗ ରହିଛି । ସାଧାରଣ ନାଗରିକର ଜୀବନରେ ଅନେକ ପରିବର୍ତ୍ତନ ଆସିଛି । କେହି ବି ଭାବି ନଥିଲେ ଭାରତରେ ମୋବାଇଲ ତିଆରି ହେବ । ଏବେ ସମସ୍ତ ପ୍ରକାର IT ଯନ୍ତ୍ରାଂଶ ଭାରତରେ ନିର୍ମାଣ ହେଉଛି । ନୂଆ ଟେକ୍ନଲୋଜି ଆମ ଜୀବନ ସହ ଯୋଡି ହୋଇଯାଇଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ  ।