କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା, ଭୁବନେଶ୍ୱରରୁ ମିଳିଲା ଶର୍ମିଷ୍ଠାଙ୍କ କାର

1 min read

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା । ମିଳିଲା ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ କାର । ଭୁବନେଶ୍ୱରରୁ ମିଳିଲା ଶର୍ମିଷ୍ଠାର କାର । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାଓ୍ୱାର ଆପାର୍ଟମେଣ୍ଟରୁ ମିଳିଲା ଶର୍ମିଷ୍ଠା ରାଉତଙ୍କ କାର । ମାନସ ସ୍ୱାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଅଟେ ଶର୍ମିଷ୍ଠା ରାଉତ । ସ୍କାଏ ଟାଓ୍ୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଶର୍ମିଷ୍ଠାର କାର୍ ମିଳିଛି । ଏହି ଗାଡି ହ୍ୟୁଣ୍ଡାଇର ଅଟେ ଯାହାର ନମ୍ବର OD02BA6599 । ତେବେ ମାନସକୁ ଅପହରଣ କରିବାରେ ଏହି ଗାଡି ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି । ଗାଡି ମିଳିବା ପରେ ଏହାକୁ ଯାଞ୍ଚ କରିବା ଭୁବନେଶ୍ୱର ଆସୁଛି ଚାନ୍ଦବାଲି ପୋଲିସର ଏକ ସ୍ପେଶାଲ ଟିମ୍ ।

ତେବେ ଏହି କାର ମିଳିବା ପରେ ସେହି ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି, ଅବସରପ୍ରାପ୍ତ ଓଆଇଏଶ ଅଧିକାରୀ ନିରଂଜନ ସେଠୀ ସେଠାକୁ ବାରମ୍ବାର ଆସୁଥିଲେ । କିନ୍ତୁ ସେ ରେଜିଷ୍ଟରରେ ସ୍ବାକ୍ଷର କରୁନଥିଲେ । ସଂପୂର୍ଣ୍ଣ ଅଫିସର ସେ ଚେୟାରମ୍ୟାନ ତେଣୁ ତାଙ୍କର ସ୍ବାକ୍ଷର ଦରକାର ନାହିଁ ବୋଲି ଶର୍ମିଷ୍ଠା ତାଗିଦ କରିଥିଲେ ବୋଲି କହିଛନ୍ତି ସିକ୍ୟୁରିଟି ଗାର୍ଡ ।

ସୂଚନା ଅନୁସାରେ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଅଟେ । କିନ୍ତୁ ଏପର୍ଯ୍ୟନ୍ତ ପୋଲିସ ଶର୍ମିଷ୍ଠାର ଟେର ପାଇନି । ଏବେ ବି ଫେରାର ରହିଛି ଶର୍ମଷ୍ଠା । ଏହି ହତ୍ୟାକାଣ୍ଡ ମାମଲାରେ ଗତକାଲି ପୋଲିୀସ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତକୁ ବିଜୟଓ୍ୱାଡାରୁ ଗିରଫ କରିଛି । ବିଜୟଓ୍ୱାଡାରୁ ଗିରଫ ପରେ ଆଜି ପରମେଶ୍ୱରକୁ ଓଡ଼ିଶାକୁ ଆଣୁଛି । ଭଉଣୀ ଶର୍ମିଷ୍ଠାକୁ ଫେରାର କରିବାକୁ ପ୍ଲାନ କରିଥିଲା ପରମେଶ୍ବର । ଭାଇଭଉଣୀଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା କଥା ମଧ୍ୟ ପୋଲିସ ପ୍ରମାଣ ପାଇଛି  । ହେଲେ ଶର୍ମିଷ୍ଠା ବିଜୟଓ୍ବାଡାରେ ନାହାନ୍ତି ବୋଲି ପୋଲିସ କହିଛି  । ତେବେ ଶର୍ମିଷ୍ଠା ଏବେ କେଉଁଠି ପରମେଶ୍ବରଠୁ ଠିକଣା ବାହାର କରିବାକୁ ଉଦ୍ୟମ କରୁଛି ପୋଲିସ ।